ETV Bharat / politics

ତାରା ନୁହେଁଁ; କଂଗ୍ରେସ ବିଧାୟକ ଦଳ ନେତା ହେଲେ କାଡ଼ାମ - Congress Legislature Party Leader

author img

By ETV Bharat Odisha Team

Published : Jul 21, 2024, 3:55 PM IST

Updated : Jul 21, 2024, 9:43 PM IST

Congress Legislature Party Leader: କଂଗ୍ରେସ ବିଧାୟକ ଦଳ ନେତା ହେଲେ ରାମଚନ୍ଦ୍ର କାଡ଼ାମ । କୋରାପୁଟ ଜିଲ୍ଲାର ବରିଷ୍ଠ ଆଦିବାସୀ କଂଗ୍ରେସ ନେତା ରାମଚନ୍ଦ୍ର କାଡ଼ାମଙ୍କୁ ଗୁରୁଦାୟିତ୍ବ । ଅଶୋକ ଦାସଙ୍କୁ ଉପନେତା ଓ ରାଜନ ଏକ୍କାଙ୍କୁ ମିଳିଲା ମୁଖ୍ୟ ସଚେତକ ପଦ । ଅଧିକ ପଢ଼ନ୍ତୁ

Congress Legislature Party Leader
Congress Legislature Party Leader (ETV Bharat Odisha)

ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । କଂଗ୍ରେସ ବିଧାୟକ ଦଳ ନେତା ହେଲେ ରାମଚନ୍ଦ୍ର କାଡ଼ାମ । କୋରାପୁଟ ଜିଲ୍ଲାର ବରିଷ୍ଠ ଆଦିବାସୀ କଂଗ୍ରେସ ନେତା ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି । କଂଗ୍ରେସ ବିଧାୟକ ଦଳ ନେତା ରେସ୍‌ରେ ତାରା ପ୍ରସାଦ ବାହିନୀପତି ଆଗରେ ଥିବା ଚର୍ଚ୍ଚା ଦୀର୍ଘ ଦିନ ଧରି ହେଉଥିଲା । ହେଲେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଏଆଇସିସି ଅଧ୍ୟକ୍ଷ ଖଡ୍‌ଗେ । ବିଧାୟକ ଦଳ ନେତାଙ୍କ ସମେତ ଦଳର ଉପନେତା ଓ ମୁଖ୍ୟ ସଚେତକଙ୍କ ନାଁ ମଧ୍ୟ ଘୋଷଣା କରିଛି ଏଆଇସିସି । ତେବେ ଏହାପରେ ଦଳରେ ଲାଗିରହିଥିବା ନେତୃତ୍ବ ସଙ୍କଟ ଏବେ ଏକପ୍ରକାର ଦୂର ହୋଇପାରେ ବୋଲି କୁହାଯାଉଛି ।

ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା:-

2024 ନିର୍ବାଚନରେ ବିଧାନସଭାକୁ କଂଗ୍ରେସରୁ ନିର୍ବାଚିତ ହୋଇଛନ୍ତି 14 ଜଣ ବିଧାୟକ । ଏମାନଙ୍କ ମଧ୍ୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଜ୍ଞତା ଦୃଷ୍ଟିରୁ ସବୁଠାରୁ ବରିଷ୍ଠ । 5 ଥରର ବିଧାୟକ ତାରା ବାହିନୀପତି ଦଳର ବିଧାୟକ ଦଳ ନେତା ରେସରେ ରହିଥିବା ଚର୍ଚ୍ଚା ହେଉଥିଲା । ହେଲେ ଏକ ଗୋଷ୍ଠୀ ତାରାଙ୍କୁ ବିରୋଧ କରୁଥିବା ମଧ୍ୟ ଆଲୋଚନା ହୋଇଥିଲା । ଏହାରି ଭିତରେ ଆଦିବାସୀ କାର୍ଡ ଖେଳିଛି ଏଆଇସିସି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଦାୟିତ୍ବ ମିଳିଛି । ରାମଚନ୍ଦ୍ର କାଡ଼ାମ 3 ଥର ବିଧାୟକ ହୋଇଥିବା ଅଭିଜ୍ଞତା ରଖିଛନ୍ତି । ଆସନ୍ତାକାଲି ଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାମଚନ୍ଦ୍ରଙ୍କ ନେତୃତ୍ବରେ ଶାସକ ଦଳକୁ ଘେରିବ କଂଗ୍ରେସ ।

ଅଶୋକ ଉପନେତା, ରାଜନ ଏକ୍କା ମୁଖ୍ୟ ସଚେତକ:-

ସେହିଭଳି ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କୁ ବିଧାନସଭାରେ ଦଳର ଉପନେତା ଭାବେ ମିଳିଛି ଗୁରୁଦାୟିତ୍ବ । ଅଶୋକ ଦାସ ଯଦିଓ ବିଧାନସଭାରେ ନବାଗତ, ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଅଭେଦ୍ୟ ଗଡ଼ରେ କଂଗ୍ରେସକୁ ପୁଣିଥରେ ଜିତାଇବାରେ ଅଶୋକ ସଫଳ ହେବାରୁ ତାଙ୍କୁ ବିଧାନସଭାରେ ଏକ ପ୍ରମୁଖ ଦାୟିତ୍ବ ମିଳିଥିବା କୁହାଯାଉଛି । ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବିଧାୟକ ଡଃ ସିଏସ୍‌ ରାଜନ ଏକ୍କାଙ୍କୁ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଭାବେ ଘୋଷଣା କରିଛି ଏଆଇସିସି । ଡଃ ରାଜନ ଏକ୍କା 2019 ପରେ ଦ୍ବିତୀୟ ଥର ପାଇଁ ରାଜଗାଙ୍ଗପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ । ଏହା ପୂର୍ବରୁ ଆଜି ଶେଷ ମୁହୂର୍ତ୍ତରେ ଏଆଇସିସି ପକ୍ଷରୁ କଂଗ୍ରେସ ବିଧାୟକ ଦଳ ନେତା, ଉପନେତା ଏବଂ ମୁଖ୍ୟ ସଚେତକ ଘୋଷଣା କରାଯାଇଛି ।

ତାରାଙ୍କ ଚେର କାଟିଲେ ସପ୍ତଗିରି !

ରାଜ୍ୟ ରାଜନୀତିରେ ଜୟପୁର ବିଧାୟକ ତାରା ବାହିନୀପତି ଏବଂ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜୋର ଧରିଥିବା ଚର୍ଚ୍ଚା ହେଉଛି । ତାରାଙ୍କ ଚେର କାଟିବାରେ ଉଲାକା ସଫଳ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ଦିଲ୍ଲୀ ନେତୃତ୍ବଙ୍କ ସାମ୍ନାରେ ରାମଚନ୍ଦ୍ରଙ୍କ ପାଇଁ ସପ୍ତଗିରିଙ୍କ ଲବି କାମ ଦେଇଛି । ଦଳୀୟ ହାଇକମାଣ୍ଡଙ୍କୁ ସପ୍ତଗିରି ଯେଉଁଭଳି ରାମଚନ୍ଦ୍ରଙ୍କ ସପକ୍ଷରେ ବୁଝାଇଛନ୍ତି, ତାହା ବାସ୍ତବ ରୂପ ନେଇଛି । ରାଜ୍ୟରେ କଂଗ୍ରେସର 14 ଜଣ ବିଧାୟକଙ୍କ ମଧ୍ୟରୁ ସର୍ବାଧିକ 7 ଜଣ ବିଧାୟକ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର । ସଥିପାଇଁ ଜଣେ ଆଦିବାସୀ ନେତାଙ୍କୁ କଂଗ୍ରେସ ଦଳର ନେତୃତ୍ବ ଦେଲେ ଦଳ ଓଡ଼ିଶାରେ ମାଇଲେଜ ପାଇବ ବୋଲି ସପ୍ତଗିରି ଏଆଇସିସିକୁ ବୁଝାଇପାରିଛନ୍ତି । ସେପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜଣେ ଆଗ ଧାଡ଼ିର ନେତା । ସେ 5 ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ହେଲେ ଏହି ଶୀତଳ ଯୁଦ୍ଧରେ ସପ୍ତଗିରି ପାଦେ ଆଗକୁ ଚାଲିଯାଇଥିବା ଆଲୋଚନା ହେଉଛି ।

'କୋଟିଆର ସୁରକ୍ଷା ହେବ ପ୍ରାଥମିକତା':-

କଂଗ୍ରେସ ବିଧାୟକ ଦଳ ନେତା ଭାବରେ ଚୟନ ପରେ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ କହିଛନ୍ତି, "ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଏଆଇସିସି ଅଧ୍ୟକ୍ଷଙ୍କୁ ଧନ୍ୟବାଦ । ରାଜ୍ୟର ଉନ୍ନତି ଏବଂ ଲୋକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଲଢେଇ ଜାରି ରଖିବ । ସମସ୍ତ ବିଧାୟକଙ୍କ ମତ ଅନୁଯାୟୀ ଏଆଇସିସି ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି । କଂଗ୍ରେସ ନେତାଙ୍କ ମଧ୍ୟରେ କୌଣସି ମତାନ୍ତର ନାହିଁ । ଆମେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବୁ । ସବୁ ବିଧାୟକ ଯୋଗ୍ୟ ଅଟନ୍ତି । ଏଆଇସିସି ଯାହା ନାଁ ଘୋଷଣା କରିଥିଲେ ବି ଆମେ ସମସ୍ତେ ମିଶି କାମ କରିଥାନ୍ତୁ । ପିଇବା ପାଣି, ଶିକ୍ଷା, ବେକାରୀ, କୃଷି ସମସ୍ୟାକୁ ନେଇ ଆମେ ବିଧାନସଭାରେ ସରକାରଙ୍କୁ ଘେରିବୁ । କୋଟିଆର ସୁରକ୍ଷା ଆମର ପ୍ରାଥମିକତା ରହିବ ।"

AICC ନିଷ୍ପତ୍ତିକୁ ସ୍ବାଗତ କଲେ ତାରା:-

ସେପଟେ ବିଧାୟକ ଦଳ ନେତା ରେସ୍‌ରେ ପଛରେ ପଡ଼ିଯାଇଥିବା ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏଆଇସିସି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି, "ଏଆଇସିସି ନିଷ୍ପତ୍ତିକୁ ସ୍ବାଗତ କରୁଛି । ରାମଚନ୍ଦ୍ରଙ୍କୁ ଦାୟିତ୍ବ ଦେଇଥିବାରୁ ଧନ୍ୟବାଦ । ଏଆଇସିସି ନିଷ୍ପତ୍ତିକୁ ଗ୍ରହଣ କରିବାକୁ ଆମେ ବାଧ୍ୟ । କଂଗ୍ରେସ ଦଳର ଯିଏ ନେତା ହେବ, ତାର ଯୋଗ୍ୟତା ଦରକାର । ରାମଚନ୍ଦ୍ରଙ୍କର ଯୋଗ୍ୟତା ଅଛି, ତାଙ୍କୁ ଦାୟିତ୍ବ ମିଳିଛି । ମୁଁ ସବୁବେଳେ କଂଗ୍ରେସରେ ଅଛି, କଂଗ୍ରେସ ଦଳକୁ ସହଯୋଗ କରିବି । ଦଳ ବିରୋଧରେ ଯିବାର ନାହିଁ । ଉପରୁ ଯାହା ନିର୍ଦ୍ଦେଶ ଆସିବ, ତାକୁ ଗ୍ରହଣ କରିବୁ । କଂଗ୍ରେସ ଦଳ କାହା ପୈତୃକ ସମ୍ପତ୍ତି ନୁହେଁ । ଗାନ୍ଧୀ ପରିବାର ଆମ ନେତା ।" ତେବେ ରାଜ୍ୟରେ ବହୁ ପ୍ରସଙ୍ଗ ରହିଛି । ଦଳର ସମସ୍ତ ବିଧାୟକ ମିଶି ଓଡ଼ିଶାବାସୀଙ୍କ ପାଇଁ ଲଢ଼େଇ କରିବୁ ବୋଲି କହିଛନ୍ତି ତାରା ।

'ପିସିସି ସଭାପତି ରେସ୍‌ରେ ନାହିଁ':-

ଅନ୍ୟପଟେ ଓଡ଼ିଶା କଂଗ୍ରେସର ସମସ୍ତ କମିଟି ଭଙ୍ଗ କରିଛି ଏଆଇସିସି । ଅର୍ଥାତ ତୃଣମୂଳସ୍ତରରରୁ ଦଳର ନବକଳେବର ହେବ । ନୂଆ ପିସିସି ସଭାପତି ପାଇବ ଓଡ଼ିଶା କଂଗ୍ରେସ । ଏଥିରେ ମଧ୍ୟ ତାରାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ହେଲେ ପିସିସି ସଭାପତି ରେସ୍‌ରେ ନଥିବା ନିଜେ ତାରା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, "ପିସିସି ସଭାପତି ରେସ୍‌ରେ ନାହିଁ । ଦଳ ଯଦି ଦାୟିତ୍ବ ଦେବ, ଗ୍ରହଣ କରିବି ।"

ଏହା ମଧ୍ୟ ପଢ଼ନ୍ତୁ...AICCର ବଡ଼ କାର୍ଯ୍ୟାନୁଷ୍ଠାନ; ଭାଙ୍ଗିଲା ଓଡ଼ିଶା କଂଗ୍ରେସ କମିଟି - Odisha Pradesh Congress Committee

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 21, 2024, 9:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.