ETV Bharat / opinion

ବିଶ୍ୱ କର୍କଟ ଦିବସ, ଚିକିତ୍ସା କ୍ଷେତ୍ରରେ ପରାମର୍ଶ-ନିରାକରଣ ଗୁରୁତ୍ୱପୂର୍ଣ୍ଣ

author img

By ETV Bharat Odisha Team

Published : Feb 5, 2024, 3:30 PM IST

Updated : Feb 6, 2024, 6:17 PM IST

World Cancer Day: କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନା କରାଇବା ବିଶ୍ୱ କର୍କଟ ଦିବସର ଉଦ୍ଦେଶ୍ୟ । ଚିକିତ୍ସା କ୍ଷେତ୍ରରେ ପରାମର୍ଶ-ନିରାକରଣ ଗୁରୁତ୍ୱପୂର୍ଣ୍ଣ । ଏ ସମ୍ପର୍କରେ ପଢନ୍ତୁ ଡାକ୍ତର ପି ରଘୁରାମଙ୍କ ଆଲେଖ୍ୟ

World Cancer Day
ଡାକ୍ତର ପି ରଘୁରାମ

ଲେଖକ: ଡାକ୍ତର ପି ରଘୁରାମ (କିମ୍ସ ଉଷାଲକ୍ଷ୍ମୀ ସ୍ତନ କର୍କଟ କେନ୍ଦ୍ର, ହାଇଦ୍ରାବାଦ)

ହାଇଦ୍ରାବାଦ: ବିଶ୍ୱର ସବୁଠାରୁ ମାରାତ୍ମକ ରୋଗ ଭାବେ ଉଭା ହୋଇଛି କ୍ୟାନ୍ସର । ପ୍ରତିବର୍ଷ ପ୍ରାୟ 14,00000 ଜଣ କ୍ୟାନ୍ସର ରୋଗୀ ଚିହ୍ନଟ ହୋଉଥିବା ବେଳେ 85,0000ଜଣଙ୍କର ମୃତ୍ୟୁ ମଧ୍ୟ ହେଉଛି । ସୁନାମି ଭଳି ଚିହ୍ନଟ ହେଉଛନ୍ତି ରୋଗୀ । ଯାହାକି ସ୍ବାସ୍ଥ୍ୟ ବିଭାହ ପାଇଁ ଏକ ଚିନ୍ତାର କାରଣ ସାଜିଛି ।

ପ୍ରତିବର୍ଷ ଫେବୃଆରୀ 4 ତାରିଖରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଏ । କର୍କଟ ରୋଗ ସମ୍ପର୍କରେ ଜନସଚେତନା ସୃଷ୍ଟି କରିବା, ଶୀଘ୍ର ଚିହ୍ନଟ, ନିରାକରଣ, ଚିକିତ୍ସା ଏବଂ ରୋଗରେ ପୀଡିତ ଲୋକଙ୍କୁ ଉତ୍ତର ସ୍ୱାସ୍ଥ୍ୟସେବା ଯୋଗାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କ୍ୟାନ୍ସର ଚିହ୍ନଟ ହେବା ସହିତ ଅନେକ ସମସ୍ୟା ମଧ୍ୟ ଉଭା ହୋଇଥାଏ । ଚିକିତ୍ସା ଦ୍ୱାରା ଜଣେ ରୋଗୀ ଶାରୀରିକ, ମାନସିକ, ଆର୍ଥିକ ଏବଂ ଭାବାଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ବିଜ୍ଞାନର ଅଗ୍ରଗତି ହେଉଥିଲେ ସୁଦ୍ଧା ଯୋଗାଯୋଗର ଅଭାବ ଏବଂ ପ୍ରଭାବଶାଳୀ ଚିକିତ୍ସାର ଅଭାବ ପ୍ରତିବନ୍ଧକ ଭାବେ ଉଭା ହୋଇଥାଏ ।

ଅଳ୍ପ ବୟସରେ କ୍ୟାନ୍ସର ଚିହ୍ନଟ ହେବା ଏକ ବଡ ବଡ ଝଟକା ହୋଇଥାଏ । କାରଣ ଏହାକୁ ଗ୍ରହଣ କରିବା ସମସ୍ତ ପକ୍ଷେ କଷ୍ଟକର ହୋଇଥାଏ । ଜୀବନ ଉପରେ ନିୟନ୍ତ୍ରଣ ହରାଇବାର ଭାବନା ଆସିଥାଏ। ଏହାସହ ଚିନ୍ତା, କୋଧ ସହିତ ଅନ୍ୟ ଭାବନା ମଧ୍ୟ ଜାଗ୍ରତ ହୋଇଥାଏ । ବିଶେଷକରି ମୃତ୍ୟୁର ଭୟ ଆତ୍ମବିଶ୍ୱାସକୁ ହରାଇଥାଏ । ବିଶେଷକରି ମହିଳାମାନେ ଯେତେବେଳେ ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥାଆନ୍ତି ସେତେବେଳେ ପ୍ରଥମ ପ୍ରଶ୍ନ ମନକୁ ଆସେ " ମୁଁ ମୋର ସ୍ତନ ହରାଇ ଦେବି କି ?"

ଏହା ମଧ୍ୟ ପଢନ୍ତୁ: ଆଜି ବିଶ୍ବ କର୍କଟ ଦିବସ: ଜାଣନ୍ତୁ ଏହାର କାରଣ, ଲକ୍ଷଣ, ନିରାକରଣ

କର୍କଟ ରୋଗ ଚିହ୍ନଟ ହେବା ଦ୍ୱାରା କେବଳ ଶରୀର ନୁହେଁ ଏହା ଦ୍ୱାରା ଆତ୍ମବିଶ୍ବାସ ମଧ୍ୟ ଦୁର୍ବଳ ହୋଇଥାଏ । ତେଣୁ କେବଳ ଶାରୀରିକ ଭାବେ ଚିକିତ୍ସା କରିବା ପର୍ଯ୍ୟାପ୍ତ ହେବ ନାହିଁ । ତେଣୁ ପରାମର୍ଶ ଦାତା ମଧ୍ୟ ରୋଗୀଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିବାର ଆବଶ୍ୟକତା ରହିଥିବା ନେଇ କୁହାଯାଇଛି । ରୋଗୀଙ୍କ ସହିତ ତାଙ୍କ ସମ୍ପର୍କୀୟଙ୍କୁ ସଠିକ ସୂଚନା ଦେବା, ପ୍ରତି ସ୍ତରରେ ସାଙ୍ଗରେ ରହିବା ଏବଂ ମନୋବଳ ବୃଦ୍ଧି କରିବାର ଆବଶ୍ୟକତା ରହିଛି ।

ଡାକ୍ତରଙ୍କ କହିବା ଅନୁସାରେ, ଉପଯୁକ୍ତ ପରାମର୍ଶ 50 ପ୍ରତିଶତ ଚିକିତ୍ସା ସହିତ ସମକକ୍ଷ ଅଟେ । ଏହା ଶରୀର ଏବଂ ମନକୁ ସୁଦୃଢ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ରୋଗୀ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ଉପଯୁକ୍ତ ସମ୍ପର୍କ ରହିବା ଆବଶ୍ୟକ । ସମ୍ୱେଦନଶୀଳ ଏବଂ ସହାୟକ ବାତାବରଣରେ ଉପଚାରର ବିକଳ୍ପ ବାହାର କରିବା ଆବଶ୍ୟକ । ମନବିଜ୍ଞାନ ଏବଂ ଭାବନାତ୍ମକ ସମର୍ଥନ ଦ୍ବାରା ଆନ୍ତରିକତା ବା ଆତ୍ମବଳ ବୃଦ୍ଧି ପାଇଥାଏ । "

ରୋଗୀମାନଙ୍କୁ ବିଭିନ୍ନ ଅନୁସନ୍ଧାନର ମହତ୍ତ୍ବ, ଚିକିତ୍ସା ପଦ୍ଧତି, ଦୈନନ୍ଦିନ କାର୍ଯ୍ୟକଳାପ, ପାର୍ଶ୍ୱ ପ୍ରତିକ୍ରିୟା, ଦୀର୍ଘକାଳୀନ ଜଟିଳତା ଏବଂ ଅନ୍ୟାନ୍ୟ ବିଷୟରେ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ । ଅନ୍ୟପଟେ ପ୍ରଶ୍ନଗୁଡିକୁ ମଧ୍ୟ ସ୍ପଷ୍ଟ କିରବା ଡାକ୍ତରଙ୍କ କର୍ତ୍ତବ୍ୟ ଅଟେ । ଯାହା ଦ୍ୱାରା ଚିକିତ୍ସାର ପ୍ରତ୍ୟେକ କ୍ଷେତ୍ର ସହଜ ହୋଇପାରିବ ।

ଡାକ୍ତରଙ୍କ କହିବା ଅନୁସାରେ, ରୋଗୀ ବୁଝିପାରୁଥିବା ଭାଷା ମାଧ୍ୟମରେ ଚିକିତ୍ସା ପଦ୍ଧତିର ବିଶ୍ଲେଷଣ କରିବା ଆବଶ୍ୟକ । ଖରାପ ସୂଚନା ପ୍ରଦାନ କରିବା ସହିତ କରୁଣା ଏବଂ ସହାନୁଭୂତି ମଧ୍ୟ ଦେଖାଇବା ଆବଶ୍ୟକ । ଡାକ୍ତରମାନେ ରୋଗୀମାନଙ୍କୁ ସମୟ ଦେବା ଏବଂ ସେମାନଙ୍କର କଥା ଶୁଣିବା ଆବଶ୍ୟକ । ଏହା ରୋଗୀମାନଙ୍କ ପାଇଁ ଏକ ପୁରସ୍କାର ହେବ । ରୋଗୀମାନଙ୍କ କଥା ଶୁଣିବା ଏବଂ ବୁଝିବା ମହତ୍ତ୍ବପୂରଣ୍ଣ ବୋଲି ମୁଁ ମନେପକାଉଛି ବୋଲି କହିଛନ୍ତି କିମ୍ସ ଉଶାଲକ୍ଷ୍ମୀ ସ୍ତନ କର୍କଟ କେନ୍ଦ୍ରର ବିଶେଷଜ୍ଞ ।

କିଛି ବର୍ଷ ପୂର୍ବରୁ କମ୍ୟୁନିକେସନ ସ୍କିଲ ଭାରତୀୟ ଚିକିତ୍ସା ପାଟ୍ୟକ୍ରମର ଅଂଶ ନଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । 2019 ମସିହା ପରେ ଦେଶରେ ଏପର୍ଯ୍ୟନ୍ତ କୌଣସି ସଂରଚନା ଏବଂ ମୂଲ୍ୟାୟନ ପ୍ରକ୍ରିୟା ନାହିଁ । ଜ୍ଞାନୀ ଏବଂ କୁଶଳୀ ହେଲେ ମଧ୍ୟ କମ୍ୟୁନିକେସନ ଦକ୍ଷତା ପ୍ରଦର୍ଶନ ନକରି ଇଂଲଣ୍ଡରେ ସ୍ନାତକୋତ୍ତର MBBS ପାଠ୍ୟକ୍ରମ କିମ୍ବା ସ୍ପେଶାଲିଷ୍ଟ ଫେଲୋସିପ୍ ପରୀକ୍ଷାରେ ପାସ କରିବା ଅସମ୍ଭବ ଅଟେ । ତେଣୁ ପାଠ୍ୟକ୍ରମ ସହିତ ଉତ୍ତମ ବୁଝାମଣା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ୱ ମତ)

Last Updated : Feb 6, 2024, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.