ETV Bharat / politics

ସାଧାରଣ ନିର୍ବାଚନ ପାଇଁ ଖଡ୍‌ଗେଙ୍କ ଗୁରୁମନ୍ତ୍ର, କହିଲେ ଲୋକଙ୍କ ପାଖକୁ ଯାଇ ସଂଗଠନ ସୁଦୃଢ କର - Kharge meeting over 2024 Election

AICC President Mallikarjun Kharge: ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ନେତାଙ୍କୁ ଏଆଇସିସି ଅଧ୍ୟକ୍ଷଙ୍କ ଗୁରୁମନ୍ତ୍ର । ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିବାକୁ ଦେଲେ ପରାମର୍ଶ । ଅଧିକ ପଢ଼ନ୍ତୁ

ସାଧାରଣ ନିର୍ବାଚନ ପାଇଁ ଖଡ୍‌ଗେଙ୍କ ଗୁରୁମନ୍ତ୍ର

author img

By ETV Bharat Odisha Team

Published : Jan 29, 2024, 10:40 PM IST

ସାଧାରଣ ନିର୍ବାଚନ ପାଇଁ ଖଡ୍‌ଗେଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ଆଗକୁ ୨୦୨୪ ନିର୍ବାଚନ ଆସୁଥିବା ବେଳେ ଏହା ପୂର୍ବରୁ ଚଳଚଞ୍ଚଳ ହୋଇଛି ଓଡ଼ିଶା କଂଗ୍ରେସ ଶିବିର । ସୋମବାର ଓଡ଼ିଶା ଗସ୍ତରେ ଆସି କର୍ମୀଙ୍କ ମଧ୍ୟରେ ଜୋଶ ଭରିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାତଚିତ ହେବା ପରେ ଏହା ଖଡ୍‌ଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଖଡ୍‌ଗେଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଏହା ପୂର୍ବରୁ ଦଳୀୟ ନେତାଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ଖଡ୍‌ଗେ । ଏହା ସହ ସାଧାରଣ ନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ସୋମବାର ଓଡିଶା ଗସ୍ତରେ ଆସି ପ୍ରଥମେ ଲୋୟର ପିଏମ୍‌ଜି ଠାରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ସାମିଲ ହୋଇଥିଲେ । ଏଠାରେ ବିଜେପି ଓ ବିଜେଡିକୁ କଡ଼ା ଟାର୍ଗେଟ କରିଥିଲେ ଖଡ୍‌ଗେ । ବୈଠକ ପରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ଏଆଇସିସି ଅଧ୍ୟକ୍ଷ । ଦିଲ୍ଲୀ ଫେରିବା ପୂର୍ବରୁ ନେତୃବୃନ୍ଦଙ୍କ ସହ ନିର୍ବାଚନର ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ସମସ୍ତଙ୍କ ସହ ଆଲୋଚନା ପରେ ନେତୃବୃନ୍ଦଙ୍କୁ ଗୁରୁମନ୍ତ୍ର ଦେଇ ଯାଇଛନ୍ତି ଖଡ୍‌ଗେ । କଂଗ୍ରେସ କାର୍ଯ୍ୟାଳୟରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ବେଳେ ଖଡ୍‌ଗେ ରାଜ୍ୟ ନେତୃତ୍ବଙ୍କୁ ଗ୍ରାଉଣ୍ଡକୁ ଯାଅ ଓ ଲୋକଙ୍କ ସାଥିରେ କଥା ହେଇ ସେମାନଙ୍କ ମୌଳିକ ସୁବିଧାକୁ ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଖଡ୍‌ଗେଙ୍କ ଟାର୍ଗେଟ୍‌ରେ ମୋଦି-ନବୀନ, କହିଲେ ପ୍ରେମ ବିବାହ କରିଛନ୍ତି ବିଜେଡି-ବିଜେପି

ଲୋକଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତାରଣାର କଥା କହିବାକୁ ରାଜ୍ୟ ନେତୃତ୍ବଙ୍କୁ କହିଛନ୍ତି ଖଡ୍‌ଗେ । କଂଗ୍ରେସ ଅମଳରେ କଣ ସବୁ ଓଡ଼ିଶାରେ ବିକାଶ ହୋଇଛି ଲୋକଙ୍କୁ କହି ଦଳକୁ ସଂଗଠିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଏହା ସହିତ ଟିକେଟ କଥା ଚିନ୍ତା ନକରିବାକୁ ବି ଦେଇଛନ୍ତି ପରାମର୍ଶ । ନିର୍ବାଚନକୁ ନେଇ ଯିଏ ସଜବାଜ ଓ ପ୍ରସ୍ତୁତି ଭଲ କରିଥିବ, ସେମାନଙ୍କୁ ଟିକେଟ ସୁନିଶ୍ଚିତ ବୋଲି କହିଛନ୍ତି । ଆଉ କେତେକଙ୍କ ଟିକେଟ ସେମାନଙ୍କର ପ୍ରସ୍ତୁତି ଓ ସଂଗଠନର ଦାୟିୟତ୍ବକୁ ନେଇ ଦିଆଯିବ ବୋଲି କହିଛନ୍ତି । ଏହାକୁ ରାଜ୍ୟ ନେତୃବୃନ୍ଦ ମଦ୍ୟ ବେଶ ଗୁରୁତ୍ବର ସହ ନେଇଥିବା ବେଳେ ଆଗାମୀ ଦିନରେ ନିର୍ବାଚନ ମୈଦାମନରେ ନିଜର ସଂଗଠନକୁ ସୁଦୃଢ କରିବାରେ ଓ ଲୋକଙ୍କୁ ଉଭୟ ସରକାରଙ୍କର ସତ ଦେଖାଇବା ପାଇଁ ଲୋକ ସଚେତନତା କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.