ETV Bharat / opinion

ଭାରତ ଓ ଏହାର ଏସୀୟ ପଡ଼ୋଶୀ; ସ୍ବାଧୀନତାର ୭୮ ବର୍ଷ ପରେ କାହାର ସ୍ଥିତି କେଉଁଠି ? - India and its Asian Neighbors

author img

By ETV Bharat Odisha Team

Published : Aug 17, 2024, 5:56 PM IST

Updated : Aug 17, 2024, 7:51 PM IST

India and its Asian Neighbors after 78 years of Independence: ଭାରତ ସହିତ ପ୍ରାୟ ଅଧିକାଂଶ ଏସୀୟ ରାଷ୍ଟ୍ର ସ୍ବାଧୀନତା ପାଇଥିଲେ । ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ୭୮ ବର୍ଷ ମଧ୍ୟରେ ଭାରତ ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଇର୍ଷଣୀୟ ସଫଳତା ହାସଲ କରିଥିବା ବେଳେ ଅନ୍ୟ ପଡୋଶୀ ଦେଶରେ କେମିତି ରହିଛି ସ୍ଥିତି ? ପଢନ୍ତୁ ଏହି ରିପୋର୍ଟରେ

ଭାରତ ଓ ଏହାର ଏସୀୟ ପଡ଼ୋଶୀ; ସ୍ବାଧୀନତାର ୭୮ ବର୍ଷ ପରେ କାହାର ସ୍ଥିତି କେଉଁଠି ?
ଭାରତ ଓ ଏହାର ଏସୀୟ ପଡ଼ୋଶୀ; ସ୍ବାଧୀନତାର ୭୮ ବର୍ଷ ପରେ କାହାର ସ୍ଥିତି କେଉଁଠି ? (ETV Bharat Odisha)

ନୂଆଦିଲ୍ଲୀ: ସ୍ବାଧୀନତାର ୭୮ତମ ବର୍ଷ ପାଳନ କରିଛି ଭାରତ, ଏହି ୮ ଦଶନ୍ଧି ମଧ୍ୟରେ ଔପନିବେଶିକ ଶାସନ ଅଧୀନରେ ଥିବା ଏକ ଗରୀବ ଦେଶରୁ ଇର୍ଷଣୀୟ ସଫଳତା ହାସଲ ସହିତ 'ବିକାଶତ ଭାରତ' ପଥରେ ଅଗ୍ରସର ହେଉଛି । ଆଜି ବିଶ୍ବ ରାଜନୀତିରେ ଭାରତକୁ ଏକ ବଡ଼ ଖିଲାଡି ଏବଂ ଆର୍ଥିକ ମହାଶକ୍ତି ଭାବରେ ଦେଖାଯାଉଛି । ଭାରତ ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ସାମ୍ରାଜ୍ୟବାଦର ଜଞ୍ଜିର ଭାଙ୍ଗି ସ୍ବାଧୀନ ହୋଇଥିଲେ ।

୧୯୪୭ ମସିହାରେ ପାକିସ୍ତାନ ସହିତ ଭାରତକୁ ସ୍ବାଧୀନତା ମିଳିଥିଲା । ୧୯୪୮ରେ ଶ୍ରୀଲଙ୍କା ଏବଂ ମିଆଁମାର ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲେ । ଅପରପକ୍ଷେ, ୧୯୪୯ ମସିହାରେ ଚୀନ ଏକ ସ୍ବତନ୍ତ୍ର ରାଷ୍ଟ୍ର ହୋଇଥିଲା । ଅନେକ ଏପରି ଏସୀୟ ରାଷ୍ଟ୍ର ମଧ୍ୟ ଥିଲେ ଯେଉଁମାନେ ବିଳମ୍ବରେ ସ୍ବାଧୀନତା ପାଇଥିଲେ । ୧୯୬୫ରେ ମାଳଦ୍ବୀପ ଏବଂ ୧୯୭୧ରେ ପଡୋଶୀ ବାଂଲାଦେଶ ସ୍ବାଧୀନ ହୋଇଥିଲା । ତେବେ, ଜାପାନ କେବେବି ଏହି ଉପନିବେଶବାଦ ଶାସନର ବଶବର୍ତ୍ତୀ ନଥିଲା ତେଣୁ ଏଠାରେ ସ୍ବାଧୀନତା ଦିବସ ପାଳନ ହୁଏ ନାହିଁ ।

ୟୁରୋପ, ଆଫ୍ରିକା ଓ ମଧ୍ୟପ୍ରାଚ୍ୟର ମଧ୍ୟ ଅନେକ ଦେଶ ଭାରତ ସହିତ ନଚେତ୍ ଭାରତ ପରେ ସ୍ବାଧୀନତା ପାଇଥିଲେ । ଏହିସବୁ ଦେଶ ଏବଂ ଏସୀୟ ଦେଶଗୁଡିକ ମଧ୍ୟରେ ସାମାଜିକ, ଆର୍ଥିକ, ଧାର୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ଅନେକାଂଶରେ ସମାନତା ଦେଖାଯାଏ । ଏମିତିରେ ଭାରତ ସହିତ ନିଜର ସ୍ବାଧୀନ ଯାତ୍ରା ଆରମ୍ଭ କରିଥିବା ଏହି ଦେଶଗୁଡିକ ତୁଳନାରେ ଆମର ସ୍ଥିତି କ'ଣ ? ଏଥିପାଇଁ ଆମକୁ ଭାରତର ଅବିଶ୍ବସନୀୟ ବିକାଶର କାହାଣୀ ବୁଝିବାର ଆବଶ୍ୟକତା ଅଛି ।

ଭାରତର ବିକାଶ କାହାଣୀ:

ପ୍ରାୟତଃ ଦୁଇ ଶତାବ୍ଦୀ ଧରି ଭାରତ ଔପନିବେଶବାଦ ଶାସନର ଅଧୀନ ଥିଲା । ୧୯୪୭ ମସିହା ସ୍ବାଧୀନତା ପର୍ଯ୍ୟନ୍ତ ଏକ ଗରୀବ ଦେଶର ପରିଚୟ ମୁଣ୍ଡାଇଥିଲା । ପ୍ରସିଦ୍ଧ କ୍ୟାମ୍ବିଜ ଐତିହାସିକ ଅଙ୍ଗସ ମାଡିସନଙ୍କ ପ୍ରକାଶିତ ତଥ୍ୟ ଅନୁଯାୟୀ, ୧୭୦୦ ମସିହାରେ ବିଶ୍ବର ମୋଟ ଆୟରେ ଭାରତ ଯୋଗଦାନ ୨୨.୬% ଏବଂ ୟୁରୋପରେ ୨୩.୩% ଥିଲା । କିନ୍ତୁ ୧୯୫୨ ବେଳକୁ ଏହି ହାର ରହିଥିଲା ମାତ୍ର ୩.୮% । ଏଥିରୁ ଜଣାପଡେ, ବ୍ରିଟିଶ ଶାସନ କାଳରେ ଭାରତକୁ କେମିତି ଶୋଷଣର ଶିକାର ହେବାକୁ ପଡିଥିଲା । ଆଜି ଆଜାଦିର ୭୮ ବର୍ଷ ପରେ ଭାରତ ୩.୭ ଟ୍ରିଲିୟନ ଡଲାର ଜିଡିପି ସହିତ ବିଶ୍ବର ୫ମ ବୃହତ୍ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି ।

ଏକ ଉଦାରବାଦୀ ଗରୀବ ରାଷ୍ଟ୍ରରୁ ଦ୍ରୁତ ବିକାଶଶୀଳ ତଥା ଶକ୍ତିଶାଳୀ ରାଷ୍ଟ୍ରର ଏହି ଯାତ୍ରା ଭାରତ ପାଇଁ ଆଦୌ ସହଜସାଧ୍ୟ ନଥିଲା । ସ୍ବାଧୀନତାର ପ୍ରାରମ୍ଭିକ ସମୟରେ ମଧ୍ୟ ଭାରତର ଅର୍ଥନୈତିକ ବିକାଶ ଅତି ଶିଥିଳ ରହିଥିଲା, କିନ୍ତୁ ରାଜ୍ୟମାନେ ଆର୍ଥିକ ବ୍ୟାପାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହିତ ଅର୍ଥନୀତିକୁ ଗତି ମିଳିଥିଲା । ଏହି ସମାଜବାଦୀ ମଡେଲ ଆରମ୍ଭରେ ଯଦିଓ ଫଳାଫଳ ଦେଇଥିଲା, କିନ୍ତୁ ଲାଇସେନ୍ସ ଓ ପରମିଟ୍ ଦ୍ବାରା ଚାଳିତ ଏକ ରିଗ୍ରେସିଭ ଇକୋନୋମିକ ରିଜାଇମରେ ରୂପାନ୍ତରିତ ହୋଇଥିଲା । ଏହା ଶିଳ୍ପାୟନ ଓ ଘରୋଇ ଉଦ୍ୟୋଗୀକରଣକୁ ଅଟକାଇ ଦେଶର ଅର୍ଥନୀତିକୁ ପଛକୁ ଠେଲି ଦେଇଥିଲା ।

ପରବର୍ତ୍ତୀ ସମୟରେ ଭାରତ ନିଜର ତ୍ରୁଟି ସୁଧାରି ଆର୍ଥିକ ନୀତିରେ ବ୍ୟାପକ ସଂସ୍କାର ଆଣିଥିଲା ଏବଂ ୧୯୯୧ରେ ଉଦାରୀକରଣ, ଜଗତୀକରଣ ଓ ଘରୋଇକରଣକୁ ଗ୍ରହଣ କଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ୪ ଥର (ପାକିସ୍ତାନ ସହ ତିନୋଟି ଏବଂ ଚୀନ ସହିତ ଗୋଟିଏ) ଯୁଦ୍ଧ ଲଢିଥିଲେ ହେଁ ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି ଏବଂ ସମ୍ପ୍ରତି ୧.୪୫ ମିଲିୟନ ସୈନ୍ୟବାହିନୀ ସହିତ ବିଶ୍ବର ଦ୍ବିତୀୟ ସର୍ବବୃହତ ସେନା ରହିଛି । ୩.୭ ଟ୍ରିଲିୟନ ଜିଡିପି ଏବଂ ୨ ମିଲିୟନ ସକ୍ରିୟ ସେନାବାହିନୀର ଏଭଳି ଇର୍ଷଣୀୟ ଉପଲବ୍ଧି ଚୀନ ବ୍ୟତୀତ ଭାରତ ଭଳି ଅନ୍ୟ କୌଣସି ଏସୀୟ ଦେଶ ହାସଲ କରିପାରି ନାହିଁ । ଭାରତର ଏହି ସଫଳତା ସରକାରଙ୍କ ଉପଯୁକ୍ତ ବୈଦେଶିକ ଓ ମୁଦ୍ରାନୀତି ଏବଂ ଉପଯୁକ୍ତ ଦୃଷ୍ଟିକୋଣ ଯୋଗୁଁ ସମ୍ଭବ ହୋଇପାରିଛି ।

ଏସୀୟ ପଡୋଶୀ ରାଷ୍ଟ୍ରଙ୍କ ସ୍ଥିତି କେଉଁଠି ?

ଚୀନ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ମିଆଁମାର ପ୍ରଭୃତି ଦେଶ ଭାରତ ସହିତ ସ୍ବାଧୀନତା ଲାଭ କରିଥିଲେ । କିନ୍ତୁ ବାଂଲାଦେଶ ଓ ମାଳଦ୍ବୀପ ଟିକିଏ ବିଳମ୍ବରେ ସ୍ବାଧୀନ ହୋଇଥିଲେ । ଆଜି ଯେତେବେଳେ ଆମେ ଆମର ପଡୋଶୀ ଦେଶଗୁଡିକୁ ଦେଖୁ, ଅର୍ଥନୀତି, ସୈନ୍ୟ ଶକ୍ତି ଏବଂ ବୈଷୟିକ ବିକାଶ କ୍ଷେତ୍ରରେ ଏକମାତ୍ର ଚୀନକୁ ଭାରତର ପ୍ରତିଦ୍ବନ୍ଦୀ ଭାବେ ଦେଖିବାକୁ ପାଉ । ତେବେ ଏହି ଦୁଇ ଶକ୍ତିଶାଳୀ ଏୟୀୟ ଦେଶ ମଧ୍ୟରେ ଏକ ବଡ଼ ଗୁଣାତ୍ମକ ପାର୍ଥକ୍ୟ ରହିଛି । ଯେଉଁଠି ଚୀନ ଏକଛତ୍ରବାଦୀ ଦମନକାରୀ ଶାସନ ଆଧାରରେ ସଫଳତା ହାସଲ କରିଛି, ସେଠି ଭାରତ ବହୁଦଳୀୟ, ସଂସଦୀୟ ଗଣତନ୍ତ୍ରରେ ଗଣତାନ୍ତ୍ରିକ ସିଦ୍ଧାନ୍ତ ଏବଂ ସର୍ବସମ୍ମତି ଆଧାରରେ ସଫଳ ହୋଇଛି ।

ଭାରତ ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ରିକ ରାଷ୍ଟ୍ର । ଏଠାରେ ପ୍ରତି ୫ ବର୍ଷରେ ଥର ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ସରକାର ଗଠନ ହୁଏ ଯାହାକି ଏକ ବିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ପାଇଁ ଉଲ୍ଲେଖନୀୟ ଉପଲବ୍ଧି ।

ଅପରପକ୍ଷେ, ଧାର୍ମିକ କଟ୍ଟରବାଦୀ ଏବଂ ଆତଙ୍କବାଦୀଙ୍କ ପ୍ରତି ପ୍ରୀତି ରଖୁଥିବା ପାକିସ୍ତାନ ଉଭୟ ଆର୍ଥିକ ଓ ରାଜନୈତିକ ଦୃଷ୍ଟିରୁ ଏକ ବିଫଳ ରାଷ୍ଟ୍ର ରହିଛି । ଶ୍ରୀଲଙ୍କାରେ ମଧ୍ୟ ସାମାଜିକ ଅଶାନ୍ତି କାରଣରୁ ରାଜନୈତିକ ଅସ୍ଥିରତା ଏବଂ ରାଷ୍ଟ୍ରପତିଙ୍କ ଗାଦିଚ୍ୟୁତ ହୋଇଛି । ନିକଟରେ ବାଂଲାଦେଶ ରାଜନୈତିକ ଅସ୍ଥିରତା ଓ ଭୟଙ୍କର ହିଂସାର ସମ୍ମୁଖୀନ ହୋଇଛି । ପ୍ରଧାନମନ୍ତ୍ରୀ ଶେଖ୍ ହସିନା କ୍ଷମତାଚ୍ୟୁତ ହୋଇ ବିଦେଶରେ ଆତ୍ମଗୋପନ କରିଛନ୍ତି । ଦେଶରେ ଭବିଷ୍ୟତ ଏକ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ।

ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଅଧିନରେ ମାଳଦ୍ବୀପ ମଧ୍ୟ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଭାରତ ଉପରେ ବ୍ୟାପକ ନିର୍ଭରଶୀଳତା ସତ୍ତ୍ବେ ଚୀନ ସହିତ ଅଧିକ ଘନିଷ୍ଠତା ଦେଖାଇବା ଆଗାମୀ ଦିନରେ ଏହାର ଆର୍ଥିକ ସମସ୍ୟାଙ୍କୁ ଆହୁରି ଜଟିଳ କରିବ । ଏହିଭଳି ଭାରତର ଅଧିକାଂଶ ପଡୋଶୀ କଠିନ ସମୟ ମଧ୍ୟରେ ଗତି କରିବା ସହ ବିଦେଶୀ ଚାପ ଆଗରେ ନଇଁ ପଡୁଛନ୍ତି । ଅନ୍ୟପକ୍ଷେ, ଭାରତ ନିଜର ଅଦ୍ଭୁତପୂର୍ବ ବୈଦେଶିକ ନୀତି ଏବଂ ଆର୍ଥିକ ସଫଳତା ସହିତ ବିଶ୍ବ ରାଜନୀତିରେ ଗୁରୁତ୍ତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଛି ।

ଏବେ ଭାରତ 'ବିକାଶିତ ରାଷ୍ଟ୍ର' ପଥରେ ଅଗ୍ରସର ହେଉଛି, ଏହାର ଅର୍ଥ ନୁହେଁ ଯେ ଏହା ଆଗରେ କୌଣସି ଚ୍ୟାଲେଞ୍ଜ ନାହିଁ । କିନ୍ତୁ ସେ ନିଜର ଅନ୍ୟ ପଡୋଶୀଙ୍କ ବିପରୀତ ଏକ ସ୍ବତନ୍ତ୍ର ଓ ସାର୍ବଭୌମ ଦେଶ ରୂପେ ସବୁ ଚ୍ୟାଲେଞ୍ଜକୁ ଅତି ପରିପକ୍ବ ଭାବରେ ପରିଚାଳନା କରୁଛି । ୧୯୬୫ରେ, ସିଙ୍ଗାପୁର ସ୍ବଳ୍ପ ଆୟଭିତ୍ତିକ ଅର୍ଥବ୍ୟବସ୍ଥାରୁ ଦ୍ରୁତଗତିରେ ଉଚ୍ଚ ଆୟ ସମ୍ପନ୍ନ ଅର୍ଥବ୍ୟବସ୍ଥାରେ ବିକଶିତ ହୋଇଥିଲା । ସ୍ବାଧୀନତା ପରେ ଏହାର ଜିଡିପି ପ୍ରାୟ ୭ ପ୍ରତିଶତ ଅଭିବୃଦ୍ଧି ସହିତ ବିଶ୍ବରେ ସର୍ବାଧିକ ଥିଲା ଏବଂ ପ୍ରଥମ ୨୫ ବର୍ଷରେ ଏହି ହାର ୯.୨ ପ୍ରତିଶତ ରହିଥିଲା ।

ସିଙ୍ଗାପୁର ଓ ଦକ୍ଷିଣ କୋରିଆ ସ୍ବାଧୀନତା ପରେ ଖୁବ୍ କମ୍ ସମୟରେ ଉଲ୍ଲେଖନୀୟ ଅର୍ଥନୈତିକ ସଫଳତା ପାଇଥିବା ଦୁଇ ଦେଶ । ୧୯୬୫ରେ ସିଙ୍ଗାପୁର ଏକ ସ୍ବାଧୀନ ରାଷ୍ଟ୍ର ହୋଇଥିଲା, ସେତେବେଳେ ଏହା ଦକ୍ଷିଣ ଆଫ୍ରିକା ଭଳି ଗରୀବ ଥିଲା । ଠିକ୍ ସେହିଭଳି ସାଉଥ କୋରିଆ ୧୯୪୮ରେ ଜାପାନୀ ଶାସନରୁ ମୁକ୍ତ ହୋଇଥିଲା । ହେଲେ ଆଜି ସେ ବିଶ୍ବରେ ଇକୋନୋମିକ ପାୱାରହାଉସ ଭାବେ ଦଣ୍ଡାୟମାନ ହୋଇଛି ।

Last Updated : Aug 17, 2024, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.