ETV Bharat / politics

ଜଗତସିଂହପୁରରେ ନାମାଙ୍କନ ଭରିଲେ 6 ସ୍ବାଧୀନ ପ୍ରାର୍ଥୀ, ମୈଦାନକୁ ଓହ୍ଲାଇଲା ନବ ନିର୍ମାଣ କୃଷକ ସଙ୍ଗଠନ - MLA Candidates File Nomination

author img

By ETV Bharat Odisha Team

Published : May 8, 2024, 10:40 PM IST

Odisha Assembly Election 2024: ଆଜି ଜଗତସିଂହପୁର ଜିଲ୍ଲାରେ 6 ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜାଣନ୍ତୁ କିଏ

Odisha Assembly Election 2024
Odisha Assembly Election 2024 (ETV Bharat Odisha)

ଜଗତସିଂହପୁର: ପାଖେଇ ଆସୁଛି ନିର୍ବାଚନ । ନିର୍ବାଚନକୁ ନେଇ ରାଜ୍ୟ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଅନ୍ୟପଟେ ରାଜନୈତିକର ଦଳର କର୍ମକର୍ତ୍ତା ତଥା ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଛି । ତେବେ ଗତକାଲି (ମଙ୍ଗଳବାର) ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇ ସାରିଛି । ମେ 14 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିବା ବେଳେ ମେ 15 ତାରିଖରେ ନାମାଙ୍କନ ଯାଞ୍ଚ 17 ତାରିଖରେ ନାମାଙ୍କନ ପ୍ରତ୍ୟାହାର ରହିଛି । ତେବେ ସେହିକ୍ରମରେ ଜଗତସିଂହପୁର ଜିଲ୍ଲାରେ ଆଜି ଦ୍ୱିତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ନାମାଙ୍କନ ପତ୍ର ଦାଖଲର ଦ୍ୱିତୀୟ ଦିନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ 6 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଗତସିଂହପୁର ବିଧାନସଭା ଆସନରୁ ବହୁଜନ ସମାଜବାଦୀ ପାର୍ଟିର ପ୍ରାର୍ଥୀ କୈଳାସ ଚନ୍ଦ୍ର ମଲିକ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ପାରାଦ୍ୱୀପ ବିଧାନସଭା ଆସନ ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନର ନେତା ଉମାକାନ୍ତ ଭାରତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ବାଲିକୁଦା ବିଧାନସଭା ଆସନ ପାଇଁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ବରଦା ପ୍ରସନ୍ନ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ରବୀନ୍ଦ୍ର ସେଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଭଦ୍ରକରେ ଶକ୍ତି ଦେଖାଇଲା ବିଜେଡି, ନାମାଙ୍କନ ଭରିଲେ ପ୍ରଫୁଲ୍ଲ - Prafulla Samal Files Nomination

ଆସନ୍ତା ଗୁରୁବାର ଦିନ ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ଆବାହକ ଶେଷଦେବ ନନ୍ଦ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି । ଆଜି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର କୌଣସି ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରି ନଥିବା ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲାରେ ଖରା ତାତି ଠାରୁ ରାଜନୈତିକ ତାତି ଅଧିକ ରହିଛି । ନବ ନିର୍ମାଣ କୃଷକ ସଙ୍ଗଠନର ଆବାହକ ଶେଷଦେବ ନନ୍ଦ କହିଛନ୍ତି ଯେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡି ସରକାର ବିକାଶକୁ ପଛକୁ ଠେଲି ଦେଇଛି । ଏହି ଅଞ୍ଚଳର ଲୋକେ ବିକାଶ କଣ ବୋଲି ପ୍ରଶ୍ନ କରୁଛନ୍ତି । ଏହି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର କରିବାରେ ବିଜେଡି ସରକାର ବିଫଳ ହୋଇଛି । ଆଗାମୀ ଦିନରେ ନବ ନିର୍ମାଣ କୃଷକ ସଙ୍ଗଠନ ଏକ ସଶକ୍ତ ଚାଷୀ ସରକାର ଗଠନ କରିବ।ଲୋକେ ଚାଷୀ ସରକାରକୁ ଭୋଟ ଦେବେ ବୋଲି ଶେଷଦେବ ନନ୍ଦ ଆଶା ପ୍ରକାଶ କରିଛନ୍ତି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.