ETV Bharat / opinion

Innovation: ବିକଶିତ ଭାରତ ପାଇଁ ସମୃଦ୍ଧିର ମାର୍ଗ, 2047 ସୁଦ୍ଧା ଆର୍ଥିକ ବ୍ୟବସ୍ଥା ସୁଦୃଢ ଲକ୍ଷ୍ୟ - VIKSIT BHARAT SANKALP

Vikasit Bharat Sankalp: ବିକଶିତ ଭାରତ ଆଡକୁ ଅଗ୍ରସର ହେଉଛି ଭାରତ । ଅଗ୍ରଣୀ ଦେଶକୁ ପଛରେ ପକାଇ ଭାରତ ନିଜ ଲକ୍ଷ୍ୟ ହାସଲ କରିବାକୁ ଯାଉଛି । ଏନେଇ ପଢନ୍ତୁ ଆଇଆଇଏମର ଫାଇନାନ୍ସ ଆଣ୍ଡ ରିସ୍କ ଆନାଲିଷ୍ଟ ପ୍ରଫେସର ଡକ୍ଟର ଏମ ଭେଙ୍କଟେଶ୍ବରଲୁଙ୍କ ଆଲେଖ୍ୟ

Vikasit Bharat Sankalp
Vikasit Bharat Sankalp
author img

By ETV Bharat Odisha Team

Published : Apr 4, 2024, 8:17 PM IST

ଲେଖକ- ଡକ୍ଟର ଏମ ଭେଙ୍କଟେଶ୍ବରଲୁ

ପ୍ରଫେସର, ଫାଇନାନ୍ସ ଆଣ୍ଡ ରିସ୍କ ଆନାଲିଷ୍ଟ, ଆଇଆଇଏମ, ମୁମ୍ବାଇ

ହାଇଦ୍ରାବାଦ: 16 ମାର୍ଚ୍ଚ 2024ରେ ଏକ ପ୍ରେସ ବିଜ୍ଞପ୍ତିରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପେଟେଣ୍ଟ କାର୍ଯ୍ୟାଳୟ 2023-24 ବର୍ଷରେ 1 ଲକ୍ଷ ପେଟେଣ୍ଟ ପ୍ରଦାନ କରିଛି । କେବଳ ଚଳିତ ଆର୍ଥିକ ବର୍ଷରେ, ପେଟେଣ୍ଟ ଅଫିସ 90ହଜାର 3 ଶହ ଆବେଦନ ଗ୍ରହଣ କରିଛି । ଗତ ୫୦ ବର୍ଷ ମଧ୍ୟରେ କୃଷି ଓ ଉଦ୍ୟୋଗ ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି । ନବସୃଜନକୁ ଉତ୍ସାହିତ କରିବା ପାଇଁ ପେଟେଣ୍ଟଗୁଡିକ ଗୁରୁତ୍ବପୂର୍ଣ୍ଣ। ଏହା ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରକୁ ପ୍ରୋତ୍ସାହିତ କରେ । ଜିଡିପି ଏବଂ ରୋଜଗାର କ୍ଷେତ୍ରରେ ଏହା ମାପକାଠି ଭାବେ କାମ କରେ ।

ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ 5 ଟ୍ରିଲିୟନ ଡଲାର ଅର୍ଥନୀତିକୁ ଅଗ୍ରସର ହେବାର ଲକ୍ଷ୍ୟ ରଖିଛି । 2047 ସୁଦ୍ଧା 35 ଟ୍ରିଲିୟନ ଡଲାର ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ଭାବେ ଜାପାନ ଏବଂ ଜର୍ମାନୀକୁ ପଛରେ ପକାଇ ଅଗ୍ରସର ହେବା ଲକ୍ଷ୍ୟରେ ରହିଛି ଭାରତ । ଅର୍ଥାତ୍ ମୁଣ୍ଡପିଛା ଆୟ ରହିବ ୨୬ ହଜାର ଡଲାର ଯାହା ବର୍ତ୍ତମାନଠାରୁ ପ୍ରାୟ ୧୩ ଗୁଣ ଅଧିକ । ତୃତୀୟ ବୃହତ୍ତମ ଅର୍ଥନୀତି ହେବାର ଅଭିଳାଷ ସମ୍ଭବ ସେତେବେଳେ ହେବ, ଯେତେବେଳେ ଆମେ ସମସ୍ତ ଆହ୍ବାନ ଏବଂ ସମସ୍ୟାର ସମାଧାନ କରିପାରିବା । ତେବେ ବୌଦ୍ଧିକ ସମ୍ପତ୍ତି (ଆଇପି) ଗୁରୁତ୍ୱପୂର୍ଣ୍ଣ । ତେଣୁ ଅର୍ଥନୈତିକ ପ୍ରଗତି, ଜୀବନଶୈଳୀରେ ଉନ୍ନତି ଆଣିବା ତଥା ସମାଜର ଦୀର୍ଘସ୍ଥାୟୀ ସ୍ଥିରତା ଏବଂ ପ୍ରତିଦ୍ୱନ୍ଦ୍ୱିତାକୁ ସୁନିଶ୍ଚିତ କରିବା ପାଇଁ ନବସୃଜନ ଗୁରୁତ୍ବପୂର୍ଣ୍ଣ । ୨୦୧୩ ରୁ ୨୦୨୩ ମଧ୍ୟରେ ବିଶ୍ବବ୍ୟାପୀ IPR ଗୁଡ଼ିକର ଅଭିବୃଦ୍ଧି CAGRର ୬୦%ରୁ ଅଧିକ ଅଟେ । ଯାହାକି ପେଟେଣ୍ଟ ଏବଂ ଉଦ୍ୟୋଗ ଡିଜାଇନ ଦ୍ବାରା ବିକଶିତ ହୋଇଛି । ରିପୋର୍ଟ ଅନୁସାରେ, ୨୦୧୪-୨୦୨୩ରେ ପ୍ରକାଶିତ ଏକ ଅସାଧାରଣ ପେଟେଣ୍ଟ ୪.୬୫ ଲକ୍ଷ ଥିଲା । ୨୦୦୪-୨୦୧୩ ରେ ପ୍ରକାଶିତ ପେଟେଣ୍ଟ ସଂଖ୍ୟା ୪.୬୫ଲକ୍ଷ ଥିଲା। ୨୦୦୪-୨୦୧୩ରେ ପ୍ରକାଶିତ ପେଟେଣ୍ଟ ତୁଳନାରେ ଏହା ୪୪% ଅଧିକ ରହିଛି।

2023 ର WPO ରିପୋର୍ଟ ଅନୁଯାୟୀ, ପେଟେଣ୍ଟ ସଂଖ୍ୟା ଚୀନରେ ସର୍ବାଧିକ ରହିଛି । 1କୋଟି 6ଲକ୍ଷ 19ହଜାର268 ପେଟେଣ୍ଟ ସହିତ ବାର୍ଷିକ 2.1% ବୃଦ୍ଧି ପଞ୍ଜିକୃତ ହୋଇଛି । ଏହାପରେ ଆମେରିକା 5ଲକ୍ଷ 94ହଜାର 340 ପେଟେଣ୍ଟ ସହିତ ବାର୍ଷିକ 0.5% ବୃଦ୍ଧି ପାଇଛି । ଜାପାନ 2ଲକ୍ଷ 89ହଜାର 530 ସହିତ ତୃତୀୟ ସ୍ଥାନ ଅକ୍ତିଆର କରିଛି ଏବଂ କୋରିଆ 2ଲକ୍ଷ 37ହଜାର 633 ସହିତ ଚତୁର୍ଥ ସ୍ଥାନରେ ରହିଛି । ୟୁରୋପୀୟ ପେଟେଣ୍ଟ ଅଫିସ 1ଲକ୍ଷ 93 ହଜାର 610 ସହିତ ବର୍ଷ ତୁଳନାରେ 2.6% ବୃଦ୍ଧି ପାଇଛି । ପୂର୍ବ ବର୍ଷ ତୁଳନାରେ 17% ଅଭିବୃଦ୍ଧି ସହିତ ଭାରତ ଷଷ୍ଠ ବୃହତ୍ତମ ସ୍ଥାନରେ ରହିଛି । ଗତ 10 ବର୍ଷ ମଧ୍ୟରେ ହାରାହାରି YOY ଅଭିବୃଦ୍ଧି 25.2 ପ୍ରତିଶତ ବୃଦ୍ଧି ସହିତ ଚୀନକୁ ଅତିକ୍ରମ କରିବା ପରେ ଭାରତର ଯାତ୍ରା ଉଲ୍ଲେଖନୀୟ ହୋଇଛି। ତେବେ ଗତ ୧୦ ବର୍ଷ ମଧ୍ୟରେ ମୋଟ ପେଟେଣ୍ଟ ଆବେଦନ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

2013-14 ରେ ଦାଖଲ ହୋଇଥିବା ମୋଟ ଆବେଦନ ସଂଖ୍ୟା 42ହଜାର 591 ଥିଲା, ସେଥିମଧ୍ୟରୁ କେବଳ 10ହଜାର 941 ଜଣ ଭାରତୀୟ ଥିଲେ। ଭାରତରେ ଭାରତୀୟଙ୍କ ଦ୍ୱାରା କରାଯାଇଥିବା ଆବେଦନ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପେଟେଣ୍ଟ (ସଂଶୋଧନ) ନିୟମ 2016 ରେ ସରକାର ଏକ ନୂତନ ବର୍ଗ ପ୍ରଣୟନ କଲେ । 'ଷ୍ଟାର୍ଟଅପ୍ ଆବେଦନକାରୀ' ଙ୍କ ପାଇଁ ଫି'ରେ ରିହାତିକୁ 80% କୁ ବୃଦ୍ଧି କଲେ । ଏହା ଷ୍ଟାର୍ଟ ଅପ୍ ପାଇଁ ଉପଲବ୍ଧ ପରୀକ୍ଷା ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି । ସେହିପରି, ପେଟେଣ୍ଟ (ସଂଶୋଧନ) ନିୟମ, 2019 ରେ ସରକାର କ୍ଷୁଦ୍ର ସଂସ୍ଥାଗୁଡ଼ିକୁ ମଧ୍ୟ ତ୍ବରିତ ଯାଞ୍ଚ ଦେଇଛନ୍ତି । ପେଟେଣ୍ଟ (ସଂଶୋଧନ) ନିୟମ 2020 ଏବଂ 2021 ରେ, ସରକାର କ୍ଷୁଦ୍ର ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଶୁଳ୍କ 80% ହ୍ରାସ କରିଛନ୍ତି ।

ଚଳିତ ବର୍ଷ ମାର୍ଚ୍ଚ 15ରେ ବାଣିଜ୍ୟ ମନ୍ତ୍ରାଳୟ, ଭାରତ ସରକାର ପେଟେଣ୍ଟ ସଂଶୋଧନ ନିୟମ 2024କୁ ସୂଚିତ କରିଥିଲେ । ନବସୃଜନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହା ଏକ ମାଇଲଖୁଣ୍ଟ ଭାବେ ବିବେଚନା କରାଯାଏ । ପେଟେଣ୍ଟଗୁଡିକ (ସଂଶୋଧନ) ନିୟମ 2024 ପେଟେଣ୍ଟ ପାଇବା ଏବଂ ପରିଚାଳନାକୁ ସରଳ କରିବା ପାଇଁ ଉଦ୍ଭାବକଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ବ୍ୟବସ୍ଥା ପ୍ରଣୟନ କରିଥିଲା । ଏକ ବିକଶିତ ଭାରତର ଦୂରଦୃଷ୍ଟି ହାସଲ କରିବା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଦେଶର ତଥା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଲକ୍ଷ୍ୟ ରହିଛି। ଏହାଦ୍ବାରା 2047 ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ଏବଂ 35 ଟ୍ରିଲିୟନ ଡଲାରରେ ପରିଣତ ହେବ ।

ଏହା ମଧ୍ୟ ପଢନ୍ତୁ...ବୃହତ୍ତମ ଅର୍ଥନୀତି ଦିଗରେ ଅଗ୍ରସର ଭାରତ - INDIA EFTA TRADE DEAL

ଉଲ୍ଲେଖନୀୟ ଯେ, 2013-14 ରୁ 7.2% ଅଂଶଧନ ସହିତ ଅଗ୍ରଣୀ ରହିଛି ଉତ୍ତରପ୍ରଦେଶ । ଗୁଜୁରାଟ ଏବଂ ତେଲେଙ୍ଗାନାକୁ ଅତିକ୍ରମ କରି ଏହା ପ୍ରମୁଖ ସ୍ଥାନ ହାସଲ କରିଛି । ପଞ୍ଜାବ ରାଜ୍ୟର ଅଂଶ 5.8% ସହିତ ସ୍ଥିର ଏବଂ ପ୍ରଭାବଶାଳୀ ରହିଛି | ଉଦ୍ୟୋଗ କ୍ଷେତ୍ରରେ ସଫଳତା ହାସଲ କରିଥିବା ଗୁଜରାଟର 4.6% ଅଂଶ ସହ ତୃତୀୟ ସ୍ଥାନରେ ରହିଛି । ଗତ ଦଶ ବର୍ଷ ମଧ୍ୟରେ ତେଲେଙ୍ଗାନା ସରକାର ଶିଳ୍ପରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ସମଗ୍ର ରାଜ୍ୟରେ ଭିତ୍ତିଭୂମିର ସ୍ଥାପନ ଯୋଗୁ 2004 ରେ ଏହାର ଅଂଶ 1% ରୁ ବୃଦ୍ଧି ପାଇଲା । 2014 ରୁ 2023 ମଧ୍ୟରେ 4% ବୃଦ୍ଧି ହୋଇଥିଲା | ତଥାପି, ରାଜ୍ୟ ଏହାର ଆଇପି ଉନ୍ନତି ପାଇଁ ଅନେକ କାମ କରିବାର ଆବଶ୍ୟକତା ରହିଛି । ଏହି କ୍ଷେତ୍ରରେ ସର୍ବନିମ୍ନ ଅଂଶ ହେଉଛି ଏକ ଛୋଟ ରାଜ୍ୟ ହିମାଚଳ ପ୍ରଦେଶର । ଯାହାକି ମାତ୍ର 0.3 % ରହିଛି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆନ୍ଧ୍ରପ୍ରଦେଶ ଏକ ବୃହତ୍ତମ ରାଜ୍ୟ ହୋଇଥିଲା ବି ତାଲିକାରେ ବହୁ ତଳେ ରହିଛି । ଏପରିକି ଆନ୍ଧ୍ରର ସ୍ଥିତି ହିମାଚଳ ପ୍ରଦେଶଠାରୁ କମ ରହିଛି ।

ଶାସନ ସହ ଜଡିତ ପ୍ରଶାସନିକ ତଥା ବିଧାନସଭା ସଂସ୍କାର ଭଳି ଭାରତ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ । ଏହିପରି ପଦକ୍ଷେପଗୁଡ଼ିକ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ସକ୍ରିୟ ଆଭିମୁଖ୍ୟକୁ ଦର୍ଶାଏ । ସହଜ ଏବଂ ଅଧିକ ଦକ୍ଷ ଆଇପି ଯୋଗାଣ ସହ ଉଦ୍ଭାବକମାନଙ୍କୁ ଉତ୍ସାହିତ କରେ । ଟ୍ରିବ୍ୟୁନାଲ୍ ସଂସ୍କାର ଅଧିନିୟମ 2021 ଭାରତର ବୌଦ୍ଧିକ ଗୁଣବତ୍ତା ଆପିଲେଟ୍ ବୋର୍ଡ (IPAB) ସମେତ ବିଭିନ୍ନ ଟ୍ରିବ୍ୟୁନାଲକୁ ରଦ୍ଦ କରିଦେଇଛି । ସେ ଏହି କାର୍ଯ୍ୟକୁ ଦେଶର ବାଣିଜ୍ୟିକ କୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟ ଉପରେ ନ୍ୟସ୍ତ କରିଥିଲେ । ଗୋଟିଏ ଦୃଷ୍ଟିକୋଣରୁ, ଏହା ଏକ ଚିନ୍ତାର ବିଷୟ, କାରଣ ଆମର ନ୍ୟାୟପାଳିକା ବର୍ଦ୍ଧିତ କାର୍ଯ୍ୟ ଏବଂ ସୀମିତ ସମ୍ବଳଯୁକ୍ତ ରହିଛି । ତେଣୁ IP ଅଧିକାରକୁ କାର୍ଯ୍ୟକାରୀ କରିବା ତଥା ଆଇପି ସମ୍ବନ୍ଧୀୟ ବିବାଦର ସମାଧାନ ଦିଗରେ ଚିନ୍ତା ବଢିଛି ।

(ଏହା ଲେଖକଙ୍କ ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.