ETV Bharat / politics

ରାଜ୍ୟରେ ବାଂଲାଦେଶୀ କହି ବଙ୍ଗ ନାଗରିକଙ୍କୁ ଆକ୍ରମଣ ! ନିନ୍ଦନୀୟ କହିଲେ ବିରୋଧୀ - Opposition On Bangladeshis Attack

author img

By ETV Bharat Odisha Team

Published : Aug 12, 2024, 7:18 PM IST

Bangladesh Tension In Odisha: ଓଡ଼ିଶାରେ ବାଂଲାଦେଶୀ କହି ବଙ୍ଗ ନାଗରିକଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଯିଏ ବଙ୍ଗଳା ଭାଷାରେ କଥା ହେଉଛି ତାହା ଉପରେ ସନ୍ଦେହ ଜାତ ହେବା ସହ କିଛି ସନ୍ଦିଗ୍ଧଙ୍କୁ ମାଡ଼ ମାରୁଛନ୍ତି । ଏହାକୁ ନିନ୍ଦା କଲେ ବିରୋଧୀ । ରାଜ୍ୟରେ ଅନୁପ୍ରବେଶକାରୀ ଓ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଦାବି କଲା ବିଜେଡି । ସେପଟେ କଂଗ୍ରେସ ଅନୁପ୍ରବେଶକାରୀଙ୍କର ଗଣନା ନେଇ ଦାବି କରିଛି । ଅଧିକ ପଢନ୍ତୁ

Bangladesh Tension In Odisha
Bangladesh Tension In Odisha (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାଂଲାଦେଶୀ କହି ପଶ୍ଚିମବଙ୍ଗର ଶ୍ରମିକ, ବୁଲା ବେପାରୀଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ ହେଉଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଗତକାଲି ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଏହାକୁ ନେଇ ଓଡ଼ିଶାର ରାଜନୈତିକ ପରିବେଶ ସରଗରମ ହୋଇଛି । ଘଟଣାକୁ ଗୁରୁତର ସହ ନେଇ ପଦକ୍ଷେପ ନେବାକୁ ବିଜେଡି ଓ କଂଗ୍ରେସ ପକ୍ଷରୁ ଦାବି ମଧ୍ୟ ହୋଇଛି ।

ଅନୁପ୍ରବେଶକାରୀଙ୍କୁ ସରକାର ଚିହ୍ନଟ କରନ୍ତୁ (ETV Bharat Odisha)

'ଅନୁପ୍ରବେଶକାରୀଙ୍କୁ ସରକାର ଚିହ୍ନଟ କରନ୍ତୁ'

ବିଜେଡି ନେତା ସଂତ୍ରୁପ ମିଶ୍ର କହିଛନ୍ତି, "ବିଜେଡି ସବୁବେଳେ ଗୋଟେ ନୀତି ରଖିଛି । ସମସ୍ତଙ୍କ ମାନବିକ ଓ ସାମ୍ବିଧାନିକ ଅଧିକାରକୁ ସମ୍ମାନ ଦେବା । ଭାରତୀୟ ନାଗରିକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ବ । ଓଡ଼ିଶାରେ ଯେଉଁ ରାଜ୍ୟର ନାଗରିକ ଅଛନ୍ତି, ସେମାନଙ୍କ ସୁରକ୍ଷା ଓଡ଼ିଶା ସରକାରଙ୍କ ଦାୟିତ୍ବ । ଯେଉଁ ମାନେ ଭାରତୀୟ ନାଗରିକ ନୁହଁନ୍ତି ଓ ଓଡିଶାରେ ଅଛନ୍ତି ସେମାନଙ୍କୁ ସରକାର ଚିହ୍ନଟ କରନ୍ତୁ ।

'ଆଜି ନୁହେଁ ଦୀର୍ଘ ୧୫ ବର୍ଷ ହେଲାଣି ରାଜ୍ୟରେ ରହୁଛନ୍ତି ବାଂଲାଦେଶୀ'

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ବାଂଲାଦେଶୀ ଅନୁପ୍ରେଶକାରୀ ଆଜି ନୁହେଁ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପ୍ରବେଶ କରି ଆସୁଛନ୍ତି । ଲକ୍ଷାଧିକ ଲୋକ ଆସିଛନ୍ତି । ସେମାନେ ଏଠାରେ ସମସ୍ତ ପ୍ରକାର ପରିଚୟ ପତ୍ର କରିସାରିଲେଣି । ଓଡ଼ିଶାରେ ରହି ସମସ୍ୟା ସୃଷ୍ଟି କରୁଛନ୍ତି । ଏଠି ଆସି ତାଙ୍କର ଆଧାର ଠାରୁ ଧରି ସରକାରୀ ଦସ୍ତାବିଜ କରିସାରିଲେଣି । ବନ୍ଧୁକ କାରବାରଠୁ ନେଇ ଅପରାଧିକ କାର୍ଯ୍ୟକଳାପ କରୁଛନ୍ତି । ବିଜେପି ଓ ବିଜେଡ଼ି ସରକାରରେ ଥିବାବେଳେ ବି ଏହି ସମସ୍ୟା ଥିଲା । ଆଜି ବି ଅଛି । ମୁଁ ଦୀର୍ଘ ବର୍ଷ ହେବ ବିଧାୟକ ରହିଆସୁଛି । ବିଧାନସଭା ଭିତରେ ଓ ବାହାରେ ଏହି ସମସ୍ୟା ଉଠାଇଥିଲେ ମଧ୍ୟ ଫଳ ଶୂନ । ଏହି ଅନୁପ୍ରବେଶ କାରିଙ୍କୁ ତଦନ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରନ୍ତୁ ସରକାର ।"

ଅନୁପ୍ରବେଶକାରୀଙ୍କ ଗଣନା ନେଇ ପଦକ୍ଷେପ ନିଅନ୍ତୁ ସରକାର (ETV Bharat Odisha)

'ରାସ୍ତା ଉପରେ ବଙ୍ଗ ଭାଷାଭାଷୀଙ୍କୁ ମାରପିଟ ହେଉଛି'

ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ରାସ୍ତା ଉପରେ ବଙ୍ଗ ଭାଷାଭାଷୀ ଲୋକଙ୍କୁ ମାରପିଟ କରାଯାଉଛି । ଏହା ଅତ୍ୟନ୍ତ ପରିତାପର ବିଷୟ । ସମୟର ମୌକା ନେଇ କିଛି ଅସାମାଜିକ ଲୋକ ଏପରି କରୁଛନ୍ତି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ତିବ୍ବତ ଓ ବାଂଲାଦେଶର ଶରଣାର୍ଥୀଙ୍କୁ ଆମେ ଓଡ଼ିଶାରେ ରହିବାକୁ ସୁଯୋଗ ଦେଇଛୁ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଶାସନ କଳ ପ୍ରଥମେ ଚିହ୍ନଟ କରିବା ଦରକାର । ପ୍ରକୃତରେ କେଉଁମାନେ ବେଆଇନ ଭାବେ ଅନୁପ୍ରବେଶ କରିଛନ୍ତି । ଏମିତି ନକରି ମାଡପିଟ ଠିକ ନୁହେଁ । ଓଡ଼ିଶା ପରି ଭାଇଚାର ରାଜ୍ୟରେ ଏମିତି ହେବା ଠିକ ନୁହେଁ ।"

'ସମସ୍ୟାରେ ପଡିବେ ନାହିଁ ସାଧାରଣ ଲୋକ'

ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ କହିଛନ୍ତି, "ବାଂଲାଦେଶ ପରିସ୍ଥିତି ପରେ ଓଡ଼ିଶାରେ ହାଇଆଲର୍ଟ । ଅନୁପ୍ରବେଶକାରୀଙ୍କ ଉପରେ ରଖାଯାଇଛି ନଜର । ଜଳ ଓ ସ୍ଥଳ ପଥ ଉପରେ ରହିଛି ନଜର । ପୋଲିସ, କୋଷ୍ଟ ଗାର୍ଡକୁ କରାଯାଇଛି ଆଲର୍ଟ । ଓଡ଼ିଶା ସରକାର ଦେଇଛନ୍ତି ଏନେଇ ନିର୍ଦ୍ଦେଶ । ଓଡ଼ିଶାରେ ବାଂଲାଦେଶୀ ନାଁ'ରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼ ମାରିବା ଘଟଣା । ଘଟଣା ଉପରେ ସରକାର ରଖିଛନ୍ତି ନଜର । ସମସ୍ୟାରେ ପଡିବେ ନାହିଁ ସାଧାରଣ ଲୋକ ।"

'ଅନୁପ୍ରବେଶକାରୀଙ୍କ ଗଣନା ନେଇ ପଦକ୍ଷେପ ନିଅନ୍ତୁ ସରକାର'

ଏନେଇ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, "ବାଂଲାଦେଶୀ ଅନୁପ୍ରବେଶକାରୀଙ୍କର ଯେଉଁ ଗଣନା ହେବା କଥା ତାହା 21ବର୍ଷ ହେବ ହୋଇନାହିଁ । ରାଜ୍ୟର ମନ୍ତ୍ରୀ କହିଛନ୍ତି ଅନୁପ୍ରବେଶକାରୀଙ୍କୁ ରାଜ୍ୟ ଭିତରକୁ ଆସିବାକୁ ଦିଆଯିବନାହିଁ । କିନ୍ତୁ ମନ୍ତ୍ରୀ ପ୍ରଥମେ ଅନୁପ୍ରବେଶକାରୀଙ୍କ ଗଣନା କରିବାରେ ପଦକ୍ଷପ ନେବା ଆବଶ୍ୟକ । ବର୍ତ୍ତମାନ ସୋସିଆଲ ମିଡିଆ ବାହାର ରାଜ୍ୟର ଫେରିବାଲା ବେପାରୀଙ୍କ ଅତ୍ୟାଚାର ଚିତ୍ର ଆସୁଛି । ତାହା ଠିକ ନୁହେଁ । ବର୍ଷ ବର୍ଷ ଧରି ସେମାନେ ଓଡ଼ିଶାରେ ବ୍ୟବସାୟ କରି ଆସୁଛନ୍ତି । କେବଳ ରାଜ୍ୟରେ ହିଂସା ସୃଷ୍ଟି କରିବା ପାଇଁ ଏଭଳି କାର୍ଯ୍ୟ କରାଯାଉଛି । ଏହାହିଁ RSSର ଏଜେଣ୍ଡା । ଦଙ୍ଗା ନ କଲେ ବିଜେପି ସରକାର ସରକାରରେ ରହିପାରିବ ନାହିଁ । ତେଣୁ ରାଜ୍ୟରେ ମଧ୍ୟ ସେଭଳି ସ୍ଥିତି ଆଣାଯାଉଛି । ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଯେଉଁମାନେ ଅନୁପ୍ରବେଶ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉ । ଦେଶ ଏବଂ ରାଜ୍ୟ ଭିତରକୁ ଆସିବାର ରୋକାଯାଉ । କିନ୍ତୁ ଯେଉଁମାନେ ଓଡ଼ିଶାରେ ବହୁତ ବର୍ଷ ହେବ ରହିଲେଣି ସେମାନଙ୍କ ଉପରେ ଅତ୍ୟାଚାର କରାନଯାଉ କି ସରକାର ଏହାକୁ ପ୍ରୋତ୍ସାହନ ନ ଦିଅନ୍ତୁ ।"

ଏହା ବି ପଢନ୍ତୁ- ଓଡିଶାରେ ‘ବାଂଲାଦେଶୀ’ ଟେନସନ୍: ବାସୁଦେବପୁରରେ 6 ସନ୍ଦିଗ୍ଧ, ଜଗତସିଂହପୁରରେ ବଙ୍ଗୀୟ ଶ୍ରମିକଙ୍କୁ ମାଡ଼ !

2003ରେ ଶେଷଥର ପାଇଁ ଅନୁପ୍ରବେଶକାରୀଙ୍କ ସର୍ଭେ ହୋଇଥିଲା । ପାଖାପାଖି 7ହଜାରରୁ ଊର୍ଦ୍ଧ୍ବ ବାଂଲାଦେଶୀ ଚିହ୍ନଟ ହୋଇଥିଲେ । ଅନୁପ୍ରବେଶକାରୀମାନେ ନିଶାଦ୍ରବ୍ୟ ଚୋରାଚାଲାଣ, ଅପରାଧିକ କାର୍ଯ୍ୟକଳାପ ଵୃଦ୍ଧି ପାଉଛି । ଆଗକୁ ଏନେଇ ସରକାର କି ନିୟମ କରୁଛନ୍ତି, ଅନୁପ୍ରବେଶକାରୀଙ୍କ ଗଣନା କେବେ ହେଉଛି ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.