ETV Bharat / politics

ଦାୟିତ୍ବ ନେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଟ୍ରେନସେବାକୁ ସୁଲଭ ଏବଂ ସୁବିଧାଜନକ କରିବା ଉପରେ ଗୁରୁତ୍ବ - Railway Minister Ashwini Vaishnaw

author img

By ETV Bharat Odisha Team

Published : Jun 12, 2024, 7:29 AM IST

Railway Minister Ashwini Vaishnaw: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନିଜର ଦାୟିତ୍ବ ଗ୍ରହଣ କରିଛନ୍ତି । କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ବ ମିଳିଛି । ଅଧିକ ପଢନ୍ତୁ

Railway Minister Ashwini Vaishnaw
Railway Minister Ashwini Vaishnaw (ETV Bharat Odisha)

ଭୁବନେଶ୍ବର: ମଙ୍ଗଳବାର ନିଜର ବିଭାଗୀୟ ଦାୟିତ୍ବ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ 11 ତାରିଖରେ ରେଳ ଭବନରେ ଦାୟିତ୍ବ ଗ୍ରହଣ କରିଛନ୍ତି । ରେଳବାଇକୁ ସୁଲଭ ଏବଂ ପରିବହନର ଏକ ସୁବିଧାଜନକ ମାଧ୍ୟମ କରିବା ପାଇଁ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ରେଳବାଇରେ ଆଧୁନିକୀକରଣ, ନୂତନ ଟ୍ରେନ୍ ଚଳାଚଳ, ଷ୍ଟେସନ୍ ପୁନଃବିକାଶ ଓ ବିଦ୍ୟୁତିକରଣ ପରି ବ୍ୟାପକ ପରିବର୍ତ୍ତନ ହୋଇଛି । ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଜୟ ବର୍ମା ସିହ୍ନାଙ୍କ ସମେତ ରେଳବାଇର ବରିଷ୍ଠ ଅଧିକାରୀମାନେ ତାଙ୍କୁ ରେଳ ଭବନରେ ସ୍ବାଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ମୋଦି ସରକାରଙ୍କ ବିଭାଗ ବଣ୍ଟନ; କାହାକୁ ମିଳିଲା କେଉଁ ବିଭାଗ ? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା - Modi 3 0 Portfolio Allocation

ଦପ୍ତରର କର୍ମଚାରୀ ଏବଂ ରେଳବାଇର ଅନ୍ୟ ଅଧିକାରୀମାନେ ମଧ୍ୟ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ବାଗତ ଜଣାଇଥିଲେ । ତେବେ ଗଣମାଧ୍ୟମକୁ ସମ୍ବୋଧିତ କରି ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଧାର୍ଯ୍ୟ ଦୀର୍ଘମିଆଦି ପରିକଳ୍ପନାକୁ ସାକାର କରିବା ପାଇଁ ତାଙ୍କର ଅତୁଟ ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଥିଲେ । ରେଳବାଇ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ସ୍ବତନ୍ତ୍ର ଭାବନାତ୍ମକ ସମ୍ପର୍କ ରହିଛି । ଭାରତୀୟ ରେଳପଥ ଯେପରି ସାଧାରଣ ଲୋକଙ୍କ ପାଇଁ ସୁଲଭ ଏବଂ ସୁବିଧାଜନକ ପରିବହନ ମାଧ୍ୟମ ହୋଇ ରହିବ ତାହା ସୁନିଶ୍ଚିତ କରିବା ପାଇଁ ମୋତେ ଦାୟିତ୍ବ ଦେଇଛନ୍ତି ବୋଲି କହିଛନ୍ତି ଅଶ୍ଵିନୀ ବୈଷ୍ଣବ ।

୨୦୨୧ ମସିହା ଜୁଲାଇ ୮ ତାରିଖରେ ପ୍ରଥମ ଥର ପାଇଁ ରେଳମନ୍ତ୍ରୀ ହୋଇଥିବା ଅଶ୍ବିନୀ ବୈଷ୍ଣବ ତାଙ୍କର ଦ୍ଵିତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି । ତାଙ୍କ ପୂର୍ବ କାର୍ଯ୍ୟକାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଧାର୍ଯ୍ୟ ଦୂରଦର୍ଶୀ ଏଜେଣ୍ଡା ସହିତ ତାଳଦେଇ ଅନେକ ପରିବର୍ତ୍ତନମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ କାର୍ଯ୍ୟକାରୀ କରିଛନ୍ତି । ଏହି ପଦକ୍ଷେପ ଗୁଡ଼ିକ ମଧ୍ୟରେ ଷ୍ଟେସନ ରୂପାନ୍ତରଣ, ନୂତନ ଟ୍ରେନ୍ ର ପ୍ରଚଳନ, ବ୍ୟାପକ ଷ୍ଟେସନ ପୁନଃବିକାଶ କାର୍ଯ୍ୟକ୍ରମ, ନୂତନ ରେଳ ଲାଇନ କାର୍ଯ୍ୟକ୍ଷମ ଏବଂ ବ୍ୟାପକ ବିଦ୍ୟୁତିକରଣ ପ୍ରୟାସ ସମେତ ରେଳ ଭିତ୍ତିଭୂମିର ଆଧୁନିକୀକରଣ ଏବଂ ପୁନରୁଦ୍ଧାର ଅନ୍ତର୍ଭୁକ୍ତ ଥିଲା ।

ସୂଚନା ଅନୁଯାୟୀ, ଅଶ୍ବିନୀ ବୈଷ୍ଣବ (ଜନ୍ମ ୧୯୭୦) ଓଡ଼ିଶାର ଜଣେ ରାଜ୍ୟସଭା ସଦସ୍ୟ । ସେ ପୂର୍ବତନ ଆଇଏଏସ୍ ଅଧିକାରୀ ଥିବାବେଳେ ସୁନ୍ଦରଗଡ଼, ବାଲେଶ୍ବର ଓ କଟକର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ସେ ଆଇଆଇଟି କାନପୁରରୁ ଟେକ୍ନୋଲୋଜିରେ ସ୍ନାତକୋତ୍ତର ଏବଂ ହ୍ଵାର୍ଟନରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.