ETV Bharat / politics

ବିଜେଡି ମହିଳା କାଉନସିଲର ଆଣିଲେ ଦୁର୍ବ୍ୟବହାର ଅଭିଯୋଗ - BALASORE BJD COUNCILLOR

ବାଲେଶ୍ୱର ପୌରପାଳିକା ବିଜେଡିର ମହିଳା କାଉନସିଲର ଦଳର ଆଉ ଜଣେ କାଉନସିଲରଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ।

Balasore Municipality BJD
Balasore Municipality BJD (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 4:46 PM IST

ବାଲେଶ୍ବର: ନିଜ ଦଳର କାଉନସିଲରଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ବିଜେଡି କାଉନସିଲର । ବାଲେଶ୍ବର ପୌରପାଳିକାର ୨୩ ନମ୍ବର ୱାର୍ଡର ବିଜେଡି କାଉନସିଲର ଶଶୀରେଖା ମହାନ୍ତି, ୨୨ ନମ୍ବର ୱାର୍ଡର କାଉନସିଲରଙ୍କ ନାଁରେ ଦୁର୍ବ୍ୟବହାର ସହ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଛନ୍ତି । ସେପଟେ ୨୩ ନମ୍ବର ୱାର୍ଡ କାଉନସିଲରଙ୍କ ଅଭିଯୋଗ ଖଣ୍ଡନ କରିଛନ୍ତି ୨୨ ନମ୍ବର ୱାର୍ଡର କାଉନସିଲର ଦେବାଶିଷ ସିଂ ।

କାଉନସିଲରଙ୍କୁ ଦୁର୍ବ୍ୟବହାର ଅଭିଯୋଗ:

Balasore Municipality BJD (ETV Bharat Odisha)

ବାଲେଶ୍ୱର ପୌରପାଳିକାରେ ଥିବା ସମୁଦାୟ ୩୧ଟି ୱାର୍ଡ ମଧ୍ୟରୁ ୧୨ ଜଣ କାଉନସିଲର ଏକଜୁଟ ହୋଇ ଏବେ ଜଣେ କାଉନସିଲରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ୨୨ ନଂ ୱାର୍ଡର କାଉନସିଲରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ, ଗତ ମାସ ୩୧ ତାରିଖରେ ପୌରପାଳିକାର ୨୩ ନମ୍ବର ୱାର୍ଡର କାଉନସିଲର ଶଶୀରେଖା ମହାନ୍ତିଙ୍କୁ ୨୨ ନମ୍ବର ୱାର୍ଡର କାଉନସିଲର ଦେବାଶିଷ ସିଂ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ । ଯାହାକୁ ନେଇ ସମ୍ପୃକ୍ତ ମହିଳା କାଉନସିଲର ଆଇନର ଆଶ୍ରୟ ନେଇଛନ୍ତି । ମାତ୍ର ଘଟଣାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଯାଇଥିବା କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜାତିଆଣ ଆକ୍ଷେପ ଅଭିଯୋଗ:

ଏହି ଘଟଣାକୁ ନେଇ ୨୩ ନଂ ୱାର୍ଡ କାଉନସିଲର ଶଶୀରେଖା ମହାନ୍ତି କହିଛନ୍ତି, "୨୨ ନଂ ୱାର୍ଡ କାଇନସିଲର ମୋତେ ଅପମାନିତ କରିଛନ୍ତି । ଜାତିଆଣ ଆକ୍ଷେପ କରି ବ୍ୟବହାର ଖରାପ କରିଛନ୍ତି । ମୋତେ ଖରାପ ଭାଷା ପ୍ରୟୋଗ କରିଛନ୍ତି । ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରୁଛି । ୱାର୍ଡରେ ଲାଇଟ ଲଗାଇବାକୁ ନେଇ ମୋତେ ଅପମାନଜନକ କଥା କହିଛନ୍ତି । ମୁଁ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛି । ଏସପିଙ୍କୁ ଆମ କାଉନସିଲରମାନେ ଦେଖାକରିଛନ୍ତି । ଏସପି ମଧ୍ୟ ଆମକୁ ଆଶ୍ୱାସନା ଦେଇଛନ୍ତି ଯେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ । ତାଙ୍କୁ ଗିରଫ କରାଯାଉ । ଦଳରେ ଫାଟ ସୃଷ୍ଟି ସେମାନେ କରୁଛନ୍ତି । ବିଜେଡି ଦଳରୁ ଟିକଟ ପାଇଛନ୍ତି, ନବୀନ ସରକାର ତାଙ୍କୁ ଟିକଟ ଦେଇଛନ୍ତି ତାଙ୍କ ପାଖରେ ଯଦି ଦଳ ବିରୋଧୀ କାମ କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ନିଯୁକ୍ତି ଓ ବଦଳି ପାଇଁ ଅଧିକାରୀଙ୍କ ବାହ୍ୟ ଚାପ ଚିଠିକୁ ନେଇ ରାଜନୀତି

ଏହା ମଧ୍ୟ ପଢ଼ନ୍ତୁ...ଅତନୁଙ୍କ ସରକାର ଗଠନ ଫର୍ମୁଲାକୁ ନେଇ ତେଜିଲା ରାଜନୀତି

ଅଭିଯୋଗକୁ ଖଣ୍ଡନ:

ଅନ୍ୟପଟେ ୨୩ନଂ ୱାର୍ଡ କାଉନସିଲରଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ନିଜର ପ୍ରତିକ୍ରିୟାରେ ୨୨ନଂ ୱାର୍ଡ କାଉନସିଲର ଦେବାଶିଷ ସିଂ ନିଜର କହିଛନ୍ତି, "ମୁଁ ତାଙ୍କ ସହିତ କେବେ କଥା ହୋଇନାହିଁ । ଏହା ଉଦ୍ଦେଶ୍ୟ ମୂଳକ ଭାବରେ ଦଳ ଭିତରୁ କରାଯାଇଛି । କାରଣ ମୁଁ ପୂର୍ବତନ ବିଧାୟକଙ୍କ ସମର୍ଥକ ନୁହେଁ । ବିଜେଡି ଦଳ ଭିତରେ ୨ଟା ଗ୍ରୁପ ଅଛି । ମୁଁ କିଛି କହିନାହିଁ । ଯଦି ମୁଁ କିଛି କହିଥାଏ ତେବେ ସିସି କ୍ୟାମେରା ଯାଞ୍ଚ କରାଯାଉ । ଉପନିର୍ବାଚନ ସମୟରେ ଆମେ ସ୍ୱରୂପ ଦାସଙ୍କୁ ଜିତାଇଥିଲୁ । କିନ୍ତୁ ମ୍ୟୁନିସିପାଲିଟି ଇଲେକ୍ସନ ବେଳେ ସ୍ୱରୂପ ଦାସ ଟିକଟ ମୋତେ ଦେଲେନାହିଁ । ନିର୍ବାଚନ ଶେଷରେ ମୋତେ ଟିକଟ ମିଳିଲା । ମୋତେ ଉପର ସ୍ତରରୁ ଟିକଟ ଦିଆଗଲା । ଫଳରେ ତାଙ୍କ କଥା ନରହିବାରୁ ସେ ମୋ ଉପରେ ରାଗ ରଖିଛନ୍ତି ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.