ETV Bharat / opinion

ଗଣତନ୍ତ୍ର ଏବଂ ଶାସନ; ଜୀବନ୍ତ ଗଣତନ୍ତ୍ର କିପରି ଶାସନ କ୍ଷମତାକୁ ଜଟିଳ କରେ ? ଜାଣନ୍ତୁ - Democracy and governance

author img

By ETV Bharat Odisha Team

Published : Jun 29, 2024, 6:05 PM IST

2024 ନିର୍ବାଚନରେ ବିରୋଧୀ ଦଳ ଅଧିକ ଶକ୍ତିଶାଳୀ ହୋଇଛି । ଭାରତୀୟ ଗଣତନ୍ତ୍ର ପାଇଁ ଏହା ନିଶ୍ଚିତ ଭାବେ ଶୁଭଙ୍କର । ତେବେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର ଓ ଶାସନ ମଧ୍ୟରେ କିପରି ତାଳମେଳ ରହିବା ଆବଶ୍ୟକ । ତେବେ ଜୀବନ୍ତ ଗଣତନ୍ତ୍ର କିପରି ଶାସନ କ୍ଷମତାକୁ ଜଟିଳ କରେ ତାହା ଉପରେ ପଢନ୍ତୁ ଲେଖକ ଅନିଲ କୁମାର ଭାଦିରାଜୁଙ୍କ ଏହି ଆଲେଖ୍ୟ

Democracy and governance
Democracy and governance (File Photo)

ହାଇଦ୍ରାବାଦ: ଦେଶରେ ସରିଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । 2024 ନିର୍ବାଚନ ଭାରତରେ ନିର୍ବାଚନୀ ଗଣତନ୍ତ୍ର ଜୀବନ୍ତ କି ନାହିଁ ଥିବା ସନ୍ଦେହକୁ ଦୂର କରିଛି । 400 ପାର୍‌ ନାରା ଦେଉଥିବା NDA 300 ବି ପାର୍‌ କରିପାରିନଥିବା ବେଳେ ସେପଟେ ବିରୋଧୀ ଦଳ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି । ଭାରତୀୟ ଗଣତନ୍ତ୍ର ପାଇଁ ଏହା ନିଶ୍ଚିତ ଭାବେ ଶୁଭଙ୍କର । ନୂଆ କେନ୍ଦ୍ର ସରକାରରେ ଦେଖିବାକୁ ମିଳୁଥିବା କୌତୁହଳପୂର୍ଣ୍ଣ କଥା ହେଉଛି ଏହା କେବଳ ଉତ୍ତମ ଶାସନ ପାଇଁ ନିଜର ସଂକଳ୍ପକୁ ମଜଭୁତ କରିଛି । ଯାହାକି ଗଣତନ୍ତ୍ର ଏବଂ ଉତ୍ତମ ଶାସନ ଉପରେ ବିତର୍କକୁ ଆହ୍ବାନ କରେ ।

ମୁଁ ଯୁକ୍ତି ବାଢିବାକୁ ଚାହେଁ ଯେ ପ୍ରଭାବଶାଳୀ ଗଣତନ୍ତ୍ର ଖୋଦ ଉତ୍ତମ ଶାସନର ସଙ୍କେତ ହୋଇଥିବାବେଳେ ଗଣତନ୍ତ୍ର ଏବଂ ଶାସନର କାର୍ଯ୍ୟ ଦ୍ବନ୍ଦ୍ବ ହୋଇପାରେ । ଏହାର କାରଣ ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟାଗୁଡ଼ିକ ସଂସ୍ଥାଗତ ପ୍ରକ୍ରିୟାଗୁଡ଼ିକୁ ଅନ୍ତର୍ଭୁକ୍ତ କରେ ଯାହା ସମୟ ସାପେକ୍ଷ । ଦ୍ବିତୀୟରେ ଗଣତାନ୍ତ୍ରିକ ରାଷ୍ଟ୍ର ସମୟେ ସମୟେ ବିଶୃଙ୍ଖଳିତ ରାଜନୀତିର ସମ୍ମୁଖୀନ ହୁଏ । ଏହି ଦୁଇଟି କାରଣ ଯୋଗୁଁ 'ଶାସନ' ଶବ୍ଦର ଅର୍ଥକୁ ଜଟିଳ କରିଥାଏ । ବିଶେଷକରି ପ୍ରଶାସନ ଏବଂ ଅର୍ଥନୀତିରେ ନବ-ଉଦାରବାଦୀ ସଂସ୍କାର ଆଣିବା ପାଇଁ ଏକ ଗଣତନ୍ତ୍ରରେ 'ଶାସନ' କଠୋର ବିରୋଧର ସମ୍ମୁଖୀନ ହୋଇଥିବାର ନଜିର ରହିଛି । ଶାସନ ସଂସ୍କାରର ବିରୋଧ କେବଳ ବିରୋଧୀ ଦଳ ନୁହେଁ, ଅମଲାତନ୍ତ୍ରର ବିଭିନ୍ନ ସ୍ତର ସମେତ ବିଭିନ୍ନ ହିତାଧିକାରୀଙ୍କଠାରୁ ମଧ୍ୟ ଆସିଥାଏ ।

ଗଣତନ୍ତ୍ରରେ ଆଲୋଚନା, ବୁଝାମଣା ଏବଂ ମନାଇବା ଅନ୍ତର୍ଭୁକ୍ତ । ଉଦାରବାଦୀ ଗଣତନ୍ତ୍ରକୁ ‘ଆଲୋଚନା ଦ୍ବାରା ସରକାର’ କୁହାଯାଏ । ଯଦି ନୂତନ ଏନଡିଏ ସରକାର ଏବଂ ଏହାର ସହଯୋଗୀ ଦଳମାନେ ଶାସନ କରିବାକୁ ଚାହୁଁଛନ୍ତି, ତେବେ ସେମାନେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ମିଳିତ ସରକାରରେ ଏହା ବେଶ ଗୁରୁତ୍ବପୂର୍ଣ୍ଣ, ଯେଉଁଠାରେ ସହଯୋଗୀ ଦଳଗୁଡିକର ଦାବିକୁ ବିରୋଧୀ ଦଳର ସମାଲୋଚନା ପରି ମହତ୍ବ ଦିଆଯିବା ଆବଶ୍ୟକ । ନୂଆ ସରକାର ଉଭୟ କେନ୍ଦ୍ର ଓ ରାଜ୍ୟ ସଂସଦ ଓ ବିଧାନସଭାକୁ ହାଲୁକାରେ ନେଇପାରିବେ ନାହିଁ ।

ଏହା ବି ପଢନ୍ତୁ- ଭାରତର ନୂତନ ମେଣ୍ଟ ସରକାର ଆଗରେ ବିକଶିତ ଭାରତ ସ୍ବପ୍ନ ସାକାର ଦିଗରେ ସୁଯୋଗ ଓ ସମସ୍ୟା

ସଂସଦ ରାଜ୍ୟ ବିଧାନସଭା ପାଇଁ ‘ଆଲୋଚନା ଦ୍ବାରା ସରକାର’ର ଏକ ମଡେଲ ପ୍ରଦାନ କରିବା ଉଚିତ । ସଂସଦରେ ବିରୋଧୀ ଦଳର ସଦସ୍ୟ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ସେମାନଙ୍କୁ ନିଲମ୍ବନ କରିବା ଉଚିତ ନୁହେଁ । ନୂତନ ସରକାରଗୁଡିକ ଯାହା ଆବଶ୍ୟକ କରନ୍ତି ତାହା ହେଉଛି ନିରନ୍ତର ଚେତନା ଯେ ଲୋକମାନେ ସେମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ବାରା ଭୋଟ୍ ଦେଇଛନ୍ତି ଏବଂ ସଂସଦ ବିଧାନସଭା ଭିତରେ ତଥା ବାହାରେ ସମାନ ପ୍ରକ୍ରିୟାକୁ ସମ୍ମାନ ଦିଆଯିବା ଉଚିତ ।

ପରିଶେଷରେ, ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ବିଭିନ୍ନ ଏଜେନ୍ସି ମାଧ୍ୟମରେ ବିରୋଧୀଙ୍କ ସ୍ବରର ଚପାଇବାକୁ ଉଦ୍ୟମ କରୁଥିବା ପ୍ରଭାବଶାଳୀ ଶାସନ କ୍ଷମତା ଉପରେ ପୁନର୍ବିଚାର କରାଯିବା ଉଚିତ । ଏହି ଏଜେନ୍ସି ଗୁଡ଼ିକର ବେଆଇନ ଭାବେ ବ୍ୟବହାର ସମ୍ପ୍ରତି ନିର୍ବାଚନରେ ​​ବିରୋଧୀଙ୍କୁ ଅଧିକ ଶକ୍ତିଶାଳୀ କରିପାରିଛି । ଏଣୁ ଏବେ ନୂଆ ସରକାର ନିରନ୍ତର ସଚେତନତା ସହିତ ଶାସନ ପ୍ରତି ଯତ୍ନଶୀଳ ହେବା ଉଚିତ । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକଛତ୍ରବାଦ ଶାସନ ଯେକୌଣସି ସରକାରକୁ ଭାରି ପଡ଼ିପାରେ । ଏହାର ଫଳ 2024 ନିର୍ବାଚନ ଭଳି ଶାସନ କ୍ଷମତାରେ ପରିବର୍ତ୍ତନ ଛଡ଼ା ଆଉ କିଛି ନୁହେଁ । ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ରାଜନୀତି ଥରେ ରାଜନୀତିର ମୂଳଦୁଆକୁ ସୁଦୃଢ କରିବା ପରେ ଅଧିକ ଶକ୍ତିଶାଳୀ ହୋଇଉଠେ । ତେଣୁ ଗଣତନ୍ତ୍ର ଏବଂ ଶାସନ ମଧ୍ୟରେ ସମ୍ପର୍କକୁ ବିଚାର କରିବାର ବହୁତ ଆବଶ୍ୟକତା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.