ହାଇଦ୍ରାବାଦ: ସମସ୍ତେ ସମାନ ଅଧିକାର ନେଇ ଜନ୍ମ ଗ୍ରହଣ କରିଛନ୍ତି । ଏଣୁ ସମସ୍ତଙ୍କୁ ସମ୍ମାନ ମିଳିବା ଉଚିତ । କଏଦୀମାନଙ୍କୁ ମଧ୍ୟ ଯେପରି ଅସମ୍ମାନ କରାନଯାଉ ବୋଲି ଗୁରୁବାର ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ ଜେବି ପରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ଜେଲରେ ଥିବା ଭେଦଭାବକୁ ଦୂର କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜେଲରେ ଜାତିଗତ ଭେଦଭାବ ବା ଅନ୍ୟ କୌଣସି ଭେଦଭାବ ନରହିବା ଉଚିତ । ଜାତିଗତ ଭେଦଭାବ ଦର୍ଶାଇ କାହାକୁ କାମ ବଣ୍ଟା ନଯାଉ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
'ସମ୍ମାନର ସହ ବଞ୍ଚିବା ଅଧିକାର କଏଦୀଙ୍କର ବି ଅଛି'
ସୁପ୍ରିମକୋର୍ଟ କହିଛନ୍ତି, "ସମ୍ମାନର ସହ ବଞ୍ଚିବା ଅଧିକାର କଏଦୀଙ୍କର ମଧ୍ୟ ଅଛି । କାହାକୁ ସମ୍ମାନ ପ୍ରଦାନ ନକରିବା ହେଉଛି ଏକଛତ୍ରବାଦ ଶାସନ ଭଳି । ଯାହାକି ବିଗତ ଦିନରେ ଦେଖିବାକୁ ମିଳୁଥିଲା । ହେଲେ ବର୍ତ୍ତମାନ ଏହାର ପୁନରାବୃତ୍ତି ନହେଉ ।" ଶୁଣାଣି ସମୟରେ ମୁଖ୍ୟ ବିଚାରପତି କହିଛନ୍ତି, "ସ୍ବାଧୀନତାକୁ ୭୫ ବର୍ଷ ପୂରିଥିଲେ ସୁଦ୍ଧା ଆମେ ଏଯାଏଁ ଏଭଳି କୁପ୍ରଥା ରୋକିବାରେ ସକ୍ଷମ ହୋଇପାରିନାହୁଁ । ଜେଲରେ ନିର୍ଦ୍ଦିଷ୍ଟ କିଛି ଜାତି ଆଧାରରେ ତାଙ୍କୁ କାମ କରିବାକୁ ଦିଆଯିବା ଆଦୌ ଗ୍ରହଣୀୟ ନୁହେଁ । ଆମକୁ ଆନୁଷ୍ଠାନିକ ଭାବେ ଏହି ଅଭ୍ୟାସ ଜାରି ରଖିବାକୁ ପଡ଼ିବ । କେଉଁ ସମ୍ପ୍ରଦାୟ ଯେଭଳି ନିଜ ଅଧିକାରରୁ ବଞ୍ଚିତ ନହୁଅନ୍ତି ସେ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ । କହିବାକୁ ଗଲେ ଏଭଳି ଜାତିଭେଦ ସତେ ଯେମିତି ଷ୍ଟିଲ ସଦୃଶ । ଏହା ବେଳେବେଳେ ଦେଖାଯାଏ ନାହିଁ । ହେଲେ ଏହାର ଉପସ୍ଥିତିକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଆଉ ଏହା ଏତେ ବି ଶକ୍ତିଶାଳୀ ନୁହେଁ ଯେ, ଭାଙ୍ଗି ଦିଆଯାଇପାରିବ ନାହିଁ ।"
ଜାତି ଭିତ୍ତିକ ଭେଦଭାବର ଶିକାର ନହୋଇ ସେମାନଙ୍କର ବ୍ୟକ୍ତିଗତ ଅଭିବୃଦ୍ଧିରେ ବାଧା ସୃଷ୍ଟି ନକରି ସମାନତା, ସମ୍ମାନ ତଥା ପରିବେଶ ରଖିବାକୁ କହିଛନ୍ତି CJI । ଯଦି କଏଦୀମାନେ ଶ୍ରମଦାନ କରିବାବେଳେ ଅସମ୍ମାନିତ ବା ଅପମାନିତ ଅନୁଭବ କରନ୍ତି କିମ୍ବା ଅତ୍ୟାଚାରର ଶିକାର ହୁଅନ୍ତି ତେବେ ଏଭଳି ପରିସ୍ଥିତିରେ ଧାରା-23 ପ୍ରୟୋଗ କରାଯାଇପାରିବ । ଏନେଇ କୋର୍ଟ ଏକ ୧୪୮ ପୃଷ୍ଠାର ରାୟ ପ୍ରଦାନ କରିଛନ୍ତି ।
The Supreme Court today (October 3) laid down crucial guidelines for the prevention of caste-based discrimination division of labour in Prisons.
— Live Law (@LiveLawIndia) October 3, 2024
Read more: https://t.co/xvhmFyt8Oc#SupremeCourt #Prisoners #Caste #Discrimination #SupremeCourtOfIndia pic.twitter.com/357Qos3rB8
ସୁକନ୍ୟାଙ୍କ ଆବେଦନର ଶୁଣାଣି:
ସୁକନ୍ୟା ଶାନ୍ତା ନାମକ ଜଣେ ସାମ୍ବାଦିକ ସାମାଜିକ ନ୍ୟାୟ ପ୍ରଦାନ ଦାବିରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଭାରତରେ ଜେଲରେ ଜାତିଗତ ଭେଦଭାବକୁ ନେଇ ସୁକନ୍ୟା ବହୁ ରିପୋର୍ଟିଂ କରିଆସିଛନ୍ତି । ତେବେ ଜେଲରେ ଜାତିଆଣ ଭେଦଭାବ ଅନୁଯାୟୀ ଦିଆଯାଉଥିବା କାମକୁ ବିରୋଧ ପୂର୍ବକ ନ୍ୟାୟ ପ୍ରଦାନ ପାଇଁ ସେ ତାଙ୍କ ପିଟିସନରେ ଉଲ୍ଲେଖ କରିଥିଲେ । ସମ୍ବିଧାନର ଧାରା-୧୪,୧୫,୧୭,୨୧ ଏବଂ ୨୩ରେ ଉଲଂଘନ କରାଯାଉଥିବା ସେ ଏହି ପିଟିସନରେ ଉଲ୍ଲେଖ କରିଥିଲେ । ବେଞ୍ଚ ରାୟ ଶୁଣାଇଛନ୍ତି ଯେ, ସମ୍ବିଧାନର ଧାରା ୨୩(୧) ସାମାଜିକ ତଥା ଅର୍ଥନୈତିକ ଶୋଷଣା ବିରୋଧରେ ମୌଳିକ ଅଧିକାରକୁ ସୁନିଶ୍ଚିମତ କରୁଛି । ଏହାସହ ମାନବ ଚାଲାଣ, ଭିକ୍ଷାବୃତ୍ତି ଭଳି ଅନ୍ୟାନ୍ୟ ବାଧ୍ୟତାମୂଳକ ଶ୍ରମକୁ ବାରଣ କରିବାର ଲକ୍ଷ୍ୟ ରହିଛି ।
ମଡେଲ ଜେଲ ସଂଶୋଧନ ସେବା ଅଧିନିୟମ:
ବେଞ୍ଚ କହିଛନ୍ତି ଯେ, ମଡେଲ ଜେଲ ମାନୁଆଲ 2016 ଏବଂ ମଡେଲ ଜେଲ ସଂଶୋଧନ ସେବା ଅଧିନିୟମ 2023 ରେ ଜାତି ଭିତ୍ତିକ ଭେଦଭାବକୁ ସମାଧାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ଦର୍ଶାଯାଇଥିବା ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭିନ୍ନ ହିତାଧିକାରୀଙ୍କ ସହ ପରାମର୍ଶ କରି ଗୃହ ମନ୍ତ୍ରଣାଳୟ ଏହି ଡ୍ରାଫ୍ଟ ପ୍ରସ୍ତୁତ କରି ଗ୍ରହଣ କରିବା ପାଇଁ ମେ 2023 ରେ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଅଞ୍ଚଳକୁ ପଠାଇ ଦେଇଛନ୍ତି ।
ଜାତିଆଣ ଭେଦଭାବ ଉପରେ ନିଷେଧାଦେଶ:
CJI କହିଛନ୍ତି, "ମଡେଲ ଜେଲ୍ ମାନୁଆଲ- 2016 ବିଭିନ୍ନ ବ୍ୟବସ୍ଥାରେ ଜେଲରେ ଜାତିଆଣ ଭେଦଭାବ ଉପରେ ନିଷେଧାଦେଶ ଜାରି କରିଛି । ଅନ୍ୟପଟେ 2023 ର ମଡେଲ ଆକ୍ଟ ଏହିପରି କିଛି ନିୟମକୁ ଏଡ଼ାଇ ଯାଇଛି । ତେଣୁ ମଡେଲ ଆକ୍ଟରେ ଏହାର ଏକ ବ୍ୟବସ୍ଥା ସୁନିଶ୍ଚିତ କରାଯିବା ଉଚିତ। ଜାତି ଉପରେ ଆଧାର କରି କାର୍ଯ୍ୟ ବିଭାଜନକୁ ନିଷେଧ କରିବା ଉଚିତ ।" ମଡେଲ ଜେଲ ମାନୁଆଲ 2016 ଅଧୀନରେ ଗଠିତ DLSA ଏବଂ ଭିଜିଲାନ୍ସ ବୋର୍ଡ ମିଳିତ ଭାବେ ନିୟମିତ ଭାବେ ଏହି ଜାତି ଭିତ୍ତିକ ପ୍ରଥାକୁ ଯାଞ୍ଚ କରିବେ ।
ଏହା ବି ପଢନ୍ତୁ...ନ୍ୟାୟ ବିନା ଶକ୍ତି ମୂଲ୍ୟହୀନ - Justice and Power ଏହା ବି ପଢନ୍ତୁ...ଜେଲ୍ ଭିତରେ 'ମୁକ୍ତି'ର ସ୍ବର, ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରୁଛନ୍ତି କଏଦୀ - Radio Mukti |
ଜାତିଗତ, ଲିଙ୍ଗଗତ ବା ଅନ୍ୟ କୌଣସି ବୈଷମ୍ୟତାକୁ ନେଇ ଭେଦଭାବ ହେଉଥିଲେ କୋର୍ଟ ସୁ ମୋଟୋ ଆଧାରରେ ମାମଲା ଗ୍ରହଣ କରିବେ । ବାରମ୍ବାର ଏପରି କରୁଥିବା ବ୍ୟକ୍ତି ଅଭ୍ୟାସଗତ ଅପରାଧୀ ଭାବେ ବିବେଚନା ହେବ । ତେବେ ଜାତିଗତ ପକ୍ଷପାତିତା ପାଇଁ ୧୦ଟି ରାଜ୍ୟର ଜେଲ ମାନୁଆଲ ନିୟମକୁ ଅସାମ୍ବିଧାନିକ ବୋଲି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ।