ETV Bharat / politics

ରାଜନୀତିରେ ଭାଇ ପ୍ରସଙ୍ଗ: ଅରୁଣ କହିଲେ ସାନ ଭାଇ ଭାବେ ବିକାଶ କରନ୍ତୁ ସରକାର, ବିଜେପିର ଜବାବ 24ବର୍ଷର ପାପକୁ ଆମେ କାହିଁ ବୋହିବୁ ? - BJD ON SPECIAL CATEGORY STATUS

author img

By ETV Bharat Odisha Team

Published : Jul 31, 2024, 5:12 PM IST

Updated : Jul 31, 2024, 9:32 PM IST

Odisha Assembly Session: ବିଧାନସଭାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇ ବର୍ଷିଲା ବିଜେଡି । ଲକ୍ଷ୍ମୀ ଯୋଜନାର ନାଁ ପରିବର୍ତ୍ତନ କଥା ମଧ୍ୟ ଉଠାଇ ବର୍ଷିଲା ଦଳ । ସାନ ଭାଇ ଭାବେ ନୂଆ ସରକାର ତାର ଦାୟିତ୍ୱ ନିଅନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଯାହାର ଜବାବ ରଖିଛି ବିଜେପି। ପଢନ୍ତୁ ପୂରା ଖବର ।

Odisha Assembly Session
Odisha Assembly Session (ETV Bharat Odisha)

ଭୁବନେଶ୍ବର: ବିଧାନସଭାରେ ଶୂନ୍ୟକାଳରେ ଉଠିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ । ଏନେଇ ମୋହନ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ । ରାଜ୍ୟରୁ 20 ସାଂସଦ ଗଲା ପରେ ବି ରାଜ୍ୟକୁ ନା ମିଳିଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନା ସ୍ୱତନ୍ତ୍ର ଆର୍ଥିକ ଅନୁଦାନ । କାହିଁକି ସରକାର ବିଫଳ ହେଲେ ବୋଲି ଗୃହରେ ଉତ୍ତର ରଖନ୍ତୁ କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଏହାସହ ଓଡ଼ିଆ ଅସ୍ମିତା କଥା ଉଠାଇ କଟାକ୍ଷ କରିଛି ବିଜେଡି ।

ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ:

ଅରୁଣ କହିଛନ୍ତି, "2014ରେ କେନ୍ଦ୍ର ସରକାର ଓଡି଼ଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ 2019ରେ ତାହା ପରିବର୍ତ୍ତନ ହୋଇଗଲା । ତା' ପରେ ସ୍ୱତନ୍ତ୍ର ଅନୁଦାନ ରାଶି କଥା ଉଠିଲା । ଏଥର ବଜେଟରେ ଆନ୍ଧ୍ରପ୍ରଦେଶର 16 ସାଂସଦ, ଜେଡିୟୁର 12 ସାଂସଦ ଥିବାବେଳେ ସେମାନଙ୍କୁ ସ୍ୱତନ୍ତ୍ର ଅନୁଦାନ ମିଳିଲା । ଓଡି଼ଶାରୁ 20 ଜଣ ସାଂସଦ ଗଲେ କିନ୍ତୁ ଓଡି଼ଶାକୁ ନା ମିଳିଲା ସ୍ୱତନ୍ତ୍ର ରାଜ୍ୟପାହ୍ୟା ନା ମିଳିଲା ସ୍ୱତନ୍ତ୍ର ଆର୍ଥିକ ଅନୁଦାନ । କାହିଁକି ବିଫଳ ହେଲେ ସରକାର ତାହା ଗୃହକୁ ଜଣାନ୍ତୁ । କେନ୍ଦ୍ର ସରକାରଙ୍କ ପାଖରେ ଓଡି଼ଶା ସଠିକ ଭାବେ ଦାବି ଉପସ୍ଥାପନ କରୁନାହିଁ । ଏହା କ'ଣ ସଂଘୀୟ ବ୍ୟବସ୍ଥା ? ଏହା ଆଂଶିକ ସଂଘୀୟ ବ୍ୟବସ୍ଥା । ଏ ବ୍ୟବସ୍ଥାକୁ ଏବେ କେନ୍ଦ୍ର ଆରମ୍ଭ କଲା । ଗୋଟିଏ ବର୍ଷରେ ରାଜ୍ୟପାଳ ଦୁଇ ପ୍ରକାରର ଅଭିଭାଷଣ ଦେଇଛନ୍ତି।"

'ଲକ୍ଷ୍ମୀ ଛଡା ନହୁଅନ୍ତୁ'

"କୋଟିଆ, ପୋଲାଭରମ, ମହାନଦୀ ଓ ସୁବର୍ଣ୍ଣରେଖା ହେଉଛି ଓଡ଼ିଆ ଅସ୍ମିତା । ଟ୍ରିପଲ ଇଞ୍ଜିନ ସରକାର ଏହାର ସମାଧାନ କରି ଓଡ଼ିଆ ଅସ୍ମିତାର ପରିଚୟ ଦିଅନ୍ତୁ । ଓଡ଼ିଆ ଅସ୍ମିତା ପାଇଁ ପୂର୍ବ ସରକାର ଟଙ୍କାର ବର୍ଷା କରିଥିଲେ । କାଳିଆ, ବଳରାମ, ମଧୁବାବୁ ଗୋପବନ୍ଧୁଙ୍କ ଭଳି ଅନେକ ମହାପୁରୁଷଙ୍କ ନାଁରେ ଯୋଜନା କରିଥିଲେ । ଆପଣ 'ଲକ୍ଷ୍ମୀ' ନାଁକୁ କାଟି ଦେଇଛନ୍ତି । ଲକ୍ଷ୍ମୀ ଛଡା ନହୁଅନ୍ତୁ । ଓଡ଼ିଆ ବିଶ୍ୱବିଦ୍ୟାଳୟ ,ବିଶ୍ୱ ଭାଷା ସମ୍ମିଳନୀ କ'ଣ ଓଡ଼ିଆ ଅସ୍ମିତା ନୁହେଁ । ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଶ୍ୱ ଭାଷା ସମ୍ମିଳନୀ କ'ଣ ଓଡ଼ିଆ ଅସ୍ମିତା ନୁହେଁ କି ? ଦରଦାମ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ଦାୟିତ୍ୱ" ବୋଲି କହିଛନ୍ତି ଅରୁଣ ସାହୁ ।

ଏହା ବି ପଢନ୍ତୁ...ବିଧାନସଭା ଅଧିବେଶନ; ଶୂନ୍ୟକାଳରେ ଉଠିଲା ଆଇପିଏସ୍ ନିଲମ୍ବନ ପ୍ରସଙ୍ଗ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲା କଂଗ୍ରେସ - Odisha Assembly Session

ପୂର୍ବ ସରକାରଙ୍କ ସଫଳତା ବଖାଣିଲା ବିଜେଡି:
ଲେଖା ଅନୁଦାନ ବ୍ୟୟ ମଞ୍ଜୁରୀ ବିଲ ବିତର୍କରେ ବିଜେଡି ବିଧାୟକ ଅରୁଣ ସାହୁ ପୂର୍ବ ସରକାରଙ୍କ ସଫଳତା ଓ ଓଡି଼ଶା ବିକାଶ ଧାରାକୁ କିଭଳି ଆଗେଇ ନେବେ ନୂଆ ସରକାର ସେଭଳି ପରାମର୍ଶ ଦେଇଥିଲେ । 2000ରେ ନବୀନ ଶାସନ ଭାର ନେବା ପରେ ରାଜ୍ୟର ବଜେଟ 11 ହଜାର କୋଟି ଥିବାବେଳେ ଋଣ ଥିଲା 18 ହଜାର କୋଟି । ହେଲେ ଏଥର ବଜେଟରେ ମାତ୍ର 10 ହଜାର କୋଟି ବୃଦ୍ଧି କରାଯାଇଛି । ନୂଆ ସରକାର ଅଧିକ ଋଣ କରିବେ । 2000 ମସିହାରେ ଓଡିଶା ହାତ ପତାଉଥିଲା ଏବେ ଓଡିଶା ହାତ ବଢ଼ାଉଛି । ପ୍ରାକୃତିକ ବିପର୍ଯ୍ୟୟରେ ଓଡିଶା ଦେଶରେ ରୋଲ ମଡେଲ ସାଜିଛି । ଓଡିଶା ପାଇଁ ନବୀନ ଯାହା କରିଛନ୍ତି, ତାହା ଇତିହାସ । ବଡ଼ ଭାଇ ଭାବରେ ବିଜୁ ଜନତା ଦଳ ଯେଉଁ ବିକାଶ କରିଛି ସାନ ଭାଇ ଭାବେ ନୂଆ ସରକାର ତାର ଦାୟିତ୍ୱ ନିଅନ୍ତୁ । ବିଜେଡି ବିଜେପି ଠାରୁ ଅଧିକ ଭୋଟ ପ୍ରତିଶତ ପାଇଛି । ତେଣୁ ଲୋକଙ୍କ ପାଇଁ ଶାସକ ବିରୋଧୀ ଉଭୟ କାମ କରିବା ଦରକାର । ନୂଆ ବିଧାୟକ ହୋଇ ଯେଉଁମାନେ ଆସିଛନ୍ତି ସେମାନେ ଗୃହର ବିଧି ବ୍ୟବସ୍ଥା ଜାଣନ୍ତୁ" ବୋଲି କହିଲେ ବିଜେଡି ବିଧାୟକ ଅରୁଣ ସାହୁ ।

ନାମ ପରିବର୍ତ୍ତନ ପ୍ରସଙ୍ଗରେ ବିଜେପିର ଜବାବ:

ଅରୁଣ ସାହୁଙ୍କୁ କଡା ଜବାବ ଦେଇଛନ୍ତି ବିଜେପି ବିଧାୟକ ବାବୁ ସିଂ । ସେ କହିଛନ୍ତି, "ରେଳ ବଜେଟ 800 କୋଟିରୁ 10 ହଜାର କୋଟିରେ ପହଞ୍ଚିଛି। ଭୁବନେଶ୍ୱର ପାଇଁ ରିଙ୍ଗ ରୋଡ଼ର ବ୍ୟବସ୍ଥା କରାଯାଇଛି । ସାଗରମାଳା ପ୍ରକଳ୍ପ ଆରମ୍ଭ ହୋଇଛି । ଆବାସ ଆସିଥିଲା, କିନ୍ତୁ ଦଳୀୟ ଭିତ୍ତିରେ ବାଣ୍ଟିଲେ ମାହାଙ୍ଗାରେ ଡବଲ ମର୍ଡର କଲେ । କିନ୍ତୁ ବର୍ତ୍ତମାନର ସରକାର ଯୋଗ୍ୟ ଲୋକଙ୍କୁ ଘର ଯୋଗାଇ ଦେବେ । ବାତ୍ୟା ସମୟରେ ରାଜ୍ୟ ସରକାର କିଛି ମାଗିବା ପୂର୍ବରୁ ୫୦୦ କୋଟି ଟଙ୍କା ଦେଇଥିଲେ । ନାମ ପରିବର୍ତ୍ତନରେ ମାହିର ବିଜେଡି । ରାମ ରାଜ୍ୟରେ ରାବଣ, କଂଶଙ୍କ ନାମ ପରିବର୍ତ୍ତନ କରିଛୁ । ବାବ୍ରି ମସଜିଦ ଥିଲା ତାକୁ ଆମେ ରାମ ମନ୍ଦିର କଲୁ । କିନ୍ତୁ ବିଜେଡି ସରକାରରେ ସଚିବଙ୍କ ନାମକୁ ପରିବର୍ତ୍ତନ କରାଯାଇଛି ।"

ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିଜେଡିକୁ ବିଜେପିର କାଉଣ୍ଟର:
ଓଡ଼ିଆ ଅସ୍ମିତା କଥା ଉଠାଇ ବିଜେଡିକୁ ଟାର୍ଗେଟ କଲେ ବାବୁ ସିଂ । "ଆପଣ ଦଳର ସଭାପତିଙ୍କୁ 24 ବର୍ଷ ରେ ଓଡ଼ିଆ ଶିଖାଇ ପାରିଲେନି । ରାମ ମନ୍ଦିରକୁ ଦେଖି ପରିକ୍ରମା ପ୍ରକଳ୍ପରେ ପାଇଖାନା ନିର୍ମାଣ କଲେ । ଲିଙ୍ଗରାଜ ମନ୍ଦିର ପ୍ରକଳ୍ପ 1 ବର୍ଷ 8 ମାସ ମଧ୍ୟରେ ସରିବା କଥା କିନ୍ତୁ ବର୍ଷେ ଏକ ମାସ ବିତିଥିଲେ ବି 5 ପ୍ରତିଶତ ହୋଇନାହିଁ । ନେତା ମନ୍ତ୍ରୀଙ୍କ ମୁହଁରେ ତୁଣ୍ଡି ବାନ୍ଧି ଦେଇଥିଲେ" ବୋଲି କହିଛନ୍ତି ବାବୁ ସିଂ । ଅରୁଣଙ୍କ ସାନ ଭାଇ ପ୍ରସଙ୍ଗକୁ କଟାକ୍ଷ କରି ସେ କହିଛନ୍ତି, "24 ର ପାପକୁ ଆମେ କାହିଁକି ବୋହିବୁ । ନୂଆ ସରକାର ଲୋକ ଆଣିଛନ୍ତି । ମୋହନ ସରକାର ବଂଶୀ ବଜେଇ ଜାଣିଛନ୍ତି ଆଉ କେମିତି ବଜା ଯାଇପାରିବ ତାହା ବି ଜାଣିଛନ୍ତି । ମୋହନ ବଂଶୀ ବାଜିବା ବେଳେ ଆପଣମାନେ ରହିପାରିଲେ ହେଲା ।" ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ନିବେଦନ କରିଛନ୍ତି ବାବୁ ସିଂ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 31, 2024, 9:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.