ETV Bharat / opinion

କାହିଁକି କିଚେନ କ୍ୟାବିନେଟ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେଲେ ନେତାନ୍ୟାହୁ - Israeli PM Benjamin Netanyahu

author img

By Aroonim Bhuyan

Published : Jun 20, 2024, 2:30 PM IST

ଯୁଦ୍ଧ କ୍ୟାବିନେଟ ଭଙ୍ଗ କରି କାହିଁକି କିଚେନ କ୍ୟାବିନେଟରେ ନିର୍ଭରଶୀଳ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ପଢନ୍ତୁ ଅରୁଣିମ ଭୂୟାଁଙ୍କ ଆଲେଖ୍ୟ..

କାହିଁକି କିଚେନ କ୍ୟାବିନେଟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଲେ ନେତାନ୍ୟାହୁ
କାହିଁକି କିଚେନ କ୍ୟାବିନେଟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଲେ ନେତାନ୍ୟାହୁ (ETV Bharat Odisha)

ନୂଆଦିଲ୍ଲୀ: ହମାସ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଯୁଦ୍ଧ କ୍ୟାବିନେଟ ଗଠନ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଏହାକୁ ଭଙ୍ଗ କରିବା ସହ ଏକ ‘କିଚେନ କ୍ୟାବିନେଟ’ ମାଧ୍ୟମରେ ସରକାର ଚଳାଇବାକୁ ଘୋଷଣା କରିଥିଲେ । ସେ କାହିଁକି ଏହି ପଦକ୍ଷେପ ନେବାକୁ ବାଧ୍ୟ ହେଲେ, ସେନେଇ ନାନା ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ଗତବର୍ଷ ଅକ୍ଟୋବର 11 ତାରିଖରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିଥିଲା । ଏଥିରେ 1,200ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଇସ୍ରାଏଲ ହମାସ ବିରୋଧରେ ବିଶାଳ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଗାଜା ସମେତ ପାଲେଷ୍ଟାଇନର ପ୍ରାୟ 37ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏହି ଯୁଦ୍ଧ ସମୟରେ ଦେଶରେ ଏକ ଜରୁରୀକାଳୀନ ବା ଯୁଦ୍ଧ କ୍ୟାବିନେଟ ଗଠନ କରିଥିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ହେଲେ ପରବର୍ତ୍ତୀ ସମୟରେ ଏହି ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ।

ଏହି ସାମରିକ ମିଶନ ପାଇଁ ଇସ୍ରାଏଲ ଅନ୍ତର୍ଜାତୀୟ ସମ୍ପ୍ରଦାୟର ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲା । ତଥାପି ଇସ୍ରାଏଲ ଯୁଦ୍ଧ ଘୋଷଣା ବନ୍ଦ କରିନଥିଲା । ଏକ ଜୁରୁରୀ କ୍ୟାବିନେଟ ବା ଯୁଦ୍ଧ କ୍ୟାବିନେଟ ଘୋଷଣା କରି ନେତାନ୍ୟାହୁ ଯୁଦ୍ଧ ଜାରି ରହିବ ବୋଲି ଘୋଷଣା କରିଥିଲେ । ଏହି ଜରୁରୀ କ୍ୟାବିନେଟ ମୁଖ୍ୟ କ୍ୟାବିନେଟ ଅଧୀନରେ ରହି କାମ କରୁଥିଲା । ଏଥିରେ ନେତାନ୍ୟାହୁଙ୍କ ଦ୍ବାରା ଚୟନ ହୋଇଥିବା ସଦସ୍ୟମାନେ ଥିଲେ । ଏହି କ୍ୟାବିନେଟ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ମଣ୍ଡଳୀ ଭାବେ କାମ କରୁଥିଲେ ସୁଦ୍ଧା ବୃହତ୍ତର କ୍ୟାବିନେଟ ମଧ୍ୟ କାର୍ଯ୍ୟକ୍ଷମ ଥିଲା । ଏହି ଅନ୍ତରୀଣ ମନ୍ତ୍ରିମଣ୍ଡଳ ବା କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ତାଙ୍କର ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବେନି ଗାଣ୍ଟଜ୍ (ପୂର୍ବତନ ସେନା ଜେନେରାଲ୍), ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ପର୍ଯ୍ୟବେକ୍ଷକ ଭାବରେ କାର୍ଯ୍ୟ କରୁଥିବା ତିନିଜଣ ଅତିରିକ୍ତ ସଦସ୍ୟ ରହିଥିଲେ । ମନ୍ତ୍ରୀ ଆରେହ ଡେରି ଓ ଗାଡି ଆଇଜେନକୋଟ (ସରକାରୀ ପକ୍ଷ ) ଏବଂ ମନ୍ତ୍ରୀ ରୋନ୍ ଡର୍ମର୍ ସଦସ୍ୟ ଥିଲେ । ଏହି କ୍ଷୁଦ୍ର ଗୋଷ୍ଠୀ ସୁରକ୍ଷା ସମ୍ବନ୍ଧୀୟ ବିଷୟ ଉପରେ ବିଶେଷ ଭାବେ ଧ୍ୟାନ ଦେବା ପାଇଁ ଉଦ୍ଦିଷ୍ଟ ଥିଲା ।

ଜଣେ ପୂର୍ବତନ ଭାରତୀୟ କୂଟନୀତିଜ୍ଞ ନାମ ଗୋପନ ରଖି ‘ଇଟିଭି ଭାରତ’କୁ କହିଛନ୍ତି, ଇସ୍ରାଏଲର ଯୁଦ୍ଧ କ୍ୟାବିନେଟ ହାମାସ ବିରୋଧରେ ସାମରିକ ଅପରେସନକୁ ଏକ ଜାତୀୟ ପ୍ରସଙ୍ଗ କରିବା ସହ ରାଜନୈତିକ ଐକୀକରଣ ସୃଷ୍ଟି କରିବା । ଗତ ବର୍ଷ ଅକ୍ଟୋବରରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଯଦିଓ ହାମାସ ନିକଟରେ ସମ୍ବଳର ଅଭାବ ରହିଛି, ତଥାପି ଇସ୍ରାଏଲ ବିରୋଧରେ ଏହା ରାଜନୈତିକ ଲଢେଇ ଜାରି ରଖିଛି । ଇସ୍ରାଏଲକୁ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ସହ ଆପୋଷ ବୁଝାମଣା କରିବାକୁ ପଡିବା ପରି ସ୍ଥିତି ସୃଷ୍ଟି ହେଲାଣି । ମାତ୍ର ଇସ୍ରାଏଲ ତାହା କରିବାକୁ ଆଦୌ ଇଚ୍ଛୁକ ନୁହେଁ । ଏହାରି ମଧ୍ୟରେ ଅନ୍ୟ ଏକ ଘଟଣାକ୍ରମରେ ପାଲେଷ୍ଟାଇନକୁ ଅନ୍ତର୍ଜାତୀୟ ମାନ୍ୟତା ମଧ୍ୟ ମିଳିସାରିଛି । ପାଲେଷ୍ଟାଇନ ଅଥରିଟି ଏବେ ପାଲେଷ୍ଟାନୀୟଙ୍କ ଔପଚାରିକ ପ୍ରତିନିଧି ଭାବେ ସ୍ବୀକୃତି ହାସଲ କରିସାରିଛି ।

ପୂର୍ବତନ କୂଟନୀତିଜ୍ଞଙ୍କ ଅନୁଯାୟୀ, ବିଭିନ୍ନ ରାଷ୍ଟ୍ରସମୂହଙ୍କ ଅସ୍ତ୍ରବିରତି ଉଲ୍ଲଂଘନ ପ୍ରସ୍ତାବ ଓ ଆହ୍ବାନ ମଧ୍ୟରେ ରାଫାରେ ଜାରି ରହିଥିବା ଯୁଦ୍ଧକୁ ନେଇ ଇସ୍ରାଏଲ ଯୁଦ୍ଧ କ୍ୟାବିନେଟ ମଧ୍ୟରେ ଗଭୀର ମତଭେଦ ରହିଛି । ଆମେରିକା ମଧ୍ୟ ଇସ୍ରାଏଲର ଯୁଦ୍ଧ କ୍ୟାବିନେଟକୁ ଭିନ୍ନ ଦୃଷ୍ଟି ଦେବା ଆରମ୍ଭ କରିଛି । ଜାରି ରହିଥିବା ଯୁଦ୍ଧ ବ୍ୟତୀତ ଗାଜା ମିଶନ ପାଇଁ ଇସ୍ରାଏଲ ସରକାର ନିକଟରେ ଉପଯୁକ୍ତ ତଥା ପ୍ରଭାବୀ ଯୋଜନାର ଅଭାବ ଦର୍ଶାଇ, ଜୁନ 9 ତାରିଖରେ ଏହି ଓ୍ବାର କ୍ୟାବିନେଟରୁ ଏହାର ପ୍ରମୁଖ ସଦସ୍ୟ ବେନି ଗାଣ୍ଟଜ୍ ଇସ୍ତାଫା ଦେଇଥିଲେ । ଏହାର ଠିକ ପରେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଆଇଜେନକୋଟ ମଧ୍ୟ ସମାନ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି ଦୁଇ ନିଷ୍ପତ୍ତି ଯୁଦ୍ଧ କ୍ୟାବିନେଟକୁ ପ୍ରାୟ ଅନାବଶ୍ୟକ କରିଦେଲା ବୋଲି କହିପାରିବା । ପରେ ଅବଶ୍ୟ ତାଙ୍କୁ ପୁନର୍ବାର ଏହି କ୍ୟାବିନେଟରେ ସାମିଲ କରିବା ପାଇଁ ଯଥାସମ୍ଭବ ଚାପ ସୃଷ୍ଟି କରାଯାଇଥିଲା । ହେଲେ ଏହା ସମ୍ଭବପର ହୋଇନଥିଲା । ପରେ ବେନି ଗାଣ୍ଟଜଙ୍କର ଦୁଇ ସହଯୋଗୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ।

ଫଳରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଏହି ଯୁଦ୍ଧ କ୍ୟାବିନେଟ ଭଙ୍ଗ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ମଧ୍ୟ ନଥିଲା । ତେଣୁ ରବିବାର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏହାକୁ ଭଙ୍ଗ କରାଯାଉଥିବା ଘୋଷଣା କରିଥିଲେ । ଏହାର ବିଲୟ ସହ ଅନ୍ୟ ଏକ ବିକଳ୍ପ ସଂସ୍ଥା ମଧ୍ୟ ଆତ୍ମପ୍ରକାଶ କରିଥିଲା । ତାହା ଥିଲା ‘କିଚେନ କ୍ୟାବିନେଟ’ । ଏହା ସଧାରଣାତଃ ଏକ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଅନୌପଚାରିକ ପରାମର୍ଶଦାତା ମଣ୍ଡଳୀ ଭାବେ କାମ କରିଥାଏ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ସମସ୍ତ ପ୍ରକାର ସଦସ୍ୟ ସାମିଲ ହୋଇପାରିବେ । ଏଥିରେ ଅଣରାଜନୈତିକ ବ୍ୟକ୍ତି, ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରମୁଖ୍ୟଙ୍କ ସମ୍ପର୍କୀୟ. ବିଶ୍ବସ୍ତ ଆଦି ବର୍ଗର ଲୋକେ ମଧ୍ୟ ସାମିଲ ହୁଅନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବେ ଏହି ପ୍ରକାର ଏକ କ୍ୟାବିନେଟ ଗଠନ କରି ସାମରିକ ମିଶନ କାର୍ଯ୍ୟକାରୀ କରିଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏହି କ୍ଷୁଦ୍ର କ୍ୟାବିନେଟ ଉପରେ ନିର୍ଭରଶୀଳ ରହିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.