ହାଇଦ୍ରାବାଦ: ସନାତନ ଧର୍ମରେ ପୁରୁଷୋତ୍ତମ ଶ୍ରୀରାମଙ୍କୁ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ଗ୍ରହଣ କରାଯାଏ । ଆଜି ବି ସତ୍ୟ ଧର୍ମ ନ୍ୟାୟ ଦ୍ବାରା ପ୍ରଜାମାନଙ୍କୁ ଉତ୍ତମ ଶାସନ ପ୍ରଦାନ କରିବା ପାଇଁ ରାମ ରାଜ୍ୟର ପରିକଳ୍ପନା କରାଯାଏ । ରାମାୟଣ ସାତ ଖଣ୍ଡ ଆମେ ଶୁଣି ଆସିଛେ । ଏଠି ପ୍ରଶ୍ନ ଉଠେ ଉତ୍ତରା ରାମାୟଣ ବା ଉତ୍ତରାକାଣ୍ଡ ରାମାୟଣର ପ୍ରକୃତ ଅଂଶ କି ? ମହର୍ଷି ବାଲ୍ମିକୀ ରାମାୟଣରେ ଉତ୍ତରା କାଣ୍ଡ ଲେଖିଥିଲେ କି ? ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରିସର୍ଚ୍ଚ ମଧ୍ୟ ହୋଇଛି । ଯାହାକୁ ନେଇ ବହୁ ତର୍କ ମଧ୍ୟ ହୋଇଛି । ଉତ୍ତରା କାଣ୍ଡରେ ମାତା ସୀତାଙ୍କୁ କିପରି ନିର୍ବାସନ ଦଣ୍ଡ ଦିଆଯାଇଥିଲା ଓ ଲବ-କୁଶଙ୍କ ବିଷୟରେ ବର୍ଣ୍ଣନା ରହିଛି । ଆସନ୍ତୁ ଜାଣିବା ଉତ୍ତରା କାଣ୍ଡ କେତେ ସତ୍ୟ । ତର୍କର ଉତ୍ତର ଖୋଜିବା ।
ମାଣ୍ଡାରାମୁରେ କଣ ଉଲ୍ଲେଖ ରହିଛି ?
ଆମ ଦେଶରେ ରାମାୟଣଙ୍କୁ ବିଭିନ୍ନ ଭାଷାରେ ଲେଖାଯାଇଛି । ସେଥିରୁ ତେଲୁଗୁ ଭାଷାରେ ରଚିତ ରାମାୟଣ ‘ମାଣ୍ଡାରାମୁ’(ଏକ କଳ୍ପବୃକ୍ଷ ଯାହା ସବୁ କିଛି ପ୍ରଦାନ କରେ) ରେ ବାସୁଦାସ ସ୍ବାମୀ ଦାବି କରିଛନ୍ତି କି, ଉତ୍ତରାକାଣ୍ଡ ରାମାୟଣର ଏକ ପ୍ରାମାଣିକ ଅଂଶ ଅଟେ । ଏଥିପାଇଁ 10ଟି ଦାବି ମଧ୍ୟ ଉପସ୍ଥାପନ କରାଯାଇଛି । ଯେଉଁଥିରେ 3ଟି ପ୍ରମୁଖ ଦାବି ରହିଛି । ଜାଣନ୍ତୁ କଣ ସେହି ଦାବି ଗୁଡିକ..
- ପବିତ୍ର ଗାୟତ୍ରୀ ମନ୍ତ୍ର 24 ଅକ୍ଷର ବିଶିଷ୍ଟ ଅଟେ । ଋଷି 24 ହଜାର ଛନ୍ଦରେ ରାମାୟଣର ରଚନା କରିଥିଲେ । ମନ୍ତ୍ରର ପ୍ରତ୍ୟେକ କ୍ରମିକ ଅକ୍ଷର ଅର୍ଥାତ ହଜାର ଛନ୍ଦ ସମୂହର ଆରମ୍ଭ । ପ୍ରତ୍ୟେକ ଅକ୍ଷରରେ ହଜାର ଛନ୍ଦର ବ୍ୟବହାର କରିଥିଲେ । ଯଦି ରାମାୟଣରୁ ଉତ୍ତରା କାଣ୍ଡଟୁ ବାଦ୍ ଦିଆଯାଏ ବା ହଟାଇ ଦିଆଯାଏ ତାହାଲେ ଶବ୍ଦର ସଂଖ୍ୟା 24 ହଜାରରୁ କମିଯିବ ।
- ଶ୍ଲୋକ 1.1.91(ବାଳ କାଣ୍ଡ)ରେ ଋଷି ନାରଦ ରାମ ରାଜ୍ୟର ବର୍ଣ୍ଣନା କରି କହିଥିଲେ କି, ଏଥିରେ ଅନ୍ୟ କଥା ଅପେକ୍ଷା ‘‘ନ ପୁତ୍ରରମଣ୍ କିଚିଂତ୍ ଦ୍ରକ୍ଷ୍ୟାତି ପୁରୁଷଃ’’ ଏହାର ଅର୍ଥ (ପିତା ନିଜ ପୁତ୍ରଙ୍କ ମୃତ୍ୟୁ ଦେଖିବେନି) । ଏହାର ଅର୍ଥ ଉତ୍ତରାକାଣ୍ଡରେ ଏସବୁ କଥା ଉଲ୍ଲେଖ ରହିଛି ।
- ଶ୍ଲୋକ 1.3.38(ବାଳ କାଣ୍ଡ)ରେ ବୈଦେହୀ ବିସର୍ଜନ (ସୀତାଙ୍କ ତ୍ୟାଗ) ବ୍ୟାକାଂଶ ସାମିଲ ଅଛି । ଯାହା ଉତ୍ତରାକାଣ୍ଡରେ ଅଛି ।
ଅନ୍ୟ କିଛି ଦିଗ ଉପରେ ଆଲୋଚନା:
ଗାୟତ୍ରୀ ମନ୍ତ୍ରୀ ସଂଯୋଗକୁ ନେଇ ଧର ମାନିନିଅନ୍ତୁ ଋଷି ବାଲ୍ମୀକି ଗାୟତ୍ରୀ ମନ୍ତ୍ରୀ 24 ଅକ୍ଷରକୁ ଧ୍ୟାନରେ ରଖି 24 ହଜାର ଶ୍ଲୋକର ମହାକାବ୍ୟ ରଚନା କରିଥିଲେ । ତେବେ ଋଷି ବାଲ୍ମିକୀରେ ଏପରି ସଂଯୋଗକୁ ଉଲ୍ଲେଖ କରିନାହାନ୍ତି । ନାଁ ପାଠ୍ୟରେ ନା କୌଣସି ପ୍ରସଙ୍ଗରେ ଏହାର ଦାବି କରିନାହାନ୍ତି । ଏପରିକି କେତେକ ବିଦ୍ବାନଙ୍କ ଭାବନ୍ତି କି, ସମୟ କ୍ରମେ ମୂଳ ରାମାୟଣ ସହ ଅନେକ ପ୍ରସଙ୍ଗ ଯୋଡି ଦିଆଯାଇଛି । ଯଦି ସେ ସବୁ ଅଂଶକୁ ରାମାୟଣରୁ ହଟାଇ ଦିଆଯାଏ ତାହାଲେ ରାମାୟଣରୁ 24 ହଜାରରୁ କମ ଶ୍ଲୋକ ରହିଯିବ ।
ରାମ ରାଜ୍ୟ ବର୍ଣ୍ଣନା :
ତେବେ ମୂଳ ରାମାୟଣ ରଚନା ହେବା ପରେ ବଦଳୁଥିବା ସମାଜକୁ ନେଇ ଏହାର ରଚନା କରାଯାଉଥିବା ଅନୁମାନ କରାଯାଉଛି । ପ୍ରଥମତଃ ସୀତାଙ୍କୁ ରାମ ତ୍ୟାଗ କରିବା କଥା ଅସମ୍ଭବ ଅଟେ । ଶ୍ଲୋକ 1.3.10ରୁ 1.3.38(ସଂକ୍ଷିପ୍ତ) ବର୍ଣ୍ଣନା କରି ଋଷି ନାରଦ ଶ୍ଲୋକ 1.1.19 ରୁ 1.1.89 ଶୁଣାଇଛନ୍ତି । ଯେଉଁଥିରେ ସୃଷ୍ଟ୍ରିକର୍ତ୍ତା ବ୍ରହ୍ମାଙ୍କ କଥା ଉଲ୍ଲେଖ ରହିଛି । ଏଥିରେ ପୁନରୋକ୍ତି ବ୍ୟାଖାନକୁ କରିବା ଏକ ଭଲ ଗୁଣ ଅଟେ । କିନ୍ତୁ ଏଥିରେ ଏହାକୁ ଖରାପ ଗୁଣ ଭାବେ ବର୍ଣ୍ଣନା କରାଯାଇଛି । ଏହା ଅର୍ଥ ଋଷି ବାଲ୍ମୀକିଙ୍କ ମହାନ କୃତ୍ତିକୁ ଅପମାନ କରିବା ।
ଦ୍ବିତୀୟତଃ, ଶ୍ଲୋକ1.3.10 1.3.38କୁ ଏହାକୁ ହଟାଇବାରେ କୌଣସି ବାଧା ଆସିବ ନାହିଁ କିନ୍ତୁ ଉତ୍ତରାକାଣ୍ଡର ପରିକଳ୍ପନାକୁ ଶକ୍ତି ଯୋଗାଇଛି । ଫଳରେ ଏହାକୁ ଯୋଡା ଯାଇଛି ।
ତୃତୀୟତଃ, ଋଷି ନାରଦଙ୍କ ସଂକ୍ଷିପ୍ତ ରାମାୟଣରେ ବୈଦାକ୍ଷ ବିସଜର୍ନ (vaidēhyāśca visarjanaṃ) ସ୍ଥାନ ପାଇନାହିଁ । କିନ୍ତୁ ଭଗବାନ ବ୍ରହ୍ମା ପୁନରାବୃତ୍ତି କରୁଥିବା ବେଳେ ଏହାକୁ ସ୍ଥାନ ଦିଆଯାଇଛି । ଏହା ବ୍ୟତୀତ ଉତ୍ତରାକାଣ୍ଡର କୌଣସି ବି କାହାଣୀ ଅନ୍ୟ କୌଣସି ଠାରେ ବର୍ଣ୍ଣନା କରାଯାଇନାହିଁ ।
ଏହି ସବୁ ପ୍ରମାଣିତ କରୁଛି ଯେ, ଶ୍ଲୋକ 1.3.10-1.3.38 ପରେ ରାମାୟଣରେ ଯୋଡା ଯାଇଛି । ଉତ୍ତରାକାଣ୍ଡ ଥିବାର ସ୍ପଷ୍ଟତା ପାଇଁ ଏସବୁ କରାଯାଇଛି ।
ଅନ୍ୟ କିଛି ତର୍କ ଉପରେ ନଜର ପକାନ୍ତୁ:
ବାସୁଦାସ ସ୍ବାମୀଙ୍କ ବ୍ୟତୀତ ଅନେକ ଏପରି ତର୍କ ଅଛି ଯାହା ପ୍ରମାଣ କରେ ମହର୍ଷି ବାଲ୍ମୀକିଙ୍କ ରାମାୟଣର ଅଶଂବିଶେଷ ନଥିଲା ଉତ୍ତରାକାଣ୍ଡ ।
ରାମାୟଣ କଥାର ଶେଷ:
ଋଷି ନାରଦଙ୍କ ସଂକ୍ଷିପ୍ତ ରାମାୟଣ ବ୍ୟତୀତ, ଶ୍ଲୋକ 1.4.1(ବାଳ କାଣ୍ଡ)ରେ ବର୍ଣ୍ଣନା କରାଯାଇଛି ଯେ, ଭଗବାନ ରାମଚନ୍ଦ୍ର ନିଜ ରାଜ୍ୟ ଫେରି ପାଇଥିଲେ । ଲୋକଙ୍କୁ ସୁନ୍ଦର ଓ ବଳିଷ୍ଠ ବାର୍ତ୍ତା ଦେବା ପାଇଁ ଏହାକୁ ଲୋକ ମୁଖରେ ମୁଖରିତ କରାଯାଇଥିଲା । ଏହା ବ୍ୟତୀତ ଶ୍ଲୋକ 1.4.7ରେ କୁହାଯାଇଛି କି, ବାଲ୍ମୀକି ମହାକାବ୍ୟ ରାମାୟଣର ନାଁ ପାଇଁ 3ଟି ନାମ ଚିନ୍ତା କରିଥିଲେ । ସେ ଗୁଡିକ ହେଲା, ରାମାୟଣ (ରାମଙ୍କ ମାର୍ଗ), ସୀତାୟଚରିତ୍ରମ୍ ମହତ୍ ( ସୀତାଙ୍କ ମହାନ ଗାଥା), ପୋଲତ୍ସ୍ୟ ବଧ( ରାବଣ ବଧ) ।
ଯଦି ଯୁଦ୍ଧ କାଣ୍ଡ ପରେ ସପ୍ତମକାଣ୍ଡ ଉତ୍ତରାକାଣ୍ଡର ପରି ଆସିବାର ଥିଲା ତାହାଲେ ବାଲ୍ମିକୀ ରାବଣ ବଧ ଭାବରେ ମହାକାବ୍ୟର ନାମ ଭାବେ ମନକୁ ବିଚାରକୁ ଆଣିନଥାନ୍ତେ । ଏହି ଶୀର୍ଷକ ଅନ୍ୟ ନାଁ ସହ କ୍ଷାପ ଖୁଆଇ ପାରିନଥାନ୍ତା ବା ଅସଙ୍ଗତ ଲାଗିଥାନ୍ତା । ଏବଂ ରାମଙ୍କ ରାଜାଭିଷେକ ସହିତ ଏହାର ସମାପ୍ତ ହୋଇଥାନ୍ତା ।
କେତୋଟି କାଣ୍ଡ ରହିଛି ?
ଶ୍ଲୋକ 1.4.2(ବାଳକାଣ୍ଡ)ରେ ସ୍ପଷ୍ଟ ଭାବେ ବର୍ଣ୍ଣନା ଅଛି ଯେ ବାଲ୍ମିକୀଙ୍କ ରାମାୟଣ 6 କାଣ୍ଡ ବିଶିଷ୍ଠ ଅଟେ । ଏହା ବ୍ୟତୀତ ସର୍ଗ ସଂଖ୍ୟା ପାଖାପାଖି 500 ଅଟେ । ଯଦି ଆମେ ରାମାୟଣରେ ଉତ୍ତରାକାଣ୍ଡ ଥିବା କଥା କହୁଛେ, ଏହା ଅର୍ଥ ସର୍ଗ ସଂଖ୍ୟା 650 ପାଖାପାଖି ହେବ । ତେଣୁ ଉତ୍ତରାକାଣ୍ଡ ଥିବା କଥାକୁ ସ୍ବୀକାର କରାଯାଇନପାରେ ।
ଫଳଶ୍ରୁତି:
ପ୍ରାଚୀନ କାଳରେ ସାହିତ୍ୟକ ମାନେ କୌଣସି ରଚନାର ସମାପ୍ତ ହେବା ପରେ ଶେଷରେ ଫଳଶ୍ରୁତି ଲେଖିଥାନ୍ତି । ଯେଉଁଥିରେ ରଚନା ସମ୍ପର୍କରେ ସମ୍ୟକ ଜ୍ଞାନ ସହ ଏହା ପଢିବା ଦ୍ବାରା କଣ ଲାଭ ମିଳିବ ତାହା ଉଲ୍ଲେଖ ରହିଥାଏ । ଆଉ ଏହି ନିୟମକୁ ପ୍ରତ୍ୟେକ ଲେଖକ ପାଳନ କରିଥାନ୍ତି ।
ବାଳକାଣ୍ଡର ଶ୍ଲୋକ 1.1.90ରୁ 1.1.97ରେ ରାମରାଜ୍ୟ ସମ୍ପର୍କରେ ବର୍ଣ୍ଣନା କରାଯିବା ପରେ ଏହା ଦେଖିବାକୁ ମିଳିଛି ଯେ 1.1.98ରୁ 1.1.100ରେ ଫଳଶ୍ରୁତି ସମ୍ପର୍କରେ ଲେଖାଯାଇଛି । ଏହିପରି ଭାବେ ଯୁଦ୍ଧ କାଣ୍ଡ ଶ୍ଲୋକ 6.128.95ରୁ6.128.106ରେ ରାମ ରାଜ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଯାହାକି 10 ହଜାର ବର୍ଷ ଧରି ଚାଲି ଆସୁଥିଲା । ଏହା ପରେ ଶ୍ଲୋକ 6.128.107ରୁ 6.128.125ରେ ଫଳଶ୍ରୁତି ବିସ୍ତୁତ ଭାବେ ବର୍ଣ୍ଣନା କରାଯାଇଛି । ଯଦି ମହର୍ଷି ବାଲ୍ମିକୀ ରାମାୟଣକୁ ସାତଟି କାଣ୍ଡର ମହାକାବ୍ୟ ବୋଲି ବିବେଚନା କରୁଥିଲେ, ତେବେ ସେ ରାମ ରାଜ୍ୟ କଥା ବର୍ଣ୍ଣନା କରିନଥାନ୍ତେ । ଏଥିସହ 6 କାଣ୍ଡ ରଚନା ପରେ ସେ ବିସ୍ତୁତ ଭାବେ ଫଳଶ୍ରୁତି ଦେଇନଥାନ୍ତେ । ଯାହାକି ଯୁଦ୍ଧ କାଣ୍ଡରେ ବର୍ଣ୍ଣନା କରାଯାଇଛି ।
ଦୂତର ହତ୍ୟା:
ଉତ୍ତରାକାଣ୍ଡ 13.39ରେ ବର୍ଣ୍ଣନା ଅଛି ଯେ, କ୍ରୋଧ ଜର୍ଜରିତ ହୋଇ ରାବଣ ନିଜର ଦାଦା ପୁଅ ଭାଇ କୁବେର ପଠେଇଥିବା ଦୂତକୁ ହତ୍ୟା କରିଥିଲେ । ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ରାବଣ ଦେବତାଙ୍କ ସହ ଯୁଦ୍ଧ ଆରମ୍ଭ କରୁଥିଲେ ।
କାଳକ୍ରମେ ସୁନ୍ଦରକାଣ୍ଡ ସର୍ଗ 52ରେ ବିଭୀଷଣ ହନୁମାନଙ୍କୁ ମାରିବା ପାଇଁ ରାବଣ ଦେଇଥିବା ଆଦେଶ ବିରୋଧରେ ପରାମର୍ଶ ଦେଇଥିଲେ । ଶ୍ଲୋକ 5.52.15ରେ କୌଣସି ଦୂତଙ୍କୁ ମାରିବା ପାଇଁ କୁହାଯାଇଥିବା ସେ ଶୁଣିନାହାନ୍ତି । ଯୁଦ୍ଧ ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା ।
ଉପରୋକ୍ତ ଦୁଇଟି କଥାକୁ ଦେଖିଲେ, କେଉଁ ବାକ୍ୟ କାହା ସହ ମେଳ ଖାଉନାହିଁ । ଯଦି ଏପରି କିଛି ଘଟଣା ଘଟିଥାନ୍ତା ତେବେ ବିଭୀଷଣଙ୍କୁ ଏ ସମ୍ପର୍କରେ ଜାଣିଥାନ୍ତେ । ଏବଂ ହନୁମାନଙ୍କୁ ମାରିବାକୁ ରାବଣ ଦେଇଥିବା ଆଦେଶକୁ ସେ କେବେ ବି କହିନଥାନ୍ତେ ଏହା ଶୁଣିନାହାନ୍ତି ବୋଲି ।
ମହାଭାରତରେ ରାମାୟଣ କାହାଣୀ:
ମହାଭାରତରେ ରାମାୟଣର କାହାଣୀ ଦେଖିବାକୁ ମିଳେ । ମହାଭାରତର ଅରଣ୍ୟ ପର୍ବରେ ଋଷି ମାର୍କଣ୍ଡେୟ ଧର୍ମରାଜ ଯୁଧିଷ୍ଠିରଙ୍କୁ ସର୍ଗ 272ରୁ 289ରୁ ରାମାୟଣର କାହାଣୀ ବର୍ଣ୍ଣନା କରିଥିଲେ । ଯଦି ଦେଖିବା, ମାର୍କେଣ୍ଡେୟ ଶୁଣାଇଥିବା କାହାଣୀ ବାଲ୍ମିକୀଙ୍କ ରାମାୟଣର ମଧ୍ୟରେ ଭିନ୍ନତା ରହିଛି । ପୂରାଣରୁ ରହିଆସିଥିବା ଏହି କଥା ଅନୁସାରେ, ଏଥିରେ ମଧ୍ୟ ରାମାୟଣର କାହାଣୀ ସର୍ଗ 289ରେ ରାମଙ୍କ ରାଜାଭିଷେକ ସହ ସମାପ୍ତ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୁଏ ଯେ, ଉତ୍ତରାକାଣ୍ଡର ରଚନା ମହାଭାରତର ରଚନା ପରେ କରାଯାଇଥିଲା ।
ଲବ-କୁଶଙ୍କ ରାମାୟଣ ପଠନ:
ବାଳକାଣ୍ଡ ଶ୍ଲୋକ 1.4.27ରୁ1.4.29 ଅନୁସାରେ, ଅଯୋଧ୍ୟା ଗଳିରେ ରାମାୟଣ ପାଠ କରୁଥିବା ବେଳେ ଦୁଇ ତେଜସ୍ବୀ ବାଳକଙ୍କ ସହ ରାମଙ୍କ ଭେଟ ହୁଏ । ରାମ ଉଭୟଙ୍କୁ ନିଜ ମହଲକୁ ନିମନ୍ତ୍ରିତ କରନ୍ତି ଏବଂ ସେଠାରେ ଉଭୟଙ୍କୁ ସମ୍ମାନିତ କରନ୍ତି । ସେହି ସମୟରେ ଲବ-କୁଶ ରାମଙ୍କ ଦରବାରରେ ରାମାୟଣର ପଠନ କରିଥିଲେ ।
ଅନ୍ୟପକ୍ଷେ, ଉତ୍ତରାକାଣ୍ଡର ସର୍ଗ 94ରେ ବର୍ଣ୍ଣିତ ଅଛି କି, ନୈମିସରଣ୍ୟାର ଗୋମତି ନଦୀ ତଟରେ ଅଶ୍ବାମେଧ ଯଜ୍ଞ କରୁଥିଲେ ରାମ । ସେହି ସମୟରେ ଲବ-କୁଶ ରାମାୟଣ ପଠନ କରିଥିଲେ । ଏହି ଦୁଇଟି ସ୍ଥାନକୁ ଯଦି ଦେଖାଇଯାଏ, ଉଭୟ ସ୍ଥାନ ଭିନ୍ନ ଭିନ୍ନ । ଦୁଇଟି କଥାକୁ ଯଦି ବିଚେଚନା କରାଯାଏ, କେବଳ ଏଥିରୁ ଗୋଟିଏ ଘଟଣା ସତ୍ୟ ହୋଇପାରେ ।
ସୀତାଙ୍କୁ ତ୍ୟାଗ:
ଉତ୍ତରାକାଣ୍ଡର ଶ୍ଲୋକ 42.29 ଅନୁସାରେ, ରାମ ଓ ସୀତା 10 ହଜାର ବର୍ଷ ଧରି ଏକାଠି ଅତିବାହିତ କରିଥିଲେ । ରାଜମହଲରେ ଆନନ୍ଦରେ ସମୟ ଅତିବାହିତ କରିଥିଲେ । ‘ଦଶବର୍ଷ ସହସ୍ରାଣୀ ଗତାନି ସୁମହାତ୍ମୋନୋ:ପ୍ରାତଃୟୋବିଧାନ ଭୋଗାନଃ’ । ପରେ ମାତା ସୀତା ବନରେ ଋଷି ଓ ତପସ୍ବୀଙ୍କ ସହିତ ସମୟ କାଟିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ଏହା ବାଦ୍, ସର୍ଗ 43ରେ ବର୍ଣ୍ଣନା କରାଯାଇଛି କି, ରାବଣ ସୀତାଙ୍କୁ ଏକ ବର୍ଷ ଧରି ନିଜ ପାଖରେ ରଖିଥିଲେ । ରାବଣ ନିଜ ସ୍ତ୍ରୀଙ୍କ ସହ ଜୋରଜବରଦସ୍ତି କରୁଥିଲେ । ତେଣୁ ସୀତାଙ୍କୁ ସ୍ବୀକାର କରିବାକୁ କିଛି ଲୋକେ ବିରୋଧ କରୁଥିଲେ ।
ଗୋଟେ ପଟେ ଅଯୋଧ୍ୟାବାସୀ ରାଜାଭିଷେକ ପରେ 10 ହଜାର ବର୍ଷ ଧରି ରାମ-ସୀତା ଏକାଠି ରହିବାକୁ ସମର୍ଥନ କରୁଥିଲେ । ପରେ ସେମାନେ ଉଭୟଙ୍କ ଏକାଠି ରହିବାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ପୁଣି କୁହାଯାଇଛି କି, ରାମ ସେମାନଙ୍କ କଥା ଶୁଣିବା ପରେ ସୀତାଙ୍କ ତ୍ୟାଗ କରିଥିଲେ । ଏହା ଅର୍ଥ ସୀତାଙ୍କ ଚରିତ୍ରକୁ ନେଇ ସନ୍ଦେହ କରିଥିଲେ ରାମ । ତର୍କ ରୂପରେ ଦେଖିଲେ ଏକଥା ଗ୍ରହଣୀୟ ନୁହେଁ ।
ନିଷ୍କର୍ସ:
ଏହି ସବୁ ତର୍କକୁ ଦେଖିଲେ ଏଥିରୁ ଏହା ପ୍ରମାଣିତ ହେଉଛି, ମହାକାବ୍ୟ ରାମାୟଣରେ ବହୁତ ପରେ ଉତ୍ତରାକାଣ୍ଡକୁ ଯୋଡା ଯାଇଥିଲା । ରାମାୟଣରେ ଉତ୍ତରାକାଣ୍ଡ ଥିବା ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ରାମାୟଣର ମୁଖ୍ୟ ଭାଗରେ କିଛି ଅଂଶ ସଂଶୋଧନ କରାଯାଇଥିଲା । ଏଥିପାଇଁ ଉତ୍ତରାକାଣ୍ଡକୁ ରାମାୟଣର ଅଭିନ୍ନ ଅଙ୍ଗ କୁହାଯାଇନପାରେ ।
ଲେଖକଙ୍କ ସମ୍ପର୍କରେ...
ଶ୍ରୀନିବାସ ଜୋନାଲାଗଡ୍ଡା (JS)
‘ଇଟିଭି ଭାରତ’ର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି ଲେଖକ ଶ୍ରୀନିବାସ ଜୋନାଲାଗଡ୍ଡା । ଟେକ୍ନୋଲୋଜି ସମାଧାନରେ ତାଙ୍କର ଦୀର୍ଘ 30 ବର୍ଷର ଅଭିଜ୍ଞତା ରହିଛି । ବିଶ୍ବ ବ୍ୟବସାୟର ବ୍ୟାପକ ବିସ୍ତାର ପାଇଁ ରଣନୀତିକାର ବା ପରାମର୍ଶଦାତା ଭାବେ ସେ କାର୍ଯ୍ୟ କରିଛନ୍ତି । ଡିଜିଟାଲ ରୂପାନ୍ତୀକରଣ ସହ ଭାରତୀୟ ସଂସ୍କୃତି ଓ ଦର୍ଶନଶାସ୍ତ୍ର ଉପରେ ତାଙ୍କର ଗଭୀର ଆଗ୍ରହ ମଧ୍ୟ ରହିଛି । ସେ ବିଭିନ୍ନ ସମ୍ମିଳନୀରେ ମୁଖ୍ୟବକ୍ତା, ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ସେ ଜଣେ ଲେଖକ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାକୁ ଉପସ୍ଥାପନା ମଧ୍ୟ କରିଛନ୍ତି ।