ETV Bharat / opinion

ଅନ୍ତର୍ଜାତୀୟ ନ୍ୟାୟ ପରିକଳ୍ପନାରେ ଅନ୍ତର୍ଜାତୀୟ ଅଦାଲତର ଭୂମିକା କ'ଣ ? - Role of International Court

author img

By ETV Bharat Odisha Team

Published : Jul 17, 2024, 1:30 PM IST

The Role of International Court: ପ୍ରତିବର୍ଷ ଜୁଲାଇ ୧୭କୁ ଅନ୍ତର୍ଜାତୀୟ ନ୍ୟାୟ ଦିବସ ରୂପେ ପାଳନ କରାଯାଏ । ଏହି ଦିନ ୧୯୯୮ରେ ରୋମ ଷ୍ଟାଚ୍ୟୁ ସ୍ଥାପନାର ସ୍ମୃତିକୁ ଦର୍ଶାଇଥାଏ । ଏଥିରୁ ହିଁ 'ଅନ୍ତର୍ଜାତୀୟ ଅପରାଧିକ ଅଦାଲତ' ଅର୍ଥାତ୍ 'ଆଇସିସି'ର ଉତ୍ପତ୍ତି । ତେବେ ନ୍ୟାୟ ପରିକଳ୍ପନାରେ କ'ଣ ଏହି ଅନ୍ତର୍ଜାତୀୟ ଅଦାଲତର ଭୂମିକା, ପଢନ୍ତୁ ଡ. ରାବେଲ୍ଲା ଭାନୁ କ୍ରିଷ୍ଣା କିରନଙ୍କ ଆଲେଖ୍ୟ

ଅନ୍ତର୍ଜାତୀୟ ନ୍ୟାୟ ପରିକଳ୍ପନାରେ ଅନ୍ତର୍ଜାତୀୟ ଅଦାଲତର ଭୂମିକା କ'ଣ ?
ଅନ୍ତର୍ଜାତୀୟ ନ୍ୟାୟ ପରିକଳ୍ପନାରେ ଅନ୍ତର୍ଜାତୀୟ ଅଦାଲତର ଭୂମିକା କ'ଣ ? (ETV Bharat Odisha)

ହାଇଦ୍ରାବାଦ: ଆଜି ଅନ୍ତର୍ଜାତୀୟ ନ୍ୟାୟ ଦିବସ, ଯାହା 1998 ଜୁଲାଇ 17 ତାରିଖରେ ରୋମ୍ ଷ୍ଟାଚ୍ୟୁକୁ ଗ୍ରହଣ କରାଯିବାର ସ୍ମୃତିକୁ ଦର୍ଶାଇଥାଏ । ଏହି ଦିନ ରୋମଠାରେ ବିଶ୍ୱର 'ଅନ୍ତର୍ଜାତୀୟ ଅପରାଧିକ ଅଦାଲତ'ର (ICC) ସ୍ଥାପନ ହୋଇଥିଲା। । 2002 ଜୁଲାଇ 1ରେ 60ଟି ଦେଶର ଅନୁମୋଦନ ପରେ ଏହି ଅଦାଲତ କାର୍ଯ୍ୟ କରିବା ଆରମ୍ଭ କରିଥିଲା । ଏହି ସ୍ମୃତିରେ ପ୍ରତିବର୍ଷ ଜୁଲାଇ 17 ତାରିଖକୁ 'ଅନ୍ତର୍ଜାତୀୟ ନ୍ୟାୟ ଦିବସ' ରୂପେ ପାଳନ କରାଯାଇଆସୁଛି । ଏହି ଅଦାଲତ ବିଶ୍ବରେ ଯୁଦ୍ଧ ଅପରାଧ, ମାନବିକତା ବିରୋଧରେ ସଂଗଠିତ ଅପରାଧ, ଆକ୍ରମଣ ଜନିତ ଅପରାଧ ଓ ନରସଂହାର ଘଟଣାର ଯାଞ୍ଚ କରିଥାଏ । 2024 ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଅଦଲାତରେ 124ଟି ଦେଶ ସଦସ୍ୟ ଅଛନ୍ତି କିନ୍ତୁ ଭାରତ, ଆମେରିକା ଓ ଚୀନ ଭଳି 12ରୁ ଅଧିକ ପାୱାରଫୁଲ ରାଷ୍ଟ୍ର ଏଥିରେ ସାମିଲ୍ ନାହାନ୍ତି ।

ଯେମିତିକି ଆମେ କହିଛୁ, ଏହି ନ୍ୟାୟାଳୟ ଏହାର ସଦସ୍ୟ ଥିବା ରାଷ୍ଟ୍ରରେ ଯୁଦ୍ଧ, ନରସଂହାର ଓ ମାନବିକତା ବିରୋଧରେ ଅପରାଧ, ଆକ୍ରମଣ ଅପରାଧ ଇତ୍ୟାଦି ମାମଲାକୁ ନିଜ ନ୍ୟାୟିକ ପରିସରଭୁକ୍ତ କରିଥାଏ । ଆଇସିସିର ଅଧିକାର ଘରୋଇ ଅଦାଲତର ଅଧିକାର ସହ ପରିପୂରକ । ଏହାର ଉଦ୍ଦେଶ୍ୟ ଜାତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ବଦଳାଇବା ନୁହେଁ, ବରଂ ଆଇସିସି ସେହି ମାମଲାଗୁଡିକର ବିଚାର କରେ ଯାହାର ବିଚାର କରିବାକୁ କୌଣସି ଦେଶ ଅନିଚ୍ଛା ପ୍ରକାଶ କରେ କିମ୍ବା ଅକ୍ଷମ ଥାଏ ।

ଏହାର ଅର୍ଥ, ଯେତେବେଳେ କୌଣସି ରାଷ୍ଟ୍ର ଯୁଦ୍ଧ ଅପରାଧରେ ଜଡିତ ମୁଖ୍ୟ ବ୍ୟକ୍ତିବିଶେଷମାନଙ୍କୁ ମୁକ୍ତ କରିବାକୁ ଅରାଜି ହୁଏ, ଯାହାମଧ୍ୟରେ ଅଧିକାଂଶ ବଡ ରାଜନୈତିକ ନେତା ଏବଂ ସେନାର ବରିଷ୍ଠ ଅଧିକାରୀ ସାମିଲ୍ ଥାଆନ୍ତି ଏବଂ ସେହି ରାଷ୍ଟ୍ର ଉପରେ ଘରୋଇ ଆଇନ ବ୍ୟବସ୍ଥାର କୌଣସି ପ୍ରଭାବ ପଡେ ନାହିଁ, ଏପରି ସ୍ଥଳେ ଆଇସିସି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଉଚିତ୍ । ତେବେ ରୋମ ଷ୍ଟାଚ୍ୟୁକୁ ନେଇ ଅନେକ ସମାଲୋଚନା ମଧ୍ୟ ହୁଏ । ଯେମିତିକି ଏହା ନିଜର ସ୍ଥାୟୀ ସଦସ୍ୟଙ୍କୁ ଆଇସିସିକୁ ମାମଲା ଟ୍ରାନ୍ସଫର କରିବା ପାଇଁ କ୍ଷମତା ପ୍ରଦାନ କରି ଆଇସିସିକୁ ୟୁଏନଏସସିର ଅଧିନ କରିଥିବା କୁହାଯାଏ । ଯାହାଦ୍ବାରା ୟୁଏନଏସସି ଏଥିରେ ହସ୍ତକ୍ଷେପ ପାଇଁ ସୁଯୋଗ ପାଇଥାଏ ।

ଏହାବ୍ୟତୀତ ରୋମ ଷ୍ଟାଚୁର ଧାରା(1) ଆଇସିସିର ପ୍ରୋସିକ୍ୟୁଟରକୁ ୟୁଏନଏସସି ବା କୌଣସି ସଦସ୍ୟ ରାଷ୍ଟ୍ରର ସୁପାରିଶ ବିନା ନିର୍ଦ୍ଦିଷ୍ଟ ପରିସ୍ଥିତିରେ ତଦନ୍ତ ଆରମ୍ଭ କରିବା ପାଇଁ Power of Proprio motu (ନିଜ ଆଧାରରେ) କ୍ଷମତା ପ୍ରଦାନ କରିଥାଏ । ପ୍ରୋସିକ୍ୟୁଟରଙ୍କ ଏହି ତଦନ୍ତ ପାଇଁ ଆତ୍ମ ନିର୍ଦ୍ଧାରଣ କ୍ଷମତାକୁ ଅନେକ ଦେଶ ନାପସନ୍ଦ କରିବା ସହ ନିନ୍ଦା କରନ୍ତି । ଅଭିଯୋଗ ହୋଇଥିବା ଅପରାଧର ଯଥେଷ୍ଟ ପ୍ରମାଣ, ବ୍ୟାପକତା ଅଛି କି ନାହିଁ ତାହା ଜାଣିବାକୁ ପ୍ରୋସିକ୍ୟୁଟର ଅଫିସ ପ୍ରାଥମିକ ଯାଞ୍ଚ କରିଥାଏ । ଏହାପରେ ମାମଲାର ତଦନ୍ତ ଆରମ୍ଭ ହୋଇଥାଏ । ତଦନ୍ତ ସମୟରେ ପ୍ରୋସିକ୍ୟୁଟରଙ୍କୁ ପ୍ରମାଣ ଏକଜୁଟ କରିବା ଏବଂ ପ୍ରକାଶ କରିବାକୁ ପଡିଥାଏ । ଏଥିସହ ଉଭୟ ୟୁଏନଏସସି ଏବଂ ଦେଶଗୁଡିକ ଦ୍ବାରା କରାଯାଇଥିବା ସୁପାରିଶ ଖାରଜ କରିବାକୁ ପ୍ରୋସିକ୍ୟୁଟର ପାଖରେ କ୍ଷମତା ଥାଏ ।

ଯେହେତୁ ଆଇସିସି ପାଖରେ ଏହାର ନିଜସ୍ବ ପୋଲିସ ବଳ ନାହିଁ, ସେଥିପାଇଁ ରୋମ ଷ୍ଟାଚ୍ୟୁକୁ ଅନୁମୋଦନ କରିଥିବା ଦେଶଗୁଡିକୁ ମାମଲାର ପ୍ରାଥମିକ ଯାଞ୍ଚ, ତଦନ୍ତ, ବିଚାର, ଗିରଫ ଓ ସନ୍ଦିଗ୍ଧଙ୍କ ଆତ୍ମସମର୍ପଣ, ସନ୍ଦିଗ୍ଧଙ୍କ ସମ୍ପତ୍ତି ବ୍ୟାଜାପ୍ତି, ଦଣ୍ଡାଦେଶ ଲାଗୁ କରିବା ନେଇ ବିଭିନ୍ନ ପ୍ରକ୍ରିୟାରେ ଆଇସିସିକୁ ସହଯୋଗ କରିବାକୁ ଦାୟିତ୍ବ ଦିଆଯାଇଛି ।

ବର୍ତ୍ତମାନ ଆଇସିସି ନିକଟରେ 32 ମାମଲା ରହିଛି । ଯାହାମଧ୍ୟରୁ 11ଟି ମାମଲାର ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ ଓ 4ଟି ମାମଲାରେ ଦୋଷମୁକ୍ତ କରାଯାଇଛି । ଆଇସିସିର ବିଚାରପତି 49ଟି ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । 21 ଜଣ ଆଇସିସି ଡିଟେନସନ ସେଣ୍ଟରରେ ହେପାଜତରେ ଥିବାବେଳେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି । ତେବେ ଆରେଷ୍ଟ ୱାରେଣ୍ଟ ଲାଗୁ କରିବା କ୍ଷେତ୍ରରେ ସଦସ୍ୟ ଦେଶଗୁଡିକର ଉତ୍ତମ ସହଯୋଗ ଥିଲେ ହେଁ ସେଫ୍ ଅଲ-ଇସଲାମ ଗଡ୍ଡାଫି (ଲିବିୟା), ଭ୍ଲାଦମିର ପୁଟିନ (ଋଷିଆ), ଉହୁରୁ କେନ୍ୟାଟ୍ଟା (କେନିୟା) ଭଳି କେତେକ ରାଷ୍ଟ୍ରମୁଖ୍ୟଙ୍କ ବିରୋଧରେ ୱାରେଣ୍ଟ ଲାଗୁ କରିବା ପାଇଁ ଆଇସିସିକୁ ବଡ ଆହ୍ବାନର ସାମ୍ନା କରିବାକୁ ପଡିଛି ।

ତେବେ ଆଇସିସି ବିରୋଧରେ ପକ୍ଷପାତିତା ନେଇ ମଧ୍ୟ ଅଭିଯୋଗ ଉଠିଛି । ଏହା ଦୁର୍ବଳ ରାଷ୍ଟ୍ର ବିରୋଧରେ ଶକ୍ତିଶାଳୀ ରାଷ୍ଟ୍ରକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି । ଅପରପକ୍ଷେ, ନିକଟରେ ମିଆଁମାର, ପାଲେଷ୍ଟାଇନ, ଋଷିଆ, ୟୁକ୍ରେନ ଓ ବେନଜୁଏଲାରେ କରାଯାଇଥିବା ତଦନ୍ତକୁ ଦେଖିଲେ ଆଇସିସି ନିଜର ପରିସର ଓ କ୍ଷମତା ବିସ୍ତାର କରୁଥିବାର ଆଭାସ ମିଳୁଛି ।

ଗତ ବର୍ଷ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଏବଂ ବାଳ ଅଧିକାର କମିଶନର ମାରିଆ ଲୋଭା-ବେଲୋଭାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ରୁଜୁ କରାଯାଇଥିଲା । 2024, ମେ'ରେ ଆଇସିସିର ପ୍ରୋସିକ୍ୟୁଟର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ୟୋଭ ଗାଲାଣ୍ଟ ଓ ହମାସ ନେତା ମହମ୍ମଦ ଡେଇଭ, ଇସମାଇଲ ହାନିୟେ, ୟାହ୍ୟା ସିନୱାର ବିରୋଧରେ ଆରେଷ୍ଟ ୱାରେଣ୍ଟ ଆବେଦନ ଘୋଷଣା କରିଥିଲେ ।

ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ପାଶ୍ଚାତ୍ୟ ରାଷ୍ଟ୍ରରୁ ବ୍ୟାପକ ସମର୍ଥନ ମିଳିଥିଲା । ହେଲେ ଇସ୍ରାଏଲ ନେତାଙ୍କ ଗିରଫ ୱାରେଣ୍ଟ ଆବେଦନ ସମସ୍ତଙ୍କୁ ଆଶ୍ଚାର୍ଯ୍ୟାନ୍ବିତ କରିଥିଲା । କାରଣ ଏହା ପ୍ରଥମ ଥର ଥିଲା, ଯେତେବେଳେ ଆଇସିସି କୌଣସି ପାଶ୍ଚାତ୍ୟ ସହଯୋଗୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ଭାରତ ରୋମ୍ ଷ୍ଟାଚ୍ୟୁ ଗ୍ରହଣ ନେଇ ଚୁକ୍ତିନାମାରେ ସ୍ବାକ୍ଷରିତ କରିନାହିଁ । ଏହି କାରଣରୁ ଭାରତ ଏହାର ପକ୍ଷକାର ବା ସଦସ୍ୟ ନୁହେଁ । ତେବେ ଆଇସିସି ପ୍ରୋସିକ୍ୟୁଟରଙ୍କୁ ମିଳିଥିବା କ୍ଷମତା, ଅପରାଧ ବର୍ଗୀକରଣ, ରାଷ୍ଟ୍ରୀୟ ସାର୍ବଭୌମତ୍ବ ଇତ୍ୟାଦି ପ୍ରସଙ୍ଗରେ ଅନ୍ୟ ଦେଶଗୁଡିକ ଭଳି ଭାରତର ମଧ୍ୟ ଅନେକ ଆଶଙ୍କା ରହିଛି । ନିଜ ଆଧାରରେ ତଦନ୍ତ ପାଇଁ ପ୍ରୋସିକ୍ୟୁଟରଙ୍କୁ ମିଳିଥିବା କ୍ଷମତାକୁ ଭାରତ ବିରୋଧ କରେ । ଭାରତ ବିଶ୍ବାସ କରେ ଯେ, ତଦନ୍ତ ପ୍ରକ୍ରିୟା ଦେଶର ଅଭିଜ୍ଞ ତଥା ଉପଯୁକ୍ତ ଅଧିକାରୀ ଦ୍ବାରା କରାଯିବା ଉଚିତ୍, ପ୍ରୋସିକ୍ୟୁଟରଙ୍କ ଦ୍ବାରା ନୁହେଁ । କାରଣ ଏହାଦ୍ବାରା ନ୍ୟାୟ ପ୍ରଭାବିତ ହେବାର ଆଶଙ୍କା ରହିଥାଏ ।

୧୯୯୮ରେ ସ୍ଥାପନ ପରାଠାରୁ ଆଇସିସି ଏକ ଦାୟିତ୍ବସମ୍ପୂର୍ଣ୍ଣ ଅନୁଷ୍ଠାନ ଭାବେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ନିସନ୍ଦେହ । କିନ୍ତୁ ବିଭିନ୍ନ କାରଣରୁ ଏହି ଅଦାଲତକୁ ନେଇ ଏବେ ବି ତର୍କବିତର୍କ ଜାରି ରହିଛି । ଚୀନ, ଋଷ ଓ ଆମେରିକା ଭଳି ବିଶ୍ବର ମହାଶକ୍ତିଗୁଡିକ ସହ ଜଟିଳ ସମ୍ପର୍କ ମଧ୍ୟ ଆଇସିସି କ୍ଷେତ୍ରରେ ଏକ ବଡ ଚ୍ୟାଲେଞ୍ଜ ଅଟେ । ଏହିଭଳି ଚ୍ୟାଲେଞ୍ଜର ସାମ୍ନା କରିବା ଆଇସିସିକୁ ଦୁନିଆର ଭୟାନକ ଯୁଦ୍ଧ ଅପରାଧିମାନଙ୍କ କ୍ଷେତ୍ରରେ ଉଚିତ୍ ନ୍ୟାୟ କରିବାରେ ପ୍ରତିବନ୍ଧକ ସାଜିପାରେ । ଯଦି ଅନ୍ତର୍ଜାତୀୟ ଅଦାଲତ ନିଜର ମାମଲା ପରିଚାଳନା ଏବଂ ନ୍ୟାୟିକ ଦୃଷ୍ଟିକୋଣକୁ ଠିକ୍ କରିବାକୁ ପ୍ରସ୍ତୁତ ହୁଏ, ତାହେଲେ ଆଇସିସିର ଭବିଷ୍ୟତ ଉଜ୍ଜଳ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.