ETV Bharat / politics

ଟିକେଟ ନେଇ ଅତାବିରା ବିଧାନସଭା ଆସନରେ ବିଜେପି ଆଶାୟୀ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ୍କ ଅସନ୍ତୋଷ - Atabira BJP conflict - ATABIRA BJP CONFLICT

Atabira Election: ଦଳଡିଆଁ ନେତାଙ୍କୁ ଦଳୀୟ କର୍ମୀଙ୍କ ନାପସନ୍ଦ । ରାଜ୍ୟରେ ତେଜୁଛି ଦଳଡିଆଁ ପ୍ରାର୍ଥୀ ଚୟନ ବିରୋଧି ତାତି । ଅତାବିରାରେ ବିଜେପି ପ୍ରାର୍ଥୀ ନିହାର ମହାନନ୍ଦଙ୍କୁ ଦଳୀୟ କର୍ମୀଙ୍କ ବିରୋଧ । ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ପରାମର୍ଶ । ଅଧିକ ପଢନ୍ତୁ

Atabira election
Atabira election
author img

By ETV Bharat Odisha Team

Published : Apr 6, 2024, 4:36 PM IST

Atabira election

ବରଗଡ: ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀରେ ତେଜୁଛି ପ୍ରାର୍ଥୀ ଚୟନ ବିବାଦ । କିଛି ଦିନ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ନିହାର ମହାନନ୍ଦଙ୍କୁ ପଦ୍ମ ଅତାବିରା ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବିଜେପି ନେତା ତଥା କର୍ମକର୍ତ୍ତା ।

ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ରାଜ୍ୟରେ ନେତାଙ୍କ ଦଳବଦଳ, ଆମଦାନୀ ନେତାଙ୍କୁ ଟିକେଟ ପ୍ରଦାନ ବେଶ ଚର୍ଚ୍ଚାରେ ରହିଛି । ଏହାମଧ୍ୟରେ ପ୍ରମୁଖ ଦଳଗୁଡିକ ପ୍ରାର୍ଥୀ ଚୟନରେ ଦଳଡିଆଁ ନେତାମାନଙ୍କୁ ଅଧିକ ଗୁରୁତ୍ୱ ଦେଖିବାକୁ ମିଳିଛି । ଯାହାକୁ ନେଇ ଦଳୀୟ ନେତା ତଥା ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେପି ପକ୍ଷରୁ ହାତ ଛାଡି ପଦ୍ମ ଧରିଥିବା ନିହାର ମହାନନ୍ଦଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଯାହାକୁ ନେଇ ଦଳୀୟ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ନିରାଶା ଭରିଯାଇଛି । ନେତା ତଥା ସମର୍ଥକମାନେ ଏନେଇ ଅସନ୍ତୋଷ ଜାହିର କରିବା ସହ ଏହାକୁ ଦୃଢ ବିରୋଧ କରିଛନ୍ତି ।

ବରଗଡ ସାମ୍ବାଦିକ ଭବନ ଠାରେ ବିଜେପି ଅସନ୍ତୋଷ ଗୋଷ୍ଠୀ ସାମ୍ବାଦିକ ସମ୍ବିଳନୀ କରି ଅସନ୍ତୋଷ ଜାହିର କରିଛନ୍ତି । ଅସନ୍ତୋଷ ନେତାମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଅତାବିରା ବିଧାନସଭା ଆସନକୁ 2009ରେ ପ୍ରଥମେ କଂଗ୍ରେସ ଦଳ ଅକ୍ତିଆର କରିଥିଲା ଏବଂ ପରବର୍ତ୍ତୀ 2014 ଓ 2019 ନିର୍ବାଚନରେ ଏହି ଆସନକୁ ବିଜେଡି ଦଳ ନିଜ ହାତମୁଠାକୁ ନେଇଛି । ତେବେ ଏହି ଆସନରେ କଂଗ୍ରେସ ଦଳ ଧୀରେ ଧୀରେ ନିଜର ଲୋକ ପ୍ରିୟତା ହରାଇ ବସିଥିବାବେଳେ ବିଜେପି ପ୍ରାର୍ଥୀ ମିଲନ ସେଠ ଦୁଇଥର ଦଳୀୟ ପ୍ରାର୍ଥୀ ହୋଇ ନିଜର ସଙ୍ଗଠନକୁ ଦୃଢ କରି କଂଗ୍ରେସ ଦଳରୁ ଅଧିକ ଲୋକପ୍ରିୟତା ଆଣିପାରିଥିଲେ । ପୂର୍ବରୁ ବିଜେପି ତୃତୀୟ ସ୍ଥାନରେ ରହୁଥିବା ବେଳେ 2019 ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିଲା ।

ଏହାମଧ୍ୟ ପଢନ୍ତୁ.. ରେଢାଖୋଲ ବିଜେପି ପ୍ରାର୍ଥୀଙ୍କୁ ନେଇ କେଁ, ପଦ୍ମ ଛାଡିଲେ ଅନେକ କର୍ମୀ - Rairkhol BJP Conflict

ପୂର୍ବରୁ କଂଗ୍ରେସରୁ ଲଢୁଥିବା ନିହାର ମହାନନ୍ଦ ଅତାବିରାରେ ପୂର୍ବରୁ ମଧ୍ୟ ବିଧାୟକ ହୋଇସାରିଛନ୍ତି । ହେଲେ ନିହାର ମହାନନ୍ଦଙ୍କ ସଂଗଠନ ପୂର୍ବପରି ଅତାବିରାରେ ନଥିବା ବେଳେ ଚଳିତ ନିର୍ବାଚନରେ ବିଜେପି ଏବଂ ବିଜେଡି ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ଅନୁମାନ କରାଯାଉଥିଲା । ଅତାବିରାରେ ବିଜେପିରୁ ଦୁଇଥର ଟିକେଟ ପାଇଥିବା ମିଲନ ସେଠ ଚଳିତ ଥର ମଧ୍ୟ ଟିକେଟ ପାଇବେ ବୋଲି ଅନୁମାନ କରାଯାଉଥିଲା । ସେହିପରି ବିଜେପିରେ ମଧ୍ୟ ଅତାବିରା ଆସନରୁ ଲଢିବା ପାଇଁ ଉର୍କୁଲୁ ତାଣ୍ଡି, ଭରତ ବେହେରା, ସୁନନ୍ଦା ମେହେର ଭଳି ଅନେକ ଦଳୀୟ ନେତା ରହିଥିଲେ । ହେଲେ ଦଳ ଦଳୀୟ ନେତାଙ୍କ ଉପରେ ଭରସା ନକରି ଦଳଡିଆଁ ନେତାଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଶାୟୀ ତଥା ବରଗଡ ବିଜେପି ନେତାମାନେ ।

ଅସନ୍ତୋଷ ଗୋଷ୍ଠୀ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ଅତାବିରାର 80 ପ୍ରତିଶତ ବିଜେପି ସମର୍ଥକ ନିହାର ରଞ୍ଜନ ମହାନନ୍ଦଙ୍କୁ ନାପସନ୍ଦ କରୁଛନ୍ତି । ପ୍ରାର୍ଥୀ ଚୟନ କର୍ତ୍ତା ହଜାର ହଜାର ସମର୍ଥକଙ୍କୁ ନିରାଶ କରିଥିବା କହିଛନ୍ତି ଅସନ୍ତୋଷ ଗୋଷ୍ଠୀ । ତେବେ ଅତାବିରାରେ ଜିତିବାକୁ ଚାହୁଁଥିଲେ ନିଷ୍ପତି ବଦଳାଇବାକୁ ପରାମର୍ଶ ଦେଇଛନ୍ତି ଅସନ୍ତୋଷ ଗୋଷ୍ଠୀ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.