ETV Bharat / opinion

କମୁଛି ବହୁମୁଖୀ ଦାରିଦ୍ର୍ୟତା ନା ବଢୁଛି ଅର୍ଥନୈତିକ ଅସମାନତା ?

Declining Poverty Issue: ନୀତି ଆୟୋଗର ରିପୋର୍ଟ ଅନୁସାରେ, ଭାରତରେ କମୁଛି ଗରିବଙ୍କ ସଂଖ୍ୟା । ଅନ୍ୟପଟେ ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ୮ ବର୍ଷ ଧରି ବ୍ୟୟ ସମ୍ପର୍କରେ କୌଣସି ସର୍ଭେ କରାଯାଇନାହିଁ । ଏ ସମ୍ପର୍କରେ ମିଜୋରାମ ସେଣ୍ଟ୍ରାଲ ୟୁନିଭରସିଟି ପ୍ରଫେସର ଡକ୍ଟର ଏନଭିଆର ଜ୍ୟୋତି କୁମାରଙ୍କ ଆଲେଖ୍ୟ ପଢନ୍ତୁ

ବହୁମୁଖୀ ଦାରିଦ୍ର୍ୟତା
ବହୁମୁଖୀ ଦାରିଦ୍ର୍ୟତା
author img

By ETV Bharat Odisha Team

Published : Feb 7, 2024, 10:21 PM IST

ଲେଖକ- ଡକ୍ଟର ଏନଭିଆର ଜ୍ୟୋତି କୁମାର

ପ୍ରଫେସର, ମିଜୋରାମ ସେଣ୍ଟ୍ରାଲ ୟୁନିଭରସିଟି

ହାଇଦ୍ରାବାଦ: ଭାରତରେ କମୁଛି ଗରିବଙ୍କ ସଂଖ୍ୟା । ନୀତି ଆୟୋଗ ରିପୋର୍ଟ ଅନୁସାରେ, ଜାନୁଆରୀ ସୁଦ୍ଧା ପାଖାପାଖି ୨୫ କୋଟି ଲୋକ ମଲ୍ଟି ଡାଇମେନସନାଲ ପଭର୍ଟି (MDP) ବା ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ଯେଉଁମାନେ କି ଗତ ୯ ବର୍ଷ ଧରି ବହୁମୁଖୀ ଦାରିଦ୍ର୍ୟତା ସମ୍ମୁଖୀନ ହୋଇଆସୁଥିଲେ । ଏହି ତଥ୍ୟ ସମ୍ପର୍କରେ ପ୍ରକାଶ କରିଛନ୍ତି ନୀତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ଏବଂ ବରିଷ୍ଠ ଉପଦେଷ୍ଟା ଯୋଗେଶ ସୁରୀ । ୟୁନାଇଟେଡ ନେସନ ଡେଭଲପମେଣ୍ଟ ପ୍ରୋଗ୍ରାମ (UNDP),ଅକ୍ସଫୋର୍ଡ ପଲିସି ଏବଂ ହ୍ୟୁମାନ ଡେଭଲପମେଣ୍ଟ ଇନିସିଏଟିଭରୁ ସେମାନେ ଏଭଳି ତଥ୍ୟ ଜାଣିବାକୁ ପାଇଛନ୍ତି ।

ଏହି ତଥ୍ୟର ବିଶ୍ଳେଷଣ ପରେ ବିଶକିତ ଭାରତ ସଂକଳ୍ପ ଯାତ୍ରା (VBSY) ଦ୍ବାରା ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମ ଦ୍ବାରା ବହୁ ସଂଖ୍ୟାରେ ଲୋକେ ଉପକୃତ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି, ଏହି ପରିସଂଖ୍ୟାନ ସେମାନଙ୍କ ଜୀବନଶୈଳୀ ବିଷୟରେ ଦର୍ଶାଉଛି ଯେଉଁମାନେ ସରକାରୀ ଯୋଜନା ଦ୍ବାରା ଉପକୃତ ହୋଇଛନ୍ତି । ସେପଟେ ନୀତି ଆୟୋଗ ରିପୋର୍ଟକୁ ନେଇ କଂଗ୍ରେସ କହିଛି, 'ଜୁମ୍ଲା ତାଲିକାରେ ଏହା ହେଉଛି ଆଉ ଏକ ଜୁମ୍ଲା' ।

ପୂର୍ବରୁ କେନ୍ଦ୍ର ସରକାର ପ୍ରତିଶୃତି ଦେଇଥିଲେ ଯେ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ବିଶ୍ବର ଚତୁର୍ଥ ଦେଶ ଭାବେ ଉଭା ହେବ । 'ବିକଶିତ ଭାରତ' ଦ୍ବାରା ୨୦୪୭ ସୁଦ୍ଧା ଭାରତରେ କ୍ଷୁଧା ଏବଂ ଦାରିଦ୍ର୍ୟତା ସମ୍ପୂର୍ଣ୍ଣ ଭାବେ ମୂଳପୋଚ୍ଛ ହୋଇପାରିବ କି ? ଭାରତର ପରିସଂଖ୍ୟାନ ଭିତ୍ତିଭୂମି ରାଜନୀତିକରଣର ସମ୍ମୁଖୀନ ହେଉଛି । MDP ବିଷୟରେ ନୀତି ଆୟୋଗ ରିପୋର୍ଟ କହୁଛି, ୨୦୦୫-୦୬ ମସିହାରେ ନୀତି ଆୟୋଗ ରିପୋର୍ଟରେ ଦୃଢୋକ୍ତି ପ୍ରକାଶ କରାଯାଇ କୁହାଯାଇଥିଲା ଯେ, ଦେଶ ବିକାଶ ଆଡ଼କୁ ଗତି କରୁଛି । UN-Sustainable Development Goal (SDG ୧.୨) ଆଧାରରେ ଦାରିଦ୍ର୍ୟତାକୁ ଅଧା କରାଯିବାର ଲକ୍ଷ୍ୟ ରହିଥିଲା ।

ଏହାସହ ପୋଷଣ ଅଭିଯାନ, ଆନେମିଆ ମୁକ୍ତ ଭାରତ, ଉଜ୍ଜ୍ବଳ ଯୋଜନା ଆଦି ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ନେଇ ରିପୋର୍ଟରେ ଦର୍ଶାଯାଇଥିଲା । ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ଭାରତରେ ବହୁମୁଖୀ ଦାରିଦ୍ର୍ୟତା ହ୍ରାସ ପାଇଛି । ୨୦୧୩-୧୪ବର୍ଷରେ ୨୯.୧୭% ଥିବାବେଳେ ୨୦୨୨-୨୩ରେ ଏହି ସଂଖ୍ୟା ୧୧.୨୮ %କୁ ଖସି ଆସିଛି । BIMARU ରାଜ୍ୟ ଅର୍ଥାତ୍ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହି ସଂଖ୍ୟା ଅଧିକ ମାତ୍ରାରେ ହ୍ରାସ ପାଇଥିବା ଜଣାପଡ଼ିଛି । ଉଦାହରଣ ସ୍ବରୂପ ଉତ୍ତରପ୍ରଦେଶରେ ୫.୯୪ କୋଟି ଲୋକ MDPରୁ ମୁକ୍ତି ପାଇଛନ୍ତି, ବିହାରରେ ୩.୭୭ କୋଟି, ମଧ୍ୟପ୍ରଦେଶରେ ୨.୩୦ କୋଟି ଏବଂ ରାଜସ୍ଥାନରେ ଏହି ସଂଖ୍ୟା ରହିଛି ୧.୮୭ କୋଟି । ୨୦୩୦ ପୂର୍ବରୁ SDG ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଟାର୍ଗେଟ୍ ପୂରଣ କରିବ ବୋଲି ଆଶା ରହିଥିବା ରିପୋର୍ଟରେ କୁହାଯାଇଛି ।

ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୮୧.୩୫ କୋଟି ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ଉଲ୍ଲେଖ ରହିଛି । ଗ୍ରାମୀଣ ଓ ସହରାଞ୍ଚଳ ଜନସଂଖ୍ୟାକୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ଖାଦ୍ୟଶସ୍ୟ ବଣ୍ଟନକୁ ଆଉ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଭଳି ନିଷ୍ପତ୍ତି ନିଆଯାଇଛି । ମାତୃ ସ୍ବାସ୍ଥ୍ୟ ସମସ୍ୟା ଏକ ଜଟିଳ ସମସ୍ୟା ହୋଇଥିବାବେଳେ ଏହାକୁ ଦୂର କରିବା ଉପରେ ଗୁରୁତ୍ବ ଦିଆଯାଉଛି ।

ଜିନ୍ ଡ୍ରେଜେଙ୍କ ସମେତ ବହୁ ଅର୍ଥନୈତିଜ୍ଞ ଦାରିଦ୍ର୍ୟତାର ମାପକାଠି ଭାବେ MPIର ଭୂମିକା ଉପରେ ଅନୁସନ୍ଧାନ କରିଛନ୍ତି । ସେମାନଙ୍କ ମତରେ ଯଦିଓ MPI ତଥ୍ୟ ଦାରିଦ୍ର୍ୟ ସୂଚକାଙ୍କ ଭାବେ ବ୍ୟବହାର କରାଯାଏ । ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (MPI) ହେଉଛି ଏକ ବିଶ୍ବସ୍ତରୀୟ ସ୍ବୀକୃତିପ୍ରାପ୍ତ ଅନୁସନ୍ଧାନ ସଂସ୍ଥା ଯାହା ଆର୍ଥିକ ଦିଗ ବ୍ୟତୀତ ଏକାଧିକ ଦିଗରେ ଦାରିଦ୍ର୍ୟକୁ ବିବେଚନା କରିଥାଏ ।

ଦେଶ ଭିତରେ ଅସମାନତା ଏବଂ ଅନ୍ୟ ଦେଶ ସହ ଥିବା ଭେଦଭାବ ଦୂର ହେବାର ଆବଶ୍ୟକତା ରହିଛି । କାରଣ ଏହି ଅସମାନତା କାରଣରୁ ଦାରିଦ୍ର୍ୟତା ଦୀର୍ଘ ସମୟ ଧରି ବଳବତ୍ତର ରହୁଛି । ବିଶ୍ବବ୍ୟାପୀ ପ୍ରାୟ ୮୦୦ ମିଲିୟନ ଶ୍ରମିକ ମୁଦ୍ରାସ୍ଫୀତି ବଜାୟ ରଖିବାରେ ବିଫଳ ହୋଇଛନ୍ତି । ସେହିପରି ଧନୀ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ କଥା କହିବାକୁ ଗଲେ ୫ ଜଣ ବ୍ୟକ୍ତି ୨୦୨୦ ସୁଦ୍ଧା ଘଣ୍ଟାପ୍ରତି ୧୪ ମିଲିୟନ ଲେଖାଏଁ ବୃଦ୍ଧି କରିପାରିଛନ୍ତି । UN-SDGs ର ଆକଳନ ଅନୁସାରେ, ୨୦୩୦ ସୁଦ୍ଧା ବିଶ୍ବରୁ ଦାରିଦ୍ର୍ୟ ଦୂରୀକରଣ ହେବାର ଆଶା ରହିଛି । ଅପରପକ୍ଷେ, ଅନେକ ଅର୍ଥନୀତିଜ୍ଞ MPIକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.