ETV Bharat / politics

ଆଶୀର୍ବାଦଙ୍କୁ ଭେଟି ଆଶୀର୍ବାଦ ନେଲେ ପ୍ରକାଶ, କହିଲେ ବାରବାଟୀରୁ ଜିତିବା ମୋ ଲକ୍ଷ୍ୟ - Barabati cuttack politics

author img

By ETV Bharat Odisha Team

Published : Apr 7, 2024, 1:08 PM IST

Barabati cuttack politics: ବାରବାଟୀ କଟକ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରା ଆଶୀର୍ବାଦ ବେହେରାଙ୍କୁ ଭେଟି ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Barabati cuttack
Barabati cuttack

Barabati cuttack

କଟକ: ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଛି ବିଗ୍ ଫାଇଟ୍ । ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଥିବା ବେଳେ ବିଜେପି ଓ କଂଗ୍ରେସ ଏବେବି ସସପେନ୍ସ ମଧ୍ୟରେ । ତେବେ କଂଗ୍ରେସ ମହମ୍ମହ ମୋକିମଙ୍କୁ ପୁଣି ରିପିଟ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଅଭିନେତା ଅରିନ୍ଦମ ରାୟଙ୍କୁ ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏହାମଧ୍ୟରେ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରା ଆରମ୍ଭ କରିଛନ୍ତି ତାଙ୍କର ନିର୍ବାଚନୀ କ୍ୟାମ୍ପେନ ।

ଏହାମଧ୍ୟ ପଢନ୍ତୁ.. କଟକ ବାରବାଟୀରେ ଏଥର ହେବ ଭଲ ଲଢେଇ: ପ୍ରକାଶ ବେହେରା - Prakash Behera On His Candidacy

ବାରବାଟୀ କଟକ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରା ଆଜି (ରବିବାର) କଟକ ରାଜନୀତିର ପିତାମହ ଭୀଷ୍ମ କୁହାଯାଉଥିବା ଆଶୀର୍ବାଦ ବେହେରାଙ୍କୁ ଭେଟି ବିଜୟ ପାଇଁ ତାଙ୍କ ଆଶୀର୍ବାଦ ଲୋଡିଛନ୍ତି । ଆଶୀର୍ବାଦଙ୍କ ବାସଭବନରେ ତାଙ୍କୁ ଭେଟିବା ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି । ଆଶୀର୍ବାଦ ଜଣେ ବରିଷ୍ଠ କ୍ରୀଡା ସଙ୍ଗଠକ ହୋଇଥିବା ବେଳେ ଯାଦବ ସମାଜର ଭୋଟ ପ୍ରଭାବିତ କରିବାର ଦକ୍ଷତା ତାଙ୍କର ରହିଛି ।

ବାରବାଟୀ କଟକରେ ପ୍ରାୟ ୧୫ହଜାର ଯାଦବ ଭୋଟ ଥିବା ବେଳେ କ୍ରୀଡା ସଙ୍ଗଠନଗୁଡ଼ିକର ରାଜନୀତିରେ ଏକ ପ୍ରମୁଖ ଭୂମିକା ରହିଥାଏ । ଏହାସହ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବେହେରା ମଧ୍ୟ ବାରବାଟୀ କଟକରୁ ବିଜେଡି ପ୍ରାର୍ଥୀ ହେବାର ଆଲୋଚନା ହେଉଥିଲା । ତେଣୁ ପ୍ରକାଶ ବେହେରାଙ୍କର ଆଶୀର୍ବାଦଙ୍କ ସହ ସାକ୍ଷାତ ଓ ଆଲୋଚନାର ଯଥେଷ୍ଟ ଗୁରୁତ୍ବ ରହିଛି ।

ଏହାମଧ୍ୟ ପଢନ୍ତୁ.. ମୋକିମଙ୍କ ପାଇଁ ବାଟ ସଫା ! ବିଜେଡିରୁ ପ୍ରକାଶ ପ୍ରାର୍ଥୀ ହେବାପରେ ବଢ଼ିଲା ଚର୍ଚ୍ଚା - Cuttack Barabati Politics

ବାରବାଟୀ କଟକ ଆସନରେ ଜୋରଦାର ଲଢେଇ ହେବାକୁ ଯାଉଛି । ସାଲେପୁରର ନେତା ପ୍ରକାଶ ବେହେରାଙ୍କୁ ବାରବାଟୀ କଟକ ଭାବେ ପ୍ରାର୍ଥୀ କରିଛି ବିଜେଡି । ପ୍ରକାଶ ବେହେରାଙ୍କ ରାଜନୈତିକ କ୍ୟାରିୟର କହିଲେ 2000 ମସିହାରୁ କଟକ ସାଲେପୁର ନିର୍ବାଚନ ମୈଦାନରେ ଲଢେଇ କରି ଆସୁଛନ୍ତି ପ୍ରକାଶ । 2014 ମସିହାରେ କଂଗ୍ରେସରୁ ବିଧାୟକ ଭାବରେ ବିଜୟ ହେବାପରେ 2019 ରେ କଂଗ୍ରେସର ଛାଡି ବିଜେପିରେ ମିଶିଥିଲେ । ଏହାପରେ ବିଧାୟକ ଟିକଟ ପାଇ ସେ ସାଲେପୁରରୁ ନିର୍ବାଚନ ଲଢ଼ିବା ପରେ ହାରିଥିଲେ । ତେବେ ନିକଟରେ ସେ ବିଜେଡିରେ ମିଶିଥିଲେ । ତେବେ ପ୍ରକାଶଙ୍କୁ ବାରବାଟୀ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛନ୍ତି ସେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.