ETV Bharat / politics

ଡବଲ ଇଞ୍ଜିନ ସରକାର ଖୁସିରେ ଡବଲ ଦୀପ ଜାଳିବାକୁ ପ୍ରତାପଙ୍କ ଅପିଲ - Pratap Sarangi Appeals

author img

By ETV Bharat Odisha Team

Published : Jun 10, 2024, 7:21 PM IST

Pratap Sarangi Appeals: ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ଖୁସିରେ ଦୀପ ଜାଳିବାକୁ ଅପିଲ କଲେ ନବନିର୍ବାଚିତ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ଜାଣନ୍ତୁ କ'ଣ କହିଲେ ।

Pratap Sarangi On New Govt
Pratap Sarangi On New Govt (ETV Bharat Odisha)

ଭୁବନେଶ୍ବର: ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟରେ ଶାସନ ଆରମ୍ଭ କରିବ ବିଜେପି ସରକାର । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ଖୁସିରେ ଦୀପ ଜାଳିବାକୁ ଅପିଲ କଲେ ନବନିର୍ବାଚିତ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ସରକାର ପାଇଁ ପ୍ରତିଟି ସାଧାରଣଲୋକ ଦୁଇଟି ଲେଖାଏଁ ଦୀପ ଜାଳିବା ପାଇଁ ସେ ନିବେଦନ କରିଛନ୍ତି ।

ପ୍ରତାପ କହିଛନ୍ତି, "ବିଜେପିର ଡବଲ ଇଞ୍ଜିନ ସରକାର ପାଇଁ ପ୍ରତିଟି ସାଧାରଣଲୋକ ୨ ଟି ଲେଖାଏଁ ଦୀପ ଜାଳନ୍ତୁ । ଗୋଟିଏ କେନ୍ଦ୍ର ପାଇଁ ଓ ଆଉ ଗୋଟିଏ ଓଡି଼ଶାରେ ସରକାର ଗଠନ ପାଇଁ ଏହି ଦିନ ରାଜ୍ୟରେ ସମସ୍ତେ ଦୀପାବଳି ପାଳନ କରନ୍ତୁ ।" ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ଶପଥ ସମାରୋହରେ ଯୋଗ ଦେବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅପିଲ କଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏହାସହ ରାଜ୍ୟବାସୀଙ୍କୁ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଆସି ଯୋଗ ଦେବାକୁ ସେ ନିବେଦନ କରିଛନ୍ତି ।

ସେହିପରି ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନ 4ଟା 30 ରେ ବସିବ ବିଧାୟକ ଦଳ ବୈଠକ । ଏହି ବୈଠକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହେବ । ବୈଠକରେ ବିଧାୟକ ମାନଙ୍କ ସମେତ ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପିନ୍ଦର ଯାଦବ ଉପସ୍ଥିତ ରହିବେ । ବିଜେପି ଓଡି଼ଶାରେ ନୂଆ ଇତିହାସ ରଚିବାକୁ ଯାଉଛି । 25 ବର୍ଷର କଳା ଶାସନର ଅନ୍ତ ଘଟିଛି । ସେଥିପାଇଁ ଘରେ ଘରେ ଦୀପାବଳି ପାଳନ କରିବାକୁ ବିଜେପି ଅପିଲ କରିଛି ।
ଏହା ବି ପଢନ୍ତୁ...କି’ଏ ହେବ ମୁଖ୍ୟମନ୍ତ୍ରୀ ! ଆସୁଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ଓ ଭୂପେନ୍ଦ୍ର, ଦିଲ୍ଲୀରୁ ଫେରି ଏମିତି କହିଲେ ସୁରେଶ ପୂଜାରୀ - ODISHA CM RACE LIVE UPDATES

"ଦେଶରେ ଡବଲ ଇଞ୍ଜିନ ସରକାର ଗଠନ ହେଲା । 12 ତାରିଖରେ ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବେ । ରାଜ୍ୟରେ 25 ବର୍ଷର କଳା ସରକାରର ସମାପ୍ତି ହେଲା । ନବୀନ ଶାସନର ସମାପ୍ତି ହେଲା । ପ୍ରଜାସକ୍ତି, ଜନଶକ୍ତି ଜାଗ୍ରତ ହେଲା । ପାର୍ଲିଆମେଣ୍ଟ ବିଜେଡି ମୁକ୍ତ ହୋଇଯାଇଛି । ନବୀନ ପଟ୍ଟନାୟକ ହତାଶ ହୋଇ ବସିଛନ୍ତି । ରାଜ୍ୟରେ ଭ୍ରଷ୍ଟାଚାରୀ ଶାସନର ଅନ୍ତ ଘଟିଛି" ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ସେପଟେ ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଥିବାବେଳେ କିଏ ହେବେ ରାଜ୍ୟ ନୂଆ ମୁଖିଆ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.