ETV Bharat / politics

ସ୍କାନରରେ ଆମ ଓଡ଼ିଶା ନବୀନ ଓଡ଼ିଶା; ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଟଙ୍କାର ଖୋଳତାଡ଼ ହେବ: ପଞ୍ଚାୟତରାଜ ମନ୍ତ୍ରୀ - Panchayati Raj Minister Rabi Naik

Panchayati Raj Minister Rabi Naik: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଟଙ୍କା ଅନୁଦାନର ଖୋଳତାଡ କରିବ ମୋହନ ସରକାର । ବୁଧବାର ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରୀ ବିମାନବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଏଭଳି କହିଛନ୍ତି । ଅଧିକ ପଢ଼ନ୍ତୁ

Panchayati Raj Minister Rabi Naik
Panchayati Raj Minister Rabi Naik (ETV Bharat Odisha)
author img

By ETV Bharat Odisha Team

Published : Jul 18, 2024, 6:47 AM IST

ଭୁବନେଶ୍ବର: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଟଙ୍କା ଅନୁଦାନର ଖୋଳତାଡ କରିବ ମୋହନ ସରକାର । ଏବେ କାହାକୁ ଛଡ଼ା ଯିବନାହିଁ । ଦୁର୍ନୀତିରେ ଯିଏ ଲିପ୍ତ ଥିବ, ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ବୁଧବାର ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରୀ ବିମାନବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଏଭଳି କହିଛନ୍ତି ।

Panchayati Raj Minister Rabi Naik (ETV Bharat Odisha)

ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, "ପୂର୍ବ ସରକାରରେ ପଞ୍ଚାୟତିରାଜ ବିଭାଗର କାମ ବହୁ ପଛରେ ଅଛି । ବିଜେଡି କେନ୍ଦ୍ର ଯୋଜନାକୁ ଖାମଖିଆଲି ଭବରେ କାମ କରୁଥିବା ଦୃଷ୍ଟିରୁ କାମ ଠିକ୍ ଭାବେ ହୋଇପାରିନାହିଁ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଟଙ୍କା ଅନୁଦାନର ଖୋଳତାଡ କରାଯିବ । କାର୍ଯ୍ୟକାରୀ କରୁଥିଲେ ବ୍ଲକ ଓ DRDO । କିଛି ଯୋଜନା ନଥିଲା । ଜେଇ ମାନଙ୍କ ନାଁରେ କାର୍ଯ୍ୟାଦେଶ ଆସୁଥିଲା । ମନିଟରିଂ କରୁଥିଲା ତୃତୀୟ ମହଲା । ବିଭାଗୀୟ ସଚିବ କିଛି ଜାଣୁ ନଥିଲେ । ରାମଙ୍କ ଭରସାରେ ଚାଲିଥିଲା ଯୋଜନା । କିଏ କରୁଛି, କେତେ କାମ ହୋଇଛି, ତାର କିଛି ରେକର୍ଡ ନଥିଲା ।" ବିଭାଗରେ ଯେତେ ଅନିୟମିତତା ହୋଇଛି ତାର ଖୋଳତାଡ଼ ହେବ ଓ ଲୋକଲୋଚନକୁ ଅଣାଯିବ ବୋଲି ମନ୍ତ୍ରୀ ରବି ନାଏକ ପ୍ରତିକ୍ରିୟାରେ କହିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି (ମଙ୍ଗଳବାର) ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟରେ ଜଳଶକ୍ତି ମନ୍ତ୍ରୀ ସିଆର୍‌ ପାଟିଲଙ୍କ ସହ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ରାଜ୍ୟରେ ଗ୍ରାମାଞ୍ଚଳର ବିକାଶ ସହ ପାନୀୟ ଜଳ ସମସ୍ୟାକୁ ଦୂର କରିବା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସୁଶାସନ ମଡେଲ ମାଧ୍ୟମରେ କାର୍ଯ୍ୟ କରିବା ସହ ଜଳ ଜୀବନ ମିଶନ ଏବଂ ଗ୍ରାମାଞ୍ଚଳରେ ସ୍ବଚ୍ଛ ଭାରତ ଅଭିଯାନକୁ ତ୍ବରାନ୍ବିତ କରିବା ଉପରେ ଉଭୟ ମନ୍ତ୍ରୀ ଆଲୋଚନା କରିଛନ୍ତି । ବୈଠକରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...‘୫ ବର୍ଷ ନୁହେଁ, ୨୫ ବର୍ଷ ଓଡ଼ିଶାରେ ବିଜେପି ଶାସନ କରିବ’ - BJP ROAD MAP FOR ODISHA

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.