ETV Bharat / politics

ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ପରେ ଇସ୍ତଫା ପ୍ରତ୍ୟାହର କଲେ ଆସାମ କଂଗ୍ରେସ ସାଂସଦ

author img

By ETV Bharat Odisha Team

Published : Mar 20, 2024, 10:44 PM IST

Barpeta MP Abdul Khaleque withdraws his resignation from Congress after meeting Sonia Gandhi: ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ପରେ ନିଜ ଇସ୍ତଫା ପ୍ରତ୍ୟାହର କଲେ ଆସାମର କଂଗ୍ରେସ ସାଂସଦ । ଅଧିକ ପଢନ୍ତୁ

ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ପରେ ନିଜ ଇସ୍ତଫା ପ୍ରତ୍ୟାହର କଲେ ଆସାମର କଂଗ୍ରେସ ସାଂସଦ

ଗୌହାଟୀ: ଆସାମର ବାରପେଟାରୁ କଂଗ୍ରେସ ସାଂସଦ ଥିବା ଅବଦୁଲ୍ଲ ଖାଲିକ ଦଳରୁ ନିଜ ଇସ୍ତଫା ପ୍ରତ୍ୟାହାର କରିଛନ୍ତି । 5ଦିନ ତଳେ ସେ ଏକାଧିକ ଅଭିଯୋଗ ସହ ଦଳରୁ ଇସ୍ତଫା ଘୋଷଣା କରିଥିଲେ । ପାର୍ଟି ହାଇକମାଣ୍ଡଙ୍କ ନିକଟକୁ ନିଜ ଇସ୍ତଫାପତ୍ର ମଧ୍ୟ ପଠାଇ ଦେଇଥିଲେ । ଆଜି ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା । ଆଲୋଚନା ପରେ ସେ ନିଜ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ପାର୍ଟି ମୁଖ୍ୟାଳୟରେ ସେ ଇସ୍ତଫାପତ୍ର ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ନିକଟରୁ ପ୍ରତ୍ୟାହାର କରିନେଇଛନ୍ତି । ନିଷ୍ପତ୍ତିରେ ପରିବର୍ତ୍ତନ କରିବା ପରେ ସେ ଗଣମାଧ୍ୟମରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଦଳରେ ରହି କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।

ତେବେ ସେ ଇସ୍ତଫାପତ୍ରରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ସମ୍ପର୍କରେ ଦଳର ରାଜ୍ୟ କମିଟି ଓ ରାଜ୍ୟ ପ୍ରଭାରୀ ଗୁରୁତ୍ବ ଦେଇନଥିଲେ କିମ୍ବା ଏହାର ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାନଥିଲା । ତେଣୁ ସେ ଇସ୍ତଫା ଦେଇଥିଲେ । ଆଜି ସେ ଆଉ ଏକ ପତ୍ର ମଧ୍ୟ ହାଇକମାଣ୍ଡଙ୍କୁ ଲେଖିଛନ୍ତି । ଚିଠିରେ ଦର୍ଶାଇଛନ୍ତି, ଇସ୍ତଫା ଦେବା ପରେ କେନ୍ଦ୍ରୀୟ ନେତୃତ୍ବ ତାଙ୍କ ସହ ଯୋଗାଯୋଗ କରିଛନ୍ତି । ଦଳର ବରିଷ୍ଠ ନେତା କେସି ବେଣୁଗୋପାଲ ଓ ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ ଏସମ୍ପର୍କରେ ତାଙ୍କ ସହ ଆଲୋଚନା କରିଛନ୍ତି । ତେଣୁ ସେ ନିଜ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରୁଛନ୍ତି । ଇସ୍ତଫାପତ୍ର ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଦଳ ରହି କାର୍ଯ୍ୟ ଜାରି ରଖିବେ ।

ଏହା ମଧ୍ୟ ପଢନ୍ତୁ :- ଶେଷ ହେଲା ସଦଗୁରୁଙ୍କ ବ୍ରେନ ସର୍ଜରୀ, ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ତେବେ ଅବଦୁଲ ପୂର୍ବରୁ ଦୁଇଥର ଆସାମରେ ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି । ଏବେ ସେ ବାରପେଟାରୁ ଲୋକସଭା ସାଂସଦ ମଧ୍ୟ ରହିଛନ୍ତି । ହେଲେ ନିର୍ବାଚନ ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇ ଚର୍ଚ୍ଚାକୁ ଆସିଥିଲେ । ମାତ୍ର ଏବେ ସେନି ଷ୍ପତ୍ତିରେ ପରିବର୍ତ୍ତନ କରି ପୁଣି ଦଳକୁ ଫେରିଛନ୍ତି । ତେଣୁ ସେ ପୁଣିଥରେ ନିଜ ପାରମ୍ପରିକ ଆସନରୁ ଚଳିତ ନିର୍ବାଚନରେ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.