ETV Bharat / opinion

କେଜ୍ରିୱାଲଙ୍କ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ବଜାୟ ରହିବା କେତେ ସାମ୍ବିଧାନିକ ? - CELLULAR GOVERNANCE

author img

By ETV Bharat Odisha Team

Published : Mar 24, 2024, 6:06 PM IST

Cellular Governance: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ ବଢିଛି କ୍ଷମତା ଚର୍ଚ୍ଚା । ସେ ମୁଖ୍ୟମନ୍ତ୍ରୀ ରହିବା ଉଚିତ ନା ନାହିଁ, କିଏ ସମ୍ଭାଳିବ ଦିଲ୍ଲୀର ଶାସନ ଭାର ଏନେଇ ପଢନ୍ତୁ ରାଜ୍ୟସଭାର ପୂର୍ବତନ ମହାସଚିବ ବିବେକ କେ. ଅଗ୍ନିହୋତ୍ରୀଙ୍କ ଆଲେଖ୍ୟ

Cellular Governance
Cellular Governance

ଲେଖକ- ବିବେକ କେ. ଅଗ୍ନିହୋତ୍ରୀ

ପୂର୍ବତନ ମହାସଚିବ, ରାଜ୍ୟସଭା

ହାଇଦ୍ରାବାଦ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ରହିଛନ୍ତି । ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ନାହିଁ ସେନେଇ ଚର୍ଚ୍ଚା ଲାଗି ରହିଛି । କେଜ୍ରିୱାଲଙ୍କ ପାର୍ଟି (AAP) ସ୍ପଷ୍ଟ କରିଛି ଯେ, ସେ ଜେଲରୁ ସରକାର ଚଳାଇ ପାରିବେ । ତେବେ ଭାରତୀୟ ଜନତା ପାର୍ଟି (ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ନେତା)ଙ୍କ କହିବା କଥା କେବଳ ଗ୍ୟାଙ୍ଗଷ୍ଟରମାନେ ଜେଲରୁ ସେମାନଙ୍କ ସାମ୍ରାଜ୍ୟ ଚଳାନ୍ତି । ଏପରିକି ସେମାନେ ଜୟଲଳିତା, ଲାଲୁ ପ୍ରସାଦ ଯାଦବ, ଉମା ଦେବୀ, ବି ଏସ୍ ୟେଦୁରପ୍ପା ଏବଂ ବର୍ତ୍ତମାନ ଜେଲରେ ଥିବା ହେମନ୍ତ ସୋରେନଙ୍କ ଉଦାହରଣ ଦେଇଛନ୍ତି । ଯେଉଁମାନେ ଜେଲ ଯିବା ଆଗରୁ ଇସ୍ତଫା ଦେଇଥିଲେ ଏବଂ ଉତ୍ତରାଧିକାରୀଙ୍କୁ ଦାୟିତ୍ବଭାର ଦେଇଛନ୍ତି । ହେଲେ କେଜ୍ରିୱାଲଙ୍କ କ୍ଷେତ୍ରରେ ଏହା ପ୍ରଥମ ଯେ, ଜଣେ ମୁଖ୍ୟମନ୍ତ୍ରୀ ନିଜେ କାଠଗଡ଼ାକୁ ଆସୁଛନ୍ତି ।

ଏନେଇ ବିଶେଷଜ୍ଞମାନଙ୍କ ମତ ଭିନ୍ନ ଭିନ୍ନ ରହିଛି । କେତେକ ବିଶେଷଜ୍ଞ କହିଛନ୍ତି, "କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ରହିବା ନେଇ କୌଣସି ସାମ୍ବିଧାନିକ ପ୍ରତିବନ୍ଧକ ନାହିଁ ।" ଆଉ କେହି କେହି ପ୍ରଶ୍ନ କରିଛନ୍ତି ଯେ, ନ୍ୟାୟିକ ହେପାଜତରେ ଥିବାବେଳେ ଏତେ ବଡ଼ ସାମ୍ବିଧାନିକ ପଦରେ ସେ କିପରି ରହିପାରିବେ ? ତେବେ ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମକୋର୍ଟ ପୂର୍ବରୁ ଏକ ଶୁଣାଣି ବେଳେ ସ୍ପଷ୍ଟ କରିଥିଲେ ଯେ, ସାମ୍ବିଧାନିକ ନୈତିକତା, ସୁଶାସନ ଏବଂ ସାମ୍ବିଧାନିକ ବିଶ୍ବାସ ସାର୍ବଜନିକ ପଦ ଧାରଣ କରିବାର ମାନଦଣ୍ଡ । ଏସ ରାମଚନ୍ଦ୍ରନ ବନାମ ଭି ସେନଥିଲବାଲାଜୀ ମାମଲାରେ ମାଡ୍ରାସ ହାଇକୋର୍ଟ ଦୁଇ ପକ୍ଷର ଯୁକ୍ତିର ସମୀକ୍ଷା କରିଥିଲେ । ଜଣେ ମନ୍ତ୍ରୀ ଆର୍ଥିକ ହେରଫେର ମାମଲାରେ ଜଡ଼ିତ ହେବା ପରେ ତାଙ୍କ ପଦ ଯିବ କି ନାହିଁ ବୋଲି ପ୍ରଶ୍ନ ଉଠିଥିଲା ।

2014 ମସିହାରେ ମନୋଜ ନରୁଲା ବନାମ ୟୁନିଅନ ଅଫ୍ ଇଣ୍ଡିଆ ମାମଲାରେ ସୁପ୍ରିମକୋର୍ଟଙ୍କ ବେଞ୍ଚ ପକ୍ଷରୁ ରାୟ ପ୍ରକାଶ ପାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଯେ ସରକାରୀ କାର୍ଯ୍ୟାଳୟର ମୌଳିକ ମାନଦଣ୍ଡ ହେଉଛି ସାମ୍ବିଧାନିକ ନୈତିକତା । ଜନସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ନୈତିକତା ବଜାୟ ରଖିବା ଆବଶ୍ୟକ । ହାଇକୋର୍ଟ ମଧ୍ୟ ନାଗରିକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ କହିଥିଲେ ଯେ, ଜନତା ଚାହୁଁଥିବା ନେତା ହିଁ କ୍ଷମତାରେ ରହିବା ଅବଶ୍ୟକ । ଦେଖିବାକୁ ଗଲେ ଜଣେ ମୁଖ୍ୟମନ୍ତ୍ରୀଙ୍କର ବାସ୍ତବରେ ଅନେକ ଦାୟିତ୍ବ ରହିଛି । ସେହିପରି ଜେଲରେ ମଧ୍ୟ ଅନେକ ନିୟମ କାନୁନ ମାନ ରହିଛି । ଯାହାକୁ ଅନୁପାଳନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରେ କ୍ୟାବିନେଟ୍ ବୈଠକ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ଯୋଗ ଦେବା ହୁଏତ ସମ୍ଭବପର ହୋଇନପାରେ । ସେହିପରି ସୁପ୍ରିମକୋର୍ଟଙ୍କ ପୂର୍ବ ପ୍ରକାଶିତ ରାୟ ଅନୁସାରେ, କେତେକ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ ପରିସ୍ଥିତିକୁ ବାଦ୍ ଦେଲେ ସବୁ ସମୟରେ ରାଜନେତାଙ୍କ ମୌଖିକ ନିର୍ଦ୍ଦେଶରେ କାର୍ଯ୍ୟ କରିବା ଅନୁଚିତ । ଏଥିପାଇଁ ସେମାନଙ୍କୁ ଲିଖିତ ନିର୍ଦ୍ଦେଶାବଳୀ ଦେବାକୁ ପଡ଼ିବ ।

ଏହା ମଧ୍ୟ ପଢନ୍ତୁ...ଦାୟିତ୍ବରେ ଥାଇ ଗିରଫ ହେବାରେ ପ୍ରଥମ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ଆଜି ଦେଶବ୍ୟାପୀ ଆପ୍‌ର ପ୍ରତିବାଦ - AAP Announces Nationwide Protest

ହୋତା କମିଟି (୨୦୦୪) ଏବଂ ସନଥାନମ ସମିତିର ସୁପାରିଶକ୍ରମେ କୋର୍ଟ ଦର୍ଶାଇଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ନିର୍ଦ୍ଦେଶନାମାର ରେକର୍ଡ ରଖିବାର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ଆପ୍ ନେତାମାନଙ୍କୁ ବିକଳ୍ପ ରାସ୍ତା ବାଛିବାକୁ ପଡ଼ିବ । ଯେପରିକି କେଜ୍ରିୱାଲଙ୍କୁ ଏକ ଅସ୍ଥାୟୀ ଜେଲରେ ରଖାଯିବା ଦ୍ବାରା ସେ ସରକାର ଚଳାଇବାରେ ସକ୍ଷମ ହେବେ । ସେହିପରି ଆଉ ଏକ ଉପାୟ ହେଉଛି (ସମ୍ବିଧାନର ଧାରା ୩୫୬ ଅନୁସାରେ) ଯଦି କେଜ୍ରିୱାଲ ଜେଲ ଭିତରୁ ସଠିକ ଶାସନ କରିପାରିବେ ନାହିଁ ବୋଲି ଲେଫନାଣ୍ଟ ଗଭର୍ଣ୍ଣର ଅନୁଭବ କରନ୍ତି ତେବେ ରାଷ୍ଟ୍ରପତି ଶାସନ ନିମନ୍ତେ ସେ ସୁପାରିଶ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.