ETV Bharat / opinion

ନେପାଳରେ ନୂଆ ରାଜନୈତିକ କ୍ରମବିକାଶଃ, ଭାରତର ଆଭିମୁଖ୍ୟ - Political developments in Nepal

author img

By Aroonim Bhuyan

Published : Jul 2, 2024, 3:38 PM IST

ନେପାଳ ରାଜନୀତିରେ ନୂଆ କ୍ରମବିକାଶଃ । ଅସ୍ଥିରତା ମଧ୍ୟରେ ସଙ୍କଟରେ ଦହଲଙ୍କ ମେଣ୍ଟ ସରକାର । କିପରି ରହିବ ପ୍ରଥମ ପଡୋଶୀ ଭାରତର ଆଭିମୁଖ୍ୟ । ପଢନ୍ତୁ ଅରୁଣିମ ଭୂୟାଁଙ୍କ ଆଲେଖ୍ୟ ...

ନେପାଳରେ ନୂଆ ରାଜନୈତିକ କ୍ରମବିକାଶଃ, ଭାରତର ଆଭିମୁଖ୍ୟ
ନେପାଳରେ ନୂଆ ରାଜନୈତିକ କ୍ରମବିକାଶଃ, ଭାରତର ଆଭିମୁଖ୍ୟ (ETV Bharat Odisha)

ନୂଆଦିଲ୍ଲୀ: ହିମାଳୟ ପର୍ବତର ପାଦଦେଶରେ ଥିବା କ୍ଷୁଦ୍ରରାଷ୍ଟ୍ର ନେପାଳରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ଏବେ ସେଠାକାର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ କ୍ଷମତାରେ ତିଷ୍ଠି ରହିବାକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି । ପୁଷ୍ପ କମଲ ତାଙ୍କ କ୍ଷମତା ବଜାୟ ରଖି ପାରିବେ କି ନାହିଁ, ତାହାକୁ ନେଇ ଏବେ କଳ୍ପନା କଳ୍ପନା ଆରମ୍ଭ ହୋଇଛି । ଏହିକ୍ରମରେ ନେପାଳରେ ଏକାଧିକ ରାଜନୈତିକ ଘଟଣାକ୍ରମ ମଧ୍ୟ ଦେଖିବାକୁ ମିଳିଛି । ଶନିବାର ନେପାଳ କମ୍ୟୁନିଷ୍ଟ ପାର୍ଟିର ଲେନିନିଷ୍ଟ (CPN-UML) ପାର୍ଟିର ନେତା କେ.ପି ଶର୍ମା ଓଲି ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଏକ ରୁଦ୍ଧଦ୍ବାର ବୈଠକ କରିଥିଲେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ତଥା କମ୍ୟୁନିଷ୍ଟ ପାର୍ଟି (ମାଓ) (CPN-Maoist Centre) ପାର୍ଟି ନେତା ଦହଲଙ୍କ ସହ ମଧ୍ୟ ବୈଠକ କରିଥିଲେ । ଶନିବାର ଅନୁଷ୍ଠିତ ଏହି ବୈଠକ ପରେ ଦେଓବା ସୋମବାର ନେପାଳ କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ପୂର୍ବତନ କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ମଧ୍ୟ କରିଛନ୍ତି ।

ବର୍ତ୍ତମାନ ଘଟଣାକ୍ରମରେ ଏହା ସ୍ମରଣ କରାଯାଇପାରେ ଯେ, ଚଳିତବର୍ଷ ମାର୍ଚ୍ଚରେ ଦହଲ ତାଙ୍କର ତତ୍କାଳୀନ ମିଳିତ ସହଯୋଗୀ ଦଳ ‘ନେପାଳୀ କଂଗ୍ରେସ’ ସହ ସମ୍ପର୍କ ଛିନ୍ନ କରିଥିଲେ ଏବଂ CPN-UMLକୁ ବାମପନ୍ଥୀ ମେଣ୍ଟର ଏକ ସହଯୋଗୀ ଦଳ ହେବାକୁ ଆମନ୍ତ୍ରଣ ମଧ୍ୟ କରିଥିଲେ । ଏହା ପରେ ନେପାଳୀ କଂଗ୍ରେସ, ବିରୋଧୀ ଦଳ ଆସନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା । ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ନେପାଳ ରାଜନୀତିରେ ‘CPN-UML’ ଏବଂ ‘ନେପାଳୀ କଂଗ୍ରେସ’ ହେଉଛି ଦୁଇଟି ବୃହତ ରାଜନୈତିକ ଦଳ । ଦହଲ ଓ ତାଙ୍କ ଦଳ ସରକାର ଗଠନ କରିବା ପାଇଁ ଏହି ଦୁଇ ଦଳ ଉପରେ ନିର୍ଭର କରିବା ପାଇଁ ଏକପ୍ରକାର ବାଧ୍ୟ ମଧ୍ୟ ।

ବର୍ତ୍ତମାନ ସମୟରେ କେ.ପି ଶର୍ମା ଓଲି ଏହି ସ୍ଥିତିରେ ଖୁସି ନଥିବା ମଧ୍ୟ ଚର୍ଚ୍ଚା ହେଉଛି । ମାତ୍ର କିଛି ସପ୍ତାହ ପୂର୍ବରୁ ଗୃହରେ ଦହଲ ସରକାର ଦ୍ବାରା ଆଗତ ହୋଇଥିବା ବାର୍ଷିକ ବଜେଟକୁ କଡା ସମାଲୋଚନା କରିଥିଲେ କେପି । ଏହା ‘ମାଓଇଷ୍ଟ ବଜେଟ’ ବୋଲି କହିବା ପାଇଁ ମଧ୍ୟ ଓଲି କୁଣ୍ଠାବୋଧ କରିନଥିଲେ । ମାତ୍ର କିଛି ଦିନର ବ୍ୟବଧାନ ପରେ ଏବେ ସେ ଦହଲଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବାରେ ଲାଗିଛନ୍ତି । ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟ୍ଟରେ ପ୍ରଧାନମନ୍ତ୍ରୀ ଦହଲ ମଧ୍ୟ ଖୁସି ନୁହଁନ୍ତି । ଓଲି-ଦେବୁବାଙ୍କ ମଧ୍ୟରେ ରୁଦ୍ଧଦ୍ବାର ବୈଠକ ପରେ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ‘କାଠମାଣ୍ଡୁ ପୋଷ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଜଣେ ବିରୋଧୀଦଳ ନେତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦହଲ ଏହା ନିଜେ ସ୍ୱୀକାର କରିଛନ୍ତି ଯେ, ଦେଶରେ ବର୍ତ୍ତମାନ ସ୍ଥିତି ଦୀର୍ଘସ୍ଥାୟୀ ନୁହେଁ ।

ସ୍ଥାନୀୟ ଅନ୍ୟ ଏକ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଜଣେ ପ୍ରବକ୍ତାଙ୍କ ସୂଚନା ଅନୁସାର, ଏହି ବୈଠକରେ ବର୍ତ୍ତମାନର ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି । ଏବେ ସରକାର କିପରି ତିଷ୍ଠି ରହିବ ଓ ପ୍ରଭାବୀ ଢଙ୍ଗରେ ସରକାରୀ କାର୍ଯ୍ୟ ଜାରି ରଖିବ ସେ ନେଇ ଆଲୋଚନା ହୋଇଥିଲା । ଏକାଧିକ ପ୍ରସଙ୍ଗରେ ସମାଧନ ଆଡକୁ ଆଲୋଚନା ଯାଇଛି । କିଛି ସକରାତ୍ମକ ନିଷ୍ପତ୍ତି ମଧ୍ୟ ହୋଇଛି ।

ନେପାଳରେ ଅସ୍ଥିରତା ଭାରତ ପାଇଁ କେତେ ପ୍ରାସଙ୍ଗିକ:-

ତେବେ ନେପାଳରେ ଏହି ସ୍ଥିତି ମଧ୍ୟରେ ପ୍ରଶ୍ନ ଉଠୁଛି ପଡୋଶୀ ଦେଶ ଭାରତ ପାଇଁ ଏହି ସବୁ ରାଜନୈତିକ କ୍ରମଃବିକାଶର ପ୍ରାସଙ୍ଗୀକତା କଣ ରହିଛି ? ‘ଇଣ୍ଟରନ୍ୟାସନାଲ ରିଲେସନ ଆଣ୍ଡ ଷ୍ଟଡିଜ’ର ପ୍ରଫେସର ହର୍ଷ ଭି.ପନ୍ତଙ୍କ ଅନୁସାରେ, ଭାରତ ଦ୍ବିପାକ୍ଷିକ ସମ୍ପର୍କ କାରଣରୁ ନେପାଳରେ ସର୍ବଦା ଏକ ସ୍ଥିର ସରକାର ଆଶା କରେ । ଏଥିସହ ପ୍ରଫେସର ପନ୍ତ ଆହୁରି ମଧ୍ୟ କହିଛନ୍ତି ଯେ, କାଠମାଣ୍ଡୁରେ କ୍ଷମତାରେ ଥିବା କୌଣସି ସରକାର ସହ ଭାରତ ସହ କାର୍ଯ୍ୟ କରୁଛି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ,ଏକଦା ଭାରତର କଠୋର ବିରୋଧୀ ଭାବେ ଜଣାଶୁଣା ଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ତାଙ୍କର ଭାରତ ବିରୋଧୀ ସ୍ବର ନରମ ହୋଇଥିଲା ଓ ନୂଆଦିଲ୍ଲୀ ସହ ସେ ଦ୍ବିପାକ୍ଷିକ ସମ୍ପର୍କିତ କାର୍ଯ୍ୟ ଆଗକୁ ବଢାଇଥିଲେ ।

ଅନ୍ୟ ଏକ ଘଟଣାକ୍ରମରେ ନେପାଳରେ ବର୍ତ୍ତମାନ ଶାସନରେ ଥିବା ବାମପନ୍ଥୀ ସରକାର ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ ଅନ୍ୟ ଏକ ପ୍ରସଙ୍ଗରେ ଆଲୋଚନା କରିଛି । ଜିନପିଙ୍ଗଙ୍କ ବହୁଚର୍ଚ୍ଚିତ ପ୍ରକଳ୍ପ ‘ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍’ (ବିଆରଆଇ) ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କାଠମାଣ୍ଡୁ, ବେଜିଂ ସହିତ ଆଲୋଚନା ଆରମ୍ଭ କରିଥିବା ମଧ୍ୟ ଜଣାପଡିଛି ।

ଏଠାରେ ସୂଚନାଯୋଗ୍ୟ ଯେ ନେପାଳ ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ନାରାୟଣ କାଜି ଶ୍ରେଷ୍ଟାଙ୍କ ଚଳିତବର୍ଷ ମାର୍ଚ୍ଚରେ ବେଜିଂ ଗସ୍ତ ସମୟରେ ନେପାଳ ଏବଂ ଚୀନ୍ ଶୀଘ୍ର BRI ପ୍ରକଳ୍ପ କାର୍ଯ୍ୟକାରୀ ଯୋଜନା ସ୍ୱାକ୍ଷର କରିବାକୁ ସହମତ ହୋଇଥିଲେ । ଶ୍ରେଷ୍ଟା ଏବଂ ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗୟିଙ୍କ ମଧ୍ୟରେ ପ୍ରତିନିଧୀ ସ୍ତରୀୟ ଆଲୋଚନା ସମୟରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଯଦିଓ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇ ନାହିଁ, ନେପାଳ ଏବଂ ଚୀନ୍ ମଧ୍ୟରେ କୌଣସି ଉଚ୍ଚସ୍ତରୀୟ ଗସ୍ତ ସମୟରେ ଏହା ହୋଇପାରେ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । 2017ରେ ନେପାଳ ଚୀନ ମଧ୍ୟରେ ଏହି ପ୍ରକଳ୍ପ ନେଇ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ବେଳେ 2019 ପର୍ଯ୍ୟନ୍ତ ଏହା ଆଗେଇ ପାରିନଥିଲା ।

ଏହାକୁ କାର୍ଯ୍ୟକାରୀ କରି ନେପାଳ ଚୀନ ଠାରୁ ଅତିରିକ୍ତ ଋଣ ନେବାକୁ ଚାହୁଁନଥିବା ସ୍ପଷ୍ଟ କରିଥିଲା । କାରଣ ଗତ ଦଶନ୍ଧି ମଧ୍ୟରେ ନେପାଳର ବାର୍ଷିକ ଋଣ ସେବା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତେବେ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ମଧ୍ୟ ଭିନ୍ନ ଥିଲା । ପ୍ରଥମରୁ ନୂଆଦିଲ୍ଲୀ ଏହି ପ୍ରକଳ୍ପକୁ ବିରୋଧ କରିଆସିଛି । କାରଣ ଏହି ପ୍ରକଳ୍ପ ଚୀନ ପାକିସ୍ତାନ ଇକୋନୋମିକ କରିଡର (CPEC) ସହ ମଧ୍ୟ ସମ୍ପୃକ୍ତ, ଯାହାକୁ ନୂଆଦିଲ୍ଲୀ ସିଧାସଳଖ ବିରୋଧ କରିଆସୁଛି । ତେଣୁ ନେପାଳ ପରି ନିକଟତମ ପଡୋଶୀ ଦେଶରେ ରାଜନୈତିକ ସ୍ଥିରତା ବଜାୟ ରହିବା ପାଇଁ ଭାରତ ପାଇଁ ଜରୁରୀ ବୋଲି ମଧ୍ୟ କିଛି ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞ ମତ ଦିଅନ୍ତି ।

‘Conflict, Education and People’s War in Nepal ଶୀର୍ଷକ ପୁସ୍ତକର ଲେଖକ ସଞ୍ଜୀବ ରାୟ ‘ଇଟିଭି ଭରତ’ କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 1990 ଦଶକରୁ ନେପାଳ ରାଜନୀତି ଦେଖି ଆସିଛି । ଯେତେବେଳେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରନ୍ତି ନାହିଁ, ସେତେବେଳେ ଆପଣ କିଛି ପୂର୍ବାନୁମାନ କରିପାରିବେ ନାହିଁ । କିନ୍ତୁ ପୁନର୍ବାର ସେଠାରେ ଗଣତନ୍ତ୍ରର ଏକ ଦିଗ ରହିଛି ବୋଲି ମଧ୍ୟ କୁହାଯାଇ ପାରିବ । ନେପାଳ ଏବଂ ଭାରତ ପରସ୍ପର ସହ ସାଂସ୍କୃତିକ ସମ୍ପର୍କ ମଧ୍ୟ ଆଦାନ ପ୍ରଦାନ କରିଥାନ୍ତି । ଭାରତର କୂଟନୈତିକ ସମ୍ପର୍କ ମଧ୍ୟ ନେପାଳ ସହ ରହିଛି । ତେଣୁ ନେପାଳରେ କେଉଁ ଦଳ ସରକାର ଗଢିଲେ ମଧ୍ୟ ଭାରତ ଏହାକୁ ସାମ୍ନା କରିବ । ଭାରତ ପାଇଁ ଏହାର ନିକଟବର୍ତ୍ତୀ ଦେଶରେ ସ୍ଥିରତା ବଜାୟ ରହିବା ଏକ ପ୍ରମୁଖ ପ୍ରାଥମିକତା ମଧ୍ୟ । ଏହି ବିଚାର ସହ ନେପାଳରେ ଭାରତ ଏକ ସ୍ଥିର ସରକାର ଚାହୁଁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.