ETV Bharat / politics

ବିଜେଡି ଟିକେଟ ଦାବି ଜୋରଦାର; ନବୀନ ନିବାସରେ ମିହିର, ଅମରେଶ ଓ ବିରଞ୍ଚିି - ଭୁବନେଶ୍ବର

3 BJD Leaders Apply For BJD Ticket: ନବୀନ ନିବାସ ଆଗରେ ବିଜେଡିର 3 ଟାଣୁଆ ନେତା ଯଥା ପୂର୍ବତନ ମେୟର ମିହିର ମହାନ୍ତି, କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାରଙ୍କର ଶକ୍ତି ପ୍ରଦର୍ଶନ । ବିଜେଡି ଟିକେଟ ପାଇଁ ସମର୍ଥକଙ୍କ ସହ ବାୟୋଡାଟା ଧରି ୩ ନେତାଙ୍କ ଲବି ଜୋରଦାର । ଅଧିକ ପଢନ୍ତୁ

ବିଜେଡି ଟିକେଟ ଦାବି ଜୋରଦାର; ନବୀନ ନିବାସରେ ମିହିର, ଅମରେଶ ଓ ବିରଞ୍ଚିି

author img

By ETV Bharat Odisha Team

Published : Mar 5, 2024, 7:09 PM IST

ବିଜେଡି ଟିକେଟ ଦାବି ଜୋରଦାର; ନବୀନ ନିବାସରେ ମିହିର, ଅମରେଶ ଓ ବିରଞ୍ଚିି

ଭୁବନେଶ୍ବର: ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୀତି ସେତେ ସରଗରମ ହେବାରେ ଲାଗିଛି । ନିକଟରେ ଭୁବନେଶ୍ବର ବିଜେଡିରେ ଦେଖାଦେଇଥିବା ବିବାଦ ଆହୁରି ଜଟିଳତା ଆଡକୁ ଗତି କରୁଛି । ଆଜି ବିଜୁ ଜୟନ୍ତୀରେ ନବୀନ ନିବାସ ଆଗରେ ବିଜେଡିର 3 ଟାଣୁଆ ନେତା ଯଥା ପୂର୍ବତନ ମେୟର ମିହିର ମହାନ୍ତି, କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର ଶକ୍ତି ପ୍ରଦର୍ଶନ କରିଛନ୍ତି । ନିଜର ଶତାଧିକ ସମର୍ଥକଙ୍କୁ ସାଙ୍ଗରେ ଧରି ରାଲି ଜରିଆରେ ନାରାବାଜି ଓ ସ୍ଲୋଗାନ ସହ ନବୀନ ନିବାସ ଯାଇ 3 ଜଣ ନେତା ଟିକେଟ ପାଇଁ ଆବେଦନ କରିଛନ୍ତି ।

ପୂର୍ବତନ ମେୟର ମିହିର ମହାନ୍ତି ଭୁବନେଶ୍ବର ଲୋକସଭା ଆସନ ପାଇଁ ଆବେଦନ କରିଛନ୍ତି । ସେହିପରି କର୍ପୋରେଟର ଅମରେଶ ଜେନା ମଧ୍ୟ ଭୁବନେଶ୍ବର ଓ ବିରଞ୍ଚି ନାରାୟଣ ମହାସୁପକାର ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ଅଛନ୍ତି । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା, ଅମରେଶ ଜେନା ଓ ରୁଦ୍ର ସାମନ୍ତରାୟ ପ୍ରମୁଖ ଦାବିଦାର ଅଛନ୍ତି । ସେହିପରି ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ ବିରଞ୍ଚି ନାରାୟଣ ମହାସୁପକାର ଆଶାୟୀ ଅଛନ୍ତି । ନିର୍ବାଚନ ଲଢିବା ନେଇ ନିଜର ବାୟୋଡାଟା ଦେଇଛନ୍ତି ଏହି ନେତାମାନେ ।

ଭୁବନେଶ୍ବର ଲୋକସଭା ଟିକେଟ ପାଇଁ ଆଶାୟୀ ମିହିର ମହାନ୍ତି କହିଛନ୍ତି ଯେ, ଭୁବନେଶ୍ବରରେ ଏବେ ଯେଉଁ ପରିସ୍ଥିତି ତାହା ଉପରେ ଦୃଷ୍ଟି ରଖି ଯୁବ ପ୍ରତିଭା ମାନେ ଆସିଛନ୍ତି । ସେହିପରି ବିଜୁ ପରିବାରର କିଛି ଲୋକ ମଧ୍ୟ ଟିକେଟ ପାଇଁ ଆଗେଇ ଆସିଛନ୍ତି । ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମୁଁ ଜଣେ ଆବେଦନକାରୀ । ଯେଉଁ ପର୍ଯ୍ୟନ୍ତ ନାମାଙ୍କନ ତାରିଖ ଆସିନାହିଁ ସେପର୍ଯ୍ୟନ୍ତ କିଏ ଦଳୀୟ ପ୍ରାର୍ଥୀ କହିହେବ ନାହିଁ । ଆଜି ମୁଁ ମୋ ବାୟୋଡାଟା ଦେଲି । ମୋତେ କାହିଁକି ପ୍ରାଥମିକତା ଦିଆଯିବା ଦରକାର ବୋଲି ତାହାର କାରଣ ମଧ୍ୟ ମୁଁ ଲେଖିଛି ।ସାନ ଭଉଣୀ ଶ୍ରୀମୟୀ ମିଶ୍ର ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି । ତାଙ୍କୁ ଦଳ ପକ୍ଷରୁ କୁହାଯାଇଛି ନା ନାହିଁ ଜାଣିନାହିଁ । ସେ ବୁଲିବା ଦ୍ବାରା କଣ ପ୍ରଭାବ ପଡୁଛି ସେ କଥା କହିପାରିବି ନାହିଁ । ଗୁଡ଼ାଏ ମିଛ କହୁଥିବା ନେତ୍ରୀଙ୍କ ସହ ମୁଁ ଭଲ ପ୍ରତିଦ୍ବନ୍ଦିତା କରି ପାରିବି ବୋଲି ଆଶା ।

ଏହା ମଧ୍ୟ ପଢନ୍ତୁ ... କର୍ପୋରେଟର ଅମରେଶ ଜେନାଙ୍କ ଶକ୍ତି ପ୍ରଦର୍ଶନ, ବିଧାୟକ ଟିକେଟ୍ ପାଇଁ ଲୋଡିଲେ ସମର୍ଥନ

ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ବିରଞ୍ଚି ନାରାୟଣ କହିଛନ୍ତି ଯେ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀରେ ଏକାମ୍ର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ହେବା ପାଇଁ ଆବେଦନ କରିବି ବୋଲି ନିଷ୍ପତ୍ତି ନେଇଥିଲୁ । ସେହି କ୍ରମରେ ଆଜି 2024 ନିର୍ବାଚନରେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଆବେଦନ କଲୁ । 30 ବର୍ଷ ହେଲା ଦଳ ପାଇଁ ଅହରହ କାମ କରିଛୁ । ବିଭିନ୍ନ କାମରେ ଆମେ ଶୃଙ୍ଖଳିତ କର୍ମୀ ଭାବେ କାମ କରି ଚାଲିଛୁ । ଯୁବ ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ନିଶ୍ଚୟ ଭାବେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଆମ ଉପରେ ପଡିବ ବୋଲି ଆମେ ଆଶାବାଦୀ ଅଛୁ ।

ସେହିପରି ମଧ୍ୟ ନିର୍ବାଚନ ମଣ୍ଡଳୀର ଅନ୍ୟତମ ଆଶାୟୀ ଅମରେଶ ଜେନା କହିଛନ୍ତି ଯେ, 2024 ରେ ନିର୍ବାଚନ ଲଢ଼ିବା ନିଶ୍ଚିତ । ଏଥିପାଇଁ ଆଜି ଟିକେଟ ପାଇଁ ଆବେଦନ କରିଛି । ଯାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ସେଇ ଅନୁସାରେ ଆମେ ଆଗକୁ ବଢିବୁ । ଗଲା 25 ବର୍ଷ ହେଲା ଯୁବ, ଛାତ୍ର ଓ ମହିଳା ସଂଗଠନର ନେତୃତ୍ବ ନେଉଛି । ଲୋକଙ୍କ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୁଖ୍ୟମନ୍ତ୍ରୀ ଯେଉଁ ବିକାଶର ଧାରା ବୁହାଛନ୍ତି ତାହା ବ୍ୟାଘାତ ହୋଇଛି । କିଛି ବସ୍ତି ଅଞ୍ଚଳରେ ଏହି ଯୋଜନା ପହଁଚିନାହିଁ । ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଁଚିବ । ସେହି ଉପକ୍ରମରେ ଲୋକଙ୍କ ପାଖକୁ ଆହୁରି ଯିବାକୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆବେଦନ କରିଛି । ଯଦି ଟିକେଟ ନମିଳେ କଣ ପଦକ୍ଷେପ ନେବି ତାହା ଜଣାଇବି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.