ETV Bharat / opinion

ମତାମତ: 'ଭାରତରେ ଅନୁସନ୍ଧାନ ବାବଦକୁ ଖର୍ଚ୍ଚ ବହୁଗୁଣିତ ହେବା ଉଚିତ'

author img

By ETV Bharat Odisha Team

Published : Feb 9, 2024, 10:25 PM IST

Research In India: ଭାରତ ଅନୁସନ୍ଧାନ ଓ ବିକାଶ ଲାଗି କରୁଥିବା ଖର୍ଚ୍ଚ ଅନ୍ୟ ଦେଶଗୁଡ଼ିକ ତୁଳନାରେ ସାରା ବିଶ୍ବରେ ସବୁଠୁ କମ । ହେଲେ ଚଳିତ ମାସ ପହିଲାରେ ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟରେ ଏହି କ୍ଷେତ୍ର ଲାଗି ୧ ଲକ୍ଷ କୋଟି ବ୍ୟୟ ବରାଦ ହୋଇଛି । ଯାହାକି ସଫଳତାର ଲମ୍ବା ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି ବୋଲି କହିଛନ୍ତି ଲେଖକ ପୋଟଲୁରି ଭେଙ୍କଟେଶ୍ବର ରାଓ । ପଢନ୍ତୁ ତାଙ୍କ ଆଲେଖ୍ୟ

Research In India
Research In India

ଲେଖକ: ପୋଟଲୁରି ଭେଙ୍କଟେଶ୍ବର ରାଓ

ହାଇଦ୍ରାବାଦ: ଫେବୃଆରୀ ପହିଲାରେ ଆଗତ ହୋଇଛି ଅନ୍ତରୀଣ ବଜେଟ । ଯେଉଁଥିରେ ଭାରତରେ ଅନୁସନ୍ଧାନ ଏବଂ ବିକାଶ ପାଇଁ କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି । ଯାହାକି ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବଳ୍ପ ସୁଧ ଓ ସୁଧ ମୁକ୍ତ ଋଣ ଉପଲବ୍ଧ ହେବ । ହେଲେ କେଉଁ ବିଭାଗକୁ କେତେ ବ୍ୟୟବରାଦ ହୋଇଛି ତାହା ସ୍ପଷ୍ଟ କରାଯାଇନାହିଁ । ଅନୁସନ୍ଧାନ ଏବଂ ବିକାଶରେ ଆଗକୁ ବଢୁଥିବା କ୍ଷେତ୍ରଗୁଡିକରେ ଏହି ଅର୍ଥ ବିନିଯୋଗ କରାଯାଉ ବୋଲି ଲେଖକ ମତ ପ୍ରକାଶ କରିଛନ୍ତି ।

ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଏହି ଯୋଜନା କିପରି କାର୍ଯ୍ୟକାରୀ ହେବ ତାହା ସମୟ ସାପେକ୍ଷ । ବର୍ତ୍ତମାନ ସ୍ଥିତିରେ ଅନେକ ସମ୍ଭାବନା ଅଛି, କିନ୍ତୁ ଏ ନେଇ କୌଣସି ନିର୍ଦ୍ଦିଷ୍ଟ ଆଲୋଚନା ହୋଇନାହିଁ । ଅନୁସନ୍ଧାନ କ୍ଷେତ୍ରରେ ଅଧିକ ଖର୍ଚ୍ଚ ହେଲେ ଏହା ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାରେ ଗବେଷଣା ଏବଂ ବିକାଶରେ ବିନିଯୋଗ କରିବାକୁ ଯୋଜନା କରାଯିବ । ସାମଗ୍ରିକ ଜିଡିପିରେ ଭାରତର ଅନୁସନ୍ଧାନ ଏବଂ ବିକାଶର ଅଂଶ ବିକଶିତ ଦେଶ ତୁଳନାରେ ବହୁତ କମ । ଅନୁସନ୍ଧାନ ଏବଂ ବିକାଶ ପାଇଁ ଭାରତର ଖର୍ଚ୍ଚ ବିଶ୍ବର ସର୍ବନିମ୍ନ । ସରକାରୀ ଥିଙ୍କ ଟ୍ୟାଙ୍କ NITI ଆୟୋଗ ଏବଂ ଇନଷ୍ଟିଚ୍ୟୁଟ ଫର କମ୍ପିଟେଟଭିନେସ ଅଧ୍ୟୟନ ଅନୁଯାୟୀ ଭାରତରେ ଅନୁସନ୍ଧାନ ଏବଂ ବିକାଶ ବିନିଯୋଗ ହ୍ରାସ ପାଉଛି । ଗତ ୨୦୦୮-୦୯ରେ ଜିଡିପିର ୦.୮%ରୁ ୨୦୧୭-୧୮ରେ ୦.୭%କୁ ହ୍ରାସ ପାଇଛି ।

ଏହି ତଥ୍ୟ ସୂଚାଉଛି ଯେ ଅନ୍ୟ ବ୍ରିକ୍ସ ଦେଶ ତୁଳନାରେ ଭାରତର ଅନୁସନ୍ଧାନ ଏବଂ ବିକାଶ ବାବଦକୁ ମୋଟ ଖର୍ଚ୍ଚ କମ ରହିଛି । ବ୍ରାଜିଲ, ଋଷ, ଚୀନ ଏବଂ ଦକ୍ଷିଣ ଆମେରିକା ଯଥାକ୍ରମେ ୧.୨%, ୧.୧%, ୨%ରୁ ଅଧିକ ଓ ୦.୮% ଖର୍ଚ୍ଚ କରନ୍ତି । ବିଶ୍ବରେ ଏହି କ୍ଷେତ୍ରରେ ଖର୍ଚ୍ଚର ହାରାହାରି ଶତକଡ଼ା ରହିଛି ପ୍ରାୟ ୧.୮% । ଭାରତର ଜନସଂଖ୍ୟାର ଅର୍ଦ୍ଧେକ ୨୫ ବର୍ଷରୁ ୨୮ ବର୍ଷ ମଧ୍ୟରେ ରହିଛି । ଏହି ବର୍ଷର ଯୁବପିଢିଙ୍କୁ 'ଟ୍ୟାଲେଣ୍ଟ ପୁଲ୍‌' ବୋଲି ବିବେଚନା କରାଯାଏ । ତେବେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ୨୦୧୯ ଅନୁଯାୟୀ ସାମର୍ଥ୍ୟ ଏବଂ ନବସୃଜନ କ୍ଷେତ୍ରରେ ସଫଳତା ପାଇଁ ମୋଟ ୧୨୯ ଦେଶ ମଧ୍ୟରୁ ଭାରତ ୫୨ତମ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ- ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’; ମିଳିବ ୧ ଲକ୍ଷ କୋଟିର ଋଣ

ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି କୁହାଯାଉଥିବା ଦେଶ ପାଇଁ ଏହା ନିଶ୍ଚିତ ଏକ ଖରାପ ମାନ୍ୟତା । ଭାରତରେ ଅନୁକୂଳ ବଜାର ସତ୍ତ୍ବେ ବୈଷୟିକ ଅର୍ଥନୀତିର ମନ୍ଥର ଅଭିବୃଦ୍ଧି ହାରକୁ ଆଲୋକିତ କରୁଛି । ଅନୁସନ୍ଧାନ ଏବଂ ବିକାଶ ପାଇଁ ଭାରତର ଅପେକ୍ଷାକୃତ କମ ଖର୍ଚ୍ଚ ଦ୍ବାରା ଏକ ନୂତନତାର ଅଭାବକୁ ଦର୍ଶାଉଛି । ଗୁଣାତ୍ମକ ଅନୁସନ୍ଧାନ ଏବଂ ବିକାଶର ଅଭାବ ଯୋଗୁଁ ଭାରତ ବିଦେଶୀ ଚିନ୍ତାଧାରାକୁ ଅନୁକରଣ କରିଛି । ଯାହାକି ପେଟିଏମ୍, ଓଲା, ଫ୍ଲିପକାର୍ଟ, ଜୋହୋ କାର୍‌ଦେଖୋ, ଲେନ୍ସକାର୍ଟ ଓ ଅନ୍ୟାନ୍ୟ ସଫଳ ଷ୍ଟାର୍ଟଅପରୁ ପ୍ରମାଣିତ ହୋଇଛି । ଦେଶର ୭୬୩ଟି ଜିଲ୍ଲାରେ ୧,୧୨,୭୧୮ରୁ ଅଧିକ ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସହିତ ବିଶ୍ବରେ ଷ୍ଟାର୍ଟଅପ୍ ପାଇଁ ତୃତୀୟ ବୃହତ୍ତମ ଇକୋସିଷ୍ଟମ ଭାବରେ ଭାରତ ଏକ ଷ୍ଟାର୍ଟଅପ୍ ହବ୍ ହୋଇପାରିଛି । ହେଲେ ବାସ୍ତବତା ହେଉଛି ଏହି ଷ୍ଟାର୍ଟଅପ୍ ବିଦେଶୀ ଚିନ୍ତାଧାରାରୁ ଉତ୍ପନ୍ନ ହୋଇଛି ।

ଦେଶରେ ଭିତ୍ତିଭୂମିର ଅବହେଳା ଯୋଗୁଁ ଗୁଣାତ୍ମକ ଅନୁସନ୍ଧାନ ଏବଂ ବିକାଶର ଅଭାବ ପରିଲକ୍ଷିତ ହେଉଛି । ବିକଶିତ ରାଷ୍ଟ୍ର ଯେପରି ଆମେରିକା, ସ୍ବିଡେନ, ସ୍ବିଜରଲ୍ୟାଣ୍ଡ ମୋଟ ଡିଜିପିରୁ ଯଥାକ୍ରମେ ୨.୯%, ୩.୨% ଓ ୩.୪% ଖର୍ଚ୍ଚ କରୁଛନ୍ତି । ସେହିପରି ଇସ୍ରାଏଲ ମୋଟ ଜିଡିପିର ୪.୫% ଏହି କ୍ଷେତ୍ରରେ ଖର୍ଚ୍ଚ କରି ବିଶ୍ବର ୧ ନମ୍ବର ସ୍ଥାନରେ ରହିଛି । ଭାରତ କ୍ଷୁଧା ସୂଚକାଙ୍କ, ରୋଗ ନିୟନ୍ତ୍ରଣ ଏବଂ ଜୀବନଶୈଳୀ ବୃଦ୍ଧି ଭଳି ଅନେକ ପ୍ରସଙ୍ଗ ଉପରେ ଅଧିକ ଫୋକସ କରେ । ତଥାପି ଏହାକୁ ଏକ ପ୍ରତିବନ୍ଧକ ଭାବରେ ନ ଦେଖି ଅନୁସନ୍ଧାନ ଏବଂ ବିକାଶର ଆଭିମୁଖ୍ୟକୁ ବ୍ୟାପକ କରିବାର ଏକ ସୁଯୋଗ ବୋଲି ଭାବିବା ଦରକାର ।

ନିକଟରେ ଇନଫୋସିସ ସହ ପ୍ରତିଷ୍ଠାତା କ୍ରିସ ଗୋପାଳକ୍ରିଷ୍ଣନ ମଧ୍ୟ ଅନୁସନ୍ଧାନ ଏବଂ ବିକାଶ କ୍ଷେତ୍ରରେ ଅଧିକ ବ୍ୟୟ କରିବା ଉପରେ ଜୋର ଦେଇଥିଲେ । ସେ କହିଥିଲେ, "ଆମକୁ ଗବେଷଣା କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ କରିବା ଉଚିତ । ଗବେଷଣା ବ୍ୟୟ ଭାରତର ଜିଡିପିର ୦.୭%ରୁ ୩%ରେ ପହଞ୍ଚିବା ଦରକାର । ଏହାସହିତ ଘରୋଇ କ୍ଷେତ୍ରରେ ଗବେଷଣା ଲାଗି ଏହି ହାର ୦.୧%ରୁ ୧.୫%କୁ ବୃଦ୍ଧି ପାଇବା ଉଚିତ ।" ତଥ୍ୟ ଦେଖିସଲେ ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ବିଶ୍ବବିଦ୍ୟାଳୟ ତଥା ଅନୁଷ୍ଠାନ ସଂଖ୍ୟା ୭୫୨ରୁ ୧୦୧୬କୁ ବୃଦ୍ଧି ପାଇଛି । ଏହାସହ ବାର୍ଷିକ ୧୦,୦୧୧ରୁ ୨୪,୪୭୪ ଡକ୍ଟରାଲ ଡିଗ୍ରୀ ପ୍ରଦାନ କରାଯାଇଥିଲା । ହେଲେ ଏହି ସଂଖ୍ୟାରେ ବୃଦ୍ଧି ଯଥେଷ୍ଟ ନୁହେଁ । ବାସ୍ତବ କଥା ହେଉଛି ଯେଉଁ ବିଶ୍ବବିଦ୍ୟାଳୟଗୁଡ଼ିକ ଯାହାକି DST, DBT, ICMR ଏବଂ CSIR ଉପରେ ନିର୍ଭର କରୁଛି ତାହାର ସ୍ଥିତି ଅତ୍ୟନ୍ତ ଭୟଙ୍କର ।

ଉଚ୍ଚ ଶିକ୍ଷା ସହିତ ଜଡ଼ିତ ଶିକ୍ଷାନୁଷ୍ଠାନରେ ଅନୁସନ୍ଧାନ ଏବଂ ଇନୋଭେସନର ସ୍ଥିତି ଭୟଙ୍କର । ଇତିହାସ କହେ ଯେ ଉଚ୍ଚଶିକ୍ଷା ସ୍ତରରେ ଗୁଣାତ୍ମକ ଶିକ୍ଷା ଦ୍ବାରା ଅନୁସନ୍ଧାନ ଲାଗି ଏକ ପରିବେଶ ସୃଷ୍ଟି ହୁଏ । ଏଭଳି ସ୍ଥିତିରେ ଭାରତରେ ଅନୁସନ୍ଧାନ ଓ ବିକାଶର ଭିତ୍ତିଭୂମିକୁ ସୁଦୃଢ କରିବା ଉଚିତ । ଭାରତରେ ଅନୁସନ୍ଧାନ ବାବଦକୁ ଖର୍ଚ୍ଚ ବହୁଗୁଣିତ ହେବା ଉଚିତ । ଯାହାକି ବର୍ତ୍ତମାନର ଆହ୍ବାନ ପାଲଟିଛି ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.