ETV Bharat / politics

କାହାର ହେବ କଳାହାଣ୍ଡି ଲୋକସଭା ଆସନ ? ବିଜେପିରୁ ମାଳବିକା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର - Kalahandi Lok Sabha Constituency - KALAHANDI LOK SABHA CONSTITUENCY

Kalahandi Lok Sabha Constituency: ଚର୍ଚ୍ଚାରେ ରହିଛି କଳାହାଣ୍ଡି ଲୋକସଭା ଆସନ । ବିଜେପି ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି । ବିଜେଡି ଓ କଂଗ୍ରେସ ଏଠାରୁ କାହାକୁ ପ୍ରାର୍ଥୀ କରିବେ ଏବଂ କିଏ ଏହି ଆସନ ଅକ୍ତିଆର କରିବ ତାଙ୍କୁ ନେଇ ଚର୍ଚ୍ଚା । ଅଧିକ ପଢ଼ନ୍ତୁ

କଳାହାଣ୍ଡି ଲୋକସଭା ଆସନ
କଳାହାଣ୍ଡି ଲୋକସଭା ଆସନ
author img

By ETV Bharat Odisha Team

Published : Mar 25, 2024, 8:33 PM IST

Updated : Mar 26, 2024, 2:41 PM IST

କଳାହାଣ୍ଡି ଲୋକସଭା ଆସନ

ଭବାନୀପାଟଣା: ନିର୍ବାଚନୀ ବିଗୁଲ ବାଜିବା ପରେ ସରଗରମ ରାଜନୀତି ପାଣିପାଗ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜୋରଦାର ଉତ୍ସାହ । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନେତାଙ୍କ ବୈଠକ ଆରମ୍ଭ ହୋଇଗଲାଣି । ଏହାରି ଭିତରେ ଚର୍ଚ୍ଚାରେ ରହିଛି କଳାହାଣ୍ଡି ଲୋକସଭା ଆସନ । ଏହି ଆସନ ପାଇଁ ବିଜେପି ଖେଳିଛି ମହିଳା କାର୍ଡ । କଳାହାଣ୍ଡି ଲୋକସଭା କ୍ଷେତ୍ରରୁ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟୀ । ସେପଟେ ବିଜେଡି ଓ କଂଗ୍ରେସ କାହାକୁ ଏଠାରୁ ପ୍ରାର୍ଥୀ କରିବେ ଏବେ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।

ତେବେ ରାଜ୍ୟର ଏକ ପ୍ରମୁଖ ଲୋକସଭା କ୍ଷେତ୍ର ଭାବରେ କଳାହାଣ୍ଡି ଲୋକସଭା ଆସନ ପରିଚିତ । ଗତ ନିର୍ବାଚନରେ ଏଠାରୁ 3 ଟାଣୁଆ ନେତା ପ୍ରତିଦ୍ବନ୍ଦୀତା କରିଥିଲେ । ବିଜେପିର ବସନ୍ତ ପଣ୍ଡା ସମୁଦାୟ ୪ ଲକ୍ଷ ୩୩ ହଜାର ୭୪ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ ୪ ଲକ୍ଷ ୬ ହଜାର ୨୬୦ ଖଣ୍ଡ ଭୋଟ ପାଇଥିଲେ ଏବଂ କଂଗ୍ରେସ ନେତା ଭକ୍ତ ଚରଣ ଦାସ ୩ ଲକ୍ଷ ୧୯ ହଜାର ୨୦୨ଟି ଭୋଟ ପାଇ ପରାଜୟ ହୋଇଥିଲେ । ହେଲେ ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ବସନ୍ତଙ୍କ ବଦଳରେ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କ କେଶରୀଙ୍କ ପତ୍ନୀ ମାଳବିକା କେଶରୀଙ୍କୁ ଭରସା କରି ଟିକେଟ ଦେଇଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...କଳାହାଣ୍ଡିରେ ମହିଳା କାର୍ଡ ଖେଳିଲା ବିଜେପି, ବସନ୍ତଙ୍କ ବଦଳରେ ପ୍ରାର୍ଥୀ ହେଲେ ମାଳବିକା - LOK SABHA ELECTIONS

ସେପଟେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସରୁ କିଏ ପ୍ରତିଦ୍ବନ୍ଦୀତା କରିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ବିଜେଡି ପକ୍ଷରୁ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପ୍ରତିବଦଳରେ ନବୀନ ନୂଆ ଚେହେରାକୁ ମୈଦାନକୁ ଓହ୍ଲାଇ ପାରନ୍ତି ବୋଲି ଆଲୋଚନା ହେଉଛି । ସେହିପରି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଦୁଇ ଦୁଇ ଥର ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ଭକ୍ତ ଦାସ ବିଧାନସଭା ଆସନରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଚଳିତ ନିର୍ବାଚନରେ କଂଗ୍ରେସ ଆଦିବାସୀ ମହିଳାଙ୍କୁ ଲୋକସଭା ଆସନରୁ ପ୍ରାର୍ଥୀ କରିବା ନେଇ ମଧ୍ୟ ଆଲୋଚନା ହେଉଛି । ଏସବୁ ଭିତରେ ରାଜନୈତିକ ଦଳଙ୍କ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ଶୀର୍ଷ ନେତୃତ୍ୱଙ୍କ ପାଇଁ ବଡ ଆହ୍ୱାନ ଭାବରେ ଉଭା ହୋଇଛି । ତେବେ ବିଜେଡି ଓ କଂଗ୍ରେସ ଏଠାରୁ କାହାକୁ ପ୍ରାର୍ଥୀ କରୁଛନ୍ତି ଏବଂ କିଏ ଏହି ଆସନ ଅକ୍ତିଆର କରିବ ଏବେ ତାହା ଉପରେ ନଜର ।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 26, 2024, 2:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.