ETV Bharat / politics

ବରଗଡ଼ରେ ମେନିଫେଷ୍ଟୋ ଘୋଷଣା କଲା ଆମ ଆଦମୀ ପାର୍ଟି - Aam Aadmi Party Manifesto - AAM AADMI PARTY MANIFESTO

Aam Aadmi Party Releases Manifesto: ବରଗଡ଼ରେ ଇସ୍ତାହାର ଘୋଷଣା କରିଛି ଆମ ଆଦମୀ ପାର୍ଟି (ଆପ୍‌) । କ'ଣ ରହିଛି ଆପର ଇସ୍ତାହାର ?

ବରଗଡ଼ରେ ମେନିଫେଷ୍ଟୋ ଘୋଷଣା କଲା ଆମ ଆଦମୀ ପାର୍ଟି
ବରଗଡ଼ରେ ମେନିଫେଷ୍ଟୋ ଘୋଷଣା କଲା ଆମ ଆଦମୀ ପାର୍ଟି (Etv Bharat Odisha)
author img

By ETV Bharat Odisha Team

Published : May 7, 2024, 6:47 AM IST

ବରଗଡ଼ରେ ମେନିଫେଷ୍ଟୋ ଘୋଷଣା କଲା ଆମ ଆଦମୀ ପାର୍ଟି (Etv Bharat Odisha)

ବରଗଡ଼: ମେ' 20 ତାରିଖ, ରାଜ୍ୟରେ 2ୟ ପର୍ଯ୍ୟୟ ନିର୍ବାଚନ ହେବାକୁ ଥିବାବେଳେ ବରଗଡ଼ରେ ହେବ ମତଦାନ । ଏନେଇ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମସ୍ତ ଦଳ ମୈଦାନକୁ ଓହ୍ଲାଇ ନିଜ ନିଜ ପ୍ରଚାରକୁ ଜୋରଦାର କରୁଛନ୍ତି । ଏହାରି ଭତରେ ପ୍ରଥମ ଥର ପାଇଁ ବରଗଡ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି ଆମ ଆଦମୀ ପାର୍ଟି (ଆପ୍‌) । ଏହା ସହ ଆପ୍‌ ପ୍ରାର୍ଥୀ ମଧ୍ୟ ଅନ୍ୟ ଦଳୀୟ ପ୍ରାର୍ଥୀଙ୍କ ପରି ନିର୍ବାଚନୀ ଲଢେଇରେ ସାମିଲ ହୋଇ ପ୍ରଚାର ଜାରି ରଖିଛନ୍ତି । ସେପଟେ ନିର୍ବାଚନ ପାଇଁ ବରଗଡ଼ ମେନିଫେଷ୍ଟୋ ଘୋଷଣା କରିଛି ଆମ ଆଦମୀ ପାର୍ଟି ।

ତେବେ ବରଗଡ ବିଧାନସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ସହ ଲଢେଇ କରିବାକୁ ଆମ ଆଦମୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବରେ ବରଗଡ଼ର ଜଣେ ଯୁବ ଡାକ୍ତର ଆଶିଷ ଶତପଥିଙ୍କୁ ଟିକେଟ ଦେଇ ନିର୍ବାଚନୀ ରେସ୍‌ରେ ସାମିଲ ହୋଇଛି । ବିଜେପି ଦଳ ଓ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ବରଗଡ ଆସନରେ ବିଜୟୀ ହେଲେ କ'ଣ କ'ଣ ସବୁ ବିକାଶ ମୂଳକ କାମ ହାତକୁ ନେବେ ସେନେଇ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିବା ବେଳେ ଆପ୍‌ ପ୍ରାର୍ଥୀ ଆଶିଷ ମଧ୍ୟ ଏକ ସାମ୍ବାଦିକ ସମ୍ବିଳନୀରେ ପାର୍ଟି ତରଫରୁ ନିର୍ବାଚନୀ ଇସ୍ତାହାର ବିଷୟରେ ପ୍ରକାଶ କରିଛନ୍ତି ।

ସ୍ଥାନୀୟ ଗଣପତି ହୋଟେଲ ଠାରେ ଆମ ଆଦମୀ ପାର୍ଟି ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ବିଳନୀରେ ବିଧାୟକ ପ୍ରାର୍ଥୀ ଡ଼ା ଆଶିଷ ଶତପଥି କହିଛନ୍ତି, "ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ସହିତ ୨୦୦ ୟୁନିଟ ବିଜୁଳି ଫ୍ରି, ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି , ଶିଳ୍ପ ସଂସ୍ଥାର ପୁନଃରୁଦ୍ଧାର ଓ ନିଯୁକ୍ତି ଉପରେ ମୋର ପ୍ରାଥମିକତା ରହିବ । ଦିନେ ଶିଳ୍ପ ନଗରୀ କୁହାଯାଉଥିବା ବରଗଡ ଜିଲ୍ଲା ଆଜି ଶିଳ୍ପ ନଗରୀର ମାନ୍ୟତା ହରାଇଛି । ଚିନିକଳ, ସୂତାକଳ, ରାମନଗର ପାୱାର ଲୂମ, ସାରକାରଖାନା, ସଲଭେଣ୍ଟ ପ୍ଲାନ ସମସ୍ତ ଶିଳ୍ପ ଗୁଡିକୁ ବନ୍ଦ କରିଦିଆଯାଇଛି । ଯାହା ଦ୍ୱାରା ସ୍ଥାନୀୟ ନିଯୁକ୍ତି ବନ୍ଦ ହେଇଯାଇଛି ଓ ବରଗଡରେ ବେକାରି ସମସ୍ୟା ବଢିବାରେ ଲାଗିଛି । ଏହି ସବୁ ପ୍ରସଙ୍ଗକୁ ଭିତ୍ତି କରି ଆମ୍ ଆଦମୀ ପାର୍ଟି ଆସନ୍ତା ନିର୍ବାଚନ ସାମ୍ନା କରିବ ।"

ଏହା ମଧ୍ୟ ପଢ଼ନ୍ତୁ...ବରଗଡ଼ରେ ନାମାଙ୍କନ ଭରିଲେ ଆପ୍ ପ୍ରାର୍ଥୀ, ଝାଡୁ ଧରି ସଫେଇ ଶୋଭାଯାତ୍ରା କଲେ ସମର୍ଥକ - AAP Candidate Nomination

ତେବେ ଆଜିର ସାମ୍ବାଦିକ ସମ୍ବିଳନୀରେ ବରଗଡ ଆମ ଆଦମି ପାର୍ଟିର ପ୍ରକାଶ ପାଇଥିବା ନିର୍ବାଚନୀ ଇସ୍ତାହାରରେ ଉନ୍ନତ ମାନର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସହ ୨୦୦ ୟୁନିଟ ଫ୍ରି ବିଜୁଳି ପ୍ରଦାନ, ସ୍ଥାନୀୟ ଯୁବକ ଯୁତୀଙ୍କୁ ନିଯୁକ୍ତି ପ୍ରଦାନ କରି ବେକାରୀ ସମାସ୍ୟା ଦୂର କରିବା, ଚାଷୀ, ମହିଳା ଓ ଶ୍ରମିକମାନଙ୍କ ସମସ୍ୟାର ସମାଧାନ ଆଦି ରହିଛି । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲା ଆବାହକ ଭବାନୀ ସାହୁ, ସ୍ୱରୂପ ଭୋଇ, ଅବିନାଶ ବାଗ, ଅସିତ ସାହୁ, ମାରିୟମ ବାର୍ଲା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.