ETV Bharat / politics

ଦିଦିଙ୍କୁ ମନେଇବାରେ ଫେଲ ମାରିଲା କଂଗ୍ରେସ, ବରହମପୁରରୁ ଅଧୀରଙ୍କ ବିରୋଧରେ ଲଢିବେ ୟୁସୁଫ୍‌

author img

By ETV Bharat Odisha Team

Published : Mar 10, 2024, 8:25 PM IST

Adhir Chowdhury vs Yusuf Pathan from Bengal: ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଦିଦିଙ୍କୁ ମନେଇ ପାରିଲାନି କଂଗ୍ରେସ । ବଙ୍ଗ ପିସିସି ସଭାପତି ଅଧୀର ରଞ୍ଜନ ଚୌଧୁରୀଙ୍କ ବିରୋଧରେ ଲଢିବେ ୟୁସୁଫ୍‌ ପଠାନ । ଅଧିକ ପଢନ୍ତୁ

ଦିଦିଙ୍କୁ ମନେଇବାରେ କଂଗ୍ରେସ ଫେଲ, ବରହମପୁରରୁ ଅଧୀରଙ୍କ ବିରୋଧରେ ୟୁସୁଫ୍‌
ଦିଦିଙ୍କୁ ମନେଇବାରେ କଂଗ୍ରେସ ଫେଲ, ବରହମପୁରରୁ ଅଧୀରଙ୍କ ବିରୋଧରେ ୟୁସୁଫ୍‌ଦିଦିଙ୍କୁ ମନେଇବାରେ କଂଗ୍ରେସ ଫେଲ, ବରହମପୁରରୁ ଅଧୀରଙ୍କ ବିରୋଧରେ ୟୁସୁଫ୍‌

ହାଇଦ୍ରାବାଦ: ନିର୍ବାଚନ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟକା ଦେଲେ ମମତା ବାନାର୍ଜୀ । ମେଣ୍ଟର ନେତୃତ୍ବ ନେଉଥିବା କଂଗ୍ରେସ ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଆସନ ବୁଝାମଣା ଦ୍ବନ୍ଦ୍ବ ଦୂର କରିବାରେ ସଫଳ ହୋଇଥିଲେ ସୁଦ୍ଧା ପଶ୍ଚିମବଙ୍ଗରେ ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ସେପିରି କିଛି ସଫଳତା ହାସଲ କରିପାରିନି । ଦୀର୍ଘ ଦିନର ଉଦ୍ୟମ ପରେ ମଧ୍ୟ ମମତାଙ୍କୁ ମେଣ୍ଟରେ ବାନ୍ଧି ରଖିବାରେ କଂଗ୍ରେସ ସଫଳ ହୋଇପାରିନି । ପୂର୍ବରୁ ରାଜ୍ୟରେ ଏକାକୀ ଲଢିବାର ଚେତାବନୀ ଦେଇଥିବା ମମତା ଆଜି ମାତ୍ର ଗୋଟିଏ ଥରରେ ରାଜ୍ୟର ସମସ୍ତ 42 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଓ ଏହାର ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟକା ଦେଇଛନ୍ତି ।

ଦୁଇ ଦଳ ମଧ୍ୟରେ ମେଣ୍ଟ ଓ ଆସନ ବୁଝାମଣା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନଙ୍କ ଚୌଧୁରୀଙ୍କ ଭୂମିକା ସାମ୍ନାକୁ ଆସିଥିଲା । ଅଧୀରଙ୍କ ଯୋଗୁ ଆସନ ବୁଝାମଣା ଅଟକି ରହିଥିବା ଓ ଦ୍ବନ୍ଦ୍ବ ମଧ୍ୟକୁ ଠେଲି ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ଦିନ ଧରି ଉଭୟ ଦଳ ମଧ୍ୟରେ ଏହି ଆଲୋଚନା ଗୋପନୀୟ ଭାବେ ଚାଲିଥିଲେ ସୁଦ୍ଧା ଏହା ଫଳପ୍ରଦ ନିଷ୍କର୍ଷରେ ପହଞ୍ଚି ପାରିଲାନାହିଁ । ଆଜି ଟିଏମସି ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପିସିସି ସଭାପତି ଅଧୀରଙ୍କ ପାରମ୍ପରିକ ଆସନ ବରହମପୁରରୁ ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନରୁ ଏବେ ଅଧୀର ସାଂସଦ ରହିଛନ୍ତି ।

କଂଗ୍ରେସ ଏପର୍ଯ୍ୟନ୍ତ ଟିକେଟ ଘୋଷଣା କରିନଥିଲେ ସୁଦ୍ଧା ଅଧୀର ରଞ୍ଜନ ଚୌଧୁରୀ ପୁଣିଥରେ ବରହମପୁରରୁ ଲଢିବା ଏକପ୍ରକାର ସ୍ପଷ୍ଟ । ତେବେ ଏହି ଆସନରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ୟୁସୁଫଙ୍କ ସହ ତାଙ୍କର ସିଧା ଲଢେଇ ହେବ । ତେବେ ରାଜନୀତିରେ ନବାଗତ ହୋଇଥିବା ୟୁସୁଫ ଜଣେ ସଫଳ ଅନ୍ତର୍ଜାତୀୟ କ୍ରିକେଟର ଓ ସେ ପୂର୍ବରୁ ଭାରତୀୟ ଟିମକୁ ପ୍ରତିନିଧିତ୍ବ କରିସାରିଛନ୍ତି । ସେହି ଦୃଷ୍ଟିରୁ ରାଜ୍ୟରେ ତାଙ୍କର ଲୋକପ୍ରିୟତା ମଧ୍ୟ ରହିଛି । ତେଣୁ ଏହି ଆସନରେ ନିଜ ନବାଗତ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ବିଜୟୀ ହେବା ରାଜନୀତିରେ ବେଶ ଅନୁଭବୀ ଅଧୀରଙ୍କ ପାଇଁ ଏତେ ସହଜ ହୋଇନପାରେ ବୋଲି ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି ।

ଏହା ମଧ୍ୟ ପଢନ୍ତୁ:- 42 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲେ ଦିଦି: ୟୁସୁଫ ଓ ରଚନାଙ୍କୁ ଟିକେଟ, ନୁସରତ ଆଉଟ୍‌

ମମତା ପୂର୍ବରୁ କଂଗ୍ରେସକୁ ମାତ୍ର ଦୁଇଟି ଆସନ ଛାଡିବା ପାଇଁ ରାଜି ହୋଇଥିଲେ । ହେଲେ କଂଗ୍ରେସ ଏଥିରେ ସହମତି ପ୍ରକାଶ ନକରିବା ପରେ ଦୁଇ ପାର୍ଟି ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହା ପରେ ମମତା ସିଧା କଂଗ୍ରେସ ଉପରେ ଆକ୍ରମଣ କରିଥିଲେ । ରାଜ୍ୟରେ ଏକାକୀ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ ଘୋଷଣା କରି ‘ଇଣ୍ଡିଆ’ ମେଣ୍ଟର କନ୍ଦଳକୁ ପଦାରେ ପକାଇ ବିରୋଧୀଙ୍କ ସମାଲୋଚନାର ଅବସର ଦେଇଥିଲେ ଦିଦି । ଦିଦିଙ୍କ ନାଲିଆଖିରେ କଂଗ୍ରେସ ବ୍ୟାକଫୁଟକୁ ଚାଲିଯାଇଥିଲା ।

ମମତାଙ୍କ ବିନା ‘ଇଣ୍ଡିଆ’ ମେଣ୍ଟ ସମ୍ଭବ ନୁହେଁ ବୋଲି କହି ଦଳ ସେତେବେଳେ ଦିଦିଙ୍କ କ୍ରୋଧ ଶାନ୍ତ କରିବାକୁ ସମସ୍ତ ପ୍ରୟାସ କରିଥିଲା । ହେଲେ ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ମମତାଙ୍କୁ ବୁଝାଇବାରେ କଂଗ୍ରସ ସଫଳ ହୋଇନି । ମେଣ୍ଟ ମାଧ୍ୟମରେ ମୋଦି ହାଓ୍ବା ବିରୋଧରେ ଲଢିବାକୁ ବିରୋଧୀଙ୍କ ନେତୃତ୍ବ ନେଇଥିବା କଂଗ୍ରେସକୁ ଦିଦିଙ୍କ କ୍ୟାମ୍ପରୁ ଆଜି ବଡ ଝଟକା ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.