ETV Bharat / politics

ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ; ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ୫ଟି ଅଧ୍ୟକ୍ଷ - BJD Media Cell Important Meeting - BJD MEDIA CELL IMPORTANT MEETING

BJD Media Cell Important Meeting: ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଶଙ୍ଖ ଭବନରେ ବିଜେଡି ମିଡିଆ ସେଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ
ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ
author img

By ETV Bharat Odisha Team

Published : Mar 27, 2024, 10:36 PM IST

ଭୁବନେଶ୍ବର: ବିଜେଡି ପକ୍ଷରୁ ଆଜି ଦୁଇଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆଜି ଶଙ୍ଖ ଭବନରେ ବିଜେଡି ମିଡିଆ ସେଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମିଡ଼ିଆ ସେଲକୁ ଅଧିକ କ୍ରିୟାଶୀଳ, ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ବଢାଇବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି । ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

ଆଗାମୀ ନିର୍ବାଚନରେ ବିଜେଡି ମିଡିଆ ସେଲ ଅଧିକ କ୍ରିୟାଶୀଳ ହେବ । ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବ । ଏଥିପାଇଁ କାର୍ଯ୍ୟ କରିବ । ଯାହାକୁ ନେଇ ଆଜି ଶଙ୍ଖଭବନରେ ଅନୁଷ୍ଠିତ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ରଞ୍ଜନ ମଙ୍ଗରାଜଙ୍କର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମିଡିଆ ସେଲର ସଦସ୍ୟମାନେ ଟିଭି ଡିବେଟ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଜନସାଧାରଣଙ୍କ ସାମ୍ନାରେ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ହୋଇଛି । ବୈଠକ ପରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡି ମିଡିଆ ସେଲର ସମସ୍ତ ସଦସ୍ୟ ନବୀନ ନିବାସ ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ଢେଙ୍କାନାଳରୁ ଅବିନାଶ, କଟକରୁ ସଂତୃପ୍ତଙ୍କୁ ଟିକେଟ - BJD Lok Sabha Candidates

ନବୀନ ନିବାସରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଅଧୀନରେ ଆଉ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ନିର୍ବାଚନରେ ମିଡିଆ ସେଲର ସଦସ୍ୟମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପାଣ୍ଡିଆନ କହିଛନ୍ତି । ଏହା ସଙ୍ଗେ ସଙ୍ଗେ ସେମାନଙ୍କୁ ଉପାଦେୟ ପରାମର୍ଶ ଦେଇଛନ୍ତି । ନବୀନ ସରକାରଙ୍କ ଦ୍ୱାରା ନିରନ୍ତର ଭାବେ ବିଗତ ୨୪ ବର୍ଷରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ ଗତ ୫ ବର୍ଷରେ ରାଜ୍ୟର ବିକାଶ ଧାରା ଶିଖର ଛୁଇଁଛି । ଯାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଆପଣମାନଙ୍କର ଦାୟିତ୍ୱ ବୋଲି ପାଣ୍ଡିଆନ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.