ETV Bharat / opinion

ପାକିସ୍ତାନ ନିର୍ବାଚନ ଫଳାଫଳ, କଣ ପଡିବ ଭାରତ ଉପରେ ପ୍ରଭାବ

Pakistan Elections Result: ପାକିସ୍ତାନ ରାଜନୀତିରେ ସୃଷ୍ଟି ହୋଇଛି ବଡ଼ ଚ୍ୟାଲେଞ୍ଜ। ଭାରତରେ ଏହାର ପ୍ରଭାବ କିପରି ପଡ଼ିବ ସେ ବିଷୟରେ ଉଲ୍ଲେଖ କରିଛନ୍ତି ବରିଷ୍ଠ ସାମ୍ବାଦିକ ସଞ୍ଜୟ କପୁର। ପଢନ୍ତୁ ଆଲେଖ୍ୟ

author img

By ETV Bharat Odisha Team

Published : Feb 11, 2024, 4:34 PM IST

ପାକିସ୍ତାନ ରାଜନୀତି
ପାକିସ୍ତାନ ରାଜନୀତି

ଲେଖକ- ସଞ୍ଜୟ କପୁର, ବରିଷ୍ଠ ସାମ୍ବାଦିକ

ହାଇଦ୍ରାବାଦ: ପାକିସ୍ତାନରେ ଦେଖାଦେଇଥିବା ରାଜନୈତିକ ହଟଚମଟ ଦେଶ ପାଇଁ ଚିନ୍ତା ବଢାଇ ଦେଇଛି । ଏହା ଦେଶର ରାଜନୀତି କ୍ଷେତ୍ରରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅନିୟମିତତା ନେଇ ଆସିଛି ବ୍ୟାପକ ଅଭିଯୋଗ । ସେହିପରି କ୍ଷମତାଶୀଳ ବ୍ୟକ୍ତିଙ୍କ ଦୁର୍ନୀତି ବର୍ତ୍ତମାନ ଜନମତକୁ ପ୍ରଭାବିତ କରିଛି । ପାକିସ୍ତାନ ସାଧାରଣ ନିର୍ବାଚନକୁ ନେଇ ପୂର୍ବରୁ ଅନେକ ଆଶଙ୍କା ରହିଥିବାବେଳେ ବର୍ତ୍ତମାନ ଆସିଥିବା ଫଳାଫଳ ସମସ୍ତଙ୍କୁ ଆଚମ୍ବିତ କରିଛି । ଭୋଟରମାନେ ଇମ୍ରାନ ଖାନଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ବ୍ୟାପକ ସମର୍ଥନ ଦେଇଛନ୍ତି । ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ରହିଛନ୍ତି ପିଟିଆଇ ସମର୍ଥିତ ପ୍ରାର୍ଥୀ । ଇମ୍ରାନଙ୍କ ସମର୍ଥିତ ପ୍ରାର୍ଥୀ ବିପୁଳ ଭୋଟ ପାଇବା ପରେ ବିରୋଧୀଙ୍କୁ ଲାଗିଛି ଝଟକା । ପିଟିଆଇ ସମର୍ଥିତ ପ୍ରାର୍ଥୀ 92ଟି ଆସନରେ ଜିତିଥିବାବେଳେ ପିଏମଏଲ 71ଟି ସିଟ୍ ପାଇଛି।

ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍ (PMLN) ଏବଂ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ (PTI) ସମର୍ଥିତ ବିଧାୟକ ଭଲ ପ୍ରଦର୍ଶନ କରିଛନ୍ତି । ହେଲେ ଏକକ ବହୁମତ ପାଇନଥିବା ଇମ୍ରାନଙ୍କୁ ମାତ ଦେଇ ସରକାର ଗଢିବା ଆଶାରେ ନଓ୍ବାଜ ସରିଫ । ନଓ୍ବାଜଙ୍କ ପାର୍ଟି PML-N ମାତ୍ର 71 ଆସନ ଜିତିଥିବା ବେଳେ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପାର୍ଟି PPP ଓ ଅନ୍ୟ ସହଯୋଗୀ ଦଳଙ୍କ ସହ ମିଶି ସରକାର ଗଠନ କରିବାକୁ ସେମାନେ ପ୍ରୟାସ କରୁଛନ୍ତି । ଯାହାକୁ ନେଇ ଘୋଡ଼ା ବେପାରର ଆଶଙ୍କା ଦେଖାଦେଇଛି। ଅପରପକ୍ଷେ, ପାକିସ୍ତାନରେ ହୋଇଥିବା ଭୋଟିଂକୁ ଜାତୀୟ ସଂସ୍ଥା ପକ୍ଷରୁ ଅବୈଧ ବୋଲି କୁହାଯାଉଛି । ଫେବ୍ରୁଆରୀ 8 ତାରିଖରେ ହୋଇଥିବା ନିର୍ବାଚନରେ ଅନିୟମିତତା ହୋଇଥିବା US, UK ଏବଂ EU ପକ୍ଷରୁ କୁହାଯାଉଛି । ପାକିସ୍ତାନ ନିର୍ବାଚନ ଆୟୋଗ (ECP) ଫଳାଫଳ ଘୋଷଣା କରିବାକୁ ବହୁ ବିଳମ୍ବ କରିଥିଲେ । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣରେ ଅନିଶ୍ଚିତତା ଦେଖା ଦେଇଥିଲା । ଏପରିକି ମୋବାଇଲ ଫୋନ ବ୍ୟାନ ଓ ଇଣ୍ଟରନେଟ୍ ସେବା ଆଦି ବ୍ୟାନକୁ ସମାଲୋଚନା କରାଯାଇଥିଲା।

ଏସବୁ ପରେ ବି ରେଜଲ୍ଟ ପ୍ରମାଣିତ କରିଛି ଯେ, କୌଣସି ପ୍ରକାର ଚାପ ପ୍ରୟୋଗ କରାଯାଇ ଫଳାଫଳକୁ ବଦଳାଯାଇପାରିନାହିଁ । ଜନମତ କେହି ପ୍ରଭାବିତ କରିପାରିନାହାନ୍ତି । ହୁଏତ, ଇମ୍ରାନ ଖାନ ଜଣେ ଦକ୍ଷ ପ୍ରଶାସକ ହୋଇପାରିନାହାନ୍ତି, କିନ୍ତୁ ନୱାଜ ସରିଫ ଏବଂ ଜରଦାରିସଙ୍କ ଭଳି ରାଜନେତାଙ୍କ ପାଇଁ ଚିନ୍ତାର କାରଣ ସାଜିଛନ୍ତି । ନୱାଜ ସରିଫ ଏବଂ ବିଲାୱାଲ-ଜର୍ଦାରୀ କ୍ୟାମ୍ପ ମିଳିତ ଭାବେ ସରକାର କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦେଖିବାକୁ ଗଲେ ପାକିସ୍ତାନ ସେନା ହାତରେ ଥିବା କ୍ଷମତା ବିଷୟରେ କାହାରିକୁ ଅଛପା ନାହିଁ। ପାକିସ୍ତାନର ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାବେଳେ ନିର୍ବାଚନ ପୂର୍ବରୁ ଅର୍ଥନୀତିରେ ସୁଧାର ଆଣିବାକୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଏପରି ସ୍ଥଳେ ସେନା ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲା ଯେ, ଅର୍ଥନୀତିକୁ ଏପରି ପରିଚାଳନା କରାଯିବା ଆବଶ୍ୟକ ଯେପରି IMFରୁ ଋଣ ଆଣିବାରେ ସକ୍ଷମ ଭାବେ ଦେଶ ବିବେଚିତ ହେବ।

ପାକିସ୍ତାନର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବାବେଳେ ଭାରତର ସରକାର ସାହାଯ୍ୟ ପାଇ ସେପରି ଆଗ୍ରହ ପ୍ରକାଶ କରିନଥିଲେ। ପରେ ପରେ ଜମ୍ମୁରେ ଧାରା 370 ଉଚ୍ଛେଦ ଓ CAA ଲାଗୁ ହୋଇଥିଲା । ସୀମା-ପାର୍ ଆତଙ୍କବାଦକୁ ରୋକିବାକୁ ପଦକ୍ଷେପ ନିଆଯାଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଭାରତ ଆସିଥିଲେ । ଯାହାକି ସେହି ସମୟରେ ଉଭୟ ଦେଶ ମଧ୍ୟରେ ଉତ୍ତମ ବୁଝାମଣା ହେବା ନେଇ ଏକ ନୂଆ ଆଶା ସଞ୍ଚାର କରିଥିଲା।

ଏହା ମଧ୍ୟ ପଢନ୍ତୁ...RCEPରୁ ଓହରି ଠିକ କରିଥିଲା ଭାରତ, ସେତେବେଳେ ମୋଦି କହିଥିଲେ ଦେଶର ସ୍ୱାର୍ଥ ସର୍ବୋପରି

ବର୍ତ୍ତମାନ ସମୟର ଏକ ବଡ଼ ପ୍ରଶ୍ନ ହେଉଛି, ଯଦି ନୱାଜ ସରିଫ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଦୁଇ ଦେଶ ମଧ୍ୟରେ ପୁନର୍ବାର ଶାନ୍ତି ପ୍ରତିଷ୍ଠା ହେବ କି? ଭାରତୀୟ ମୁସଲିମଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି କିଛି ନୂଆ ପଦକ୍ଷେପ ନେବେ କି ? ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ କରିଥିଲେ । ତେବେ ଦୁଇ ଦେଶ ମଧ୍ୟରେ ଉତ୍ତମ ବୁଝାମଣା ହେବା ଦ୍ବାରା ସୁସମ୍ପର୍କ ସ୍ଥାପନ ହେବ । ଯାହାକି ଆଗାମୀ ନିର୍ବାଚନରେ ବିଜେପି ପାଇଁ ଏକ ବଡ଼ ଅସ୍ତ୍ର ହେବ । ଏହାସହ ଗୋଟିଏ ସୀମା ବିବାଦ ଦୂର ହେବ । ଭାରତ-ଚୀନ ସୀମାରେ ମଧ୍ୟ ସଂଘର୍ଷ ଲାଗି ରହିଛି । ତେବେ ପାକିସ୍ତାନ ସହ ଭାରତର ସୀମା ବିବାଦ ଦୂର ହେବା ଦ୍ବାରା ଉଭୟ ଦେଶକୁ ଆଶ୍ବସ୍ତି ମିଳିବ ।

ଇଟିଭି ଭାରତ, ହାଇଦ୍ରାବାଦ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.