ହାଇଦ୍ରାବାଦ: ନିକଟରେ ଆମେରିକା କଂଗ୍ରେସର ଏକ ସାତ ଜଣିଆ କମିଟି ଆଧ୍ୟାତ୍ମିକ ଗୁରୁ ଦଲାଇଲାମାଙ୍କୁ ସାକ୍ଷାତ କରିବା ପାଇଁ ଭାରତ ଆସିଥିଲେ । ଯାହାର ପ୍ରତିନିଧିତ୍ବ ସଂସଦର ବୈଦେଶିକ ବ୍ୟାପାର କମିଟିର ଅଧ୍ୟକ୍ଷ ରିପବ୍ଲିକାନ ସାଂସଦ ମାଇକେଲ ମ୍ୟାକକଲ କରିଥିଲେ । ଯେଉଁଥିରେ ସାମିଲ ଥିଲେ ନାନ୍ସି ପେଲୋସି ।
ଜୁନ୍ 19ରେ, ଆମେରିକାର ପ୍ରତିନିଧୀ ଦଲାଇ ଲାମାଙ୍କୁ ଭେଟିବା ପୂର୍ବରୁ ତିବ୍ବତୀୟ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଜୁନ୍ 12ରେ, ଆମେରିକା ସଂସଦର ଉଭୟ ଗୃହ ଦ୍ବାରା ତିବ୍ବତ ବିବାଦର ସମାଧାନ ପାଇଁ ପ୍ରୋତ୍ସାହିତ ଆଇନ, ଯାହାକୁ ତିବ୍ବତ ରିଜୋଲ୍ୟୁସନ୍ ଆକ୍ଟ ବୋଲି ମଧ୍ୟ କୁହାଯାଏ ତାହା ପାରିତ ହେଲା । ତେବେ ଏହି ଅଧିନିୟମକୁ ନେଇ ଚୀନ୍ର ଅସନ୍ତୋଷ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଚୀନ୍ର ବେଆଇନ ଦଖଲ ବିରୋଧରେ ଆମେରିକା ତିବ୍ବତର ଲୋକଙ୍କ ସହ ଛିଡା ହୋଇଛି ।
ରିଜୋଲଭ ତିବ୍ବତ ଆଇନ, ତିବ୍ବତୀୟ ଲୋକଙ୍କ ସାମାଜିକ-ସାଂସ୍କୃତିକ ପରିଚୟକୁ ପ୍ରକାଶ କରୁଛି । ବିଶେଷ କରି ଏଥିରେ ତାଙ୍କର ଐତିହାସିକ, ସାଂସ୍କୃତିକ, ଧାର୍ମିକ ଏବଂ ଭାଷା ପରିଚୟ' ଆଦି ସାମିଲ ରହିଛି । ଏହା ଛଡ଼ା ଏହି ଅଧିନିୟମ ତିବ୍ବତ ବିଷୟରେ ଚୀନ କରୁଥିବା ଅପପ୍ରଚାରକୁ ରୋକିବା ପାଇଁ ଧନ ଉପନିବେସ କରିବା ପାଇଁ ଅନୁମତି ଦେଇଥାଏ । ଯେଉଁଥିରେ ତିବ୍ବତୀୟ ଲୋକ ଏବଂ ତିବ୍ବତୀୟ ଅନୁଷ୍ଠାନ ସହିତ ଦଲାଇଲାମା ମଧ୍ୟ ସାମିଲ ଅଛନ୍ତି ।
ଆମେରିକାର ସାଂସଦ ଦଲାଇ ଲାମାଙ୍କୁ ଭେଟିବା ଉପରେ ଚୀନ କଡା ପ୍ରତିକ୍ରିୟା ଦେଇଥିଲା । ଜୁନ୍ 20ରେ, ଚୀନ୍ ସରକାର ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ ପ୍ରକାଶ ପାଇଥିବା ଏକ ସମ୍ପାଦକୀୟରେ ପେଲୋସିରେ ଶିଜାଙ୍ଗ (ତିବ୍ବତ) ବିଷୟରେ ଦାୟିତ୍ବହୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ ।
ସମ୍ପାଦକୀୟରେ, ରିଜୋଲଭ ତିବ୍ବତ ଆଇନକୁ ପୁରୁଣା କାଗଜ ଏବଂ ସମ୍ପୂର୍ଣ୍ଣ ଆତ୍ମ-ମନୋରଞ୍ଜନର ପଦକ୍ଷେପ ବୋଲି ବର୍ଣ୍ଣନା କରାଯାଇଥିଲା । ଏହା ଛଡ଼ା ଦଲାଇ ଲାମାଙ୍କୁ 'ବିଚ୍ଛିନ୍ନତାବାଦୀ' ବୋଲି କହି ଖବର କାଗଜରେ ଲେଖାଯାଇଛି ଯେ, ଆମେରିକୀୟ ରାଜନେତାମାନେ ଭାବନ୍ତି ଯେ ଦଲାଇ ନାମକ କାର୍ଡକୁ ବ୍ୟବହାର କରି ଅଧିକ ରାଜନୈତିକ କ୍ୟାପିଟାଲ ଜିତି ପାରିବେ ଏବଂ ଚୀନ ପାଇଁ ବାଧା ସୃଷ୍ଟି କରି ପାରିବେ । ହେଲେ ଏହା ଏକ ଖରାପ କାର୍ଡ । ଚୀନ ଆହୁରି ମଧ୍ୟ କହିଛନ୍ତି ଯେ, ଦଲାଇଲାମା ସଂପୂର୍ଣ୍ଣ ଭାବରେ ଧାର୍ମିକ ବ୍ୟକ୍ତି ନୁହଁନ୍ତି ।
1950 ମସିହାରେ, ତିବ୍ବତ ଦଖଲ କରିବା ପରେ କମ୍ୟୁନିଷ୍ଟ ଚୀନ୍ ଏହି ଅଞ୍ଚଳର ସିନିକାଇଜେସନ୍ ପ୍ରକ୍ରିୟା ଆରମ୍ଭ କରିଥିଲା । ଯେଉଁଥିରେ ଚାଇନା ତିବ୍ବତୀୟ କ୍ଷେତ୍ରରେ ଅଧିକରୁ ଅଧିକ ହାନ ଲୋକଙ୍କୁ ସେଠାରେ ବସବାସ କରାଇ ସେହି କ୍ଷେତ୍ରର ଜନସଂଖ୍ୟାକୁ ବଦଳାଇବା ସହିତ ତିବ୍ଦତୀୟ ପରିଚୟକୁ ହାନ ପରିଚୟ ସହିତ ମିଶ୍ରଣ କରିବା ଆରମ୍ଭ କରିଦେଇଥିଲା । ଏହା ବିଶ୍ବାସ କରାଯାଏ ଯେ, ଲକ୍ଷ ଲକ୍ଷ ତିବ୍ବତୀୟ ପିଲାମାନେ କମ ବୟସରେ ସେମାନଙ୍କ ପିତାମାତାଙ୍କ ଠାରୁ ଅଲଗା ହୋଇ କମ୍ୟୁନିଷ୍ଟ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ବୋର୍ଡିଂ ସ୍କୁଲକୁ ପଠାଇ ଦିଆଯାଇଥିଲା । ସେମାନଙ୍କୁ ମାଣ୍ଡାରିନ ଓ କମ୍ୟୁନିଷ୍ଟ ଶିକ୍ଷା ଦିଆଯାଉଥିଲା ଏବଂ ପାରମ୍ପାରିକ ତିବ୍ବତୀୟ ସଂସ୍କୃତି ଠାରୁ ଦୂରରେ ରଖାଯାଉଥିଲା ।
ଏହାର ଏକ ଉଦାହରଣ ହେଉଛି ଛଅ ବର୍ଷ ବୟସର ଗଡୁନ୍ ଘୋକି ନିଏମା (Gadhun Ghoeky Nyima)। ଯାହାକୁ 1995ରେ ଦଲାଇ ଲାମା 11ତମ ପାନଚେନ୍ ଲାମା ଭାବରେ ମାନ୍ୟତା ଦେଇଥିଲେ (ତିବ୍ବତୀୟ ପରମ୍ପରାରେ, ପ୍ରତ୍ୟେକ ଦଲାଇ ଲାମା ପରବର୍ତ୍ତୀ ପାନଚେନ୍ ଲାମାଙ୍କୁ ମାନ୍ୟତା ଦେଇଥାନ୍ତି । ଯେ ଦଲାଇଲାମାଙ୍କ ପରେ ଦ୍ୱିତୀୟ ସର୍ବୋଚ୍ଚ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ହୋଇଥାନ୍ତି) ଏହି ମାନ୍ୟତା ଦେବାର ଦୁଇ ଦିନ ମଧ୍ୟରେ ଚୀନ୍ ସେନା ସେହି ପିଲାଟିର ଅପହରଣ କରିନେଇଥିଲା ଏବଂ ଆଜି ପର୍ଯ୍ୟନ୍ତ ତାର ସନ୍ଧାନ ମିଳିନାହିଁ । ଚୀନ୍ ତୁରନ୍ତ ସିଆଇନ କେନ୍ ନେବୁଙ୍କୁ 11ତମ ପାନଚେନ୍ ଲାମା ଭାବରେ ନିଯୁକ୍ତ କରିଥିଲା, ଯାହାକୁ ଦଲାଇ ଲାମା ମାନ୍ୟତା ଦେଇ ନଥିଲେ । ବର୍ତ୍ତମାନର ପାନଚେନ୍ ଲାମା ଚୀନ୍ ଉପରେ ନିର୍ଭରଶୀଳ ।
ଚୀନକୁ ତିବ୍ବତର ଖଣିଜ ପଦାର୍ଥ ପ୍ରତି ଆଗ୍ରହ ରହିଛି । କାରଣ ଏହି ସ୍ଥାନ କୋଇଲା, ତମ୍ବା, କ୍ରୋମିୟମ୍, ଲିଥିୟମ୍, ଜିଙ୍କ, ସୀସା ଏବଂ ବୋରନର ବିପୁଳ ଭଣ୍ଡାରରେ ଭରି ହୋଇରହିଛି । ଏହାସହ ଜଳ ବିଦ୍ୟୁତ୍ ଏବଂ ଖଣିଜ ଜଳର ଏକ ପ୍ରମୁଖ ଉତ୍ସ ହେଉଛି ତିବ୍ବତ । ଏହି କାରଣରୁ ଚୀନ୍ ଏହି କ୍ଷେତ୍ରରେ ଭିତ୍ତିଭୂମି ବିକାଶ କରୁଛି । ଅବଶ୍ୟ, ଖଣି ଖନନ ଏବଂ ଶିଳ୍ପାୟନ କାରଣରୁ ସ୍ଥାନୀୟ ଜନସାଧାରଣଙ୍କ ଜୀବନରେ ବାଧାପ୍ରାପ୍ତ ହେବା ସହିତ ପରିବେଶ ପ୍ରତି ବିପଦ ସୃଷ୍ଟି ହେଉଛି । ସ୍ଥାନୀୟ ଲୋକମାନେ କ୍ରମାଗତ ଭାବରେ ଏହାକୁ ବିରୋଧ କରୁଛନ୍ତି, କିନ୍ତୁ ସେମାନଙ୍କତୁ କୌଣସି ସୁଫଳ ମିଳିପାରୁ ନାହିଁ । ତିବ୍ବତର ବିଶାଳ ଜଳ ସମ୍ପଦ ମାଧ୍ୟମରେ ଚୀନ ନଦୀ ପ୍ରଣାଳୀକୁ ନିୟନ୍ତ୍ରଣ କରି, ନିଜ ପଡ଼ୋଶୀ ଦେଶମାନଙ୍କୁ ଭୟଭୀତ କରିବାକୁ ଚାହୁଁଛି ।
ତିବ୍ବତ ପ୍ରତି ଆମେରିକାର ଆଗ୍ରହ ନୂଆ କଥା ନୁହେଁ, କିନ୍ତୁ ବେଳକୁ ବେଳେ ଏହା ଉପରେ ଆମେରିକାର ଧ୍ୟାନ ହ୍ରାସ ପାଇବାରେ ଲାଗିଛି । 1950ରୁ 1971 ପର୍ଯ୍ୟନ୍ତ ଆମେରିକାରେ ଥିବା ନୀତି କମ୍ୟୁନିଷ୍ଟ ଚାଇନାକୁ ସବୁ ପ୍ରକାର ଉପାୟରେ ହଇରାଣ କରିବା ଏବଂ ତିବ୍ବତୀୟ ପ୍ରସଙ୍ଗ ଏକ ପ୍ରଭାବଶାଳୀ ଅସ୍ତ୍ର ଭାବରେ ପ୍ରମାଣିତ ହୋଇଥିଲା । ତେବେ ସତୁରି ଦଶକରେ ଦୁଇ ଦେଶ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇଲା ଏବଂ ଚାଇନାର ଆଧୁନିକରଣ ଆମେରିକା ପାଇଁ ନୂତନ ବାଣିଜ୍ୟ ସୁଯୋଗ ଖୋଲିଥିଲା । ଏହି କାରଣରୁ, ତିରିଶ ବର୍ଷ ଧରି ତିବ୍ବତ ପ୍ରସଙ୍ଗକୁ ପଛକୁ ଠେଲି ଦିଆଯାଇଥିଲା । କିନ୍ତୁ ଏକବିଂଶ ଶତାବ୍ଦୀରେ ଆମେରିକା 25 ବର୍ଷରୁ କମ ସମୟ ମଧ୍ୟରେ ତିବ୍ବତ ଉପରେ ତିନୋଟି ସଂକଳ୍ପ ପାରିତ କରିଛି ।
ପ୍ରଥମ ପ୍ରସ୍ତାବ, ତିବ୍ବତ ନୀତି ଅଧିନିୟମ, 2002, ଚୀନ୍ ସରକାରଙ୍କ ଦ୍ବାରା ତିବ୍ବତୀୟମାନଙ୍କ ପ୍ରତି ହେଉଥିବା ଅସଦାଚରଣକୁ ଦର୍ଶାଉଛି, କିନ୍ତୁ ଚୀନ୍ ମଧ୍ୟରେ ତିବ୍ବତ ଏକ ସ୍ୱୟଂଶାସିତ ଅଞ୍ଚଳ ବୋଲି ସ୍ୱୀକାର କରିଛି । ତୃତୀୟତରେ ରିଜୋଲଭ ତିବ୍ବତ ଆଇନ, ଯାହାକୁ ନିକଟରେ ଆମେରିକାର ସଂସଦର ଉଭୟ ଗୃହରେ ପାରିତ କରାଯାଇଛି । କିନ୍ତୁ ଏବେ ମଧ୍ୟ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି । ଏଥିରେ ଅଧିକ ବାସ୍ତବତା ଅଛି । ଏହା ତିବ୍ବତୀୟ ଇତିହାସ, ତିବ୍ବତୀୟ ଲୋକ ଏବଂ ତିବ୍ବତୀୟ ଅନୁଷ୍ଠାନ ଯେଉଁଥିରେ ଦଲାଇଲାମାଙ୍କ ପ୍ରତିଷ୍ଠାନ ମଧ୍ୟ ସାମିଲ ରହିଛି, ଯାହା ଚାଇନା ଅପପ୍ରଚାରକୁ ପ୍ରତିହତ କରିବାକୁ ଧନର ବ୍ୟବହାରକୁ ଅନୁମତି ଦେଇଥାଏ ।
ଏହା ମଧ୍ୟ ସୂଚିତ କରାଯାଇଛି ଯେ, ସିଭିଲିୟନ ଏବଂ ରାଜନୈତିକ ଅଧିକାର ଉପରେ ଅନ୍ତର୍ଜାତୀୟ ଚୁକ୍ତିନାମା ଏବଂ ଅର୍ଥିକ, ସାମାଜିକ ତଥା ସାଂସ୍କୃତିକ ଅଧିକାର ଉପରେ ଅନ୍ତର୍ଜାତୀୟ ଚୁକ୍ତିନାମାରରେ ଚୀନର କର୍ତ୍ତବ୍ୟର ଉଲ୍ଲେଖ କରାଯାଇଛି ଯେ, ତିବ୍ବତୀୟ ଲୋକଙ୍କ ଅନନ୍ୟ ଐତିହାସିକ, ସାଂସ୍କୃତିକ, ଧାର୍ମିକ ଏବଂ ଭାଷା ପରିଚୟକୁ ସମ୍ମାନ ଏବଂ ସୁରକ୍ଷିତ ଦେବା ।
ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ, ଏହି ଆଇନ ଡେମୋକ୍ରାଟ୍ସ ନୀତିର ମୁଖ୍ୟ ପ୍ରସଙ୍ଗ ଯାହା ମାନବ ଅଧିକାରର ସୁରକ୍ଷା ସହିତ ମେଳ ଖାଉଛି । ଦଲାଇ ଲାମାଙ୍କୁ ଚୀନ୍ରେ ତୀବ୍ର ବିରୋଧ ସତ୍ତ୍ବେ, 1989 ମସିହାରେ ଦଲାଇ ଲାମାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଚଳିତ ବର୍ଷ ଅଗଷ୍ଟରେ ତାଙ୍କ ଅପରେସନ ପାଇଁ ଆମେରିକା ଗସ୍ତ କରିବେ, ଯେଉଁ ଠାରେ ସେ ଆମେରିକାର ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ସମ୍ଭବତ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭେଟିବାର ସମ୍ଭାବନା ରହିଛି ।
ଭାରତ ଗସ୍ତରେ ଆସିଥିବା ଆମେରିକୀୟ ସଂସଦୀୟ ଦଳର ପ୍ରତିନିଧୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଗୁରୁତ୍ୱାରୋପ କରିଥିଲେ । 1950 ପରଠାରୁ ତିବ୍ବତକୁ ଚୀନ୍ର ଏକ ଅଂଶ ଭାବରେ ବିବେଚନା କରାଯାଉଛି, କିନ୍ତୁ ଏହି ଅଞ୍ଚଳ ପାଇଁ ଅଧିକ ସ୍ବାଧୀନତାକୁ ସମର୍ଥନ କରିଛୁ ଭାରତ । ଅନ୍ୟପକ୍ଷରେ ଚୀନ୍ ସର୍ବଦା ଅରୁଣାଚଳ ପ୍ରଦେଶକୁ ଏହାର କ୍ଷେତ୍ର ଭାବେ ମାନି ଆସୁଛି, ଏପରିକି ଚୀନ ସେଠାରେ ସର୍ବଦା ଭାରତୀୟ ନେତୃତ୍ୱର ପରିଚାଳନାକୁ ବିରୋଧ କରୁଛି ଏବଂ ସେଠାକାର ଅଧିବାସୀଙ୍କ ପାସପୋର୍ଟରେ ଚାଇନାର ଭିସା ରଖିବାକୁ ମନା କରିଦେଇଛି ।
ବର୍ତ୍ତମାନର ପରିସ୍ଥିତିରେ ଯେଉଁଠି, ଚୀନ୍ ଦକ୍ଷିଣ ଚୀନ୍ ସାଗର ବିବାଦ ଏବଂ ୟୁକ୍ରେନ ଏବଂ ଇସ୍ରାଏଲ୍କୁ ନେଇ ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ଦେଖାଦେଉଛି, ସେଠାରେ ଚାଇନା ତିବ୍ବତ ଉପରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରିବ ନାହିଁ। କିନ୍ତୁ ଆମେରିକାରେ ସମୟକ୍ରମେ ଏହି ପ୍ରସଙ୍ଗକୁ ଜୀବନ୍ତ ରଖାଯିବ, ଯେତେଦିନ ପର୍ଯ୍ୟନ୍ତ ଗଣତନ୍ତ୍ର ରହିଛି।