ଲେଖକ- ଡକ୍ଟର ଅନନ୍ତ ଏସ
ହାଇଦ୍ରାବାଦ: ଏୟାରଲାଇନ ବ୍ୟବସାୟ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଭାରତୀୟ କମ୍ପାନୀଗୁଡ଼ିକ ପାଖାପାଖି ୧ ହଜାର ୧୨୦ ବାଣିଜ୍ୟିକ ବିମାନ ଆଣିବାକୁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି । ବର୍ତ୍ତମାନ ୩୦୦ଟି ବାଣିଜ୍ୟିକ ବିମାନ ରହିଥିବାବେଳେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅଭିବୃଦ୍ଧି ହେବା ଦ୍ବାରା ଅର୍ଥନୀତିରେ ମଧ୍ୟ ସୁଧାର ଆସିପାରିବ । ଭାରତରେ ୧୪୮ଟି ଏୟାରପୋର୍ଟ ରହିଛି, ଯେଉଁଥିରୁ ୧୭ଟି ହେଉଛି ଅନ୍ତର୍ଜାତୀୟ ବିମାନବନ୍ଦର । ୨୦୩୦ ମସିହା ସୁଦ୍ଧା ଏୟାରପୋର୍ଟ ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି ।
ବିଶ୍ବର ସର୍ବବୃହତ ବିମାନ ନିର୍ମାଣକାରୀ ସଂସ୍ଥା ୟୁଏସଏର ବୋଇଂରେ ରହିଛି । ଏୟାର ବସର ଆକଳନ ଅନୁସାରେ, ଆଗାମୀ ୨୦ ବର୍ଷ ଭିତରେ ଭାରତକୁ ୨ ହଜାର ୮୪୦ ନୂଆ ବିମାନର ଆବଶ୍ୟକତା ରହିଛି । ସେହିପରି ବୋଇଂର ଆକଳନ ହିସାବରେ ଭାରତକୁ ୨୦ ବର୍ଷ ଭିତରେ ୨ ହଜାର ୫୦୦ ବିମାନର ଆବଶ୍ୟକତା ରହିଛି । ଅନ୍ତର୍ଜାତୀୟ ବିମାନଗୁଡ଼ିକ କ୍ଷେତ୍ରରେ ପ୍ରତି ବିମାନ ପିଛା ପ୍ରାୟ ୧୦୦ରୁ ୧୫୦ ଜଣଙ୍କୁ ନିଯୁକ୍ତ କରାଯାଇଥାଏ । ତେଣୁ ଏହି ପ୍ରକ୍ରିୟାକୁ ଅଧିକ ଗତିଶୀଳ କରାଇବା ପାଇଁ ଅଧିକରୁ ଅଧିକ ମାନବ ସମ୍ବଳର ଆବଶ୍ୟକତା ରହିଛି । ଏୟାରବସର ଆକଳନ ଅନୁସାରେ, ଭାରତକୁ ଆହୁରି ୪୧ ହଜାରରୁ ୪୭ହଜାର ପର୍ଯ୍ୟନ୍ତ ପାଇଲଟର ଆବଶ୍ୟକତା ରହିଛି । ବର୍ତ୍ତମାନସୁଦ୍ଧା ଆକାଶ ଏୟାରର ୭୬ଟି ଏୟାରକ୍ରାଫ୍ଟ ଥିବାବେଳେ ବୋଇଂରୁ ୧୫୦ଟି ୭୩୭ MAX ଅର୍ଡର ଦିଆଯାଇଛି । ଯାହାକି ୨୦୩୨ ସୁଦ୍ଧା ଡେଲିଭରୀ ହେବାର ଯୋଜନା ରହିଛି । ଟାଟା ଗ୍ରୁପ ଅଧୀନରେ ଥିବା ଏୟାର ଇଣ୍ଡିଆ ୪୭୦ଟି ନୂଆ ବିମାନ ଆଣିବାକୁ ଚାହୁଁଛି । ସେହିପରି ୫୦୦ଟି ଏୟାରବସ ବିମାନ ଆଣିବାକୁ ପ୍ଲାନ କରିଛି ଇଣ୍ଡିଗୋ ।
ସାଧାରଣତଃ ସମସ୍ତଙ୍କ ମନରେ ଏହି ଭାବନା ରହିଥାଏ ଯେ, ଧନୀ ଶ୍ରେଣୀର ବ୍ୟକ୍ତିମାନେ ବିମାନରେ ଯାତ୍ରା କରିଥାନ୍ତି । ହେଲେ ବାସ୍ତବରେ ଦେଖିବାକୁ ଗଲେ ଗତ ୪ ରୁ ୫ ଦଶନ୍ଧି ଧରି ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିମାନେ ମଧ୍ୟ ବିମାନରେ ବହୁଳ ମାତ୍ରାରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି । କର୍ପୋରେଟ୍ ସ୍ତରରେ ଯାତ୍ରାର ପରିମାଣ ବଢିବା ଦେଶ ପାଇଁ ଶୁଭ ସଙ୍କେତ । ଏହା ଆର୍ଥିକ ବିକାଶରେ ମଧ୍ୟ ଏକ ପ୍ରକାର ସହାୟକ ହେବ । ବାଣିଜ୍ୟିକ ବିମାନ ଚଳାଚଳ ଉପରେ ବର୍ତ୍ତମାନ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଏଥିରେ ଦୀର୍ଘ ମିଆଦି ପୁଞ୍ଜି ନିବେଶ କରାଯିବାର ଆବଶ୍ୟକତା ରହିଛି । ଏହାସହ ବିମାନବନ୍ଦରରେ ରୂପରେଖରେ ପରିବର୍ତ୍ତନ ଅଣାଯିବା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯିବା ଦରକାର । ବାଣିଜ୍ୟିକ ବିମାନ ଚଳାଚଳ କ୍ଷେତ୍ରରେ ସରକାରା ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅଧିକରୁ ଅଧିକ ନିବେଶକମାନଙ୍କୁ ନିବେଶ ପାଇଁ ଆମନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି ।
ଏହା ମଧ୍ୟ ପଢନ୍ତୁ...'ଭାରତୀୟ ଉଦ୍ୟୋଗ' ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମୁଖ୍ୟ ସହାୟକ
ସୂଚନା ଅନୁସାରେ, ଭାରତରେ ଥିବା ୧୪୮ଟି ଏୟାରପୋର୍ଟ ମଧ୍ୟରୁ ୧୭ଟି ହେଉଛି ଅନ୍ତର୍ଜାତୀୟ ବିମାନବନ୍ଦର । ୨୦୨୩ ସୁଦ୍ଧା ବିମାନବନ୍ଦର ସଂଖ୍ୟା ୨୦୦କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଗତ ବର୍ଷ ପାଖାପାଖି ୧୫.୩କୋଟି ଭାରତୀୟ ଡୋମେଷ୍ଟିକ କମର୍ସିଆଲ ଏୟାରଲାଇନ ବ୍ୟବହାର କରିଥିଲେ । ଯେଉଁଥିପାଇଁ ପ୍ରାୟ ଖର୍ଚ୍ଚ ୬.୯୫କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଅନ୍ତର୍ଜାତୀୟ ଯାତ୍ରୀଙ୍କ ଯାତାୟତ ମଧ୍ୟ ବୃଦ୍ଧି ପାଇଁ ୩.୧ କୋଟି ହେବ ବୋଲି ଆଶା କରାଯାଉଛି । ଭାରତୀୟ ଏୟାରଲାଇନ ଗୁଡିକ ଦିନକରେ ଆନୁମାନିକ ୪.୧୭ ଲକ୍ଷ ପାସେଞ୍ଜର ନେଉଥିବା ଜଣାପଡିଛି । ଉଡ଼ାଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅଧିକାଂଶ ଏୟାରଲାଇନ୍ସ କିନ୍ତୁ କ୍ଷତି ସହୁଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ପାଖାପାଖି ୩୦୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ ହୋଇଛି । ICRA ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷରେ ଅର୍ଥାତ୍ କୋଭିଡ ପୂର୍ବର ଆୟ ୮୪ହଜାର ୯୭୦କୋଟି ଟଙ୍କା ରହିଥିଲା । ଯାହା ବୃଦ୍ଧି ପାଇ ୧ ଲକ୍ଷ ୧୧ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଶା ରହିଥିଲା । ହେଲେ ମହାମାରୀ ପାଇଁ ଏହି କ୍ଷେତ୍ରରେ ବ୍ୟାପକ ପ୍ରଭାବ ପଡିଲା ।
ତେବେ, ଏକ ବିମାନରେ ସବୁଠାରୁ ଅଧିକ ମୂଲ୍ୟର ସାମଗ୍ରୀ ହେଉଛି ଆଭିଏସନ ଟର୍ବାଇନ ଇନ୍ଧନ (ATF) । ଯାହାର ମୂଲ୍ୟ ବୈଦେଶିକ ମୁଦ୍ରା ଅନୁସାରେ ପରିବର୍ତ୍ତନ ମଧ୍ୟ ହୋଇଥାଏ । ସେହିପରି ପାଇଲଟମାନଙ୍କ ପ୍ରଶିକ୍ଷଣ ମହଙ୍ଗା ରହିଥାଏ । ଏଣୁ ସେମାନଙ୍କ ପ୍ରଶିକ୍ଷଣ ପାଇଁ ଉନ୍ନତ ଭିତ୍ତିଭୂମିର ଆବଶ୍ୟକତା ରହିଛି । ଯାହାକି ମାତ୍ର ହାତ ଗଣତି କେତୋଟି ସହରରେ ଉପଲବ୍ଧ । ସୂଚନା ଅନୁସାରେ, ଏକ ଉପଯୁକ୍ତ ସଂସ୍ଥାରୁ ପାଇଲଟ ଲାଇସେନ୍ସ ପାଇଁ ପାଖାପାଖି ୩୦ ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ଉତ୍ତମ ଟ୍ରେନିଂ ପ୍ରଦାନ କରୁଥିବା ଫ୍ଲାଇଟ ଟ୍ରେନିଂ ଅରଗାନାଇଜେସନ (FTO)ର ସଂଖ୍ୟା ଭାରତରେ ଖୁବ କମ୍ ରହିଛି । ଯେଉଁଥିପାଇଁ ଆଶାୟୀଙ୍କୁ ପାଇଲଟ୍ ଟ୍ରେନିଂ ନେବାକୁ ହେଲେ ବିଦେଶ ଯିବାକୁ ପଡୁଛି । ଏହା ବ୍ୟୟବହୁଳ ହୋଇଥିବାରୁ ପିଲାଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷକରି ପାଇଲଟ ତାଲିମ ପ୍ରଦାନ ପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗୁଡିକରେ ଏନେଇ ସ୍ବତନ୍ତ୍ର ବିଭାଗ ଆରମ୍ଭ ହେବାର ଆବଶ୍ୟକତା ରହିଛି । କେନ୍ଦ୍ର ଅନୁଦାନପ୍ରାପ୍ତ ଏଭଳି ବିଭାଗ ହୋଇପାରିଲେ ଏହି ପାଠ୍ୟକ୍ରମ ଦ୍ବାରା ଉପୁଯୁକ୍ତ ପ୍ରଶିକ୍ଷଣ ପାଇବା ସହ ଏ ଦିଗରେ କ୍ୟାରିଅର କରିବାକୁ ଚାହୁଁଥିବା ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ୱ ମତ)