ETV Bharat / politics

ଆନ୍ଧ୍ରପ୍ରଦେଶ ଡିଜିଙ୍କ ଅବସ୍ଥା ଯାହା ହେଲା ଏଠାରେ ସମାନ ସ୍ଥିତି ହେବ: ପିତାମ୍ବର - BJP Slams State Gov - BJP SLAMS STATE GOV

BJP Slams State Govt: ଗଞ୍ଜାମ ରାଜନୈତିକ ହିଂସା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି। ଖଲ୍ଲିକୋଟର ସ୍ବର୍ଗତ ମହାରାଣୀଙ୍କ ଉଆସରେ ହତ୍ୟା ଷଡଯନ୍ତ୍ର ହୋଇଥିବା ମଧ୍ୟ ଅଭିଯୋଗ ଆଣିଛି ଦଳ ।

BJP Slams State Gov
BJP Slams State Gov (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 10:58 PM IST

BJP Slams State Gov (ETV Bharat Odisha)

ଭୁବନେଶ୍ବର: ଗଞ୍ଜାମ ରାଜନୈତିକ ହିଂସା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଏନେଇ ରାଜ୍ୟ ପୋଲିସକୁ ଦଳ ଚେତାବନୀ ଦେଇଛି । "ଆନ୍ଧ୍ରପ୍ରଦେଶ ଡିଜିଙ୍କ ଅବସ୍ଥା ଯାହା ହେଲା ଏଠାରେ ସେହି ଅବସ୍ଥା ତାହା ହେବ" କହି ବର୍ଷିଲେ ରାଜ୍ୟ ବିଜେପି ମୁଖପାତ୍ର । ସେ କହିଛନ୍ତି, "ହିଂସା କ୍ଷୁଧା ଏବଂ ଦାଦନର ଠିକଣା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ । ଖଲ୍ଲିକୋଟର ସ୍ବର୍ଗତ ମହାରାଣୀଙ୍କ ଉଆସରେ ହତ୍ୟା ଷଡଯନ୍ତ୍ର ହୋଇଛି । ଏବେବି ସେଠାରେ ଟଙ୍କା ବଣ୍ଟା ଚାଲିଛି । ଖଲ୍ଲିକୋଟରେ ଯେଉଁ ନିର୍ବାଚନୀ ହତ୍ୟା ହୋଇଛି ତାହା ମହାରାଣୀଙ୍କ ପୁତୁରା ସାମିଲ, ହେଲେ ପୋଲିସ ତାଙ୍କ ପାଖରେ ପହଞ୍ଚି ପାରିନି । ପୋଲିସ ସରକାରଙ୍କ ଏଜେଣ୍ଟ ସାଜିଛି । ଆଶିଷ ସିଂହ ସବୁ କରୁଛନ୍ତି, ସେ ସତର୍କ ହୋଇଯାନ୍ତୁ, ବିଜେପି ସରକାର ଆସୁଛି ।"

ସେ ଆହୁରି କହିଛନ୍ତି, "କିଛି ବରିଷ୍ଠ ଅଧିକରୀ ଗୁମାସ୍ତାଙ୍କୁ ଭେଟିଛନ୍ତି । ଯିଏ ଚାକିରିରୁ ଅବସର ନେଇ ନୂଆ ନେତା ହୋଇଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ, ଡିଜି, ଆଇଜି ଓ ଏସପି ରାଙ୍କର ଅଧିକାରୀମାନେ ସବୁ କରୁଛନ୍ତି, ହାତବାରିସୀ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ଡିଜିଙ୍କ ଅବସ୍ଥା ଯାହା ହେଲା ଏଠାରେ ଅବସ୍ଥା ତାହା ହେବ । ଶାସକ ଦଳର ଏଜେଣ୍ଟ ଯିଏ ସାଜିଥିଲେ ତାଙ୍କୁ ହତ୍ୟା ତଦନ୍ତ ଭାର ଦିଆଯାଇଛି । ଓଡି଼ଶାରେ ବେଙ୍ଗଲ ସ୍ଥିତି କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଗୁମାସ୍ତା । ଆସ୍କାର 7 ବିଧାନସଭା ସିଟ ଆମେ ଜିତିବୁ । 225ଟି ଯାକ ସିଟ ସମ୍ବେଦନଶୀଳ ଘୋଷଣା କରାଯାଉ ।" କେନ୍ଦ୍ରୀୟ ସୁରକ୍ଷା ବଳ ବ୍ୟବସ୍ଥା କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀ କରି ଦାବି କଲା ବିଜେପି ।

ଏହା ବି ପଢନ୍ତୁ...ଖଲ୍ଲିକୋଟ ନିର୍ବାଚନୀ ହିଂସା, ତଦନ୍ତ କରିବ SIT - KHALLIKOTE PRE POLL VIOLENCE

"ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ନେତା ଓ କର୍ମୀମାନଙ୍କୁ ଯେଉଁଭଳି ଆକ୍ରମଣ କରାଯାଉଛି ସେଥିରୁ ବିଜେଡିର ଗୁଣ୍ଡାଗର୍ଦ୍ଦି ସ୍ପଷ୍ଟ ପ୍ରମାଣିତ ହେଉଛି । ବିଜେଡିକୁ ହାରିବା ଭୟ ଘାରିଛି । ଟିଟିଲାଗଡ଼ ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡିପାଲି ଗାଁରେ ନିର୍ବାଚନ ହିଂସା ହେଉ, ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧୀନ ୟୁନିଟ୍ ୬ରେ ବିଜେପି କର୍ମୀଙ୍କୁ ଆକ୍ରମଣ ହେଉ, ଖଲ୍ଲିକୋଟରେ ରାଜନୈତିକ ହିଂସା ଏହିପରି ସବୁଠି ବିଜେଡି କର୍ମୀମାନେ ନିରାଶ ଓ ହତାଶ ହୋଇ ଗଣ୍ଡଗୋଳ ଆରମ୍ଭ କରିଦେଇଛନ୍ତି । ରାଜନୀତିରେ ହିଂସାର ସ୍ଥାନ ନାହିଁ । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ଉପରେ ଭାରତୀୟ ଜନତା ପାର୍ଟି ବିଶ୍ୱାସ କରେ । କିନ୍ତୁ ବିଜେଡି ଏବେ ହିଂସାର ରାସ୍ତା ଆପଣାଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ହାରିବାର ଭୟ ସେମାନଙ୍କୁୁ ଘାରିଛି । ବିଜେଡି ଗଣତାନ୍ତ୍ରିକ ଓ ରାଜନୈତିକ ବ୍ୟବସ୍ଥାକୁ ସମ୍ମାନ ଦେଉନାହିଁ । ନିଜ ସରକାରରେ ବିଜେଡି ଗଣତନ୍ତ୍ର ବ୍ୟବସ୍ଥାକୁ ନଷ୍ଟ କରିଛି । ଏହି ଗଣ୍ଡଗୋଳ କିଏ ଆରମ୍ଭ କରିଛି, ତାହାର ତଦନ୍ତ କରିବା ଆବଶ୍ୟକ" ବୋଲି କହିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.