ETV Bharat / politics

‘ବିଜେପି 400 ଆସନରେ ଜିତିବ, ନିରାଶ ହୋଇ ମିଥ୍ୟା ଭିଡିଓ ପ୍ରସାରିତ କରୁଛନ୍ତି ବିରୋଧୀ’ - Amit Shah to ETV Bharat - AMIT SHAH TO ETV BHARAT

Amit Shah to ETV Bharat: ମିଥ୍ୟା ଭିଡିଓ ପ୍ରସାରିତ କରୁଛନ୍ତି ବିରୋଧୀ । ଏହା କେବଳ ପରାଜୟର ନିରାଶା । ବିଜେପି 4ଶହ ଆସନ ସହ କ୍ଷମତାକୁ ଆସିବାକୁ ଯାଉଛି । ‘ଇଟିଭି ଭାରତ’କୁ ସାକ୍ଷାତକାରରେ ଶାହଙ୍କ ଦମ୍ଭୋକ୍ତି । ଅଧିକ ପଢନ୍ତୁ

‘ବିଜେପି 4 ଶହ ଆସନରେ ଜିତିବ, ନିରାଶ ହୋଇ ମିଥ୍ୟା ଭିଡିଓ ପ୍ରସାରିତ କରୁଛନ୍ତି ବିରୋଧୀ’

author img

By ETV Bharat Odisha Team

Published : Apr 30, 2024, 7:40 AM IST

Updated : Apr 30, 2024, 9:00 AM IST

‘ବିଜେପି 400 ଆସନରେ ଜିତିବ, ନିରାଶ ହୋଇ ମିଥ୍ୟା ଭିଡିଓ ପ୍ରସାରିତ କରୁଛନ୍ତି ବିରୋଧୀ’

ଗୌହାଟୀ: ବିଜେପି ଏଥର ନିର୍ବାଚନରେ 4ଶହ ଆସନ ସହ ପ୍ରଚଣ୍ଡ ବହୁମତ ହାସଲ କରିବାକୁ ଯାଉଛି । ଏହି ଭୟରେ ବିରୋଧୀ ନିରାଶ ହୋଇଛନ୍ତି । ବିରୋଧୀମାନ ସେମାନଙ୍କ ପରାଜୟ ଜାଣି ସାରିଛନ୍ତି । ତେଣୁ ସେମାନେ ମିଛ ଭିଡିଓ ପ୍ରସାରିତ କରୁଛନ୍ତି । ହେଲେ ଏହା ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଗତକାଲି ଆସାମରେ ଏକ ରୋଡ ସୋ’ ବେଳେ ବିଜେପିର ଅନ୍ୟତମ ଶୀର୍ଷନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ଇଟିଭି ଭାରତ’କୁ ପ୍ରତିକ୍ରିୟାରେ ଏହା କହିଛନ୍ତି ।

ଗତକାଲି ଗୌହଟୀରେ ଏକ ବିଶାଳ ରୋଡ ସୋ’ ଦଳ ପାଇଁ ଭୋଟ ମାଗିଛନ୍ତି ଶାହ । ଏହି ଅବସରରେ ତାଙ୍କ ସହ ଅଧିକ ଆଲୋଚନା କରିଥିଲେ ‘ଇଟିଭି ଭାରତ’ର ସ୍ଥାନୀୟ ପ୍ରତିନିଧି ଅନାମିକା ରତ୍ନା । ଶାହ କହିଛନ୍ତି,‘‘ବିରୋଧୀମାନେ ଉତ୍ତର-ପୂର୍ବର ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ମିଥ୍ୟା ଓ ବିଭ୍ରାନ୍ତିକର ସୂଚନା ପ୍ରସାରିତ କରିବାରେ ଲାଗିଛନ୍ତି । ହେଲେ ସେମାନେ ଏଥିରେ ସଫଳ ହେବେନି । ଭାରତୀୟ ଜନତା ପାର୍ଟି ଏଥର ନିର୍ବାଚନରେ 4ଶହ ଆସନ ସହ ପ୍ରଚଣ୍ଡ ବହୁମତ ହାସଲ କରିବାକୁ ଯାଉଛି ।’’ ଗତକାଲି ଶାହଙ୍କ ରୋଡ ସୋ’ରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ସ୍ଥାନୀୟ ବିଜେପି ପ୍ରାର୍ଥୀ ବିଜୁଳି କଲିତା ମେଢି ମଧ୍ୟ ସାମିଲ ଥିଲେ । ପ୍ରାୟ ଅଢେଇ କି.ମି ଧରି ଶାହ,ବିଶ୍ବଶର୍ମା ଓ ସ୍ଥାନୀୟ ପ୍ରାର୍ଥୀ ଏକ ଗେରୁଆ ରଙ୍ଗର ଖୋଲା ଗାଡିରେ ରୋଡ ସୋ’ କରି ଲୋଲଙ୍କୁ ହାତ ହଲାଇ ସମ୍ବୋଧନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ପ୍ରଜ୍ବଳା ରେଭନ୍ନାଙ୍କ ଅଶ୍ଳୀଳ ଭିଡିଓ ମାମଲା; ମୋଦିଙ୍କ ନିରବତାକୁ ନେଇ ପ୍ରଶ୍ନ କଲେ ପ୍ରିୟଙ୍କା - Prajwal Revanna Sex Scandal

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ବିଜେପି ଏଥର ଏକାକୀ 370ରୁ ଅଧିକ ଆସନ ସହ କେନ୍ଦ୍ରରେ ତୃତୀୟ ପାଳି ଆରମ୍ଭ କରିବା ଲକ୍ଷ୍ୟ ସହ ନିର୍ବାଚନ ଲଢୁଛି । ଦଳର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅନ୍ୟତମ ଚର୍ଚ୍ଚିତ ନେତା ତଥା ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ନିର୍ମଳା ସୀତାରମଣ, ନୀତିନ ଗଡକରୀ ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଦେଶର ବିଭିନ୍ନ ସ୍ଥାନରେ ମାରଥାନ ପ୍ରଚାର ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟକୁ ତୋଫାନି ଗସ୍ତ କରି ନିର୍ବାଚନୀ ସଭାକୁ ସମ୍ବୋଧିତ କରୁଛନ୍ତି । ନିଜ ସରକାରର ସଫଳତା ବଖାଣିବା ସହ ଭାରତକୁ ବର୍ଷ 2047 ସୁଦ୍ଧା ବିକଶିତ ଦେଶରେ ପରିଣତ କରିବା ପାଇଁ ରୋଡମ୍ୟାପ ମଧ୍ୟ ଲୋକଙ୍କ ସାମ୍ନାରେ ରଖୁଛନ୍ତି । ଏହା ସହ ବିରୋଧୀ ଓ କଂଗ୍ରେସ ଉପରେ ବିଭିନ୍ନ ପ୍ରସଙ୍ଗରେ ବର୍ଷିବା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏହାରି ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର 190 ଆସନରେ ମତଦାନ ଶେଷ ହୋଇସାରିଛି । 7ଟି ପର୍ଯ୍ୟାୟରେ ମତଦାନ ଶେଷ ହେବା ପରେ ଜୁନ 4 ତାରିଖରେ ଜନାଦେଶ ପ୍ରକାଶ ପାଇବ । ଯାହା ଉପରେ ସମଗ୍ର ବିଶ୍ବର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 30, 2024, 9:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.