ETV Bharat / opinion

ଭାରତର ନୂତନ ମେଣ୍ଟ ସରକାର ଆଗରେ ବିକଶିତ ଭାରତ ସ୍ବପ୍ନ ସାକାର ଦିଗରେ ସୁଯୋଗ ଓ ସମସ୍ୟା - New Coalition Government

New Coalition Government: ଭାରତୀୟ ଭୋଟରମାନେ ଏଥର କେନ୍ଦ୍ରରେ ଏକ ମେଣ୍ଟ ସରକାର ସପକ୍ଷରେ ଜନାଦେଶ ଦେଇଛନ୍ତି । ନୂତନ ସରକାର କେବଳ ବୃହତ ଜିଡିପି ବୃଦ୍ଧି ହାସଲ ଲକ୍ଷ୍ୟ ସାଧନ କରିବା ପାଇଁ କାର୍ଯ୍ୟ କରିବେ ନାହିଁ ବରଂ ନିଯୁକ୍ତିର ସୁଯୋଗ ସୃଷ୍ଟି ପାଇଁ କାର୍ଯ୍ୟ କରିବେ । ଏ ନେଇ ଏସ୍. ମହେନ୍ଦ୍ର ଦେବଙ୍କ ଆଲେଖ୍ୟ ପଢନ୍ତୁ,

New Coalition Government
New Coalition Government (ETV Bharat)
author img

By ETV Bharat Odisha Team

Published : Jun 16, 2024, 8:12 AM IST

Updated : Jun 17, 2024, 2:35 PM IST

ଲେଖକ: ଏସ୍. ମହେନ୍ଦ୍ର ଦେବ

ପୂର୍ବତନ ଅଧ୍ୟକ୍ଷ, କୃଷିଜାତ ଦ୍ରବ୍ୟ ଓ ମୂଲ୍ୟ ନିର୍ଦ୍ଧାରଣ କମିଶନ ( ଭାରତ ସରକାର)

ହାଇଦ୍ରାବାଦ: ନିକଟରେ ସମାପ୍ତ ହୋଇଥିବା ନିର୍ବାଚନ ଭାରତୀୟ ଗଣତନ୍ତ୍ରର ଋଦ୍ଧିମନ୍ତ ସ୍ବରୂପକୁ ପ୍ରଦର୍ଶିତ କରିଛି । ସ୍ବାଧୀନତା ପରେ ଜାରି ରହିଥିବା ଗଣତନ୍ତ୍ରର ପ୍ରବହମାନ ଧାରା ସବୁଠାରୁ ବଡ଼଼ ଉପଲବ୍ଧି ଅଟେ । ଭାରତୀୟ ଭୋଟର ମାନେ ଏଥର କେନ୍ଦ୍ରରେ ଏକ ମେଣ୍ଟ ସରକାର ସପକ୍ଷରେ ଜନାଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସରିବା ସହ ମୋଦି ସରକାର ନିଜର ଦାୟିତ୍ବ ଗ୍ରହଣ କରିସାରିଲେଣି । ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରର ସ୍ଥାନ ହାସଲ କରିବାକୁ ଭାରତର ଲକ୍ଷ୍ୟ ରଖିଛି । ନୂତନ ସରକାର କେବଳ ବୃହତ ଜିଡିପି ବୃଦ୍ଧି ହାସଲ ଲକ୍ଷ୍ୟ ସାଧନ କରିବା ପାଇଁ କାର୍ଯ୍ୟ କରିବେ ନାହିଁ ବରଂ ନିଯୁକ୍ତିର ସୁଯୋଗ ସୃଷ୍ଟି ପାଇଁ କାର୍ଯ୍ୟ କରିବେ । କାରଣ ଏଥରର ନିର୍ବାଚନରେ ଦେଶରେ ବଢୁଥିବା ବେକାରୀ ପ୍ରମୁଖ ସମସ୍ୟା ଭାବେ ଉଦ୍ଭା ହୋଇଛି । ସରକାରୀ ନୀତି ଗୁଡିକ ଅନ୍ତର୍ଭୁକ୍ତୀ ଓ ସମଯୋଜିତ ବିକାଶ ଉପରେ ଧ୍ୟାନ ଦେବା ଆବଶ୍ୟକ । ନୂଆ ମେଣ୍ଟ ସରକାର ପାଇଁ ସର୍ବୋଚ୍ଚ, ଅନ୍ତର୍ଭୁକ୍ତୀ ଓ ସାମଗ୍ରିକ ବିକାଶକୁ ହାସଲ କରିବାର ନୂଆ ସୁଯୋଗ ଓ ଚ୍ୟାଲେଞ୍ଜ ରହିଛି ।

ଅଭିବୃଦ୍ଧିର ୨ଟି ନିର୍ଦ୍ଧାରକ ରହିଛି ଯଥା ନିବେଶ ଓ ରପ୍ତାନୀ । ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସି ରଙ୍ଗରାଜନ ଆକଳନ କରିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ ହେବା ପାଇଁ ଏକ ଆବଶ୍ୟକ ଅଭିବୃଦ୍ଧି ହାର ଆବଶ୍ୟକ ଅଟେ । ବିକଶିତ ଦେଶର ସ୍ଥାନ ପ୍ରାପ୍ତ କରିବା ପାଇଁ ବର୍ତ୍ତମାନର ମାନଦଣ୍ଡ ହେଉଛି ପ୍ରତି ବ୍ୟକ୍ତିଙ୍କ ଆୟର ସ୍ତର ୧୩୨୦୫ ଆମେରିକୀୟ ଡଲାର ଯାଏଁ ପହଁଚିବା । ମନେକରାଯାଉ ଆୟର ସ୍ତର ୧୫୦୦୦ ଡଲାର ହେବା ସହ ମୁଦ୍ରାର ମୂଲ୍ୟ ହ୍ରାସ ସହିତ ଆବଶ୍ୟକ ବାସ୍ତବିକ ବିକାଶ ଦର ବର୍ଷକୁ ୭ ପ୍ରତିଶତ ରହିବ । ଏହି ଲକ୍ଷ୍ୟକୁ ହାସଲ କରିବାକୁ ହେଲେ ବର୍ତ୍ତମାନର ଜିଡିପିକୁ ୨୮ ପ୍ରତିଶତ ରୁ ୩୪ ପ୍ରତିଶତକୁ ବୃଦ୍ଧି କରିବାକୁ ହେବ । ସାର୍ବଜନିକ ପୁଞ୍ଜିନିବେଶ ଅତିରିକ୍ତ ପ୍ରାଇଭେଟ ସ୍ତରରେ ପୁଞ୍ଜିନିବେଶର ଆବଶ୍ୟକତା ମଧ୍ୟ ରହିଛି । କର୍ପୋରେଟ ଟ୍ୟାକ୍ସ ଛାଡ଼, ବ୍ୟାଙ୍କରପ୍ଟି କୋଡ, ଜିଏସଟି, ଉତ୍ପାଦନ ସହ ଜଡିତ ଯୋଜନା ତଥା ସରକାରୀ ସ୍ତରରେ ପୁଞ୍ଜି ଲଗାଣ ସତ୍ତ୍ବେ ପ୍ରାଇଭେଟ ପୁଞ୍ଜି ନିବେଶର ପୁନଃ ଉଦ୍ଧାର ହେବା ଏକ ଚ୍ୟାଲେଞ୍ଜ ସଦୃଶ କାରଣ ।

ଏହା ସର୍ବବିଦିତ ଯେ ରପ୍ତାନୀ, ବିକାଶ ଓ ରୋଜଗାର ସୃଷ୍ଟିର କାରଣ ଗୁଡିକ ମଧ୍ୟରେ ଅନ୍ୟତମ । ଭାରତର ଉଚ୍ଚ ଜିଡିପି ବିକାଶ ଦର ସର୍ବଦା ଉଚ୍ଚ ରପ୍ତାନୀ ଅଭିବୃଦ୍ଧି ସହିତ ଜଡିତ । କିନ୍ତୁ ବିଶ୍ବ ସ୍ତରରେ ଅସ୍ଥିରାବସ୍ଥା ଭାରତର ବାଣିଜ୍ୟ ଉପରେ କିଛି ମାତ୍ରାରେ ନକରାତ୍ମକ ପ୍ରଭାବ ପକାଇପାରେ । ବିଗତ କିଛି ବର୍ଷ ମଧ୍ୟରେ ଭାରତର ବାଣିଜ୍ୟ ନୀତି ଅଧିକ ସଂରକ୍ଷଣବାଦୀ ହୋଇ ପଡିଛି । ବିଶ୍ବ ସ୍ତରରେ ଚୀନର ଖାଲି ସ୍ଥାନକୁ ଭରିବା ପାଇଁ ଭାରତକୁ ଶୁଳ୍କ କମ କରିବାକୁ ପଡିବ । ଆତ୍ମନିର୍ଭର ନାଁରେ ସଙ୍କୁଚିତ ହେବା ଉଚିତ ନୁହେଁ ।

ବର୍ତ୍ତମାନ ଭାରତ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥା ଅଟେ ଓ ଖୁବ ଶୀଘ୍ର ଏହା ତୃତୀୟ ବୃହତ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । କିନ୍ତୁ ମୁଣ୍ଡ ପିଛା ଆୟ ତାଲିକାରେ ଭାରତ ୧୮୦ ଟି ଦେଶ ମଧ୍ୟରୁ ୧୩୮ ତମ ସ୍ଥାନରେ ରହିଛି । ୧୯୯୦ ରେ ଭାରତ ଓ ଚୀନ ମୁଣ୍ଡ ପିଛା ଆୟ ପ୍ରାୟ ଏକ ସମାନ ଥିଲା । କିନ୍ତୁ ଚୀନ ଏବେ ୭୧ ତମ ରାଙ୍କ (୧୨୦୦୦ ଡଲାର) ରେ ଥିବା ବେଳେ ଭାରତ ୧୩୮ ତମ ସ୍ଥାନରେ (୨୬୦୦ ଡଲାର) ଅଛି । ତେଣୁ ବର୍ତ୍ତମାନ ଭାରତକୁ ମୁଣ୍ଡ ପିଛା ଆୟରେ ଅନ୍ୟ ଦେଶ ତୁଳନାର ସମାନ ସ୍ଥାନରେ ଆସିବା ପାଇଁ ବହୁତ କ୍ଷୀପ୍ର ବେଗରେ ଉନ୍ନତି କରିବାକୁ ହେବ ।

ଭାରତୀୟ ଅର୍ଥ ବ୍ୟବସ୍ଥାର ମୂଳଗତ ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ନିଯୁକ୍ତି ପରିପ୍ରେକ୍ଷୀରେ କୃଷି କ୍ଷେତ୍ରରୁ ବିନିର୍ମାଣ କ୍ଷେତ୍ରକୁ ସାମଗ୍ରିକ ପରିବର୍ତ୍ତନ । କୃଷିକ୍ଷେତ୍ରରେ ଥିବା ଭିତ୍ତିଭୂମି ଓ ନିବେଶକୁ ସହଯୋଗର ଆବଶ୍ୟକତା ରହିଛି । ଭାରତୀୟ କୃଷିରେ ଅଧିକ ମୂଲ୍ୟଯୁକ୍ତ ଉତ୍ପାଦନ, ପ୍ରକୃଷ୍ଟ ପାରିଶ୍ରମିକ ମୂଲ୍ୟ ପ୍ରାପ୍ତି ଓ କୃଷି ଜନିତ ରୋଜଗାରକୁ ବଦଳାଇବାକୁ ହେବ ।

ସମନ୍ବିତ ବିକାଶ ମାମଲାରେ ପରିମାଣାତ୍ମକ ତଥା ଗୁଣାତ୍ମକ ଭାବେ ରୋଜଗାର ସୃଷ୍ଟି ନୂଆ ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ୨୦୧୨ ରୁ ୨୦୧୯ ମଧ୍ୟ ରେ ଆର୍ଥିକ ଅଭିବୃଦ୍ଧି ୬.୭% ହୋଇଥିବା ବେଳେ ନିଯୁକ୍ତି ବୃଦ୍ଧି ମାତ୍ର 0.1% ହୋଇଛି । ଅନୌପଚାରିକ କ୍ଷେତ୍ରରେ ଖରାପ ଗୁଣାତ୍ମକ ଚାକିରୀର ଦବଦବା ରହିଛି । ସେହିଭଳି ଅନ୍ୟ ଦେଶ ତୁଳନାରେ ଭାରତରେ ମହିଳା ମାନଙ୍କର ଭାଗିଦାରିତା ନିଯୁକ୍ତି କ୍ଷେତ୍ରରେ ଖୁବ କମ ରହିଛି । ଭାରତର ବିଶ୍ବର ସବୁଠୁ ଅଧିକ ଯୁବବର୍ଗ ଥିବା ଦେଶ ଅଟେ । ଦେଶର ମୋଟ ଜନସଂଖ୍ୟାର ୨୭ ପ୍ରତିଶତ ଯୁବବର୍ଗ ଦେଶର ପୂର୍ବ, ଉତ୍ତର ଓ କେନ୍ଦ୍ର ଭାଗରେ ବାହୁଳ୍ୟତା ଦେଖାଯାଏ । ଦେଶରେ ଥିବା ମୋଟ ବେରୋଜଗାରୀ ତୁଳନାରେ ତିନିଗୁଣର ଯୁବ ବର୍ଗ ବେରକାର ଅଛନ୍ତି । ୮୩ ପ୍ରତିଶତ ଯୁବକ ବେରୋଜଗାର ଅଛନ୍ତି । ଯେଉଁଥିରେ ମାଧ୍ୟମିକ ସାରିଥବା ଯୁବବର୍ଗ ୧୮.୪% ଓ ସ୍ନାତକ ଧାରୀ ୨୯.୧ % ଅଛନ୍ତି । ବେକାରୀ ସମସ୍ୟାର ନିରନ୍ତର ବୃଦ୍ଧି ବିଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ସଂରକ୍ଷଣ ପାଇଁ ଦାବି ଉଠୁଛି ।

ନୀତି ଆଯୋଗର ରିପୋର୍ଟ ଅନୁସାରେ ଭାରତରେ କେବଳ ୨.୩ ପ୍ରତିଶତ ଶ୍ରମିକ ମାନେ ଔପଚାରିକ ତାଲିମ ସହିତ କୁଶଳୀ ଅଟନ୍ତି । କିନ୍ତୁ ଏହି ହାର ବ୍ରିଟେନ ରେ ୬୮ ପ୍ରତିଶତ , ଜର୍ମାନୀରେ ୭୫% ଓ ଜାପାନ ରେ ୮୦ ପ୍ରତିଶତ ଓ ଦ. କୋରିଆରେ ୯୬% ଅଟେ । ୫୫ ପ୍ରତିଶତ ଶ୍ରମିକଙ୍କର ସଠିକ ଚାକିରୀରେ ନିଯୁକ୍ତିକୁ ନେଇ ସମସ୍ୟା ରହିଛି । ଏହା ସହ ଚାକିରୀରେ ଥିବା ଯୁବବର୍ଗ ଚାକିରୀର ଯୋଗ୍ୟତା ତୁଳନାରେ ଅତି ଯୋଗ୍ୟ ଥିବା ନେଇ ଉଲ୍ଲେଖ ରହିଛି । ଟେକ୍ନୋଲୋଜିର ପ୍ରୟୋଗ ଫଳରେ ବିକଶିତ ଦେଶରେ ଶ୍ରମ ଶକ୍ତିର ଅବଶ୍ୟକତାକୁ ରୋବୋଟ ଓ ଏଆଇ ପୂରଣ କରୁଛି । ଏଥି ପାଇଁ ଭାରତକୁ ସତର୍କ ଓ ପ୍ରସ୍ତୁତ ରହିବାକୁ ହେବ । ଅନ୍ତର୍ଭୁକ୍ତି ବିକାଶ ପାଇଁ ଆଉ ଏକ ମୁଦ୍ଦା ହେଉଛି ସ୍ବାସ୍ଥ୍ୟ ଓ ଶିକ୍ଷା । ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଥିବା ବିଷମତାକୁ ଦୂର କରିବାକୁ ହେବ । ଆଇଆଇଟି ଓ ଆଇଆଇଏମ ଭଳି ଉତ୍କୃଷ୍ଟ ଆନ୍ତର୍ଜାତିକ ମାନର ଶିକ୍ଷାନୁଷ୍ଠାନ ଥିବା ସତ୍ତ୍ବେ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଦୁର୍ବଳ ଶିକ୍ଷଣ ସାଧାରଣ ତଥା ସଂଖ୍ୟାବହୁଳ ପିଲାଙ୍କ ଭାଗ୍ୟରେ ରହିଥାଏ ।

ଆମକୁ ସାର୍ବଜନିକ ସ୍ବାସ୍ଥ୍ୟ ସେବା ପ୍ରତି ଦୃଷ୍ଟି ଦେଇ ଜିଡିପିର ୨.୫ ରୁ ୩ ପ୍ରତିଶତ ଖର୍ଚ୍ଚ କରିବାକୁ ହେବ । ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟରେ ସମାନତା ମାନବୀୟ ବିକାଶ କ୍ଷେତ୍ରରେ ଥିବା ଅସମାନତାକୁ ଦୂର କରିବା ପାଇଁ ଅତି ଆବଶ୍ୟକ ହୋଇଥାଏ । ସମନ୍ବିତ ବିକାଶ ପାଇଁ ଲୋକ ହିତକର କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଏହା ସହିତ ରାଜସ୍ବରେ ସୁଧାର ଆଣିବା ଓ ବିକାଶକୁ ତ୍ବରାନ୍ବିତ କରିବା ଆବଶ୍ୟକ ଅଟେ । ନିକଟ ନିର୍ବାଚନରେ ଯୁବବର୍ଗ ମାଗଣା ଜିନିଷ ନୁହେଁ ବରଂ ରୋଜଗାର ଚାହେଁ ବୋଲି ସଙ୍କେତ ଦେଇ ସାରିଛି ।

ପୂର୍ବତନ ଆରବିଆଇ ଗଭର୍ଣ୍ଣର ସୁବାରାଓ କହିଛନ୍ତି ଯେ ଆମର ବଜେଟ କ୍ଷତିକରାଉଥିବା ବର୍ଗ ଅଟେ, କାରଣ ମାଗଣାରେ ଦିଆଯାଉଥିବା ଦ୍ରବ୍ୟ ଓ ସେବା ଋଣ ଜରିଆରେ ଆସିଥାଏ । ଯଦି ସେମାନେ ବିକାଶ ଓ ରାଜସ୍ବରେ କୌଣସି ଯୋଗଦାନ ନକରନ୍ତି ତେବେ ତାହାର ବୋଝ ଆମର ସନ୍ତାନସନ୍ତତି ଉପରେ ପଡିବ । ସେହିଭଳି ସ୍ଥିରତା ଓ ଜଳବାୟୁ ପରିବର୍ତ୍ତନ ଜରୁରୀ ଅଟେ । କେନ୍ଦ୍ର ଓ ରାଜ୍ୟ ସରକାର ନିଜ ସ୍ତରରେ ଜଳବାୟୁ ଜନିତ ସମସ୍ୟାକୁ ସମ୍ଭାଳିବାପାଇଁ ପ୍ରସ୍ତୁତ ରହିବାକୁ ପଡିବ । ସମୟ ସହିତ ଦେଶରେ ସହରୀକରଣ ବୃଦ୍ଧି ହେବାରେ ଲାଗିଛି । ଯାହାର କୁପରିମାଣ କୁ ଦୃଷ୍ଟି ଦେବାକୁ ହେବ ।

ପଞ୍ଚାୟତ ଓ ପୌରାଞ୍ଚଳ ସ୍ତରରେ ବିକେନ୍ଦ୍ରୀକରଣର ଆବଶ୍ୟକତା ରହିଛି । ଆରବିଆଇର ଅନୁଧ୍ୟାନ ଅନୁସାରେ ପଞ୍ଚାୟତ ମାତ୍ର ୧ ପ୍ରତିଶତ ନିଜର ଟ୍ୟାକ୍ସ ଜରିଆରେ ଆୟ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ପ୍ରତି ନିର୍ଭରଶୀଳ ହୋଇଥାଏ । ପଞ୍ଚାୟତକୁ ଅଧିକ ସ୍ବାୟତ୍ତତ୍ତା ପ୍ରଦାନ କରିବା ଦ୍ବାରା ଉତ୍ତମ ଶାସନ, କୃଷି ଓ ଗ୍ରାମୀଣ ବିକାଶ , ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିଥାଏ । ସମ୍ପ୍ରତି ନିର୍ବାଚନ ବିଶେଷକରି ଯୁବକମାନଙ୍କ ପାଇଁ ରୋଜଗାର ଭଳି ଗୁରୁତ୍ବପୂର୍ଣ୍ଣ ବିଷୟକୁ ଉତ୍ଥାପନ କରିଥିଲେ | ରାଜ୍ୟଗୁଡିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଭଳି ଲକ୍ଷ୍ୟ ହାସଲ କରିବାରେ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ । ତେଣୁ ବିକାଶମୂଳକ ଲକ୍ଷ୍ୟ ହାସଲ କରିବା ପାଇଁ ମିଳିତ ସରକାର ଦକ୍ଷତା ସହ କାମ କରିପାରିବ ।

Last Updated : Jun 17, 2024, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.