ETV Bharat / opinion

LAC ଉପରେ ଦୃଢ ଉପସ୍ଥିତି ବଜାୟ ରଖିଲା ଭାରତ - INDIA AND CHINA RELATION

INDIA AND CHINA RELATION: ଚୀନ ଉଭୟ ଦେଶର ସମ୍ପର୍କକୁ ସ୍ବାଭାବିକ କରିବାକୁ ଚାହୁଁଥିବାବେଳେ ଏପ୍ରିଲ 2020 ସ୍ଥିତିକୁ ଫେରିବା ପାଇଁ ନାରାଜ, ଯାହାକି ଭାରତର ଏକ ଦୃଢ ଜିଦ୍ । ଏହାର ଜବାବରେ ଭାରତ ମଧ୍ୟ କୂଟନୈତିକ ସ୍ତରରେ ଚୀନ ଉପରେ ଆକ୍ରମଣ କରୁଥିବାବେଳେ LAC ଉପରେ ଏକ ଦୃଢ ଉପସ୍ଥିତି ବଜାୟ ରଖିଛି । ପଢନ୍ତୁ ଏହି ଆଲେଖ୍ୟ

author img

By Major General Harsha Kakar

Published : Jul 8, 2024, 10:40 PM IST

Restoring The Line Of Actual Control
Restoring The Line Of Actual Control (ANI)

ହାଇଦ୍ରାବାଦ: ଏଲଏସି ବା ବାସ୍ତବିକ ନିୟନ୍ତ୍ରଣ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ଜାରି ରହିଛି ତିକ୍ତତା । ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଭୌଗୌଳିକ ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ । ବେଜିଂ ମଧ୍ୟ ଭାରତ ସହିତ ସମ୍ପର୍କକୁ ସ୍ବାଭାବିକ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ କିନ୍ତୁ ଏପ୍ରିଲ 2020 ସ୍ଥିତିକୁ ଫେରିବା ପାଇଁ ନାରାଜ । ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ସ୍ପଷ୍ଟ କରିଦେଇଛନ୍ତି ଯେ ଉଭୟ ଦେଶର ସମ୍ପର୍କରେ ସୁଧାର ସେତେବେଳେ ଆସିବ, ଯେତେବେଳେ ଚୀନ ଏପ୍ରିଲ 2020 ସ୍ଥିତିକୁ ପ୍ରତ୍ୟାବର୍ତ୍ତନ କରିବ । ମାତ୍ର ଚୀନ ଏଥିପାଇଁ ରାଜି ନଥିବା ବେଳେ ଭାରତ ସହିତ ସମ୍ପର୍କକୁ ମଜଭୁତ କରିବାକୁ ଚାହୁଁଛି ।

ଗତ ସପ୍ତାହରେ କାଜଖସ୍ତାନର ଅସ୍ତାନାରେ ଅନୁଷ୍ଠିତ ଏସସିଓ (ସାଂଘାଇ ସହଯୋଗ ସଂଗଠନ) ଶିଖର ସମ୍ମିଳନୀରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଥିଲେ । ଆଲୋଚନା ପରେ କୌଣସି ମିଳିତ ବିବୃତ୍ତି ଦିଆଯାଇ ନଥିଲା, ବରଂ ଏହା ପରିବର୍ତ୍ତେ ଉଭୟ ପକ୍ଷ ନିଜ ନିଜର ମୁଦ୍ଦା ମିଡିଆ ସାମ୍ନାରେ ରଖିଥିଲେ । ମୋଦି ସରକାରଙ୍କ ତୃତୀୟ ପାଳି ଆରମ୍ଭ ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ଆଲୋଚନା ହୋଇଥିବାରୁ ଏହି ସଭାରେ କିଛି ସକାରାତ୍ମକ ଫଳାଫଳ ଆସିପାରେ ବୋଲି ଆଶା କରାଯାଉଥିଲା ।

ଜୟଶଙ୍କର X ସାଇଟ୍‌ରେ ଏକ ପୋଷ୍ଟ କରି ଉଲ୍ଲେଖ କରିଥିଲେ, "ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା ସମସ୍ୟାର ଶୀଘ୍ର ସମାଧାନ ଉପରେ ଆଲୋଚନା କରାଯାଇଥିଲା । କୂଟନୈତିକ ସ୍ତରରେ ଉକ୍ତ ପ୍ରୟାସକୁ ଦ୍ବିଗୁଣିତ କରିବାକୁ ରାଜି ହୋଇଛୁ । LACକୁ ସମ୍ମାନ କରିବା ଏବଂ ସୀମା ଅଞ୍ଚଳରେ ଶାନ୍ତି ସୁନିଶ୍ଚିତ କରିବା ଜରୁରୀ । ତିନୋଟି ପାରସ୍ପରିକ- ଯେପରିକି ପାରସ୍ପରିକ ସମ୍ମାନ, ପାରସ୍ପରିକ ସମ୍ବେଦନଶୀଳତା ଏବଂ ପାରସ୍ପରିକ ଆଗ୍ରହ ଆମର ଦ୍ବିପାକ୍ଷିକ ସମ୍ପର୍କକୁ ମାର୍ଗଦର୍ଶନ କରିବ ।"

ଅନ୍ୟପଟେ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଉଭୟ ପକ୍ଷ ଦ୍ବିପାକ୍ଷିକ ସମ୍ପର୍କକୁ ରଣନୀତିକ ଦୃଷ୍ଟିକୋଣରୁ ଦେଖିବା ଉଚିତ । ଏହାସହ ଚୀନ-ଭାରତ ସମ୍ପର୍କର ସୁଦୃଢ ତଥା ସ୍ଥିର ବିକାଶକୁ ସୁନିଶ୍ଚିତ କରିବା ପାଇଁ ସଠିକ୍ ପରିଚାଳନା ଆବଶ୍ୟକ । ଉଭୟ ପକ୍ଷ ସକରାତ୍ମକ ଚିନ୍ତାଧାରା ସହ ସୀମା ଅଞ୍ଚଳରେ ପରିସ୍ଥିତିକୁ ସଠିକ ଭାବରେ ପରିଚାଳନା ଏବଂ ନିୟନ୍ତ୍ରଣ କରିବାବେଳେ ଏକତ୍ର ଆଗକୁ ବଢିବା ଦିଗରେ ଧ୍ୟାନ ଦେବା ଉଚିତ ।"

ଏହା ବି ପଢନ୍ତୁ- ଭାରତ-ଚୀନ ସୀମା ବିବାଦ, ମୋଦିଙ୍କ ମନ୍ତବ୍ୟରେ ଏମିତି କହିଲା ବେଜିଂ

2024 ଲୋକସଭା ନିର୍ବାଚନ ପୂର୍ବରୁ ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି LAC ସମସ୍ୟା ସମାଧାନ କରିବା ଦିଗରେ ଆଲୋଚନା କରିଥିଲେ । ସେ କହିଥିଲେ, "ଏହା ମୋର ବିଶ୍ବାସ ଯେ ଆମ ସୀମାରେ ଦୀର୍ଘସ୍ଥାୟୀ ପରିସ୍ଥିତିକୁ ତୁରନ୍ତ ସମାଧାନ କରିବା ଆବଶ୍ୟକ । ଯାହା ଦ୍ବାରା ଆମର ଦ୍ବିପାକ୍ଷିକ ପାରସ୍ପରିକ ସମ୍ପର୍କ ମଜଭୁତ ହୋଇପାରିବ । ମୁଁ ଆଶା କରେ ଯେ କୂଟନୈତିକ ସ୍ତରରେ ସକରାତ୍ମକ ଏବଂ ଗଠନମୂଳକ ଦ୍ବିପାକ୍ଷିକ ଯୋଗଦାନ ମାଧ୍ୟମରେ ଆମେ ସୀମାରେ ଶାନ୍ତି ଫେରାଇ ଆଣିବା ଏବଂ ବଜାୟ ରଖିବାରେ ସକ୍ଷମ ହେବୁ।"

ଚୀନ ଏହାର ଜବାବରେ କହିଥିଲା, 'ଚୀନ ଏବଂ ଭାରତ କୂଟନୈତିକ ଏବଂ ମିଲିଟାରୀ ଚ୍ୟାନେଲ ମାଧ୍ୟମରେ ପରସ୍ପରର ଘନିଷ୍ଠ । ଚୀନ ଆଶା କରୁଛି ଯେ ଭାରତ ଚୀନ ସହିତ ସମାନ ଦିଗରେ କାର୍ଯ୍ୟ କରିବ ଏବଂ ସମସ୍ୟାର ସଠିକ୍ ପରିଚାଳନା କରିବ । ଦ୍ବିପାକ୍ଷିକ ସମ୍ପର୍କକୁ ଏକ ସୁସ୍ଥ, ସ୍ଥିର ଟ୍ରାକରେ ଆଗକୁ ବଢାଇବ।' ଏହି ବିବୃତ୍ତି ସହିତ ଚୀନ ପୁଣି ଥରେ LACକୁ ଅଣଦେଖା କରି ଆଗକୁ ବଢିବାକୁ ଭାରତକୁ ବାର୍ତ୍ତା ଦେଇଥିଲା ।

ମାରାଥନ ବୈଠକରେ ବାହାରିପାରିନି ନିଷ୍କର୍ସ:-

କୂଟନୈତିକ ସ୍ତରରେ ଉଭୟ ରାଷ୍ଟ୍ର ମଧ୍ୟରେ 21 ରାଉଣ୍ଡ ଆଲୋଚନା ହୋଇଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ପ୍ରତ୍ୟେକ ବୈଠକ ଶେଷରେ ଦିଆଯାଇଥିବା ବିବୃତ୍ତି ଗୁଡ଼ିକ ଭିନ୍ନ ଏବଂ ଅର୍ଥହୀନ । ଏକମାତ୍ର ସକାରାତ୍ମକ କଥା ହେଉଛି ଉଭୟ ରାଷ୍ଟ୍ର ମଧ୍ୟରେ ଯୋଗାଯୋଗର ଚ୍ୟାନେଲ ଖୋଲା ଅଛି ଏବଂ ଡିସେମ୍ବର 2022 ୟାଙ୍ଗଜେ ପରେ LACରେ କୌଣସି ସଂଘର୍ଷ ହୋଇନାହିଁ । ଅନ୍ୟପଟେ ଭବିଷ୍ୟତର ଆହ୍ବାନର ମୁକାବିଲା ପାଇଁ ଉଭୟ ପକ୍ଷ ଭିତ୍ତିଭୂମିକୁ ସୁଦୃଢ କରିବା ଜାରି ରଖିଛନ୍ତି ।

କଣ ରହିଛି ଦୁଇ ରାଷ୍ଟ୍ରର ଆଭିମୁଖ୍ୟ:-

ଗୋଟିଏ ପଟେ ଚୀନର ଆଖି ଅରୁଣାଚଳପ୍ରଦେଶ ଉପରେ ରହିଛି । ଏହି ପ୍ରସଙ୍ଗକୁ ବାଦ ଦେଇ ବେଜିଂ ଅନ୍ୟ ପ୍ରସଙ୍ଗ ଉପରେ ଆଗକୁ ବଢିବା ଲାଗି ଆଗ୍ରହ ପ୍ରକାଶ କରୁଛି । କିନ୍ତୁ ଭାରତ ଗୋଟିଏ କଥା ସ୍ପଷ୍ଟ କରିଦେଇଛି ଯେ LACରେ ସ୍ଥିତି ସ୍ବାଭାବିକ ନ ହେଲେ ଉଭୟ ରାଷ୍ଟ୍ର ମଧ୍ୟରେ କୌଣସି କାର୍ଯ୍ୟ ଆଗକୁ ବଢିବ ନାହିଁ । ଭାରତକୁ ବାଦ ଦେଲେ ଭୁଟାନ ସହିତ ଚୀନର ସମାନ ତିକ୍ତତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.