ETV Bharat / politics

ଲାଗିଲା ତୁଣ୍ଡି, ଆଉ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିପାରିବେନି ନେତା - Odisha Congress Media Panel

author img

By ETV Bharat Odisha Team

Published : Aug 16, 2024, 5:53 PM IST

Odisha Congress Media Panel: ଏଣିକି ଗଣମାଧ୍ୟମ ସମ୍ମୁଖରେ ସମସ୍ତେ ନେତା ପ୍ରତିକ୍ରିୟା ରଖିପାରିବେନି । AICC ଓଡ଼ିଶା ପାଇଁ ଜାରି କଲା 4 ଜଣିଆ ମିଡିଆ ପ୍ୟାନେଲ । ଅଧିକ ପଢନ୍ତୁ

Odisha Congress Media Panel
Odisha Congress Media Panel (ETV Bharat Odisha)

ଭୁବନେଶ୍ବର: ମୁହଁର ଲାଗିଲା ତୁଣ୍ଡି । ଏଣିକି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିପାରିବେନି ସମସ୍ତ କଂଗ୍ରେସ ନେତା । ଏଣିକି ମାପିଚୁପି କଥା କହିବାକୁ ପଡ଼ିବ । ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି ବା AICC ପକ୍ଷରୁ ଓଡ଼ିଶା ପାଇଁ 4 ଜଣିଆ ମିଡିଆ ପ୍ୟାନେଲ ଗଠନ କରାଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ୪ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

AICC ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି
AICC ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି (@drajoykumar)

ମିଡିଆ ପ୍ୟାନେଲରେ କେଉଁ ନେତା ?

ଏଆଇସିସି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଓଡ଼ିଶା ପାଇଁ ମିଡିଆ ପ୍ୟାନେଲରେ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ପୂର୍ବତନ ବିଧାୟକ ତଥା ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ସନ୍ତୋଷ ସିଂହ ସାଲୁଜା ଏବଂ ଓପିସିସିର ପୂର୍ବତନ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ବ ରଂଜନ ମହାନ୍ତି । ଏହି ୪ ଜଣ ବରିଷ୍ଠ ନେତାଙ୍କୁ ନେଇ ମିଡିଆ ଟିମ ଗଠନ କରିଛି ଏଆଇସିସି ।

ଜୁଲାଇ 21ରେ ଭାଙ୍ଗିଥିଲା ପିସିସିର ସମସ୍ତ କମିଟି:-

ସାଧାରଣ ନିର୍ବାଚନ ଫଳାଫଳ ଆଶାଜନକ ନହେବାରୁ ଜୁଲାଇ 21 ତାରିଖରେ ପିସିସିର ସମସ୍ତ କମିଟି ଗୁଡିକୁ ଭଙ୍ଗ କରିଥିଲା ଏଆଇସିସି । ବେଳେବେଳେ ଦଳୀୟ ପ୍ରତିକ୍ରିୟା ଦେଇ ଦଳକୁ ଅସୁବିଧା ପରିସରକୁ ଟାଣି ନେଉଛନ୍ତି ନେତା । ଆଉ ସାଧାରଣରେ ସମସ୍ତେ ଦଳର କଥା, ଦଳୀୟ ପ୍ରତିକ୍ରିୟା ଦେଇ ପାରିବେନି । ଦଳର ଯେଉଁ କୌଣସି ଗଠନ ମୂଳକ ଅବା ଦଳର ସାଂଗଠନିକ ଖସଡ଼ା, କାର୍ଯ୍ୟକ୍ରମ କେବଳ ଏହି 4 ଜଣିଆ ମିଡିଆ ଟିମ ଗଣମାଧ୍ୟମ ସମ୍ମୁଖରେ ରଖିପାରିବେ ।

ଓଡ଼ିଶା ପ୍ରଦେଶ କଂଗ୍ରେସକୁ ସୁଦୃଢ ପ୍ରୟାସ:-

ଦିଲ୍ଲୀରେ ଏବେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବେ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ବିପକ୍ଷରେ ଲଢ଼େଇକୁ ଜୋରଦାର କରିଛି କଂଗ୍ରେସ । ଇଣ୍ଡିଆ ମେଣ୍ଟର ନେତୃତ୍ବ ନେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେପଟେ ରାଜ୍ୟରେ ଏବେ ବିଜେପି ସରକାର ଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଅଧିକ ସୁଦୃଢ କରି ଏକ ସଶକ୍ତ ବିରୋଧୀ ଦଳ ଭାବେ ଗଢି ତୋଳିବାକୁ ଆରମ୍ଭ ହୋଇଛି ପ୍ରୟାସ । ଗତ ଦୁଇ ଦିନ ହେବ ରାଜ୍ୟ କଂଗ୍ରେସକୁ କ୍ରିୟାଶୀଳ କରିବାକୁ ଏକ ଷ୍ଟିୟରିଙ୍ଗ କମିଟି ଗଠନ କରିଛି AICC । 14 ଜଣିଆ ଏହି କମିଟିରେ ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ବିଶ୍ବ ରଂଜନ ମହାନ୍ତିଙ୍କ ଭଳି ବରିଷ୍ଠ ନେତାମାନେ ସ୍ଥାନ ପାଇଛନ୍ତି ।

25ଦିନର ନୀରବତା ଭଙ୍ଗ ପରେ ଆକ୍ଟିଭ ମୋଡରେ AICC:-

ତେବେ ଦୀର୍ଘ 25 ଦିନର ନୀରବତା ପରେ ଏଆଇସିସି ପକ୍ଷରୁ ଗୋଟିଏ ପରେ ଗୋଟିଏ ଦାୟିତ୍ବ ଘୋଷଣା କରାଯାଉଛି । ପିସିସି ସଭାପତି ଚୟନ ପ୍ରକ୍ରିୟା ଅଧିକ ଗତିଶୀଳ କରିବାକୁ ଷ୍ଟିୟରିଙ୍ଗ କମିଟି ରିପୋର୍ଟ ପ୍ରଦାନ କରିବ । ତା' ପରେ ପିସିସି ସଭାପତି ନାଁରେ ଚୂଡ଼ାନ୍ତ ମୋହର ବାଜିପାରେ । ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସିବେ ପ୍ରଭାରୀ ଡଃ ଅଜୟ କୁମାର । ଅଜୟଙ୍କ ଅଧ୍ୟକ୍ଷତାରେ ବସିପାରେ ଷ୍ଟିୟରିଙ୍ଗ କମିଟି ବୈଠକ । ବୈଠକରେ ଆଗାମୀ ଦିନରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ନେଇ ଖସଡ଼ା ପ୍ରସ୍ତୁତ କରାଯିବ । ଏହି ନେତାମାନଙ୍କ ସମନ୍ବୟରେ ପରବର୍ତ୍ତୀ ପିସିସି ସଭାପତି କାହାକୁ କଲେ ଦଳ ପାଇଁ ଉପଯୋଗୀ ହୋଇପାରିବ, ଦଳର ବୃହତ୍ତର ସ୍ଵାର୍ଥ ପାଇଁ ସହାୟକ ହେବ ସେ ନେଇ ଏଆଇସିସି ମଧ୍ୟ ଆଲୋଚନା କରିବ ବୋଲି ସୂଚନା ମଧ୍ୟ ରହିଛି ।

ଏହା ବି ପଢନ୍ତୁ- କାହାକୁ ଭରସା କରିପାରୁନାହାଁନ୍ତି କଂଗ୍ରେସ ହାଇ କମାଣ୍ଡ ! PCC ନୁହେଁ ପ୍ରଥମେ ଗଠନ ହେଲା ଷ୍ଟିୟରିଙ୍ଗ କମିଟି, ଜାଣନ୍ତୁ କେବେ ପ୍ରଥମ ବୈଠକ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.