ETV Bharat / opinion

ଇସ୍ରାଏଲ-ହମାସ ଯୁଦ୍ଧ ଓ ପତନ

Israel Hamas War: ପାଲେଷ୍ଟାଇନ-ଗାଜା ଅଞ୍ଚଳରେ ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଯୁଦ୍ଧର ଭୟଙ୍କର ପରିଣାମ ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି । ଅଧିକ ପଢନ୍ତୁ

Israel Hamas War
Israel Hamas War
author img

By ETV Bharat Odisha Team

Published : Mar 6, 2024, 10:33 PM IST

ହାଇଦ୍ରାବାଦ: ହମାସ ହେଉଛି ପାଲେଷ୍ଟାନିଆନ ରାଜନୈତିକ ସଶସ୍ତ୍ର ଗୋଷ୍ଠୀ ଯାହାକି ୧୯୮୭ରେ ପ୍ରତିଷ୍ଠା କରାଯାଇଥିଲା । ପାଲେଷ୍ଟାଇନ-ଗାଜା ଅଞ୍ଚଳରେ ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ । ହମାସକୁ ବିନାଶ କରିବା ଲକ୍ଷ୍ୟରେ ୩ ଲକ୍ଷ ସଂରକ୍ଷଣବାଦୀଙ୍କୁ ନେଇ ଗାଜାରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ । ଯୁଦ୍ଧ ଫଳରେ ବର୍ତ୍ତମାନ ୨.୩ ମିଲିୟନ ଲୋକଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଯୁଦ୍ଧ ସମୟର ନିଷ୍ଠୁରତା କେବଳ ଇସ୍ରାଏଲ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କୁ ପ୍ରଭାବିତ କରିଛି । ଯୁଦ୍ଧର ଭୟଙ୍କର ପରିଣାମ ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି । ଏହାରି ଭିତରେ ଭାରତ ୩ ଟି ଫେଜ୍ ଦେଇ ଗତି କରିଛି । ୧୯୯୨ରେ କୁଟନୈତିକ ସମ୍ପର୍କ ସ୍ଥାପନ କରାଯାଇଥିଲା । ମୁଖ୍ୟତଃ ଅର୍ଥନୈତିକ ଓ ସୁରକ୍ଷା ଦୃଷ୍ଟିରୁ ଇସ୍ରାଏଲ ସହ ଭାରତର ସମ୍ପର୍କ ଭଲ ରହିଆସିଛି । ଏହାର ପ୍ରମୁଖ କାରଣ ହେଉଛି ଭାରତକୁ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଇ ଆସିଛି ଇସ୍ରାଏଲ ।

ଇସ୍ରାଏଲ ହମାସର ଯୁଦ୍ଧ ବର୍ତ୍ତମାନ ଭାରତ ପାଇଁ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଆରବ ରାଷ୍ଟ୍ରମାନଙ୍କ ସହ ଭାରତର ସମ୍ପର୍କ ତିକ୍ତ ହେବା ଦ୍ବାରା ଏହା ଦେଶର ଅର୍ଥନୀତିକୁ ପ୍ରଭାବିତ କରିବାର ଆଶଙ୍କା ଦେଖା ଦେଇଛି । ଅଧିକ ଆମଦାନୀ ବିଲ୍ ସହ କରେଣ୍ଟ ଆକାଉଣ୍ଟ ଅଭାବ ଦେଖାଦେଇପାରେ । ଭାରତ ହେଉଛି ଏମିତି ଏକ ଦେଶ ଯିଏକି ଅଶୋଧିତ ତୈଳ ଆମଦାନୀକାରୀଭାବେ ପରିଚିତ । ଯାହାକି ସମସ୍ତ ଶକ୍ତିର ଉତ୍ସ ମଧ୍ୟରୁ ୮୫ ପ୍ରତିଶତ ପୂରଣ କରିଥାଏ । ଏହି ଯୁଦ୍ଧ ଦ୍ବାରା 'ଟ୍ରେଡ୍ ଡେଫିସିଟ୍' ବା ବାଣିଜ୍ୟ କ୍ଷେତ୍ରରେ ଅଭିବୃଦ୍ଧିକୁ ହ୍ରାସ କରିବ । ଦୁର୍ବଳ ଭାରତୀୟ ମୁଦ୍ରା ଏବଂ ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁ ଭାରତରେ ଏହାର ଅନେକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ତେଣୁ ଇନ୍ଧନ ଦର ବୃଦ୍ଧି ଯୋଗୁ ମୁଦ୍ରାସ୍ଫିତି ମଧ୍ୟ ବୃଦ୍ଧି ହୋଇପାରେ ।

ଯୁଦ୍ଧ ବିରତି ପାଇଁ ମିଳିତ ଜାତିସଂଘରୁ ଆରମ୍ଭ କରି ଅନ୍ୟ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିପାରନ୍ତି । ଏହି ଆକ୍ରମଣର ପରିଣାମ ଆରବ ଦେଶ ଗୁଡ଼ିକ ଉପରେ ପଡ଼ିବାର ଆଶଙ୍କା ରହିଛି । ଆମେରିକା ଏନେଇ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଇଲକ୍ଟ୍ରୋନିକ ଇଣ୍ଟେଲିଜେନ୍ସ (Elint) ଏବଂ ହ୍ୟୁମାନ ଇଣ୍ଟେଲିଜେନ୍ସ (Humint) ମଧ୍ୟରେ ସନ୍ତୁଳନ ବୃଦ୍ଧି କରିବାର ଆବଶ୍ୟକତା ରହିଛି । କାରଣ ଜାତୀୟ ସୁରକ୍ଷା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବା ଅପରିହାର୍ଯ୍ୟ । ବୈଷୟିକ ଅଗ୍ରଗତି ଦ୍ବାରା ଭିତ୍ତିଭୂମି ବୃଦ୍ଧି ହୋଇଥାଏ । ଏହି ସଙ୍କଟ ସାଉଦି ଆରବ ସହିତ ଚାଲିଥିବା ଆଲୋଚନାକୁ ପ୍ରଭାବିତ କରିପାରେ । କାରଣ ସାଉଦି ଆରବର ସୁରକ୍ଷା କ୍ଷେତ୍ରରେ ଇସ୍ରାଏଲର ଭୂମିକା ଢେର ଅଧିକ । ଅନ୍ୟପଟେ ଦେଖିବାକୁ ଗଲେ ଏହି ସଙ୍କଟ ଇରାନକୁ ଶକ୍ତିଶାଳୀ ହେବା ପାଇଁ ସୁଯୋଗ ପ୍ରଦାନ ମଧ୍ୟ କରିପାରେ । ହମାସର ଆକ୍ସନ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି କରାଇପାରେ ।

ଏହା ବି ପଢନ୍ତୁ...ପ୍ରତିରକ୍ଷା କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶ ଦ୍ବାରା ସାକାର ହେବ ଆତ୍ମନିର୍ଭର ଭାରତର ସ୍ବପ୍ନ

ISI ର ଲସ୍କର-ଇ-ତୋଏବା, ହରକତ ଉଲ-ମୁଜାହିଦ୍ଦିନ, ଜୈସ-ଇ ମହମ୍ମଦ, ତେହରିକ-ଆଇ- ତାଲିବାନ ପାକିସ୍ତାନ ଭଳି ଉଗ୍ରବାଦୀଙ୍କ ସଂଖ୍ୟା ବଢିବା ଦ୍ବାରା ଭାରତ ପ୍ରତି ଏହା ବିପଦ ସାବ୍ୟସ୍ତ ହୋଇପାରେ । ବର୍ତ୍ତମାନ ସ୍ଥିତିରେ ଭାରତ ନିଜର ଋଣନୀତିର ପୁନଃ ସମୀକ୍ଷା କରିବାର ଆବଶ୍ୟକତା ରହିଛି । ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି କରିବାର ମଧ୍ୟ ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ C5ISR ଉପରେ ଅଧିକ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି । C୫ISR ହେଉଛି ଆମେରୀକିୟ ଆର୍ମି କମାଣ୍ଡ । ଯାହାକି ଏକାଧିକ ପ୍ଲାଟଫର୍ମ ପାଇଁ କାମ କରିଥାଏ । ଗାଜାକୁ ବାଦ୍ ଦେଲେ ଲେବାନନ ଏବଂ ସିରିଆରେୋ ହେଜବୋହ୍ଲାଙ୍କ ଉପସ୍ଥିତି ରହିଛି । ଯାହାଦ୍ବାରା ଏହି ବିପଦ ଅନ୍ୟ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ରହିଛି । ତେବେ ଦୁଇ ରାଜ୍ୟ ସିଦ୍ଧାନ୍ତ (Two State Theory)ଇସ୍ରାଏଲ ପାଇଁ ଗ୍ରହଣୀୟ ନୁହେଁ । ଖାଲି ସେତିକି ନୁହେଁ, ହମାସ ବ୍ୟତୀତ ଅନ୍ୟ ଗୋଷ୍ଠୀମାନଙ୍କ ସହ ବି ପାଲେଷ୍ଟାଇନ ମଧ୍ୟରେ ଫାଟ ସୃଷ୍ଟି ହୋଇପାରେ । ଏହି ବିବାଦର ଅନ୍ତ ଘଟାଇବା ପାଇଁ ଆପୋଷ ସମାଧାନର ଆବଶ୍ୟକତା ଜରୁରୀ । ଯେଉଁଥିପାଇଁ ବିଭିନ୍ନ ପାଶ୍ଚାତ୍ୟ ଦେଶରୁ ଇସ୍ରାଏଲକୁ ବାଧ୍ୟ କରାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.