ETV Bharat / opinion

ଭାରତ-ଚୀନ ସୀମା ଚୁକ୍ତି: ସମ୍ପର୍କ ମଜବୁତ ପାଇଁ ଆହ୍ୱାନ କି? - BILATERIAL TIES

ମଜବୁତ ହେବ କି ଭାରତ-ଚୀନ ସମ୍ପର୍କ ? ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା କେଉଁ ବାର୍ତ୍ତା ଦେଉଛି?

Bilaterial Ties Between India and China
Bilaterial Ties Between India and China (ETV Bharat)
author img

By Aroonim Bhuyan

Published : Nov 2, 2024, 10:20 PM IST

ହାଇଦ୍ରାବାଦ: ପୂର୍ବ ଲଦାଖରେ ଥିବା ବାସ୍ତବିକ ନିୟନ୍ତ୍ରଣ ରେଖା (LAC)କୁ ନେଇ ଜାରି ରହିଛି ବିବାଦ । ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଭାରତ ଏବଂ ଚୀନ ଏକ ଚୁକ୍ତିନାମା କରିବାର ଦିନକ ପରେ ଚୀନର ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଦ୍ବିପାକ୍ଷିକ ସମ୍ପର୍କରେ 4 ବର୍ଷ ଧରି ଅସ୍ଥିରତା ଲାଗି ରହିଥିବାବେଳେ ବର୍ତ୍ତମାନ ଏହି ପଡୋଶୀ ଦେଶ ନିଜର ବୁଝାମଣାକୁ ଗୁରୁତ୍ବ ଦେଇଛନ୍ତି ।

'ଚୀନ୍-ଭାରତ ସମ୍ପର୍କର ନୂତନ ବିକାଶର ନିରନ୍ତର ତଦାରଖ ଏବଂ ଦୃଢତା ଆବଶ୍ୟକ' ଶୀର୍ଷକ ଏକ ସମ୍ପାଦକୀୟରେ ଗ୍ଲୋବାଲ୍ ଟାଇମ୍ସ ପକ୍ଷରୁ କୁହାଯାଇଛି ଯେ, ଏହି ଚୁକ୍ତି 'ଦ୍ବିପାକ୍ଷିକ ସମ୍ପର୍କରେ ସ୍ଥିରତା ଏବଂ ବିକାଶ ଆବଶ୍ୟକ କରେ' । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ମତଭେଦ ଦୂର କରିବା ପାଇଁ ଏହା ଉଭୟ ଦେଶର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଏ । 5 ମେ 2020 ରେ ପୂର୍ବ ଲଦାଖ ସୀମାରେ ବିବାଦ ଉପୁଜିଥିଲା । ପାଙ୍ଗୋଙ୍ଗ ସ୍ତୋ ହ୍ରଦ ଅଞ୍ଚଳରେ ଉଭୟ ପାର୍ଶ୍ବରୁ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଥିଲା। ସେବେଠାରୁ ବାଣିଜ୍ୟ ସମ୍ପର୍କ ବ୍ୟତୀତ ଭାରତ ଏବଂ ଚୀନ୍ ମଧ୍ୟରେ ଅନ୍ୟ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ତେବେ ଚଳିତ ମାସରେ ଋଷରେ ହେବାକୁ ଥିବା ବ୍ରିକ୍ସ (ବ୍ରାଜିଲ, ଋଷ, ଚୀନ, ଭାରତ, ଦକ୍ଷିଣ ଆଫ୍ରିକା) ଶିଖର ସମ୍ମିଳନୀ ପୂର୍ବରୁ ଭାରତ ପୂର୍ବ ଲଦାଖର ସୀମାନ୍ତ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ କରିଛି ।

BRICS ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଜାନ ଯାତ୍ରା ସମୟରେ ଋଷର ଏକ ଗଣମାଧ୍ୟମରେ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ କହିଥିଲେ ଯେ, ଗତ କିଛି ସପ୍ତାହ ଧରି ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ତଥା ସାମରିକ ଆଲୋଚନା ହୋଇଛି । ଯାହାର ଫଳ ସ୍ବରୂପ, ସୀମାରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ଚୁକ୍ତିନାମା ହୋଇଛି । 2020ରେ ହୋଇଥିବା ବିବାଦର ସମାଧାନ ନେଇ ଆଶା ବ୍ୟକ୍ତ କରାଯାଉଛି । " ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ରିକ୍ସ ଶିଖର ସମ୍ମିଳନୀରେ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ଯାହା ସେମାନଙ୍କର ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ବୈଠକ। ଏହି ଆଲୋଚନାବେଳେ ମୋଦି କହିଥିଲେ , "ଉଭୟ ଦେଶ ମଧ୍ୟରେ ବିଶ୍ବାସ, ପରସ୍ପର ପ୍ରତି ସମ୍ମାନ ଏବଂ ସମ୍ବେଦନଶୀଳତା ଆମର ସମ୍ପର୍କର ଆଧାର ହୋଇ ରହିବ।"

ଏହା ମଧ୍ୟ ପଢନ୍ତୁ:-LACର ବିବାଦୀୟ ପୋଷ୍ଟରୁ ସେନା ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ

ଏହା ମଧ୍ୟ ପଢନ୍ତୁ:- ଇରାନ ଉପରେ ପ୍ରତିଶୋଧ ନେଲା ଇସ୍ରାଏଲ, ତେହେରାନ ଉପରେ ବଡ ଆକ୍ରମଣ

ଏଥି ସହିତ ଜିନପିଙ୍ଗ ଉଭୟ ଚୀନ ଏବଂ ଭାରତକୁ ପରସ୍ପରର ବିକାଶ ଆକାଂକ୍ଷାକୁ ଆଗକୁ ନେବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଚୀନ ରାଷ୍ଟ୍ରପତି କହିଛନ୍ତି, "ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରାଯିବା ଉଚିତ ଏବଂ ମତଭେଦ ଦୂର ହେବା ଆବଶ୍ୟକ ।" ଏନେଇ ଗ୍ଲୋବାଲ ଟାଇମ୍ସର ସମ୍ପାଦକୀୟରେ ସମୀକ୍ଷକ ମତ ପ୍ରକାଶ କରିଛନ୍ତି । ସୀମା ସମସ୍ୟାର ସମାଧାନ କରିବାରେ ଦୁଇ ପଡୋଶୀ ପ୍ରମୁଖ ଦେଶ ମଧ୍ୟରେ ଏହି ଚୁକ୍ତି ବିଷୟରେ ସେମାନେ ଉଲ୍ଲେଖ କରିଛନ୍ତି । ଉଭୟ ଦେଶ ମଧ୍ୟରେ ଚୁକ୍ତିନାମା ଆଲୋଚନା ଏକ ସକରାତ୍ମକ ବାର୍ତ୍ତା ପ୍ରଦାନ କରୁଛି ବୋଲି ସମ୍ପାଦକୀୟରେ ଉଲ୍ଲେଖ ରହିଛି ।

ଏହା ବି ପଢନ୍ତୁ...‘ବ୍ରିକ୍ସ’ ଓ ଭାରତ

ଏହା ମଧ୍ୟ ପଢନ୍ତୁ:- ଡିଜିଟାଲ ଆରେଷ୍ଟକୁ ନେଇ ମୋଦିଙ୍କ 3 ଥାକିଆ ମନ୍ତ୍ର; ଆନିମେସନ-ଗେମିଂରେ ଦେଶରେ ନୂଆ କ୍ରାନ୍ତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.