ETV Bharat / opinion

ଋଷ-ୟୁକ୍ରେନ ଯୁଦ୍ଧରେ ଭାରତର ଭୂମିକା ଓ ପ୍ରଭାବ - Russia Ukraine War - RUSSIA UKRAINE WAR

Russia-Ukraine War: ଯୁଦ୍ଧ କ୍ଷେତ୍ରରେ ଋଷ ନିଜର ରଣନୀତିରେ ମଧ୍ୟ ସଫଳ ହେବାରେ ଲାଗିଛି । ଏହି ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତରେ କେତେ ପ୍ରଭାବ ପଡିଛି ଓ ଆଭିମୁଖ୍ୟ କ'ଣ ରହିଛି ପଢନ୍ତୁ ଡକ୍ଟର ବିବେକ ମିଶ୍ରଙ୍କ ଆଲେଖ୍ୟ,

Russia-Ukraine War
Russia-Ukraine War (ETV Bharat)
author img

By Vivek Mishra

Published : Jun 16, 2024, 10:57 PM IST

Updated : Jun 17, 2024, 10:51 AM IST

ହାଇଦ୍ରାବାଦ: ୟୁରୋପରେ ହେଉଥିବା ରଷ-ୟୁକ୍ରେନ ଯୁଦ୍ଧ ଏସିଆର ନିକଟତର ନହେଲେ ବି ଏହାର ପ୍ରଭାବ ପଡିବାରେ ଲାଗିଛି । ଋଷ ୟୁକ୍ରେନର ସବୁଠୁ ଶକ୍ତିଶାଳୀ ସହର ଖାରକିଭକୁ ଟାର୍ଗେଟ୍ କରିଛି । ଏପରିକି ଯୁଦ୍ଧ କ୍ଷେତ୍ରରେ ଋଷ ନିଜର ରଣନୀତିରେ ମଧ୍ୟ ସଫଳ ହେବାରେ ଲାଗିଛି । ତେବେ ଋଷ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଉଭୟ ଦେଶ ସହ ଭାରତର ବାଣିଜ୍ୟିକ ସମ୍ପର୍କ ଖୁବ ନୀବିଡ଼ ଥିଲା । ବର୍ତ୍ତମାନ ଜାରି ରହିଥିବା ଯୁଦ୍ଧ ସ୍ଥିତି ଯୋଗୁଁ ଦୁଇ ଦେଶକୁ ସପ୍ଲାଏ ହେବାରେ ବାଧା ସୃଷ୍ଟି ହୋଇଛି । ଯାହାକି ଭାରତର ଶକ୍ତି କ୍ଷେତ୍ରକୁ ପ୍ରଭାବିତ କରିବା ସହ ଖାଦ୍ୟ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି । ଫଳରେ ଅଧିକାଂଶ ଦେଶ ଭଳି ଭାରତ ମଧ୍ୟ ପୁନଃବିଚାର କରିବାକୁ ବାଧ୍ୟ ହୋଇଛି । ଋଷ ଭାରତକୁ ଅନେକ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ସାହାଯ୍ୟ କରିଆସିଛି । ଏହା ଏକ ପ୍ରତିରକ୍ଷା ଯୋଗାଣକାରୀ ଦେଶ ହୋଇଥିବାବେଳେ ଋଷ ନିଜର ରଣନୀତିକୁ ଗୁରୁତ୍ବ ଦେଇ ଆସୁଛି ।

୨୦୨୨ ଫେବ୍ରୁଆରୀରୁ ଋଷରୁ ଭାରତକୁ ତେଲ ଆମଦାନୀ ଆଉ ଏକ ନିର୍ଭରଶୀଳତାକୁ ଦର୍ଶାଉଛି । ତେବେ ତୈଳଦରରେ ସ୍ଥିରତା ଯୋଗୁଁ ହିଁ ଏହା ଅନ୍ୟ ଦେଶମାନଙ୍କ ପାଇଁ ନିର୍ଭରଯୋଗ୍ୟ ହୋଇପାରିଛି । ଭୌଗଳିକ ଦୃଷ୍ଟିକୋଣରୁ ଋଷ-ୟୁକ୍ରେନ ଯୁଦ୍ଧ ହେଉଛି ଏକ ଶକ୍ତି ବିବାଦ । ଏହି ଯୁଦ୍ଧରେ ଚୀନ, ଇରାନ, ସିରିଆ, ଉତ୍ତର କୋରିଆ ଆଦି ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଦେଶ ଗୋଟିଏ ପଟେ ଥିବାବେଳେ ପାଶ୍ଚାତ୍ୟ ଦେଶମାନେ ବିପକ୍ଷରେ ରହିଛନ୍ତି । ଏହି ଯୁଦ୍ଧରେ ନିରପେକ୍ଷ ଥିବା ଦେଶ ଗୁଡିକର ମଧ୍ୟ ଭିନ୍ନ ସ୍ଥାନ ରହିଛି । ଯାହାକି ଏକ ଗୁରୁତ୍ବପୂର୍ଣ୍ଣ ସମୀକରଣ ସୃଷ୍ଟି କରିଛି । ବିଶ୍ବକୁ ଏକ କ୍ରାନ୍ତିକାରୀ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡିଛି । ଏକପାଖିଆ ସ୍ଥିତିରୁ ସାଂଗଠନିକ ବିରୋଧ ଦେଖିଛି ବିଶ୍ବ । ଋଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ହମାସ ଯୁଦ୍ଧ ବହୁ ପ୍ରାକୃତିକ ସମ୍ପଦ ନଷ୍ଟ କରିଛି । ଏସବୁ ସତ୍ତ୍ବେ ଦେଶ ଦେଶ ମଧ୍ୟରେ ଥିବା ନିର୍ଭରଶୀଳତା ଅନ୍ୟ ଦେଶମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରିଛି । ଯେପରିକି ଚୀନ ନିଜର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଋଷିଆ ସହ ଉତ୍ତମ ସମ୍ପର୍କ ରଖି ଆସିଛି ।

ଏହା ବି ପଢନ୍ତୁ...ଋଷ-ୟୁକ୍ରେନ ଯୁଦ୍ଧରେ ଭାରତର ଆଭିମୁଖ୍ୟ, ସାମ୍ନାରେ ଅନେକ ଆହ୍ବାନ - India Stakes In Russia Ukraine War

ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଅନେକ ପ୍ରକାର ଆକଳନ କରାଯାଉଛି । ଯୁଦ୍ଧର ପରିଣାମ ଯେପରି ଭାରତ ଉପରେ ନପଡୁ ସେ ଦିଗରେ ବିଶେଷ ଭାବରେ ଚିନ୍ତା କରାଯାଉଛି । ଉପୁଜିବାକୁ ଥିବା କଠିନ ପରିସ୍ଥିତିରୁ ଭାରତ ବର୍ତ୍ତିଯିବା ପଛର କାରଣ କ'ଣ ହୋଇପାରେ ? ଆମେରିକା ସହ ସୁଦୃଢ ସମ୍ପର୍କ ନା ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କ ସହ ଭଲ ସମ୍ପର୍କ ? ଚୀନ ସହ ଭାରତର ସମ୍ପର୍କରେ ତିକ୍ତତା ଥିଲେ ସୁଦ୍ଧା ଏହାକୁ ଖାତିର ନକରି କ୍ରମାଗତ ଭାବେ ଋଷିଆ ଭାରତର ଭଲ ବନ୍ଧୁ ହୋଇପାରିଛି ।

Last Updated : Jun 17, 2024, 10:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.