ETV Bharat / opinion

ଲୋକସଭା ନିର୍ବାଚନ ଫଳାଫଳ ୨୦୨୪: ପ୍ରାକ୍ ଅନୁମାନ ଉପରେ ଭାରି ପଡିଛି ମତଦାନ ଶୈଳୀରେ ପରିବର୍ତ୍ତିତ ସମୀକରଣ - Lok Sabha Election Results 2024

author img

By ETV Bharat Odisha Team

Published : Jun 8, 2024, 9:09 PM IST

Lok Sabha Election Results 2024: ସରିଛି ଦେଶର ଅଷ୍ଟାଦଶ ଲୋକସଭା ନିର୍ବାଚନ । ଦେଶରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ । ପ୍ରଧାନମନ୍ତ୍ରୀ ମୋଦିଙ୍କର ତୃତୀୟ ପାଳି ପୂର୍ବ ୨ଟି ପାଳିଠାରୁ ନିଶ୍ଚିନ୍ତ ଭାବେ ଭିନ୍ନ ରହିବ, କାରଣ ଗତ ୨ଟି ପାଳିରେ ବିଜେପି ଏକକ ଗରିଷ୍ଠତା ହାସଲ କରିଥିବା ବେଳେ ଏଥର ତାଙ୍କୁ ସହଯୋଗୀଙ୍କ ଉପରେ ନିର୍ଭର ହେବାକୁ ପଡିଛି । ଦେଶରେ ମିଳିତ ମେଣ୍ଟର ସରକାର ଶାସନକୁ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହମତି ଭିତ୍ତିକ ଦକ୍ଷତାର ଅସଲ ପରୀକ୍ଷା ହେବ । ପଢନ୍ତୁ ଇଟିଭି ଭାରତ ନେଟୱର୍କ ସମ୍ପାଦକ ବିଲାଲ ଭଟ୍ଟଙ୍କ ଆଲେଖ୍ୟ

Lok Sabha Election Results 2024
Lok Sabha Election Results 2024 (Representational Image (ANI Photo))

ହାଇଦ୍ରାବାଦ: ଧର୍ମନିରପେକ୍ଷ ଗଣତନ୍ତ୍ର ପାଇଁ ଭାରତବାସୀଙ୍କ ନିଷ୍ପତ୍ତି ଏକ ଦଶନ୍ଧି ଧରି ଚାଲି ଆସିଥିବା ବହୁମତ ଆଧାରରେ ଏକକ ଦଳ ଶାସନକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ଏକ ଅନ୍ତର୍ଭୂକ୍ତ ତଥା ଅଂଶଗ୍ରହଣକାରୀ ଶାସନ ପାଇଁ ବାଟ ଫିଟିଛି, ଯେଉଁଠାରେ ସାମୂହିକ ଜ୍ଞାନ ବ୍ୟବହାର କରି ସମୟୋପଯୋଗୀ ନିଷ୍ପତ୍ତି ନିଆଯାଏ । 80ଦିନ ବ୍ୟାପି ଚାଲିଥିବା ଭାରତୀୟ ଇତିହାସରେ ଦୀର୍ଘତମ ନିର୍ବାଚନ ପ୍ରକ୍ରିୟା ବିଜେପିର ସାମଗ୍ରିକ ଆସନକୁ ଦୃଷ୍ଟିରେ ରଖି ବିଜେପିର ଦୁର୍ବଳତାକୁ ଚିହ୍ନିତ କରିଛି ।

ମେଣ୍ଟ ସରକାରରେ ସହମତି ଗଠନ:

ପୂର୍ବରୁ ବିଜେପି ଦେଖିଥିବା 'ଅବ କି ବାର ୪୦୦ ପାର୍' ସ୍ବପ୍ନରେ ଲାଗିଛି ବଡ ବ୍ରେକ୍ । ଏକଦା ସର୍ବବୃହତ ଦଳ ଥିବା ବିଜେପି ଏବେ ସରକାର ଗଢିବା ପାଇଁ ନିଜର ଏନଡିଏ ସହଯୋଗୀମାନଙ୍କ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ ଯେକୌଣସି ନିଷ୍ପତ୍ତି ପୂର୍ବରୁ ସହଯୋଗୀଙ୍କ ସମ୍ମତି ମଧ୍ୟ ଆବଶ୍ୟକ ହୋଇପଡିଛି । ମୋଦି ନିଃସନ୍ଦେହ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ମାତ୍ର ବିରୋଧୀଙ୍କ ଉପରେ କୌଣସି ପ୍ରକାର ଲଗାମ ଲଗାଇବା ପାଇଁ ମେଣ୍ଟ ସହଯୋଗୀଙ୍କୁ ବିଶ୍ବାସରେ ନେବାକୁ ହେବ । ଉଦାହରଣ ସ୍ବରୂପ ୨୦୧୬ରେ ହୋଇଥିବା ୫୦୦ ଓ ୧୦୦୦ ଟଙ୍କିଆ ବିମୁଦ୍ରୀକରଣ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦି ଅର୍ଥ ମନ୍ତ୍ରଣାଳୟର କେତେକ ବରିଷ୍ଠ ଅଧିକାରୀଙ୍କ ସହ ବିଚାରବିମର୍ଶ ନ କରି ନେଇଥିଲେ । ଯଦି ସେତେବେଳେ ମିଳିତ ସରକାର ଥାନ୍ତା ତେବେ ବିମୁଦ୍ରୀକରଣ ନିଷ୍ପତ୍ତି କଷ୍ଟସାଧ୍ୟ ହୋଇଥାନ୍ତା, କାରଣ ଏହା ସହଯୋଗୀ ଦଳର ସହମତି ଆବଶ୍ୟକ କରିଥାନ୍ତା ।

ବିଜେପିର ଆଦର୍ଶଗତ ରାଜନୀତିରେ ବିରାମ:

ବିଜେପି କ୍ଷମତାକୁ ଆସିବା ପରେ ନିଜର ଆଦର୍ଶଗତ ସମର୍ଥନକୁ ସୁହାଇବା ପାଇଁ ଦେଶର ବୃହତ୍ତମ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିଜର ବିବୃତ୍ତି ଜରିଆରେ ଅସମ୍ମାନିତ କରିଆସୁଛି । ପ୍ରଧାନମନ୍ତ୍ରୀ ମୋଦି ଏକ ଜନସଭାରେ ସମ୍ପୃକ୍ତ ସମୁଦାୟକୁ ଅନୁପ୍ରବେଶକାରୀ ବୋଲି ଉଲ୍ଲେଖ କରିଥିଲେ । ଅବଶ୍ୟ ବର୍ତ୍ତମାନ ପରିପ୍ରେକ୍ଷୀରେ ଏସବୁରେ ପୂର୍ଣ୍ଣଚ୍ଛେଦ ପଡିପାରେ କାରଣ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ଧର୍ମନିରପେକ୍ଷ ବରିଷ୍ଠ ରାଜନୀତିଜ୍ଞଙ୍କ ସମର୍ଥନରେ କେନ୍ଦ୍ରରେ ଏକ ମିଳିତ ସରକାର ଗଠନ ହେବାକୁ ଯାଉଛି । ଆନ୍ଧ୍ର ପ୍ରଦେଶ ବିଧାନସଭା ଓ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ନାଇଡୁ ବିଜୟୱାଡାରେ ମିଡିଆକୁ ସମ୍ବୋଧନ କରି କହିଥିଲେ," ଗଣତନ୍ତ୍ରରେ ଏକ ମୌଳିକ ଅଧିକାର ବାକ୍ ସ୍ବାଧୀନତା ହେବା ଉଚିତ୍‌" । ନାଇଡୁ ଓ ତାଙ୍କର ପାର୍ଟି ଏହି ବିଷୟରେ ଥିବା ବିଶ୍ବାସ ଏଥିରୁ ସ୍ପଷ୍ଟ ବାରି ହୁଏ ।

ଅନ୍ତର୍ଭୂକ୍ତୀ ଓ ଧର୍ମନିରପେକ୍ଷ ନୀତିକୁ ପରିବର୍ତ୍ତନ:

ଏହି ବିବୃତ୍ତି ଦ୍ବାରା ହୁଏତ ଭାରତରେ ଉଠୁଥିବା ସମାଲୋଚନାତ୍ମକ ସ୍ବରକୁ ଆଶ୍ବସ୍ତ କରିପାରେ । ଏନଡିଏ ସରକାରରେ ସହଯୋଗୀ ଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଂଖ୍ୟା ଓ ଭୌଗୋଳିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ବ ବହନ କରେ । କର୍ଣ୍ଣାଟକ ଓ ତେଲେଙ୍ଗାନା ପରେ ଆନ୍ଧ୍ରପ୍ରଦେଶ ତୃତୀୟ ରାଜ୍ୟ ଭାବେ ବିଜେପି ପାଇଁ ଦକ୍ଷିଣ ଭାରତର ଦ୍ବାର ଖୋଲିଛି । ତେଣୁ ବିଜେପିକୁ ସତର୍କତା ସହିତ ପାଦ ଥାପିବାକୁ ପଡିବ । ଚନ୍ଦ୍ରବାବୁଙ୍କ ଭଳି ବ୍ୟକ୍ତି କଦାପି ଧର୍ମାନ୍ଧତା, ସଂଖ୍ୟାବହୁଳତା ଓ ଅସହିଷ୍ଣୁତାକୁ ପ୍ରଶୟ ଦେବେ ନାହିଁ । ତେଣୁ କେନ୍ଦ୍ର ସରକାରଙ୍କର ନୀତିଗୁଡିକ ଅନ୍ତର୍ଭୂକ୍ତୀକରଣ ଓ ଧର୍ମନିରପେକ୍ଷ ହେବ ବୋଲି ଆଶା କରାଯାଉଛି । ଗତ ୧୦ ବର୍ଷ ମଧ୍ୟରେ ସମାଲୋଚନାତ୍ମକ ସ୍ବରକୁ ଦବାଇବାର ପ୍ରୟାସ କରାଯାଇଥିଲା ଓ ସମର୍ଥନ କରୁଥିବା ଲୋକଙ୍କୁ ପୁରସ୍କୃତ କରାଯାଇଥିଲା । ବିଜେପିକୁ ସମର୍ଥନ ଦେବା ପୂର୍ବରୁ ପ୍ରଫୁଲ୍ଲ ପଟେଲ ଓ ଅଜିତ ପାୱାରଙ୍କ ଭଳି ନେତାଙ୍କ ଉପରୁ ବିଭିନ୍ନ ମାମଲା ରଫାଦଫା ହୋଇଥିଲା । ପଟେଲଙ୍କ ନାଁରେ ଏୟାର ଇଣ୍ଡିଆ ଆଣ୍ଟି କରପ୍ସନ ମାମଲା ଥିବା ବେଳେ ଅଜିତ ପାୱାର ୨୫୦୦୦ କୋଟିର ଦୁର୍ନୀତିରେ ଜଡିତ ଥିବା ନେଇ ଅଭିଯୋଗ ଆସିଥିଲା ।

କଂଗ୍ରେସ ବନାମ ମୋଦି:

ମୁଖ୍ୟ ବିରୋଧୀ ଦଳ କଂଗ୍ରେସ , ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହେବା, ସହଯୋଗୀ ଦଳର ୨ ମୁଖ୍ୟମନ୍ତ୍ରୀଙ୍କୁ ଜେଲ ହେବା ଭଳି ନାନା ସମସ୍ୟା ମଧ୍ୟରେ ଚଳିତ ନିର୍ବାଚନ ପରେ ଏକ ପ୍ରମୁଖ ଶକ୍ତି ଭାବେ ଉଦ୍ଭା ହୋଇଛି । ତେବେ ବିଜେପି ବିରୋଧରେ ସେମାନଙ୍କର କ୍ୟାମ୍ପେନ ବହୁ ପରିମାଣରେ ଫଲପ୍ରଦ ହୋଇଛି । ଯାହା ଫଳରେ ବିଜେପି ଏକାକୀ ନୁହେଁ ବରଂ ମେଣ୍ଟ ସହଯୋଗୀଙ୍କୁ ନେଇ ସରକାର ଗଠନ କରିବାକୁ ବାଧ୍ୟ ହୋଇଛି । କଂଗ୍ରେସ ଜନତାଙ୍କ ସମ୍ମୁଖରେ ଏକ ସୁଦୃଢ଼ ଦୃଶ୍ୟପଟ ରଖିବାରେ ସଫଳ ହୋଇଛି, ଯେଉଁଥିରେ ବର୍ଦ୍ଧିତ ମୁଦ୍ରାସ୍ଫୀତି, ବେରୋଜଗାରୀ ଓ ସମ୍ବିଧାନକୁ ବିପଦ ଭଳି ମୁଦ୍ଦାକୁ ଆଗକୁ ଆଣିଥିଲା ଯାହାକୁ ଲୋକମାନେ ହୃଦୟଙ୍ଗମ କରି ପାରିଥିଲେ । ସିଏସଡିଏସ ଷ୍ଟଡି ଅନୁସାରେ ୨୪ ପ୍ରତିଶତ ଲୋକ ଦରଦାମ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଓ ୨୩ ପ୍ରତିଶତ ଲୋକ ବେକାରୀ ସମସ୍ୟାକୁ ନେଇ ନିଜର ଅସନ୍ତୋଷ ଜାହିର କରିଥିଲେ ।

ରାମ ମନ୍ଦିର ପ୍ରସଙ୍ଗକୁ ପ୍ରମୁଖ ଅସ୍ତ୍ର ଭାବେ ଧାରଣା ନେଇ ନିଜକୁ ଅପରାଜେୟ ଭାବୁଥିବା ମୋଦିଙ୍କୁ ଅସଫଳତା ମିଳିଥିବା ବେଳେ ବିଜେପିର ବୃହତ ବିଜୟର ଆଶା ଓ ଭରସା ଫସର ଫାଟିଛି । ଅଯୋଧ୍ୟାରେ ନିଜର ପ୍ରଚାର ଆରମ୍ଭ କରିବା ବେଳେ ମୋଦି ଭୋଟରଙ୍କୁ ମନେପକାଇବା ପାଇଁ ରାମ ମନ୍ଦିରକୁ ଗସ୍ତ କରିଥିଲେ । କିନ୍ତୁ ବିଜେପି ବଦଳରେ ମୁସଲିମଙ୍କ ପ୍ରତି ଅନୁକମ୍ପା ରଖୁଥିବା ସମାଜବାଦୀ ପାର୍ଟିକୁ ଜିତାଇ ଅଯୋଧ୍ୟାର ଲୋକ ଏକ ଚମକପ୍ରଦ ରାୟ ଜଣାଇଥିଲେ ।

ଧାରା ୩୭୦ ହଟାଇବାରେ ବିଜେପିର ଦୃଢୋକ୍ତି :

ନିର୍ବାଚନ ରାଲି ପୂର୍ବରୁ ଏବଂ ସମୟରେ ମୋଦୀ ତାଙ୍କର ଅଧିକାଂଶ ଭାଷଣରେ ଉଲ୍ଲେଖ କରିଥିବା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି ଧାରା 370 ରଦ୍ଦ ହେବା । ସେ ଏହି ଧାରାକୁ ରଦ୍ଦ କରିବା ନେଇ କାଶ୍ମୀରର ଉଚ୍ଚ ମତଦାନ ହାରକୁ ପ୍ରମୁଖତଃ ଦାୟୀ କରିଥିଲେ । ବାରାମୁଲାର ଭୋଟର ମାନେ ସାଜଦ ଲୋନଙ୍କୁ ଭୋଟ ଦେଇ ନ ଥିଲେ, ଯିଏ କି ପିଡିପି-ବିଜେପି ମିଳିତ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ମଧ୍ୟ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି । ଉଭୟ ନେତାଙ୍କ ପରିବର୍ତ୍ତେ ତିହାଡ଼ ଜେଲରେ ଥିବା ବିଚ୍ଛିନ୍ନତାବାଦୀ ନେତାକୁ ଲୋକ ପ୍ରତିନିଧି ଭାବେ ବାଛିଛନ୍ତି ।

ହିନ୍ଦୁ ଦଳିତ ମାନଙ୍କର ଭୋଟ ସାମଗ୍ରିକ ଭାବେ ହ୍ରାସ ହୋଇଥିଲା, ଯେଉଁମାନେ ସମ୍ବିଧାନ ପରିବର୍ତ୍ତନ ପରେ ସେମାନଙ୍କର ସୁବିଧା ପ୍ରଭାବିତ ହେବା ନେଇ ଆଶଙ୍କିତ ଥିଲେ । ଅନ୍ୟ ପକ୍ଷରେ କଂଗ୍ରେସ ଧାରା ୩୭୦ ଭଳି ସମ୍ବେଦନଶୀଳ ମୁଦ୍ଦାକୁ ନ ଉଠାଇ କେବଳ ବିଜେପିର ୪୦୦ ଆସନ ଅକ୍ତିଆର କରି ସମ୍ବିଧାନ ବଦଳାଇବା ଆଭିମୁଖ୍ୟକୁ ଆୟୂଧ କରି ନିର୍ବାଚନ ଲଢିଥିଲା ।

ରଣନୀତିରେ ପରିବର୍ତ୍ତନ:

କଂଗ୍ରେସ ଓ ତାର ସହଯୋଗୀ ମାନେ ସାଧାରଣ ଲୋକଙ୍କ ନିତିଦିନିଆ ସମସ୍ୟାକୁ ନେଇ ନିର୍ବାଚନୀ ପ୍ରସଙ୍ଗ କରିଥିଲା । ଅନ୍ୟପକ୍ଷରେ ବିଜେପି ପ୍ରତିଟି ପର୍ଯ୍ୟାୟରେ ନିଜର ରଣକୌଶଳ ବଦଳାଇଥିଲା । ପ୍ରଥମ ୨ ଟି ପର୍ଯ୍ୟାୟରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କୁହାଯାଇଥିବା ବେଳେ ବିଭେଦକାରୀ ବିବୃତ୍ତି ଦେବା ପରେ ମଧ୍ୟ ସେଠାରେ ବହୁ ସଂଖ୍ୟାରେ ମୁସଲମାନ ମାନେ ବିଜେପିକୁ ଭୋଟ୍ ଦେଇଛନ୍ତି । ୮ ପ୍ରତିଶତ ମୁସଲିମ ଭୋଟର ବିଜେପିକୁ ଭୋଟ ଦେଇଛନ୍ତି କାରଣ ଜନକଲ୍ୟାଣକାରୀ ଯୋଜନା ବଣ୍ଟନରେ କୌଣସି ଧର୍ମର ବାଧାବିଘ୍ନ ହୋଇ ନଥିବା ନେଇ ସେମାନେ ବିଶ୍ବାସ କରିଛନ୍ତି ।

ଏକଜିଟ ପୋଲ ହେଲା ଧୂଆଁବାଣ:

ଏକଜିଟ ପୋଲ ଫଳାଫଳ କଂଗ୍ରେସ ପାଇଁ ପ୍ରଚାରର ମାଧ୍ୟମ ଭାବେ କାର୍ଯ୍ୟ କରିଥିବା ବେଳେ ଅଧୁନା ବିଭିନ୍ନ ଅନୁଷ୍ଠାନକୁ କିଭଳି ପ୍ରଭାବିତ ହୋଇଛି ତାହା ଦର୍ଶାଇବାକୁ ଚେଷ୍ଟା କରିଥିଲା । ସମସ୍ତ ଏକଜିଟ ପୋଲରେ ବିଜେପି ବହୁମତ ୨୭୨ ରୁ ଉର୍ଦ୍ଧ୍ବ ଆସନ ଜିତିବା ନେଇ ଦାବି କରୁଥିଲେ । ଟିଭି ଚ୍ୟାନେଲ ଗୁଡିକ ନିର୍ବାଚନ ବିଶେଷଜ୍ଞ ମାନଙ୍କ ଜରିଆରେ ଫଳାଫଳ ଗୁଡିକୁ ସଠିକ ଓ ବୈଜ୍ଞାନିକ ବୋଲି ଦର୍ଶାଇଥିଲେ । ଗୋଟିଏ ବି ପୋଲ ସର୍ଭେ ସୂଚିତ କରିନାହିଁ ଯେ ବିଜେପି 272ର ମ୍ୟାଜିକ ସଂଖ୍ୟାରୁ କମ ହାସଲ କରିବ, ଯାହା ସରକାର ଗଠନ କରିବା ଆବଶ୍ୟକ ଅଟେ |

ପ୍ରତିଶୃତି ପୂରଣ ମୁଖ୍ୟ ପ୍ରାସଙ୍ଗିକତା:

ବର୍ତ୍ତମାନ ଏନଡିଏ ମେଣ୍ଟ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ବେଳେ ଶାସନ କ୍ଷମତାର ସିଂହଭାଗକୁ ନେଇ ବିଜେପି କିଭଳି ସହଯୋଗୀ ଦଳ ମାନଙ୍କର ଦାବିକୁ ନେଇ ବୁଝାମଣା କରିବ ତାହା ଦେଖିବାକୁ ନିଶ୍ଚୟ ଭାବେ ଉତ୍ସୁକତା ରହିବ । ତେବେ ନିର୍ବାଚନ ପ୍ରଚାର ବେଳେ ଦିଆଯାଇଥିବା ପ୍ରତିଶୃତିକୁ ପୂରଣ କରିବା ନେଇ ସହଯୋଗୀ ଦଳମାନେ ପ୍ରାଥମିକତା ଦେବେ । ଅଗ୍ନିପଥ ଯୋଜନାକୁ ନେଇ ୨ ସହଯୋଗୀ ଦଳ ମଧ୍ୟରେ ମତାନ୍ତର ଦେଖାଦେଇଛି । ଜେଡିୟୁ ଏହାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ଚାହିଁଥିବା ବେଳେ ଏଲଜେପି (ରାମ ବିଳାସ) ଏହାକୁ ବିଚାର ନିମିତ୍ତ ଉପଯୁକ୍ତ ସମୟ ନୁହେଁ ବୋଲି କହିଛି । ଆହୁରି ଅନେକ କିଛି ଦେଖିବାକୁ ବାକି ରହିଥିବା ବେଳେ, ଏହା ସ୍ପଷ୍ଟ ଯେ ଏକ ଶକ୍ତିଶାଳୀ ବିରୋଧୀ ଏବଂ ଏକ ମିଳିତ ସରକାର ଦ୍ବାରା ଏହି ଦେଶର ଅଗ୍ରଗତି ତ୍ବରାନ୍ବିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.