ETV Bharat / politics

ବିଜୁ ଯୁବ ଜନତା ଦଳ ଯେକୌଣସି ଜାତୀୟ ଦଳକୁ ହରାଇବାକୁ ସକ୍ଷମ: ବ୍ୟୋମକେଶ - Biju Yuva Janata Dal

author img

By ETV Bharat Odisha Team

Published : Mar 29, 2024, 10:03 PM IST

Biju Yuva Janata Dal: ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ । ସାଧାରଣ ନିର୍ବାଚନରେ ବିଜୁ ଯୁବ ଜନତା ଦଳର ରାଣନୀତି କିଭଳି ହେବ ସେନେଇ ହୋଇଛି ଆଲୋଚନା । ଅଧିକ ପଢ଼ନ୍ତୁ

ବିଜୁ ଯୁବ ଜନତା ଦଳ
ବିଜୁ ଯୁବ ଜନତା ଦଳ
ବିଜୁ ଯୁବ ଜନତା ଦଳ

ଭୁବନେଶ୍ବର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ତତ୍ପର ହୋଇ ଉଠିଛି ବିଜେଡି ଶିବିର । ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଶଙ୍ଖ ଭବନରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟମକେଶ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ 2024 ସାଧାରଣ ନିର୍ବାଚନରେ ବିଜୁ ଯୁବ ଜନତା ଦଳର ରାଣନୀତି କଣ ହେବ, କିଭଳି ଭାବେ ବିରୋଧୀ ଦଳକୁ ମୁକାବିଲା କରାଯିବ ଓ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ ଆଲୋଚନା ହୋଇଛି ।

ତେବେ ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭିସି ଜରିଆରେ ସାମିଲ ହୋଇ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ଉପଲକ୍ଷେ ଉଦବୋଧନ ଦେଇଛନ୍ତି । ଏହାସହ 21 ଲୋକସଭା ଓ 147 ବିଧାନସଭା କ୍ଷେତ୍ରରେ ଦଳ କିପରି ବିପୁଳ ଭୋଟ ବ୍ୟବଧାନରେ ବିଜୟ ହାସଲ କରିବ ସେ ନେଇ ଆଜିର ବୈଠକରେ ଆଲୋଚନା ହୋଇଛି । ଏ ନେଇ ରଣନୀତି ଓ ଖସଡ଼ା ପ୍ରସ୍ତୁତ ହୋଇଛି ।

ଏହି ପ୍ରସ୍ତୁତି ବୈଠକେର ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ ଶିଳ୍ପ ଓ ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟରେ ବ୍ୟପାକ ପରିବର୍ତ୍ତନ ହୋଇଛି । ଯୁବକଙ୍କୁ ସ୍ୱାବଲମ୍ବୀ କରିବା ଲାଗି ବ୍ୟାପକ ସୁଯୋଗ ସୃଷ୍ଟି କରାଯାଇଛି । ଆଗାମୀ 10 ବର୍ଷ ଯୁବକଙ୍କର ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେବେ । ଯୁବକଙ୍କୁ ସ୍ୱାବଲମ୍ବୀ ଓ ଦକ୍ଷତାଶୀଳ କରିବା ପାଇଁ ପଦକ୍ଷେପ ନିଆଯିବ । ପୁନର୍ବାର ବିଜେଡି ସରକାରକୁ ଆସିଲେ ଯୁବକଙ୍କ ପାଇଁ ଏକ ସ୍ୱତନ୍ତ୍ର ବଜେଟ ପ୍ରସ୍ତୁତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବୁ । ଯୁବକଙ୍କ ଅସୁମାରୀ ସ୍ୱପ୍ନ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ବିକଶିତ ଓଡିଶା ଗଠନରେ ପୁରୋଧା ସାଜିବେ ଯୁବକ ।"

ବ୍ୟୋମକେଶ ଏହା ମଧ୍ୟ କହିଛନ୍ତି, "2024 ସାଧାରଣ ନିର୍ବାଚନରେ ବିରୋଧୀ ପ୍ରଥମେ ବିଜୁ ଯୁବ ଜନତା ଦଳ ସହିତ ଲଢ଼ିବେ । ତାପରେ ସେମାନେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ଚିନ୍ତା କରିବେ । ବିଜୁ ଯୁବ ଜନତା ଦଳ ଯେକୌଣସି ଜାତୀୟ ଦଳକୁ ହରାଇବାକୁ ସକ୍ଷମ । ସବୁ ନିର୍ବାଚନ ମାଣ୍ଡଳୀରେ ସଂଗଠନ ରହିଛି । ଆଗାମୀ ନିର୍ବାଚନରେ ବିଜୁ ଯୁବ ଜନତା ଦଳ ନିର୍ଣ୍ଣାୟକ ଭୂମିକା ନେବ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ; ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ୫ଟି ଅଧ୍ୟକ୍ଷ - BJD Media Cell Important Meeting

ସେହିପରି ରାଜ୍ୟସଭା ସାଂସଦ ତଥା ବିଜେଡିର ଯୁବ ନେତା ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ବିଜେଡିର ସେନାବାହିନୀ ହେଉଛି ଯୁବ ଜନତା ଦଳ । ସାଧାରଣ ନିର୍ବାଚନ ପାଇଁ ଆଜି ଯୁବ ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସମସ୍ତଙ୍କୁ ସାମିଲ କରି ନବୀନ ବାବୁଙ୍କୁ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।" ତେବେ ଆଜିର ଏହି ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ଯୁବ ଏବଂ ଛାତ୍ର ବ୍ୟାପାର ପ୍ରଣବ ବଳବନ୍ତରାୟ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.