ETV Bharat / opinion

ଭାରତ-କାନାଡା ବିବାଦ; କେବଳ ନିଜ୍ଜାର ହତ୍ୟାକାଣ୍ଡ ନୁହେଁ, ରହିଛି ଏକାଧିକ କାରଣ

କାହିଁକି ଭାରତ-କାନାଡା ମଧ୍ୟରେ ଆରମ୍ଭ ହେଲା ତିକ୍ତତା । କେବଳ ନିଜ୍ଜାର ହତ୍ୟାକାଣ୍ଡ ଅଭିଯୋଗ ନୁହେଁ, ପ୍ରଚ୍ଛଦପଟ୍ଟରେ ରହିଛି ଏକାଧିକ କାରଣ । ପଢନ୍ତୁ ମେରଜ ଜେନେରାଲ (ଅବସରପ୍ରାପ୍ତ) ହର୍ଷ କାକରଙ୍କ ଆଲେଖ୍ୟ

author img

By Major General Harsha Kakar

Published : 2 hours ago

ଭାରତ-କାନାଡା ବିବାଦ
ଭାରତ-କାନାଡା ବିବାଦ (ETV Bharat Odisha)

ହାଇଦ୍ରାବାଦ: କିଛି ମାସର ବ୍ୟବଧାନ ପରେ ପୁଣି ଭାରତ-କାନାଡା ସମ୍ପର୍କରେ ଚରମ ଚିକ୍ତତା ଦେଖିବାକୁ ମିଳିଛି । ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାର ହତ୍ୟା ମାମଲାରେେ କାନାଡା ସରକାର ପୁଣି ନୂଆଦିଲ୍ଲୀକୁ ଦାୟୀ କରିବା ପରେ ଦ୍ବିପାକ୍ଷିକ ତିକ୍ତତା ବଢିଛି । ଉଭୟ ଦେଶ ସେମାନଙ୍କ କୂଟନୀତିଜ୍ଞ ଅପସାରଣ କରିଛନ୍ତି । ଏହାରି ମଧ୍ୟରେ କାନାଡାର କିଛି ଅଧିକାରୀ ଏହି ପ୍ରସଙ୍ଗରେ ଭାରତ ବିରୋଧରେ ନୂଆ ଅଭିଯୋଗ କରିଛନ୍ତି ।

  • ପ୍ରମାଣ ନାହିଁ, ଖାଲି ଅଭିଯୋଗ

କିଛି ନୂଆ ତଥ୍ୟ ସାମ୍ନାକୁ ଆଣିବା ସହ ସେମାନେ ଏହି ହତ୍ୟାକାଣ୍ଡରେ ଭାରତୀୟ ଏଜେନ୍ସିର ସମ୍ପୃକ୍ତି ଅଛି ବୋଲି ପ୍ରମାଣିତ କରିବାକୁ ଭରପୂର ପ୍ରୟାସ କରିଛନ୍ତି । ମାତ୍ର ତାହା ବିଫଳ ହେବା ପରି ସ୍ପଷ୍ଟ ଦୃଶ୍ୟମାନ ହେଉଛି । କାନାଡା ତଦନ୍ତକାରୀ ସଂସ୍ଥା ସଙ୍ଗୀନ ଅଭିଯୋଗ କରିଥିଲେ ମଧ୍ୟ ସଠିକ୍‌ ପ୍ରମାଣ ସାମ୍ନାକୁ ଆଣିବାରେ ବିଫଳ ହୋଇଛି । ଏହି ଅଭିଯୋଗ କେବଳ ଜଷ୍ଟିନ୍‌ ଟ୍ରୁଡୋ ସରକାରକୁ ବଞ୍ଚାଇବାର ଏକ ଉଦ୍ୟମ ବୋଲି ମଧ୍ୟ କୁହାଯାଉଛି ।

ଭାରତ-କାନାଡା ବିବାଦ
ଭାରତ-କାନାଡା ବିବାଦ (etv bharat Odisha)

ଏହାକୁ ନୂଆଦିଲ୍ଲୀ ଖଣ୍ଡନ କରିବା ସହ ପ୍ରବଳ ବିରୋଧ ମଧ୍ୟ କରିଛି । କେବଳ ଭାରତୀୟ ନୁହନ୍ତି, ବରଂ କାନାଡାର ନିଜ ନାଗରିକମାନେ ମଧ୍ୟ ଏହି ପ୍ରସଙ୍ଗରେ ନିଜ ସରକାରର ଭାରତ ବିରୋଧୀ ଅଭିଯୋଗ ସମ୍ପର୍କିତ ପ୍ରମାଣ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଅନେକ ସୋସିଆଲ ମିଡିଆ ୟୁଜର୍ସମାନେ ଟ୍ରୁଡୋ ସରକାର ଓ ଅନ୍ୟମାନଙ୍କୁ ସମାଲୋଚନା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ବାରମ୍ବାର ଅଭିଯୋଗ କରି ବିବାଦକୁ ବଢାଇବା ଓ କୂଟନୈତିକ ତିକ୍ତତାକୁ ଚରମ ସୀମାକୁ ନେବା ବ୍ୟତୀତ ପ୍ରମାଣ ଦେବାରେ କାନାଡା, ଭାରତକୁ କୌଣସି ସହଯୋଗ କରୁନାହିଁ ।

  • ଟ୍ରୁଡୋଙ୍କ ୨୦୧୮ ଭାରତ ଗସ୍ତ ସମୟରେ ଏମିତି କଣ ହୋଇଥିଲା !

ଅନ୍ୟ ଏକ ରୋଚକ ତଥ୍ୟ ଅନୁସାରେ, କାନାଡା-ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ଏହି ତିକ୍ତତାର ପ୍ରକୃତ କାରଣ କେବଳ ନିଜ୍ଜାର ହତ୍ୟାକାଣ୍ଡ ନୁହେଁ ବରଂ ଟ୍ରୁଡୋ ପରିବାରର ଭାରତ ଗସ୍ତ ସମ୍ପର୍କିତ ଏକ ଘଟଣାକ୍ରମ ସହ ସମ୍ପୃକ୍ତ । ୨୦୧୮ରେ ଟ୍ରୁଡୋ ସପରିବାର ଭାରତ ଆସିଥିଲେ । ଟ୍ରୁଡୋଙ୍କ ନୂଆଦିଲ୍ଲୀ ଗସ୍ତର ଷଷ୍ଠ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ କେବଳ ଔପଚାରିକ ସାକ୍ଷାତକାର ଓ ଆଲୋଚନା ହୋଇଥିଲା । କେବଳ ଫଟୋ କ୍ଲିକ୍‌ କରିବା ଛଡା କାନାଡା ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅନ୍ୟ କୌଣସି ସୁଫଳ ମିଳିନଥିଲା ।

ଏହି ଘଟଣା ନେଇ ଟ୍ରୁଡୋଙ୍କୁ ନିଜ ଦେଶରେ ମଧ୍ୟ ସମାଲୋଚିତ ହେବାକୁ ପଡିଥିଲା । ଏହା ଏକ ଅଫଳପ୍ରଦ ଗସ୍ତ ବୋଲି କାନାଡାବାସୀ ଓ ସ୍ଥାନୀୟ ରାଜନୈତିକ ଦଳ ଅନୁଭବ କରିଥିଲା । ଏହାକୁ ନେଇ କାନାଡାର ଭାରତ ପ୍ରତି ଆଭିମୁଖ୍ୟ ବଦଳିଥିଲା । ଯାହା ପରବର୍ତ୍ତୀ ସମୟରେ ଭିନ୍ନ ପ୍ରାସଙ୍ଗିକ ମୋଡ ନେଇଥିଲା । ଏହାର କିଛି ବର୍ଷ ପରେ ନିଜ୍ଜାର ହତ୍ୟା ମାମଲାରେ ସିଧା ଟ୍ରୁଡୋ ଭାରତର ପ୍ରତ୍ୟକ୍ଷ ସମ୍ପୃକ୍ତି ନେଇ ଅଭିଯୋଗ କରିଥିଲେ । ଏହା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ବୃଦ୍ଧି ପାଇଥିଲା ।

ଭାରତ-କାନାଡା ବିବାଦ
ଭାରତ-କାନାଡା ବିବାଦ (ETV Bharat Odisha)
  • ଜି୨୦ ସମ୍ମିଳନୀରେ ଦ୍ବିପାକ୍ଷିକ ଆଲୋଚନା କରିନଥିଲେ ମୋଦି- ଟ୍ରୁଡୋ

ଅନ୍ୟ ଏକ ଘଟଣାକ୍ରମକୁ ମଧ୍ୟ ବିଚାରକୁ ନିଆଯାଇପାରେ । ଗତବର୍ଷ (୨୦୨୩) ରେ ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଶେଷ କାର୍ଯ୍ୟକ୍ରମ ଭାବେ ସମ୍ମିଳନୀର ରାଷ୍ଟ୍ରମୁଖ୍ୟମାନେ ଦିଲ୍ଲୀ ଆସିଥିଲେ । ଏହାରି ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ମଧ୍ୟ ଥିଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର କୌଣସି ଦ୍ବିପାକ୍ଷିକ ଆଲୋଚନା ହୋଇନଥିଲା । ମୋଦି ମୁଖ୍ୟ ଇଭେଣ୍ଟର ପାର୍ଶ୍ବ-କାର୍ଯ୍ୟକ୍ରମ ଭାବେ ଏକାଧିକ ରାଷ୍ଟ୍ରମୁଖ୍ୟ ସହ ସାକ୍ଷାତ ଓ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ସୁଦ୍ଧା କାନାଡା କ୍ଷେତ୍ରରେ ହିଁ ଏହାର ବିପରୀତ ଘଟଣାକ୍ରମ ଦେଖିବାକୁ ମିଳିଥିଲା । ଟ୍ରୁଡୋ କେବଳ ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଫେରିଯାଇଥିଲେ ।

  • ରାଷ୍ଟ୍ରପତିଙ୍କ ନୈଶ୍ୟଭୋଜିରେ ସାମିଲ ହୋଇନଥିଲେ ଟ୍ରୁଡୋ

କାନାଡା ମାଟିରେ ଖଲିସ୍ତାନୀ ଗତିବିଧିକୁ ସମର୍ଥନ ମିଳୁଥିବା ପ୍ରସଙ୍ଗରେ ମଧ୍ୟ ତାଙ୍କୁ କଡା ସମାଲୋଚନା କରାଯାଇଥିଲା । ଏହା ପରେ କାନାଡା ପ୍ରଧାନମନ୍ତ୍ରୀ ମଧ୍ୟ ଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ରାଷ୍ଟ୍ରମୁଖ୍ୟ ନୈଶ୍ୟଭୋଜିରେ ସମସ୍ତ ରାଷ୍ଟ୍ରମୁଖ୍ୟ ସାମିଲ ହୋଇଥିବା ବେଳେ ଟ୍ରୁଡୋ ଏଥିରୁ ଦୂରେଇ ରହିଥିଲେ । ରାଷ୍ଟ୍ରପତି ଭବନରେ ଆୟୋଜିତ ନୈଶ୍ୟଭୋଜିରେ ଅଂଶଗ୍ରହଣ ନକରି ସେ ତାଙ୍କ ପୁଅ ସହ ଅନ୍ୟ ଏକ ରେସ୍ତୋରାଁ ଚାଲିଯାଇଥିଲେ । ଯାହା ସେତେବେଳେ ଚର୍ଚ୍ଚାର କାରଣ ହୋଇଥିଲା ।

ଭାରତ-କାନାଡା ବିବାଦ
ଭାରତ-କାନାଡା ବିବାଦ (ETV Bharat Odisha)

ପରେ ତାଙ୍କ ବିମାନରେ କିଛି ତ୍ରୁଟି ଦେଖାଯିବା କାରଣରୁ ସେ ନୂଆଦିଲ୍ଲୀରେ ଅତିରିକ୍ତ ସମୟ ଅଟକି ରହିଥିଲେ । ଅଫଳପ୍ରଦ ଆଲୋଚନା ଓ ଜି-୨୦ରେ ଅସଫଳ ଅଂଶଗ୍ରହଣ କାରଣରୁ ଟ୍ରୁଡୋଙ୍କ ପ୍ରତି ସମାଲୋଚନା ବଢିଥିଲା । ଏଥିରେ କାନାଡା ସରକାର ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଥିଲା । ଟ୍ରୁଡୋ ଜି-୨୦ ସମ୍ମିଳନୀରେ ଅଂଶଗ୍ରହଣ କରି ଦିଲ୍ଲୀରୁ ସ୍ବଦେଶ ଫେରିବା ପରେ ନିଜ୍ଜାର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି କଥା ଉଠାଇଥିଲେ । ଏହି ପ୍ରସଙ୍ଗ ସେତେବେଳେ ପୂରା ବିଶ୍ବରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଭାରତ ବିରୋଧରେ ନିଜେ କୌଣସି ଦେଶର ପ୍ରଧାନମନ୍ତ୍ରୀ ସିଧା ଏହି ସଙ୍ଗୀନ ଅଭିଯୋଗ ଉଠାଇବାରେ ଏହା ଥିଲା ପ୍ରଥମ ଘଟଣା ।

ଭାରତ-କାନାଡା ବିବାଦ
ଭାରତ-କାନାଡା ବିବାଦ (ETV Bharat Odisha)
  • ମୋଦିଙ୍କ ସହ ଆଲୋଚନା ନେଇ ଟ୍ରୁଡୋଙ୍କ ମିଛ

ଏହାର କିଛି ମାସ ପରେ ଟ୍ରୁଡୋ ଅନ୍ୟ ଏକ ଲଜ୍ଜାଜନକ ସ୍ଥିତିର ସାମ୍ନା କରିଥିଲେ । ଲାଉସରେ ଆୟୋଜିତ ‘ଏସିଆନ ସମ୍ମିଳନୀରେ ସେ ଏହି ତିକ୍ତତା ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିଥିବା କହିଥିଲେ ଟ୍ରୁଡୋ । ଭାରତ- କାନାଡା ମିଳିତ ପ୍ରସଙ୍ଗରେ କାମ କରିବା ଜାରି ରଖିବେ । କାନାଡା ନାଗରିକଙ୍କ ସୁରକ୍ଷା ଓ ଆଇନର ଶାସନକୁ ସୁରକ୍ଷିତ ରଖି ତାଙ୍କ ସରକାର ସମସ୍ତ କାମ ଜାରି ରଖିବା ନେଇ ଟ୍ରୁଡୋ ମୋଦିଙ୍କ ସହ ଆଲୋଚନା ହୋଇଥିବା କହିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ନୂଆଦିଲ୍ଲୀ ଏହାକୁ ଖଣ୍ଡନ କରିଥିଲା । ମୋଦିଙ୍କ ସହ ଟ୍ରୁଡୋଙ୍କର କୌଣସି ବାର୍ତ୍ତାଳାପ କିମ୍ବା ସାକ୍ଷାତକାର ହୋଇନି ବୋଲି ନୂଆଦିଲ୍ଲୀ କହିଥିଲା । ଯାହାକି କାନାଡା ପ୍ରଧାନମନ୍ତ୍ରୀଙ୍କ ମିଛକୁ ଧରାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ରାଜନୀତିରେ ସ୍ବାର୍ଥ ହାସଲ ପାଇଁ ସୀମା ଲଙ୍ଘିଲେ ଟ୍ରୁଡୋ, ଭାରତ-କାନାଡା ସମ୍ପର୍କରେ ତିକ୍ତତା

ଏହା ବି ପଢନ୍ତୁ...ଭାରତ-କାନାଡା ସଂପର୍କରେ ତିକ୍ତତା; କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ, 6 କୂଟନୀତିଜ୍ଞ ବହିଷ୍କୃତ

ଏହା ବି ପଢନ୍ତୁ...ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ: ବଢିପାରେ ଆଞ୍ଚଳିକ ବିବାଦ, କିନ୍ତୁ.. - Iran Response To Israel

ଟ୍ରୁଡୋଙ୍କ ରାଜନୈତିକ ଅସ୍ଥିତ୍ବ:-

ଭାରତ-କାନାଡା ବିବାଦ
ଭାରତ-କାନାଡା ବିବାଦ (ETV Bharat Odisha)

ଏହି ବିବାଦର ପ୍ରଚ୍ଛଦପଟ୍ଟରେ ଅନ୍ୟ ଏକ ରାଜନୈତିକ କାରଣ ମଧ୍ୟ ରହିଛି । କାନାଡା ରାଜନୀତିରେ କିଛି ଶିଖ ସମ୍ପ୍ରଦାୟର ନେତାଙ୍କ ପ୍ରଭାବ ମଧ୍ୟ ରହିଛି । ଟ୍ରୁଡୋ ସରକାର ଏବେ ସଂଖ୍ୟା ବହୁମତରେ ପଛରେ ଅଛି । ‘ନ୍ୟୁ-ଡେମୋକ୍ରାଟିକ ପାର୍ଟି’ (NDP) ମୁଖ୍ୟ ଜଗମିତ ସିଂ ଟ୍ରୁଡୋ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ସେ ଜଣେ ଖଲିସ୍ତାନୀ ସମର୍ଥିତ ନେତା ଭାବେ ବେଶ ଜଣାଶୁଣା । ଏବେ ତାଙ୍କ ସମର୍ଥନ ପ୍ରତ୍ୟାହାର ପରେ ଅଳ୍ପମତକୁ ଚାଲିଯାଇଛି ଟ୍ରୁଡୋ ସରକାର । ଟ୍ରୁଡୋ ବିରୋଧୀ ସାଂସଦମାନଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛନ୍ତି । ଏକାଧିକ ଉପନିର୍ବାଚନରେ ମଧ୍ୟ ଟ୍ରୁଡୋଙ୍କ ଦଳ ‘ଲବେରାଲ ପାର୍ଟି’ ନିର୍ବାଚନ ହାରିଛି । ନିଜ ଦଳର ପ୍ରାୟ ୨୦ରୁ ଅଧିକ ସାଂସଦ ଟ୍ରୁଡୋଙ୍କ ଇସ୍ତଫା ଚାହୁଁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଶିଖ ସମ୍ପ୍ରଦାୟ ସମର୍ଥନ ପାଇଁ ଟ୍ରୁଡୋ ଭାରତ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେଣୁ ବାରମ୍ବାର ଦିଲ୍ଲୀ ପ୍ରମାଣ ମାଗିବା ସତ୍ତ୍ବେ ମଧ୍ୟ ଟରାଣ୍ଟୋ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଯୋଗାଇ ପାରୁନି । କେବଳ ଗୁଇନ୍ଦା ତଥ୍ୟର ଉଦାହରଣ ଦେଇ ଭାରତକୁ ଦାୟୀ କରିବାରେ ଲାଗିଛି ।

ସମ୍ପାଦକୀୟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.