ETV Bharat / politics

ଢେଙ୍କାନାଳରେ ଷଷ୍ଠ ଦିନରେ ନାମାଙ୍କନ ଭରିଲେ 7 ସ୍ବାଧୀନ ପ୍ରାର୍ଥୀ - MLA Candidates file nomination - MLA CANDIDATES FILE NOMINATION

Odisha Assembly Election 2024: ଆଜି ଢେଙ୍କାନାଳ ଲୋକସଭା ଆସନ ଅଧିନରେ ଥିବା 4 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 7 ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜାଣନ୍ତୁ କିଏ ।

Odisha Assembly Election 2024
Odisha Assembly Election 2024 (Etv Bharat Odisha)
author img

By ETV Bharat Odisha Team

Published : May 4, 2024, 9:12 PM IST

Odisha Assembly Election 2024 (Etv Bharat Odisha)

ଢେଙ୍କାନାଳ: ଆଜି ନାମାଙ୍କନ ଦାଖଲର ଷଷ୍ଠ ଦିନ । ତେବେ ଆଜି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ 7 ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଢେଙ୍କାନାଳ ବିଧାନସଭା ଆସନ ପାଇଁ ୨ଜଣ, ହିନ୍ଦୋଳ ପାଇଁ ଜଣେ, କାମାକ୍ଷାନଗର ବିଧାନସଭା ପାଇଁ ୨ ଜଣ ଓ ପରଜଙ୍ଗ ବିଧାନସଭା ଆସନ ପାଇଁ ୨ଜଣ ନାମାଙ୍କନ ଭରିଥିବା ଜଣାପଡ଼ିଛି।

ଏହି ସ୍ୱାଧୀନ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶରତ ଚନ୍ଦ୍ର ନାୟକ । ଶରତ କାମାକ୍ଷାନଗର ବିଧାନଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଶରତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣର ଅତିରିକ୍ତ ସଚିବ ପଦବୀରୁ ଅବସର ନେଇଥିବା ଜଣାପଡିଛି । ସେ ୧୯୮୪ ବ୍ୟାଚର ଓଡିଶା ପ୍ରଶାସନିକ ସେବା ଅଧିକାରୀ । ସେ ରାଜ୍ୟର ବିଭିନ୍ନ ପ୍ରଶାସନିକ ସେବା ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଅବସ୍ଥାନ ହୋଇ ତାଙ୍କ ଦାୟିତ୍ବ ସୂଚାରୁ ରୂପେ ତୁଲାଇଥିବା ଜଣାପଡିଛି । ପରେ ସେ ଖୋର୍ଦ୍ଧାର ଉପଜିଲ୍ଲାପାଳ ମଧ୍ୟ ଥିଲେ । ୨୦୧୪ ମସିହାରେ ଭାରତୀୟ ପ୍ରଶାସନିକ ସେବା ବା ଆଇଏସକୁ ପଦୋନ୍ନତି ପାଇ ୨୦୨୦ ମସିହାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବରେ ରହି ଅବସର ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ଗୋପାଳପୁରରେ ଜମୁଛି ବିଜେଡିର ପ୍ରଚାର, ଦଳୀୟ ନେତୃବୃନ୍ଦ ଓ କର୍ମୀଙ୍କୁ ନେଇ ମୈଦାନରେ ବିକ୍ରମ ପଣ୍ଡା - BJD CANDIDATE BIKRAM PANDA

ଚଳିତ ୨୦୨୪ ନିର୍ବାଚନରେ କାମାକ୍ଷାନଗର ବିଧାନସଭା ଆସନ ଅଣ ସଂରକ୍ଷିତ ରହିଥିଲେ ମଧ୍ୟ ଶରତ ନାୟକ ସ୍ବାଧୀନ ଭାବେ ଶବର ସମ୍ପ୍ରଦାୟରୁ ନାମାଙ୍କନ ପତ୍ର ଦାଖଲକରିଥିବା ଜଣାପଡିଛି । ରାଜନୀତି ମାଧ୍ୟମରେ ସେ ସମାଜ ସେବା ପାଇଁ ରାଜନୀତିରେ ଯୋଗ ଦେଇଥିବା କହିଛନ୍ତି । ରାଜନୈତିକ କ୍ଷେତ୍ରରେ ସଚେତନର ଅଭାବକୁ ପୂରଣ କରିବା ପାଇଁ ସେ ଭୋଟରଙ୍କୁ ସଚେତନ କରାଇବା ସହିତ ଭୋଟ ହାତେଇବେ ବୋଲି କହିଛନ୍ତି । ସେହିପରି ଭୁବନ ଅଞ୍ଚଳର ତୁଳସୀ ସାହୁ ନାମକ ଜଣେ ମହିଳା ମଧ୍ୟ ଆଜି କାମାକ୍ଷାନଗର ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉଭୟେ କମାକ୍ଷାନଗର ଉପଜିଲ୍ଲାପାଳଙ୍କ ପାଖରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

ସେହିଭଳି ପରଜଙ୍ଗ ବିଧାନସଭା ଆସନ ପାଇଁ ୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଗଇଲୋ ଗ୍ରାମର ଅଜୟ ବିଶ୍ୱାଳ ଓ ବାରିହାପୁର ଗ୍ରାମର ହିମାଂସୁ ବାରିକ ନାମକ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀଙ୍କ ପାଖରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ଭୋଟ ହାତେଇବେ ବୋଲି ଲକ୍ଷ ରଖିଛନ୍ତି ସ୍ବାଧୀନ ପ୍ରାର୍ଥୀ ।

ସେହିପରି ଢେଙ୍କାନାଳ ବିଧାନସଭା ଆସନ ପାଇଁ ବିକାଶ ନାୟକ ଓ ଉତ୍ତମ ସାହୁ ନାମକ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ତାଙ୍କର ନାମାଙ୍କନ ଭରିଛନ୍ତି । ଏହି ଅବସରରେ ବିକାଶ ତାଙ୍କର ସମର୍ଥକ ମାନଙ୍କ ସହିତ ଏକ ଶୋଭାଯାତ୍ରାରେ ଯାଇ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ପାଖରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉତ୍ତମ ତାଙ୍କର ତିନିଜଣ ସମର୍ଥକଙ୍କ ସହିତ ଯାଇ ନାମାଙ୍କନ ଭରିଛନ୍ତି । ସେପଟେ ହିନ୍ଦୋଳ ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ କୈଳାଶ ଚନ୍ଦ୍ର ନାୟକ ନାମକ ଜଣେ ସ୍ୱାଧୀନ ପ୍ରାର୍ଥୀ ତାଙ୍କର ନାମାଙ୍କନ ପତ୍ର ହିନ୍ଦୋଳ ଉପଜିଲ୍ଲାପାଳଙ୍କ ପାଖରେ ଦାଖଲ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.