ହାଇଦ୍ରାବାଦ: ଗତ କିଛି ସପ୍ତାହ ମଧ୍ୟରେ ପାକିସ୍ତାନ ପ୍ରତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମନୋଭାବରେ ପରିବର୍ତ୍ତନ ହେବା ନେଇ ସଙ୍କେତ ଦେଖାଯାଉଛି । ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁରକ୍ଷା ଏବଂ ଅନାନ୍ୟ କ୍ଷେତ୍ରରେ ପାକିସ୍ତାନ ସହ ସମ୍ପର୍କ ପୁନଃପ୍ରତିଷ୍ଠା କରିବାର ଆମେରିକାର ଉଦ୍ଦେଶ୍ୟ ଅଛି କି ନାହିଁ, ସେନେଇ ଚର୍ଚ୍ଚା ହେଉଛି । ପାକିସ୍ତାନରେ ନିର୍ବାଚନ ପରେ ମାର୍ଚ୍ଚ 2024ରେ ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ଶାହବାଜ ସରିଫଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ବାଇଡେନଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯାଉଛି ।
କୁହାଯାଉଛି ଯେ, ଦଶନ୍ଧି ଧରି ଆମେରିକାର ସୁରକ୍ଷା ରଣନୀତିରେ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା । ବିଶେଷ କରି ଆଫଗାନିସ୍ତାନରେ ଆମେରିକୀୟ ଏବଂ ନାଟୋ ସ୍ୱାର୍ଥ ପ୍ରସଙ୍ଗରେ ଏହାର ଗୁରୁତ୍ବ ଦେଖାଯାଉଥିଲା । କିନ୍ତୁ 2021 ମସିହା ଅଗଷ୍ଟ 15 ତାରିଖରେ ତାଲିବାନ ସତ୍ତାକୁ ଫେରିବା ପରେ ସ୍ଥିତିରେ ପରିବର୍ତ୍ତନ ଦେଖାଯାଇଥିଲା । ଯଦିଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ନାଟୋ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲା ତଥାପି ଆଫଗାନିସ୍ତାନରୁ ଅପମାନଜନକ ପ୍ରତ୍ୟାହାର ଜୋ ବିଡେନଙ୍କ ଲୋକପ୍ରିୟତା ଉପରେ ପ୍ରଭାବ ପଡିଥିଲା । ଏହି ଘଟଣା ଯୋଗୁଁ ରାଷ୍ଟ୍ରପତି ବିଡେନଙ୍କ ମନରେ ପାକିସ୍ତାନୀ ନେତୃତ୍ୱ ପ୍ରତି ଏକ ଉଦାସୀନ ମନୋଭାବ ସୃଷ୍ଟି ହୋଇଥିଲା । ଏହାପରେ ବାଇଡେନ ପାକିସ୍ତାନର ତତକାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଶେହବାଜ ସରିଫଙ୍କ ସହିତ ଯୋଗାଯୋଗ ବନ୍ଦ କରିଦେଇଥିଲେ । ଅକ୍ଟୋବର 2022 ମସିହାରେ ବାଇଡେନ ପାକିସ୍ତାନକୁ ବିପଦଜ୍ଜନକ ଦେଶ ଭାବେ ବର୍ଣ୍ଣନା କରିଥିଲେ। ପରମାଣୁ ସୁରକ୍ଷା ପ୍ରୋଟୋକଲ ଉପରେ ପ୍ରଶ୍ନ ଉଠାଇଥିଲେ ।
ଏହା ମଧ୍ୟ ପଢନ୍ତୁ: ପାକିସ୍ତାନକୁ ଝଟକା ଦେଲା ଆମେରିକା, କ୍ଷେପଣାସ୍ତ୍ର ପ୍ରକଳ୍ପକୁ ଉପକରଣ ଯୋଗାଉଥିବା 3ଚୀନ କମ୍ପାନୀ ବ୍ୟାନ - US Sanctions 3 Chinese Firms
ଏହାରି ମଧ୍ୟରେ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ସୀମା ବିବାଦ, ଆତଙ୍କବାଦୀ ସଂଗଠନ ଟିଟିପିକୁ ସୁରକ୍ଷା ତଥା ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଫେରାଇ ଆଣିବା ନେଇ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଏହାର ଅର୍ଥ ହେଉଛି ଆମେରିକାର ଆଦେଶ ଅନୁଯାୟୀ କାର୍ଯ୍ୟ କରିବା କିମ୍ବା ତାଲିବାନକୁ ପ୍ରଭାବିତ କରିବା ପାଇଁ ପାକିସ୍ତାନର କ୍ଷମତା ହ୍ରାସ ପାଇଛି । ଏହା ସ୍ପଷ୍ଟ ଭାବେ ଅନୁମାନ କରାଯାଇପାରେ ଯେ 2021 ମସିହାରେ ଆଫଗାନିସ୍ତାନରେ ଓଲଟପାଲଟ ହେବା ପରେ ପାକିସ୍ତାନ ଆମେରିକାର ଦୃଷ୍ଟିକୋଣରୁ ଏହି ଅଞ୍ଚଳରେ ନିଜର ରଣନୈତିକ ଗୁରୁତ୍ବ ହରାଇଛି । ଚଳିତ ବର୍ଷ ମାର୍ଚ୍ଚ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କିଛି ସପ୍ତାହ ମଧ୍ୟରେ ଯେତେବେଳେ ସେ ନୂତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ବ୍ୟକ୍ତିଗତ ଚିଠି ଲେଖିଥିଲେ, ଏଥିରେ ସେ ସୁରକ୍ଷା ନେଇ ଗୁରୁତ୍ବାରୋପ କରିଥିଲେ । ସେତେବେଳେ ବାଇଡେନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଦେଖାଯାଇଥିଲା । ବାଇଡେନ ଚିଠିରେ ଲେଖିଥିଲେ, ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ସ୍ଥାୟୀ ସହଭାଗୀତା ଆମ ଲୋକ ତଥା ବିଶ୍ବର ସୁରକ୍ଷା ନିଶ୍ଚିତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ସବୁଠାରୁ ଗମ୍ଭୀର ଏବଂ ଆହ୍ୱାନର ମୁକାବିଲା ପାଇଁ ଆମେରିକା ପାକିସ୍ତାନ ସହିତ ଛିଡ଼ା ହେବ । ସ୍ୱାସ୍ଥ୍ୟ ସୁରକ୍ଷା, ସମସ୍ତଙ୍କ ପାଇଁ ଶିକ୍ଷା, ପରିବେଶ ଇତ୍ୟାଦି ବିଷୟ ନେଇ ଚିଠିରେ ମଧ୍ୟ ଉଲ୍ଲେଖ କରାଯାଇଛି ।
2024 ମସିହାରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଆମେରିକାର ରାଷ୍ଟ୍ରପତି ବିଡେନ ଏଭଳି ସମୟରେ ପାକିସ୍ତାନ ନେତୃତ୍ୱ ପ୍ରତି ନରମ ମନୋଭାବ ପ୍ରଦର୍ଶନ କରିଥିଲେ । ତେବେ ଇସ୍ରାଇଲ-ହମାସ ବିବାଦ ଏବ ଇରାନ-ଇସ୍ରାଇଲ ସମ୍ପର୍ରକରେ ଫାଚଟକୁ ନେଇ ବାଇଡେନଙ୍କ ଚିଠି ସାମ୍ନାକୁ ଆସିଛି । ଏହା ବଡ ବିବାଦର ଆଶଙ୍କା ସୃଷ୍ଟି କରିଛି । ଆମେରିକାର ଦୃଷ୍ଟିରେ ଇରାନ ସହିତ ନିକଟତରତା ପ୍ରସଙ୍ଗରେ ପାକିସ୍ତାନ ବିଶେଷ ଉପଯୋଗୀ ହୋଇପାରେ । କୌତୁହଳର ବିଷୟ ହେଉଛି, ଇରାନର ରାଷ୍ଟ୍ରପତି ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ ପରେ ପରେ ଏପ୍ରିଲ ମାସରେ ପାକିସ୍ତାନ ଗସ୍ତ କରିଥିଲେ । ଫେବୃଆରୀ 2024 ବିଧାନସଭା ନିର୍ବାଚନ ପରେ ଏହା ମୁଖ୍ୟଙ୍କ ପାକିସ୍ତାନ ଗସ୍ତ । ପାକିସ୍ତାନର ଶକ୍ତି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇରାନ-ପାକିସ୍ତାନ ଗ୍ୟାସ ପାଇପଲାଇନ କାର୍ଯ୍ୟ ନେଇ ଉଭୟ ପକ୍ଷ ସହିତ ଆଲୋଟଚନା ହୋଇଥିଲା ।
ପାକିସ୍ତାନ ଆମେରିକାର ସୁରକ୍ଷା ମୂଲ୍ୟାଙ୍କନରେ ଧୀରେ ଧୀରେ ନିଜର ରଣନୈତିକ ମହତ୍ତ୍ୱକୁ ପୁନଃ ପ୍ରାପ୍ତ କରୁଛି ଏବଂ ଆମେରିକା ମଧ୍ୟ ପୂର୍ବରେ ଆମେରିକାର ସ୍ୱାର୍ଥ ରକ୍ଷା ପାଇଁ ଇରାନକୁ ପ୍ରଭାବିତ କରିବାକୁ ଚେଷ୍ଟା କରବା ଭଳି ବାରି ହୋଇପଡୁଛି । ପାକିସ୍ତାନ ଇସ୍ରାଏଲ ଏବଂ ଆମେରିକାର କଠୋର ପ୍ରତିଦ୍ୱନ୍ଦ୍ୱୀ ଇରାନର ପ୍ରଭାବରେ ଆସିବା ନେଇ ଆମେରିକା ମଧ୍ୟ ଚାହୁଁନାହିଁ । ଇରାନ ରାଷ୍ଟ୍ରପତିଙ୍କ ପାକିସ୍ତାନ ଗସ୍ତ ପରେ ଆମେରିକାର ସହକାରୀ ବୈଦେଶିକ ସଚିବ ଇସଲାମବାଦ ଗସ୍ତ କରିଥିଲେ । ତେବେ ଏହି ସମୟରେ ପାକିସ୍ତାନ ସହିତ ସୁରକ୍ଷା ବ୍ୟତୀତ ଅନାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ତେବେ ଏହା ଦେଖିବାକୁ ବାକି ରହିଲା ପାକିସ୍ତାନ ସହିକ ରଣନୀତିକ ସହଯୋଗରେ ଆମେରିକା କେତେ ଦୂର ଆଗକୁ ବଢୁଛୁ । ତେବେ ଏଠାରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ଭାରତ ପାଇଁ ଚିନ୍ତାର କାରଣ ହୋଇଛି କି? ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଆମେରିକା ସହିତ ଭାରତର ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀ ପାକିସ୍ତାନ ସହିତ ଆମେରିକାର ଦୃଢ ସହଯୋଗ ସତ୍ତ୍ବେ ବିକଶିତ ହୋଇଛି । ଭାରତ-ଆମେରିକା ସମ୍ପର୍କର ପରିସର ଏତେ ବ୍ୟାପକ ଯେ ଏହା ଭାରତର ଜାତୀୟ ସ୍ୱାର୍ଥକୁ ଉଲ୍ଲଂଘନ ନକଲେ ଆମେରିକା ଏବଂ ପାକିସ୍ଥାନ ମଧ୍ୟରେ କୌଣସି ନିକଟତର ହେବା ଦ୍ୱାରା କୌଣସି କ୍ଷେତ୍ରରେ ପ୍ରଭାବ ପଡିବ ନାହିଁ ।