ETV Bharat / opinion

ହାଉସିଂ ଫାଇନାନ୍ସ କମ୍ପାନୀଗୁଡିକ ପାଇଁ ନିୟମାବଳୀ ଢାଞ୍ଚାର ସମନ୍ବୟ - Housing Finance Companies

author img

By ETV Bharat Odisha Team

Published : Aug 21, 2024, 4:40 PM IST

Updated : Aug 21, 2024, 4:56 PM IST

Harmonization of Regulatory Frameworks For Housing Finance Companies: ଭାରତରେ ଗୃହ ଋଣ ପ୍ରଦାନ ପାଇଁ ଏହି କ୍ଷେତ୍ର ପାଇଁ ବିଭିନ୍ନ ଆର୍ଥିକ ଢାଞ୍ଚା ଆଣିଥିଲେ । ଗୃହ ଋଣ ପ୍ରଦାନକାରୀ ସଂସ୍ଥା ଏବଂ ଅଣ-ବ୍ୟାଙ୍କ ଫାଇନାନ୍ସ କମ୍ପାନୀ ପାଇଁ ଏହି ନିୟମାବଳୀ ଆସିଛି । ଅଧିକ ପଢନ୍ତୁ

Representational Image
Representational Image (Getty Images)

Narayan S Kumar

ହାଉସିଂ ଫାଇନାନ୍ସ କମ୍ପାନୀ (ଏଚଏଫସି), ଏନବିଏଫସି ଏବଂ ବ୍ୟାଙ୍କଗୁଡିକ ବ୍ୟକ୍ତି ବିଶେଷ ଏବଂ କର୍ପୋରେଟ କ୍ଷେତ୍ରକୁ ହାଉସିଂ ଫାଇନାନ୍ସ (ଗୃହ ଋଣ) ପ୍ରଦାନ କରିଥାନ୍ତି । ସେମାନେ ଋଣ ଗ୍ରହୀତାଙ୍କୁ ଆବଶ୍ୟକୀୟ ଋଣ ପ୍ରଦାନ କରିଥାନ୍ତି । ସହରାଞ୍ଚଳ ଏବଂ ବଡ ବଡ ସହର ଏବଂ ସଂଗଠିତ କ୍ଷେତ୍ରରେ ବ୍ୟାଙ୍କଗୁଡିକ ଗୃହ ଋଣ ପ୍ରଦାନ କରୁଥିବା ବେଳେ ଏଚଏଫସି ଏବଂ ଏନବିଏଫସି ଗୁଡିକ ସହରାଞ୍ଚଳ ଉପକଣ୍ଠ ଏବଂ ଅଣସଂଗଠିତ କ୍ଷେତ୍ରରେ ଗୃହ ଋଣ ପ୍ରଦାନରେ ସକ୍ରିୟ ରହିଛନ୍ତି । ଏହି ସଂସ୍ଥାଗୁଡିକ ସାଧାରଣତଃ ଋଣ କାରବାର ଏବଂ ଗ୍ରାହକ ସନ୍ତୁଷ୍ଟି ଉପରେ ନିର୍ଭରଶୀଳ । ନିକଟ ଅତିତରେ ବ୍ୟାଙ୍କଗୁଡିକ ଏବଂ ଏନବିଏଫସି ଏକାଠି ଆଗେଇ ଆସିଥିଲେ ସମାଜର ଭୂମିହୀନ ଲୋକଙ୍କ ପାଇଁ । ଆରବିଆଇ ମଧ୍ୟ କୋ-ଲେଣ୍ଡିଂ ଏବଂ ଡିଜିଟାଲ କୋ-ଲେଣ୍ଡିଂ ନିୟମାବଳୀ ଆଣିଛି ।

କିନ୍ତୁ ଅନ୍ୟପଟେ, ଗୃହ ଋଣ ପ୍ରଦାନକାରୀ ସଂସ୍ଥ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ 12 ତାରିଖରେ (ଅଗଷ୍ଟ 12, 2024) ଏକ ମିଳିତ ନିର୍ଦ୍ଦେଶନାମା ଜାରି କରିଥିଲେ (ନିୟମାବଳୀ ଢାଞ୍ଚାର ସମନ୍ବୟ ) । ଭାରତରେ ଗୃହ ଋଣ ପ୍ରଦାନ ପାଇଁ ଏହି କ୍ଷେତ୍ର ପାଇଁ ବିଭିନ୍ନ ଆର୍ଥିକ ଢାଞ୍ଚା ଆଣିଥିଲେ । ଗୃହ ଋଣ ପ୍ରଦାନକାରୀ ସଂସ୍ଥା ଏବଂ ଅଣ-ବ୍ୟାଙ୍କ ଫାଇନାନ୍ସ କମ୍ପାନୀ ପାଇଁ ଏହି ନିୟମାବଳୀ ଆସିଛି । ଯାହା ଭାରତର ଗୃହ ଋଣ କ୍ଷେତ୍ରକୁ ସୁଦୃଢ କରିବା ନିଶ୍ଚିତ ।

ଏହି ବି ପଢନ୍ତୁ-10 ବର୍ଷ ପରେ ଜମ୍ମୁ କାଶ୍ମୀରରେ ନିର୍ବାଚନ; ସୁରକ୍ଷା କର୍ମୀଙ୍କ ଆଗରେ ବଡ ଚ୍ୟାଲେଞ୍ଜ, ପାକିସ୍ତାନର ଛାୟାଯୁଦ୍ଧ - Elections in J and K

କମ୍ପାନୀର ଆସେଟ୍ ବୁକ୍ (ସମ୍ପତ୍ତି ପରିମାଣ) ଏବଂ ବ୍ୟବସାୟିକ ଦିଗକୁ ଲକ୍ଷ୍ୟ କରି ନିୟମାବଳୀ ଆସିଛି । ତେବେ ଏହି ସ୍ବତନ୍ତ୍ର ନିୟମାବଳୀକୁ ସମସ୍ତ ଆର୍ଥିକ ଅନୁଷ୍ଠାନ ସ୍ବାଗତ କରିଛନ୍ତି । କିନ୍ତୁ ଏହା (ସ୍ବତନ୍ତ୍ର ନିୟମାବଳୀ) ଆଗରେ ବଡ ଚ୍ୟାଲେଞ୍ଜ ରହିଛି କି, ଛୋଟ ଛୋଟ ଋଣ ପ୍ରଦାନକାରୀ ସଂସ୍ଥା ଧିରେ ଧିରେ ଆଗକୁ ବଢିପାରିବେ ନାହିଁ । ଏହା ସହିତ ଆଗକୁ ଲଙ୍ଗ୍ ରନ ( ଅଧିକ ଦିନ)ରେ ଏହି କମ୍ପାନୀ କ୍ଷତିଗ୍ରସ୍ତ ହେବେ । ଫଳରେ ସେହି ସମସ୍ତ ସଂସ୍ଥା ପାଇଁ ଆସିଥିବା ସ୍ବତନ୍ତ୍ର ନିୟମ କାର୍ଯ୍ୟକାରୀ ହୋଇପାରିବ ନାହିଁ ।

ଏହା ବି ପଢନ୍ତୁ- ଭାରତ ଓ ଏହାର ଏସୀୟ ପଡ଼ୋଶୀ; ସ୍ବାଧୀନତାର ୭୮ ବର୍ଷ ପରେ କାହାର ସ୍ଥିତି କେଉଁଠି ? - India and its Asian Neighbors

12 ଅଗଷ୍ଟରେ ଆସିଥିବା ବିଜ୍ଞପ୍ତିରେ ସମସ୍ତ ବୈଶିଷ୍ଟ ସାମ୍ନାକୁ ଆସିଛି । ସେଗୁଡିକ ହେଲା-

ଗତ 2019 ଅଗଷ୍ଟ 9 ତାରିଖରେ HFC ଗୁଡିକ ପାଇଁ ଆସିଥିବା ସ୍ବତନ୍ତ୍ର ନିୟମାବଳୀ ଜାତୀୟ ହାଉସିଂ ବ୍ୟାଙ୍କ (ଏଏଚବି)ରୁ ରିଜର୍ଭ ବ୍ୟାଙ୍କକୁ ସ୍ଥାନାନ୍ତର (ପ୍ରଦାନ) ହୋଇଥିଲା ।

ସେହିପରି, ଏଚଏଫସିମାନଙ୍କୁ ମିଳୁଥିବା ଛାଡ ରିହାତି ଉଠି ଯାଇଛି । ରିଜର୍ଭ ବ୍ୟାଙ୍କ,ଚ୍ୟାପ୍ଟର ଆଇଆଇଆଇ-ବି, 1934 ଅଧିନରେ ଏହା ମିଳୁଥିଲା । ତେବେ ଜାତୀୟ ହାଉସିଂ ବ୍ୟାଙ୍କ ଆଇନ, 1987 ସେକ୍ସନ 29-ବି ଏବଂ 29-ସି ଅଧିନରେ ସମସ୍ତ ସେବା ପାଇଁ ଏଚଏଫସି ଆବେଦନ କରିପାରିବେ ।

2023 ଅକ୍ଟୋବରରେ ଆରବିଆଇ ଏକ ମାଷ୍ଟର ଡାଇରେକ୍ଟସନ୍ ଜାରି କରିଥିଲା । ଅଣ-ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ ପାଇଁ ମଧ୍ୟ ନିୟମ ଆସିଥିଲା । ଏହି ନିୟମ ଅଧିନରେ ଏଚଏଫସି ସଂସ୍ଥା ମାନେ ଆବେଦନ ରିଜର୍ଭ ବ୍ୟାଙ୍କରେ ଆବେଦନ କରିପାରେ ।

ତେବେ ଆର୍ଥିକ କ୍ଷେତ୍ରର ବିକାଶ ଏବଂ ଆର୍ଥିକ ଅନୁଷ୍ଠାନ ପ୍ରତି ବ୍ୟାପକ ନଜର ରଖିବା ପାଇଁ ସମୟ ସମୟରେ ଏପରି ନିୟମାବଳୀ ଆସୁଅଛି । 1987, ଏନଏଚବି ଆଇନ, ସେକ୍ସନ 29-ବି ଅଧନରେ ନିୟମ ଥିଲା କି, ଏଚଏଫସି ଗୁଡିକ 13 ପ୍ରତିଶତ ଲିକ୍ୟୁଡ୍ ଆସେଟ୍ ପବ୍ଲିକ୍ ଡିପୋଜିଟ୍ ବିରୋଧରେ ରଖିବେ, କିନ୍ତୁ ଏହା ବର୍ତ୍ତମାନ 15 ପ୍ରତିଶତକୁ ବୃଦ୍ଧି ପାଇଛି । 2025 ଜୁଲାଇ 1 ତାରିଖ ସୁଦ୍ଧା ଏହା ବୃଦ୍ଧି ପାଇଛି । ତେବେ ପବ୍ଲିକ୍ ଡିପୋଜିଟରେ ଅତିକମରେ 10 ପ୍ରତିଶତ ସିକ୍ୟୁରିଟି ମନି ସହିତ 15 ପ୍ରତିଶତ ଲିକ୍ୟୁଡ୍ ଆସେଟ୍ ପବ୍ଲିକ୍ ଡିପୋଜିଟ୍ ବିରୋଧରେ ରହିବ ।

ରିଜର୍ଭ ବ୍ୟାଙ୍କ ଏଚଏଫସି ଗୁଡିକ ପାଇଁ ଆଣିଥିବା ଲିକ୍ୟୁଡି ଆସେଟ୍ ନିୟମାବଳୀ ମାଷ୍ଟର ଡାଇରେକ୍ଟସନ୍ ପାରା 40 ଅଧିକୃତ । ଏହା ଅଣ-ବ୍ୟାଙ୍କ ଫାଇନାନ୍ସ କମ୍ପାନୀ ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ ପାଇଁ ଲାଗୁ । ତେବେ ଏହି ନିୟମ 2021ରେ ଉଠାଇ ଦିଆଯାଇଛି । ତେବେ ନୂଆ ଆଇନ ପାରା 33 ଅଧିନରେ ଆସିଛି ।

ଏହା ସହିତ ପବ୍ଲିକ ଡିପୋଜିଟ ଏବଂ ଟେନ୍ୟୁର ମଧ୍ୟ ବୃଦ୍ଧି ପାଇଛି । ଏହା ପୂର୍ବରୁ 3 ଥିବା ବେଳେ ବର୍ତ୍ତମାନ 1.5କୁ ଆସିଛି (ନେଟ୍ ଓନଡ୍ ଫଣ୍ଡ) । ଅର୍ଥାତ ଏହି ସମୟ 120 ମାସରୁ 60 ମାସକୁ ହ୍ରାସ ପାଇଛି ।

ମାଷ୍ଟର ଡାଇରେକ୍ସନ ପାରା 30 ଅଧିନରେ ଏହି ନିୟମ ଆସିଛି । ରିଜର୍ଭ ବ୍ୟାଙ୍କ ଏହି ନିୟମ ଅଣ-ବ୍ୟାଙ୍କ ଆର୍ଥିକ କମ୍ପାନୀମାନଙ୍କ ପାଇଁ ଆଣିଛି, ଯେଉଁମାନେ ପବ୍ଲିକ୍ ଡିପୋଜିଟ୍ ଗ୍ରହଣ କରୁଛନ୍ତି । ଏହା ଉଭୟ କମ୍ପାନୀର ବ୍ରାଞ୍ଚ ଏବଂ ଟଙ୍କା ସଂଗ୍ରହ କରୁଥିବା ଏଜେଣ୍ଟ ପାଇଁ ଲାଗୁ ।

ତେବେ ନିକଟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଅର୍ବାନ 2.0 ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏହା ଅଧିନରେ ସହରାଞ୍ଚଳରେ 2024-25ରୁ 2028-29 ମଧ୍ୟରେ ଏକ କୋଟି ଘର ନିର୍ମାଣ ହେବ । ଯୋଜନାର ଯୋଗ୍ୟ ହାତାଧିକାରୀଙ୍କୁ ସହରାଞ୍ଚଳରେ ଘର ନିର୍ମାଣ କରିବାକୁ ପଡିବ ନହେଲେ ଘର କିଣିବା, ନହେଲେ ଘର ଭଡା ନେବାକୁ ପଡିବ । ଏହି ଯୋଜନାରେ ଫୋକସରେ ରହିବେ ଭୂମିହୀନ ଶ୍ରେଣୀର ଲୋକେ, ଅର୍ଥାତ ବସ୍ତି ବାସିନ୍ଦା, ଏସିଏସଟି-ଅନୁସୁଚିତ ଜାତି, ଜନଜାତି, ବିଧବା, ଭିନ୍ନକ୍ଷମ । ତେବେ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ନାରାରେ ଉଭୟ କେନ୍ଦ୍ର ସରକାର ଏବଂ ଆଇବିଆଇ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଛନ୍ତି ।

Last Updated : Aug 21, 2024, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.