ETV Bharat / opinion

WTO ସମ୍ମିଳନୀରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ପ୍ରସଙ୍ଗ, ପବ୍ଲିକ ଷ୍ଟୋରେଜ ଉପରେ ଭାରତର ଗୁରୁତ୍ବାରୋପ

Food Security Under PMGKAY : ଆବୁଧାବିରେ ଚାଲିଛି ବିଶ୍ବ ବାଣିଜ୍ୟ ସଂଗଠନ(WTO)ର ମନ୍ତ୍ରୀସ୍ତରୀୟ ସମ୍ମିଳନୀ । ଏଥିରେ ଭାରତର ଖାଦ୍ୟଶସ୍ୟ ପାଇଁ ସାର୍ବଜନିକ ଷ୍ଟକ ହୋଲ୍ଡିଂ କାର୍ଯ୍ୟକ୍ରମକୁ ସ୍ଥାୟୀ ସୁବିଧା ବନାଇବା ପାଇଁ ଭାରତକୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡୁଛି । ଜାଣନ୍ତୁ କାରଣ

author img

By ETV Bharat Odisha Team

Published : Feb 27, 2024, 1:18 PM IST

Food Security Under PMGKAY
Food Security Under PMGKAY

ହାଇଦ୍ରାବାଦ: ବିଶ୍ବ ବାଣିଜ୍ୟ ସଂଗଠନ(WTO)ର 13ତମ ମନ୍ତ୍ରୀସ୍ତରୀୟ ସମ୍ମିଳନୀ 26 ତାରିଖରୁ ଆରମ୍ଭ ହୋଇସାରିଛି । ଆବୁଧାବିରେ ଏହା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଫେବୃଆରୀ 29 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଖାଦ୍ୟଶସ୍ୟର ସର୍ବସାଧାରଣ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଏକ ସ୍ଥାୟୀ ସମାଧାନ ବାହାରିଥାଏ । ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଖାଦ୍ୟ କ୍ରୟର ମୂଳ ଅଂଶ ଅଟେ ।

ଖାଦ୍ୟର ସାର୍ବଜନିକ ଭଣ୍ଡାର କଣ ? : ବିଶ୍ବ ବାଣିଜ୍ୟ ସଂଗଠନ ଅନୁସାରେ, ସାର୍ବଜନିକ ଷ୍ଟକହୋଲ୍ଡିଂ କାର୍ଯ୍ୟକ୍ରମର ଉପଯୋଗ କେତେକ ସରକାରଙ୍କ ଦ୍ବାରା ହୋଇଥାଏ । ଆବଶ୍ୟକ ହେଉଥିବା ବ୍ୟକ୍ତିଙ୍କ ପାଇଁ ଖାଦ୍ୟ କିଣିବା, ସଂରକ୍ଷଣ କରିବା ଏବଂ ବଣ୍ଟନ ପାଇଁ ବ୍ୟବହାର କରିଥାଆନ୍ତି । ଖାଦ୍ୟ ସୁରକ୍ଷାକୁ ଏକ ବୈଧ ନୀତି ଉଦ୍ଦେଶ୍ୟ ବୋଲି ବିବେଚନା କରାଯାଉଥିବା ବେଳେ କେତେକ ଷ୍ଟକ ହୋଲ୍ଡିଂ କାର୍ଯ୍ୟକ୍ରମକୁ ବ୍ୟାପାରରେ ବ୍ୟାଘାତ ବୋଲି ବିବେଚନା କରାଯାଏ । କାରଣ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମୂଲ୍ୟରେ କୃଷକଙ୍କଠାରୁ ଖାଦ୍ୟ ଶସ୍ୟ କ୍ରୟ କରାଯାଇଥାଏ । ଏହାକୁ ସର୍ବନିମ୍ନ ସହାୟକ ମୂଲ୍ୟ(MSP) ମଧ୍ୟ କୁହାଯାଏ । ବିଭିନ୍ନ ପ୍ରକାରର ରବି ଏବଂ ଖରିପ ଫସଲ କ୍ରୟ ପାଇଁ ସରକାର ମୂଲ୍ୟ ନିର୍ଦ୍ଦାରଣ କରିଥାଆନ୍ତି ।

ଶାନ୍ତି ଚୁକ୍ତି(Peace Clause): ବିକାଶଶୀଳ ଦେଶଗୁଡ଼ିକରେ ସାର୍ବଜନିକ ଷ୍ଟକ ହୋଲ୍ଡିଂ କାର୍ଯ୍ୟକ୍ରମକୁ ଆଇନଗତ ଭାବେ ଚାଲେଞ୍ଜ କରାଯାଇ ପାରିବ ନାହିଁ । 2013 ମସିହାରେ ଆୟୋଜିତ ହୋଇଥିବା ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ମଧ୍ୟକାଳୀନ ଭିତ୍ତିରେ ଏହି ବିଷୟ ଉପରେ ସହମତି ହୋଇଥିଲା । ତେବେ ଏହାକୁ ନେଇ ଅନେକ ତର୍କ ହୋଇଥିଲା । ଏଥିରେ ଭାରତ ମଧ୍ୟ ସମର୍ଥନ ଦେଇଥିଲା । କାରଣ ଖାଦ୍ୟଶସ୍ୟର ସର୍ବସାଧାରମ ସଂରକ୍ଷଣ ପାଇଁ ସବିସିଡି ଆବଶ୍ୟକ ରହିଥିଲା । ଭାରତୀୟ କୃଷକମାନଙ୍କୁ ସମର୍ଥନ ଦେହା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଦାରିତ ମୂଲ୍ୟ ଅନୁସାରେ ଖାଦ୍ୟଶସ୍ୟ କ୍ରୟ କରାଯାଉଥିଲା । ତେବେ ଏଭଳି ପବ୍ଲିକ ଷ୍ଟୋରେଜ କାର୍ଯ୍ୟକ୍ରମ 80 କୋଟି ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଥାଏ । ଏହାକୁ ଶାନ୍ତି ଚୁକ୍ତି ବୋଲି ବିବେଚନା କରାଯାଏ ।

ଏହା ମଧ୍ୟ ପଢନ୍ତୁ: ଡବ୍ଲ୍ୟୁଟିଓ ଏବଂ ଭାରତୀୟ ମକାଚାଷୀଙ୍କ ଭବିଷ୍ୟତ

ସ୍ଥାୟୀ ସମାଧାନ ପାଇଁ କାହିଁକି ଦାବି କରୁଛି ଭାରତ ?: କୃଷି ବିକାଶ ଏବଂ ଖାଦ୍ୟ ସୁରକ୍ଷାକୁ ସମର୍ଥନ କରିବା ପାଇଁ ଉଦୀୟମାନ ଅର୍ଥବ୍ୟବସ୍ଥାକୁ କୃଷି ସବସିଡି ଯୋଗାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥାୟୀ କରିବା ପାଇଁ ଭାରତ ପାଇଁ ଏକ ପ୍ରକାର ଆହ୍ବାନ ହୋଇଛି । ଏପରି ସ୍ଥାୟୀ ସମାଧାନ ବିନା ଭାରତ ସବସିଡି ସୀମା ଉଲ୍ଲଂଘନକୁ ନେଇ ଡବ୍ଲୁଟିଏଚଓରେ ବିବାଦ ସୃଷ୍ଟି କରିବାର ସମ୍ଭାବନା ରହିଛି । 2013 ବାର୍ଲି ପିସ କ୍ଲଜ ତୁଳନାରେ ଅଧିକ ବର୍ଦ୍ଧିତ ସର୍ତ୍ତାବଳୀ ସହିତ ସର୍ବସାଧାରଣ ଷ୍ଟକ୍ ହୋଲଡିଂ ଉପରେ ଏକ ସ୍ଥାୟୀ ସମାଧାନ ଖୋଜିବାକୁ ଚାହୁଁଛି ଭାରତ ।

ଏହା ମଧ୍ଯ ପଢନ୍ତୁ: ଯଦି WTO ଚାହେଁ, ବିଶ୍ବକୁ ଖାଦ୍ୟ ସାମଗ୍ରୀ ଯୋଗାଇବ ଭାରତ: ପ୍ରଧାନମନ୍ତ୍ରୀ

ସଦସ୍ୟ ରାଷ୍ଟ୍ରମାନେ ଶସ୍ୟ ବିଶେଷ କରି ଚାଉଲ ପାଇଁ ଭାରତର ସର୍ବନିମ୍ନ ମୂଲ୍ୟ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଛନ୍ତି । କାରଣ ସବସିଡି ତିନିଥର ବ୍ୟାପାର ମାନଦଣ୍ଡ ଅନୁଯାୟୀ ସୀମୀକୁ ଉଲ୍ଲଂଘନ କରିଥାଏ । ଭାରତର ସୀମା ଉଲ୍ଲଂଘନ ସ୍ଥିତିରେ ସଦସ୍ୟ ଦେଶରକ କୌଣସି କାରବାର ବିରୋଧରେ ଖାଦ୍ୟ କ୍ରୟ କାର୍ଯ୍ଯକ୍ରମର ରକ୍ଷା କରିବା ପାଇଁ ଡବ୍ଲୁଟିଓ ମାନଦଣ୍ଡର ଅନୁସାରେ ପିସ କ୍ଲଜ ଲାଗୁ କରିଛି । ଖାଦ୍ୟ ସୁରକ୍ଷାର ଆବଶ୍ୟକତାର ଯତ୍ନ ନେବା ବ୍ୟତିତ ଗରିବ ଏବଂ ଅସୁରକ୍ଷିତ କୃଷକମାନଙ୍କର ସ୍ବାର୍ଥ ରକ୍ଷା କରକିବାକୁ ଭାରତ ଅପିଲ କରିଛି । ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ସରକାର ପ୍ରାୟ 80 କୋଟି ଗରିବ ପରିବାରକୁ ମାସିକ 5 କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.