ETV Bharat / opinion

ବିକଶିତ ଅର୍ଥନୀତିରେ ମାନ୍ଦାବସ୍ଥା, ଭାରତୀୟ ଅର୍ଥନୀତି ଉପରେ କଣ ରହିବ ପ୍ରଭାବ

author img

By ETV Bharat Odisha Team

Published : Mar 10, 2024, 7:00 AM IST

Recession in Developed Economies: ବିକଶିତ ଅର୍ଥନୀତିରେ ମାନ୍ଦାବସ୍ଥା । ବୈଷୟିକ ସ୍ତରରେ ଜାପାନ-ବ୍ରିଟେନରେ ମାନ୍ଦାବସ୍ଥା ଦେଖାଯାଇଛି । ତେବେ ଭାରତୀୟ ଅର୍ଥନୀତି ଉପରେ ଏହାର କଣ ପ୍ରଭାବ ରହିବ ? ପଢନ୍ତୁ ଡ. ହିମାଚଳମ୍ ଦାଶରାଜୁଙ୍କ ଆଲେଖ୍ୟ

Recession in Developed Economies
Recession in Developed Economies

ଡ. ହିମାଚଳମ୍ ଦାଶରାଜୁ

ଅବସରପ୍ରାପ୍ତ ପ୍ରଫେସର

ହାଇଦ୍ରାବାଦ: ଲଗାତାର ଦୁଇ ଚତୁର୍ଥାଂଶ ପର୍ଯ୍ୟନ୍ତ ଜିଡିପିରେ କୌଣସି ପ୍ରକାର ନକରାତ୍ମକ ପ୍ରବୃତ୍ତିକୁ ମାନ୍ଦାବସ୍ଥା ଭାବେ ବିବେଚନା କରାଯାଏ । ଏହା ଅର୍ଥନୈତିକ କାର୍ଯ୍ୟକଳାପରେ ଲମ୍ବା ସମୟ ଧରି ଚାଲିବାକୁ ଥିବା ମାନ୍ଦାବସ୍ଥା ଯାହା ସମଗ୍ର ବିଶ୍ୱରେ ଅର୍ଥନୀତିର ବିଭିନ୍ନ ଦିଗ ଉପରେ ପ୍ରତିଫଳିତ ହୋଇଥାଏ । ବୈଶିକ ଅର୍ଥବ୍ୟବସ୍ଥା 2023ରେ ପ୍ରଚଳିତ କଠିନ ଆର୍ଥିକ ପରିସ୍ଥିତି କାରଣରୁ ଅପ୍ରୀତିକର ଅର୍ଥନୈତିକ ପରିସ୍ଥିତି ଦେଇ ଗତି କରୁଛି ଏବଂ 2024ରେ ଅନିଶ୍ଚିତତା ମଧ୍ୟରେ ରହିବ ବୋଲି ଆଶା କରାଯାଉଛି ।

ବିଶ୍ୱ ଅର୍ଥନୈତିକ ଫୋରମ (WEF)ର ମୁଖ୍ୟ ଅର୍ଥନୀତିଜ୍ଞଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଚଳିତ ବର୍ଷ ବିଶ୍ବ ଅର୍ଥନୀତି ଦୁର୍ବଳ ବା ମାନ୍ଦା ରହିବ । ଜିଓ-ଅର୍ଥନୈତିକ ବିଖଣ୍ଡନର ଗତି ତ୍ୱରାନ୍ୱିତ ହେବ ବୋଲି ଦଶରୁ 7ଜଣ ଅର୍ଥନୀତିଜ୍ଞ ଆଶା କରିଛନ୍ତି । ସେହପରି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ପୂର୍ବାନୁମାନ କରିଛି ଯେ, 2024ରେ ବୈଶିକ ଅଭିବୃଦ୍ଧି ସାମାନ୍ୟ ହ୍ରାସ ପାଇଁ 2.9 ପ୍ରତିଶତ ହେବ । 2023ରେ ଏହା 3 ପ୍ରତିଶତ ରହିଥିଲା । ଏହି ଅଭିବୃଦ୍ଧିର ଅଧିକାଂଶ ଅଂଶ ଉଦୀୟମାନ ବଜାର କାର୍ଯ୍ୟକଳାପରୁ ହୋଇଥିବା ନେଇ କୁହାଯାଇଛି ।

ସମଗ୍ର ବିଶ୍ୱରେ ପ୍ରଚଳିତ ବ୍ୟାପକ ମୁଦ୍ରାସ୍ଫୀତିର ଅବନତି ମାନ୍ଦାବସ୍ଥାକୁ ପ୍ରୋତ୍ସାହିତ କରୁଛି । ଏହା 2024 ମସିହାରେ ଶ୍ରମ ବଜାର ଏବଂ ଆର୍ଥିକ ଅବସ୍ଥା ଉପରେ ପ୍ରଭାବ ପକାଉଛି । ମୁଖ୍ୟ ଅର୍ଥନୀତିଜ୍ଞମାନଙ୍କ କହିବା ଅନୁସାରେ, ଉନ୍ନତ ଦେଶରେ ଶ୍ରମ ବଜାରରେ 77 ପ୍ରତିଶତ ଏବଂ ଆର୍ଥିକ ବଜାର ସ୍ଥିତିରେ 70 ପ୍ରତିଶତ ହ୍ରାସ ପାଇବ । ସେହି କ୍ରମରେ ଆସନ୍ତା ବର୍ଷ ବିଶ୍ବ ଅର୍ଥନୀତି ଦୁର୍ବଳ ରହିବା ନେଇ 56 ପ୍ରତିଶତ ବିଶେଷଜ୍ଞ ଅନୁମାନ କରୁଛନ୍ତି । ଜିଓ ଅର୍ଥନୈତିକ ବିଖଣ୍ଡନର ଗତି ଚଳିତ ବର୍ଷ ତ୍ୱରାନ୍ୱିତ ହେବ ବୋଲି 69 ପ୍ରତିଶତ ଆଶା କରୁଛନ୍ତି । ପରବର୍ତ୍ତୀ 3 ବର୍ଷ ମଧ୍ୟରେ ମୁଖ୍ୟ ଅର୍ଥନୀତିଜ୍ଞମାନେ ଆଶା କରୁଛନ୍ତି ଯେ, ଭୌଗୋଳିକ ବିକାଶ ବିଶ୍ବ ଅର୍ଥନୀତିରେ 87 ପ୍ରତିଶତ ଅସ୍ଥିରତା, ଅର୍ଥନୈତିକ କାର୍ଯ୍ୟକଳାପର 86 ପ୍ରତିଶତ ଲୋକାଲାଇଜେସନ୍, 80 ପ୍ରତିଶତ ଷ୍ଟକ୍ ମାର୍କେଟରେ ଯଥେଷ୍ଟ ବୃଦ୍ଧି ପାଇବ ।

ଅର୍ଥନୈତିକ ମାନ୍ଦାବସ୍ଥା ଧୀରେ ଧୀରେ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ବ୍ରିଟେନ ଏବଂ ଜାପାନର ଅର୍ଥନୈତିକ ମନ୍ଥରତା କେବଳ ବିକଶିତ ଅର୍ଥନୀତି ପାଇଁ ନୁହେଁ, ବରଂ ଭାରତ ପରି ଦ୍ରୁତ ଗତିରେ ବିକାଶଶୀଳ ଅର୍ଥନୀତି ପାଇଁ ମଧ୍ୟ ଏକ ବଡ଼ ଚିନ୍ତାର ବିଷୟ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜୀବନଧାରଣ ପାଇଁ ଖର୍ଚ୍ଚରେ ପାର୍ଥକ୍ୟ, କ'ଣ କହୁଛି ସର୍ବେକ୍ଷଣ ତଥ୍ୟ ?

ଜାପାନ-ବ୍ରିଟେନରେ ମାନ୍ଦାବସ୍ଥା: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁସାରେ, ବୈଶିକ ବୃଦ୍ଧି 2022 ମସିହାରେ 3.5 ପ୍ରତିଶତରୁ ହ୍ରାସ ପାଇ 2023 ମସିହାରେ 3 ପ୍ରତିଶତ ଏବଂ 2024 ମସିହାରେ 2.9 ପ୍ରତିଶତ ହେବାର ସମ୍ଭାବନା ରହିଛି । ବିଶ୍ବର ସବୁଠାରୁ ବଡ ଅର୍ଥବ୍ୟବସ୍ଥା ଦେଶ ଜାପାନ ଏବଂ ବ୍ରିଟେନରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଉଛି । ଦୁର୍ବଳ ଘରୋଇ ବ୍ୟବହାର ଯୋଗୁଁ ବର୍ତ୍ତମାନ ସମୟରେ ଜାପାନ ତୃତୀୟ ବୃହତ୍ତମ ଅର୍ଥନୀତି ହୋଇ ଆଉ ନାହିଁ । ଜର୍ମାନୀ ତଳକୁ ଖସି ଆସିଛି ଜାପାନ । ଜାପାନରେ ଜିଡିପି ଦୃଷ୍ଟିରୁ 2023 ଅକ୍ଟୋବର-ଡିସେମ୍ବର ମଧ୍ୟରେ 0.4 ପ୍ରତିଶତ ହ୍ରାସ ହୋଇଥିଲା । ଏହା ବଜାର ପୂର୍ବାନୁମାନ ଠାରୁ ଅଧିକ କମ୍ ରହିଥିଲା ।

ତେବେ ଷଷ୍ଠ ସ୍ଥାନରେ ରହିଥିବା ବ୍ରିଟେନର ଅର୍ଥନୀତି ମଧ୍ୟ ହ୍ରାସ ପାଇଛି । ବୈଶିକ ମାନ୍ଦାବସ୍ଥା ଦେଖାଦେଇଛି । ଯଦି କହିବା ବିଶ୍ବ ପାଇଁ ଏହା ଭଲ ସଙ୍କେତ ନୁହେଁ । ଦେଶର ରାଷ୍ଟ୍ରୀୟ ସାଂଖିକ କାର୍ଯ୍ୟାଳୟ(ONS) ଅନୁସାରେ, ବ୍ରିଟେନର ଜିଡିପି ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ 0.3 ପ୍ରତିଶତ ଏବଂ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ 0.1 ପ୍ରତିଶତ ହ୍ରାସ ପାଇଛି । 2023 ମସିହା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ପାଦନ, ନିର୍ମାଣ ଏବଂ ସେବା କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି । କୋରୋନା ମହାମାରୀ କାରଣରୁ ବ୍ରିଟେନର ଆର୍ଥିକ ଅଭିବୃଦ୍ଧି ହ୍ରାସ ହେବାରେ ଲାଗିଛି । ଅଣ୍ଟା ସଳଖି ପାରୁନି ବ୍ରିଟେନ । ତେବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଏହା ଏକ ପ୍ରକାର ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତ୍ତମାନ ବ୍ରିଟେନରେ 3.9 ପ୍ରତିଶତ ରହିଛି ବେକାରୀ ହାର ।

ଭାରତୀୟ ଅର୍ଥନୈତିକ ଦୃଶ୍ୟପଟ୍ଟ: ତେବେ ଭାରତ ଆଜିକା ସମୟରେ ଅଭିବୃଦ୍ଧି ସମ୍ଭାବନା ସହିତ ଆଗକୁ ବଢୁଛି । ଭୌଗଳିକ ରାଜନୈତିକ ଦ୍ବନ୍ଦ, ଜନସଂଖ୍ୟା ମୁଦ୍ଦା ଏବଂ ଅର୍ଥନୈତିକ ପ୍ରତିବନ୍ଧକ ସତ୍ତ୍ବେ ଭାରତ ବୃହତମ ଗଣତାନ୍ତ୍ରିକ ଦେଶ ଅଟେ । ଭାରତ ହେଉଛି ବିଶ୍ୱର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା । କିନ୍ତୁ ଆଇଏମଏଫ ଦ୍ବାରା ଧାର୍ଯ୍ୟ ହୋଇଥିବା ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ପ୍ରସଙ୍ଗରେ ଧ୍ୟାନ ଦେବା ଉଚିତ । ଆଇଏମଏଫ ଅନୁସାରେ, ଭାରତୀୟ ଆର୍ଥିକ ଅଭିବୃଦ୍ଧି ଉଭୟେ 2024 ଏବଂ 2025ରେ 6.5 ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି । ଭାରତର ଅର୍ଥନୀତି ଜାପାନ, ଜର୍ମାନୀ ଏବଂ ଅନ୍ୟ ବୃହତ୍ତର ଦେଶମାନଙ୍କୁ ଅତିକ୍ରମ କରିବାକୁ ଯାଉଛି । ଜାପାନର ନୋମିନାଲ ଜିଡିପି 4.19 ଟ୍ରିଲିୟନ ଡଲାର ରହିଥିଲା । ସେହିପରି 2023 ସୁଦ୍ଧା ଜର୍ମାନୀର ଜିଡିପି 4.55 ଟ୍ରିଲିୟନ ଡଲାର ରହିଥିଲା । ଆସନ୍ତା 3 ବର୍ଷରେ ଭାରତ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ଏବଂ 2030 ସୁଦ୍ଧା 7 ଟ୍ରିଲିୟନ ଡଲାର ଛୁଇଁବା ନେଇ କେନ୍ଦ୍ର ସରକାର ଆଶାପ୍ରକଟ କରିଛନ୍ତି । 2047 ସୁଦ୍ଧା ବିକଶିତ ଦେଶ ହେବ ଭାରତ ।

ବିଶ୍ୱ ଅର୍ଥନୈତିକ ଫୋରମ (WEF)ର ଡାଭୋସରେ ଆରବିଆଇ ଗଭର୍ଣ୍ଣର କହିଥିଲେ, ଭାରତର ମୁଦ୍ରାସ୍ପୀତି 4 ପ୍ରତିଶତ ରହିଛି । ବୈଶିକ ସ୍ତରରେ ମାନ୍ଦାବସ୍ଥା ନାହିଁ କିମ୍ବା ଆସିବ ନାହିଁ । ଉଦୀୟମାନ ଅର୍ଥନୀତିର ସ୍ଥିର ଅର୍ଥନୈତିକ ଅବସ୍ଥା ହେତୁ ମାନ୍ଦାସ୍ଥିତି ଦେଖାଯିବ ନାହିଁ ବୋଲି ସେ କହିଥିଲେ । 2024-25 ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ପ୍ରାୟ 7 ପ୍ରତିଶତ ହେବ । ଅର୍ଗାନାଇଜେସନ୍ ଫର ଇକୋନୋମିକ୍ କୋଅପରେସନ୍ ଆଣ୍ଡ ଡେଭଲପମେଣ୍ଟ (OECD)ର ତଥ୍ୟ ଅନୁସାରେ, 2023 ମସିହାରେ ଭାରତର ଅଭିବୃଦ୍ଧି 6.3 ପ୍ରତିଶତ ରହିଥିଲା । ଚୀନ (5.2 ପ୍ରତିଶତ) ଏବଂ ବ୍ରାଜିଲ (3 ପ୍ରତିଶତ) ରହିଥିଲା । ଅନ୍ୟପକ୍ଷରେ ଆମେରିକା, ବ୍ରିଟେନରେ ଆସନ୍ତା ବର୍ଷ ଜାପାନରେ ଅଭିବୃଦ୍ଧି ହାରରେ ନାମମାତ୍ର ବୃଦ୍ଧି ହେବାର ସମ୍ଭାବନା ରହିଛି । ବିଶ୍ବ ଅର୍ଥନୀତିର ଅନ୍ତସଂଯୋଗ ଏବଂ ପରସ୍ପର ଉପରେ ନିର୍ଭରଶୀଳତାକୁ ସୂଚିତ କରେ ଅର୍ଥବ୍ୟବସ୍ଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.