ETV Bharat / opinion

ବାଂଲାଦେଶ ରାଜନୈତିକ ସଙ୍କଟର କ'ଣ କାରଣ ? - Political Crisis In Bangladesh - POLITICAL CRISIS IN BANGLADESH

Reasoning The Political Crisis In Bangladesh: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ନିର୍ବାଚିତ ସରକାରର ପତନ ପ୍ରଥମ ଥର ନୁହେଁ, ପାଞ୍ଚ ଦଶନ୍ଧି ପୂର୍ବରୁ ଶେଖ୍ ହସିନାଙ୍କ ବାପା ଶେଖ୍ ମୁଜିବୁର ରେହମାନଙ୍କ ଶାସନ ଅମଳରେ ଦେଖାଯାଇଥିଲା । ମଜିବୁର ଓ ତାଙ୍କର ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା । ଏବେ ପ୍ରାୟ ୫୦ ପରେ ପୁଣିଥରେ ସମାନ ସ୍ଥିତି ଉପୁଜିଛି । ଏ ସମ୍ପର୍କରେ ପଢନ୍ତୁ ବେଙ୍ଗାଲୁରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡିଜର ଆସୋସିଏଟ ପ୍ରଫେସର ଡ଼ ଅଂଶୁମାନଙ୍କ ବେହେରାଙ୍କ ଆଲେଖ୍ୟ

POLITICAL CRISIS IN BANGLADESH
POLITICAL CRISIS IN BANGLADESH (ETV Bharat Odisha)
author img

By Anshuman Behera

Published : Aug 14, 2024, 10:44 PM IST

Updated : Aug 14, 2024, 10:49 PM IST

ହାଇଦ୍ରାବାଦ: ଶେଖ୍ ହସିନାଙ୍କ ଅଚାନକ ଇସ୍ତଫା ସହିତ ବାଂଲାଦେଶରେ ଦୀର୍ଘ ୧୫ ବର୍ଷର ରାଜନୈତିକ ସ୍ଥିରତାର ଅନ୍ତ ଘଟିଛି । ପୁଣିଥରେ କଡ ଲେଉଟାଇଛି ଇତିହାସ । ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବେ ଅଗଷ୍ଟ ୧୫, ୧୯୭୫ରେ ସ୍ବାଧୀନ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ୍ ମୁଜିବୁର ରେହମାନ (ହସିନାଙ୍କ ବାପା) ଓ ତାଙ୍କର ପରିବାରର ଅନ୍ୟ ସଦସ୍ୟଙ୍କୁ ଏକ ମିଲିଟାରୀ କୁପ୍‌ରେ ହତ୍ୟା କରାଯାଇଥିଲା । କେବଳ ଶେଖ୍ ହସିନା ଓ ତାଙ୍କ ଭଉଣୀ ବଞ୍ଚି ଯାଇଥିଲେ । ସେହି ସମୟରେ ସେ ଭାରତରେ ଆଶ୍ରୟ ନେଇଥିଲେ ।

ଏବେ ଶେଖ୍ ହସିନାଙ୍କ ଶାସନର ପତନ ହେବା ପରେ, ବାଂଲାଦେଶ ଦକ୍ଷିଣ ଏସିଆର ସେହି ରାଷ୍ଟ୍ରମାନଙ୍କ ତାଲିକାରେ ଯୋଡି ହୋଇଛି ଯାହା ହିଂସାତ୍ମକ ବିବାଦ ଯୋଗୁଁ ରାଜନୈତିକ ସଙ୍କଟ ଦେଇ ଗତି କରୁଛି । ହସିନାଙ୍କ ଆୱାମୀ ଲିଗ୍ ସରକାର ପତନର ପ୍ରମୁଖ କାରଣ ଭାବେ ଛାତ୍ର ଆନ୍ଦୋଳକୁ ଦେଖାଯାଉଛି । ଯଦିଓ ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମୀଙ୍କ ବଂଶଧର ପାଇଁ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ନୀତିକୁ ବିରୋଧ କରି ଏହି ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା, ମାତ୍ର ଆମେରିକା ଓ ଚୀନ ମଧ୍ୟରେ ଭୂ-ରାଜନୀତିକ ପ୍ରତିଯୋଗିତା, କଟ୍ଟରପନ୍ଥୀ ତତ୍ତ୍ବ ଗୁଡିକୁ ପାକିସ୍ତାନର ମୌନ ସମର୍ଥନ ଭଳି କିଛି ବାହ୍ୟ ପ୍ରଭାବ ବାଂଲାଦେଶର ଏହି ହିଂସାକୁ ତେଜିଥିଲା ।

ଛାତ୍ର ଆନ୍ଦୋଳନ କେବଳ ଏକ ଚିଙ୍ଗାରି ମାତ୍ର ଥିଲା, ବାହ୍ୟ ପ୍ରଭାବ ହସିନା ଶାସନ ହଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହାସହିତ ଦେଶରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଦୁଇଟି ପ୍ରସଙ୍ଗ -ସୀମିତ ଗଣତନ୍ତ୍ର ଓ ଇସଲାମିକ ବଳର ପୁନରୁତ୍ଥାନ ବାଂଲାଦେଶର ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟକୁ ଅଧିକ ରୂପ ଦେଇଛି, ଯାହାର ଗଭୀର ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି ।

ବାଂଲାଦେଶର ଗଣତାନ୍ତ୍ରିକ ଅନୁଭବ ଆହ୍ବାନ ଓ ସୀମିତ ସଫଳତାପୂର୍ଣ୍ଣ ରହିଆସିଛି । ଦେଶର ମୂଳ ବିଚାରଧାରା ରାଷ୍ଟ୍ରବାଦ, ଲୋକତନ୍ତ୍ର, ସମାଜବାଦ ଓ ଧର୍ମନିରପେକ୍ଷତା ଲଗାତାର ବାଧାର ସମ୍ମୁଖୀନ ହୋଇଛି । ବାଂଲାଦେଶର ସୀମିତ ଗଣତାନ୍ତ୍ରିକ ସଫଳତା ପାଇଁ ମୁଖ୍ୟତଃ ଦୁଇଟି କାରକ ଦାୟୀ, ପ୍ରଥମରେ- ରାଜନୈତିକ ଶାସନ ବିଶେଷକରି ଆୱାମୀ ଲିଗ୍ ନେତୃତ୍ବାଧୀନ ସରକାର ଓ ଦ୍ବିତୀୟରେ, ଗଣତାନ୍ତ୍ରିକ ସିଦ୍ଧାନ୍ତଗୁଡିକୁ ପୂର୍ଣ୍ଣ ଭାବରେ ଆପଣାଇବା ପାଇଁ ଇଚ୍ଛାଶକ୍ତିର ଅଭାବ ।

ସଦ୍ୟ ଜନ୍ମିତ ବାଂଲାଦେଶରେ ଶେଖ୍ ମୁଜିବୁର ରେହମାନଙ୍କ ଶାସନ ଓ ୧୫ ବର୍ଷର ହସିନା ସରକାର ମଧ୍ୟରେ କିଛି ସମାନତା ଦେଖାଯାଏ, ଯେମିତିକି- ବିରୋଧୀଙ୍କ ବହିଷ୍କାର, ବ୍ୟାପକ ଦୁର୍ନୀତି, ନିରଙ୍କୁଶ ନିଷ୍ପତ୍ତି ନେବାର କ୍ଷମତା ପ୍ରଭୃତି । ଏହିସବୁ ଉଭୟଙ୍କ ସରକାରର ପତନରେ ଯୋଗଦାନ ରହିଛି । ମୁଜିବୁର ଓ ହସିନାଙ୍କ ଆଭିମୁଖ୍ୟ ବାଂଲାଦେଶରେ ବିରୋଧୀଙ୍କ ପାଇଁ ସାମାନ୍ୟ ସ୍ଥାନ ଛାଡିଛି, ଯେଉଁଥିପାଇଁ ସେତେବେଳେ ଓ ଆଜି ଏଭଳି ସମ୍ବେଦନଶୀଳ ରାଜନୈତିକ ମାହୋଲ ସୃଷ୍ଟି କରିଛି ।

୨୦୦୯ ଜାନୁଆରୀରୁ ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ଶେଖ ହସିନାଙ୍କ ଦ୍ବିତୀୟ ପାଳି ବାଂଲାଦେଶ ରାଜନୈତିକ ଇତିହାସରେ ବିଶେଷ ମହତ୍ତ୍ବପୂର୍ଣ୍ଣ । କାରଣ ବର୍ଷ ବର୍ଷ ଧରି ଅନିଶ୍ଚିତତା ଓ ସେନା ସମର୍ଥିତ କେୟାରଟେକର ସରକାର ସତ୍ତ୍ବେ ଡିସେମ୍ବର ୨୦୦୮ ନିର୍ବାଚନରେ ଶେଖ୍ ହସିନା ଏକ ବୃହତ୍ ବିଜୟ ହାସଲ କରିଥିଲେ ଏବଂ ୨୦୦୯ରେ ବାଂଲାଦେଶର ଶାସନ ଭାର ହାତକୁ ନେଇଥିଲ । ଏହି ଜନାଦେଶ ବାଂଲାବାସୀଙ୍କ ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରିଥିଲା । ହେଲେ ହସିନା ସରକାର ଗରିବୀ ମୂଳୋତ୍ପଟନ, ରୋଜଗାର ସୃଷ୍ଟି, ସ୍ଥିରତା ଏବଂ ଏକ ଭାଗିଦାରୀପୂର୍ଣ୍ଣ ରାଜନୈତିକ ବ୍ୟବସ୍ଥା ସୃଷ୍ଟି କରିବାରେ ବିଫଳ ରହିଥିଲେ । ଏହା ବିରୋଧୀଙ୍କ ୨୦୧୪, ୨୦୧୮ ଓ ୨୦୨୪ ନିର୍ବାଚନ ବୟକଟରୁ ସ୍ପଷ୍ଟ ଥିଲା ।

ଆଲୋଚକଙ୍କ କହିବା କଥା, ବାଂଲାଦେଶରେ ଗଣତନ୍ତ୍ର ବିପର୍ଯ୍ୟସ୍ତ ହେଉଛି । ନିର୍ବାଚନୀ ପ୍ରକ୍ରିୟା ହିଂସା ଓ ଦୁର୍ନୀତି ପ୍ରଭାବିତ ହେଉଛି । ଏହାବ୍ୟତୀତ ଦେଶରେ ପ୍ରତିନିଧିତ୍ବ, ଅଧିକାର ଓ ଆଇନର ଶାସନ ଭଳି ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସରକାରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ସହିତ ଦେଶର ଅର୍ଥନୈତିକ ବିକାଶରେ ଶେଖ ହସିନାଙ୍କ ଯୋଗଦାନକୁ ନେଇ ଲୋକଙ୍କ ମଧ୍ୟରେ ଧାରଣା ମଳିନ ହୋଇଛି । ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଶକ୍ତିଶାଳୀ ବିରୋଧୀ ଦଳ ଅପରିହାର୍ଯ୍ୟ । ମଜଭୁତ ବିରୋଧୀ ଗଣତନ୍ତ୍ରରେ ସୁରକ୍ଷା ଜାଲ ଭଳି କାମ କରିଥାଏ । କିନ୍ତୁ ବାଂଲାଦେଶରେ ଏହାର ଅନୁପସ୍ଥିତ ଯୋଗୁଁ ଇସଲାମିଷ୍ଟ, ନାଗରିକ ସମାଜ ସଂଗଠନ ଓ ସାଧାରଣ ନାଗରିକ ସମର୍ଥିତ ହିଂସାତ୍ମକ ଛାତ୍ର ଆନ୍ଦୋଳନ ମଧ୍ୟରେ ଆୱାମୀ ଲିଗ୍ ସରକାରର ଅବସାନ ଘଟାଇଛି ।

ବାଂଲାଦେଶରେ ବାରମ୍ବାର ରାଜନୈତିକ ଅସ୍ଥିରତା ପଛରେ ଲଗାତାର ଇସଲାମିଷ୍ଟ ଶକ୍ତିର ପୁନରୁତ୍ଥାନକୁ ଦାୟୀ କରାଯାଇପାରେ । ଇସଲାମିଷ୍ଟ ଆନ୍ଦୋଳନ ଯାହା ଔପନିବେଶିକ କାଳରେ ହିନ୍ଦୁ ଜମିଦାର, ମଧବିତ୍ତ ବର୍ଗ, ବ୍ୟବସାୟୀଙ୍କ ବିରୋଧରେ ଆରମ୍ଭ ହୋଇଥିଲା, ଏବେ ପାକିସ୍ତାନ ସମର୍ଥନ ଓ ଭାରତ ବିରୋଧୀ ଧାରଣାରେ ପରିବର୍ତ୍ତିତ ହୋଇଛି ଯାହା ମହିଳାଙ୍କ ଅଧିକାରକୁ ବିରୋଧ କରିଥାଏ ।

ରାଜନୀତିକ ଇସଲାମିକ ବିଚାରଧାରା ଯାହା ବାଂଲାଦେଶର ଗଠନ ସହିତ ଶେଷ ହୋଇଯାଇଥିବାର ଧରାଯାଉଥିଲା, ତାହା ଏବେ ଏକ ସ୍ଥିର ଗଣତନ୍ତ୍ର ପ୍ରତିଷ୍ଠାରେ ବଡ଼ ଚ୍ୟାଲେଞ୍ଜ ହୋଇଛି । ରାଜନୀତିକ ଇସଲାମ କେବଳ ବାଂଲାଦେଶର ସବୁଠୁ ବଡ ଇସଲାମିଷ୍ଟ ଗୋଷ୍ଠୀ ଜମାତ୍-ଇ-ଇସଲାମି (JeI) ମଧ୍ୟରେ ସୀମିତ ରହିନି । ଶେଖ୍ ହସିନା ସରକାର ଯୁଦ୍ଧ ଅପରାଧୀଙ୍କ ବିରୋଧରେ ମାମଲା ଓ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଜମାତ୍-ଇ-ଇସଲାମ ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଭଳି କଠୋର ପଦକ୍ଷେପ ଗ୍ରହଣ କରିଥିଲେ ଏବଂ ଏହି ଶକ୍ତିକୁ ନିୟନ୍ତ୍ରିତ କରିବାରେ ସଫଳ ମଧ୍ୟ ହୋଇଥିଲେ । ହେଲେ ଜମାତ୍-ଇ-ଇସଲାମୀ ପୁଣିଥରେ ମଜଭୁତ ହୋଇଥିଲା ।

ଜମାତ୍-ଇ-ଇସଲାମ ଗୋଷ୍ଠୀ ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନପି)କୁ ସମର୍ଥନ କରିବା ଆୱାମୀ ଲିଗ୍ ସରକାର ପ୍ରତି ବଡ଼ ଚ୍ୟାଲେଞ୍ଜ ଭାବେ ରହିଥିଲା । ଗତ ୧୫ ବର୍ଷ ହେଲା ଇସଲାମିଷ୍ଟ ଗୋଷ୍ଠୀଗୁଡିକ ହସିନା ସରକାର ବିରୋଧରେ ଦେଶରେ ବାରମ୍ବାର ଆନ୍ଦୋଳନ ଓ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ୨୦୦୯ ପିଲଖାନା ବିଦ୍ରୋହ, ହେଫାଜତ-ଇ-ଇସାଲମ ଆନ୍ଦୋଳନ, ଆଇଏସଆଇଏସ ଦ୍ବାରା ୨୦୧୬ ଆତଙ୍କୀ ହମଲା, ରୋହିଙ୍ଗ୍ୟା ସହିତ ମିଳିତ ଆନ୍ଦୋଳନ ଏବଂ ୨୦୨୪ ଛାତ୍ର ଆନ୍ଦୋଳନ ସହିତ JeI ଓ ଅନ୍ୟାନ୍ୟ ଇସଲାମିଷ୍ଟ ଗୋଷ୍ଠୀ ଜଡିତ । ଏହି ବିରୋଧ ପ୍ରଦର୍ଶନ ମୁଖ୍ୟ ଭାବେ ଆୱାମୀ ଲିଗ୍ ସରକାର ବିରୋଧି ରହିବା ସହିତ ଗଣତନ୍ତ୍ର ଓ ଭାରତ ବିରୋଧି ରହିଥିଲା ।

ବାଂଲାଦେଶ ସ୍ବାଧୀନତା ପରେ ଦେଶରେ ଉପଯୁକ୍ତ ଶାସନ ପ୍ରଣାଳୀ ଉପରେ ସହମତି ହାସଲ କରିବା ପାଇଁ ସଂଘର୍ଷ କରୁଛି । ଇସଲାମିକ ବିଚାର ଗଣତନ୍ତ୍ର, ରାଷ୍ଟ୍ରବାଦ ଓ ଧର୍ମନିରପେକ୍ଷତା ଓ ସମାଜବାଦ ବିଚାରଧାରାକୁ ବିରୋଧ କରେ । ଦେଶରେ ସୀମିତ ଗଣତନ୍ତ୍ର ସଫଳତା ପାଇଁ ନିର୍ବାଚିତ ଆୱାମୀ ଲିଗ୍ ସରକାରୀ ମୁଖ୍ୟ ରୂପେ ଦାୟୀ ।

Last Updated : Aug 14, 2024, 10:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.