ETV Bharat / opinion

ବାଂଲାଦେଶ ସଙ୍କଟ; ମୁକ୍ତି ଯୁଦ୍ଧରେ ଭାରତର ଅବଦାନର ସ୍ମୃତିକୁ ଟାର୍ଗେଟ, ବିପଦରେ ସ୍ମାରକୀ - Bangladesh Crisis

Bangladesh Crisis: ବାଂଲାଦେଶରେ ଗଠନ ହୋଇସାରିଛି ମଧ୍ୟବର୍ତ୍ତୀକାଳୀନ ସରକାର । ଏବେ ବି ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି। ବାଂଲାଦେଶ ମୁକ୍ତି ଯୁଦ୍ଧ ସହିତ ସ୍ମୃତିକୁ ଲିଭାଇବାକୁ ଚେଷ୍ଟା କରାଯାଉଛି । ମୁକ୍ତି ଯୁଦ୍ଧ ସମୟରେ ଭାରତ ଆଗରେ ୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିଥିଲେ । ଯୁଦ୍ଧ ସରିବା ପରେ ପୂର୍ବ ପାକିସ୍ତାନ ଭାଗକୁ ନେଇ ନୂଆ ବାଂଲାଦେଶ ଜନ୍ମ ଲାଭ କରିଥିଲା । ଭାରତର ଅବଦାନକୁ ଲିଭାଇବାକୁ ଚେଷ୍ଟା କରାଯାଉଛି । ଏହା ଉପରେ ପଢନ୍ତୁ ଇଟିଭି ଭାରତ ନେଟୱର୍କର ସମ୍ପାଦକ ବିଲାଲ ଭଟ୍ଟଙ୍କ ଏହି ଆଲେଖ୍ୟ ।

Bangladesh Crisis
Bangladesh Crisis (ETV Bharat via Liberation War Museum)
author img

By Bilal Bhat

Published : Aug 19, 2024, 8:16 PM IST

ହାଇଦ୍ରାବାଦ: ବାଂଲାଦେଶରେ ହସିନା ସରକାରର ପତନ ପରେ ଗଠିତ ହୋଇଛି ମଧ୍ୟବର୍ତ୍ତୀକାଳୀନ ସରକାର । ନୋବେଲ ପୁରସ୍କାର ବିଜେତା ଡଃ ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଏହି ଆଭ୍ୟନ୍ତରୀଣ ସରକାର ଗଠନ ହୋଇଛି । ତଥାପି ଦେଶରେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି । କାରଣ ନୂଆ ସରକାରରେ ରାଷ୍ଟ୍ରର ଯୁଦ୍ଧ ସ୍ମାରକୀକୁ ଭଙ୍ଗାଯାଉଛି । ଏହି ସ୍ମାରକୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ଓ ବାଂଲାଦେଶ ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ଯୋଗଦାନର ପ୍ରମାଣ । ବାଂଲାଦେଶ ଢାକା ସ୍ଥିତ ମୁକ୍ତି ଯୁଦ୍ଧ ମ୍ୟୁଜିଅମରେ ମୁକ୍ତି ଯୁଦ୍ଧର ଫଟୋଚିତ୍ର ରହିଛି । ଏଥିରେ ଶେଖ ମୁଜିବୁର ରେହମାନ ଓ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଫଟୋ ମଧ୍ୟ ରହିଛି ।

ଭାରତ ଆଗରେ ୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ ଡକ୍ୟୁମେଣ୍ଟରେ ଦସ୍ତଖତ କରିବା ସମୟର ଦୃଶ୍ୟ
ଭାରତ ଆଗରେ ୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ ଡକ୍ୟୁମେଣ୍ଟରେ ଦସ୍ତଖତ କରିବା ସମୟର ଦୃଶ୍ୟ (ETV Bharat via Liberation War Museum)

ମ୍ୟୁଜିଅମର ୱେବସାଇଟ ହୋମପେଜରେ ଶେଖ ମୁଜିବୁର ରେହମାନଙ୍କ ଏକ ଲେଖା 'ଗ୍ରେଟ ଥିଙ୍ଗସ ଆର୍‌ ଆଚିଭିଡ୍‌ ଥ୍ରୋ ଗ୍ରେଟ ସାକ୍ରିଫାଇସ' ଉଲ୍ଲେଖ ରହିଛି । ଅର୍ଥାତ ବଡ଼ ବଳିଦାନ ମାଧ୍ୟମରେ ବଡ଼ ସଫଳତା ହାସଲ କରାଯାଇଥାଏ । ସଂଗ୍ରହାଳୟ ହେଉଛି ଏକ ପ୍ରମୁଖ ଅନୁଷ୍ଠାନ ଯାହା ମୁକ୍ତି ଯୁଦ୍ଧ ସମୟରେ ଭାରତ-ବାଂଲାଦେଶର ସୌହାର୍ଦ୍ଦ୍ୟର କାହାଣୀକୁ ପରବର୍ତ୍ତୀ ପିଢିକୁ ଜଣାଇବାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି । ଛାତ୍ର ଏବଂ ପର୍ଯ୍ୟଟକମାନେ ସଂଗ୍ରହାଳୟକୁ ଯାଇ ବିଭିନ୍ନ ଫଟୋଚିତ୍ର ଦେଖନ୍ତି, ଯେଉଁଥିରେ ଯୁଦ୍ଧ ସମୟରେ ବଙ୍ଗଳା ଭାଷାଭାଷୀ ଲୋକଙ୍କ ବିରୋଧରେ ପାକିସ୍ତାନୀ ସେନାର ଅତ୍ୟାଚାର ଦର୍ଶାଯାଇଛି ।

ଏହା ବି ପଢନ୍ତୁ- ବାଂଲାଦେଶରେ ହସିନା ସରକାରର ପତନ; ଭାରତୀୟ ସୁରକ୍ଷା ଗତିଶୀଳତାକୁ ଝଟକା

ସେହି ସମୟରେ ପଶ୍ଚିମ ପାକିସ୍ତାନର ନିୟନ୍ତ୍ରଣ ବିରୁଦ୍ଧରେ ବିଦ୍ରୋହକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଫଟୋଗୁଡ଼ିକରେ ଭାରତର ବନ୍ଧୁତ୍ବପୂର୍ଣ୍ଣ ଆଭିମୁଖ୍ୟକୁ ମଧ୍ୟ ଦର୍ଶାଯାଇଛି । ପଶ୍ଚିମ ପାକିସ୍ତାନରୁ ବାଂଲାଦେଶର ସ୍ବାଧୀନତା ପାଇଁ ଏହା ଭାରତର ଦୃଢ ସମର୍ଥନକୁ ମଧ୍ୟ ଦର୍ଶାଉଛି । ଏହି ସଂଗ୍ରହାଳୟର ସେଲୁଲଏଡ୍ ଡିସପ୍ଲେରେ ଭବିଷ୍ୟତ ପିଢି ପାଇଁ ବାଂଲାଦେଶ ସ୍ବାଧୀନତା ସଂଗ୍ରାମରେ ଭାରତର ଅବଦାନ ବିଷୟରେ ପର୍ଯ୍ୟାପ୍ତ ସୂଚନା ପ୍ରଦାନ କରାଯାଇଛି । ଭାରତ କିପରି ବାଂଲାଦେଶକୁ ଅତୁଟ ସମର୍ଥନ କରିଥିଲା ତାହା ଉଲ୍ଲେଖ ରହିଛି । ଏ ନେଇ ଏକ କାହାଣୀ ମଧ୍ୟ ଉଲ୍ଲେଖ ରହିଛି, ଯାହାକୁ ପଢି ଆଗାମୀ ପିଢି ବନ୍ଧୁରାଷ୍ଟ୍ର ଭାରତ ସମ୍ପର୍କରେ ଅବଗତ ହୋଇପାରିବେ ।

ଶେଖ ମୁଜିବୁର ରେହମାନଙ୍କ ଫଟୋ ଦର୍ଶାଉଥିବା ମ୍ୟୁଜିଅମ ୱେବସାଇଟର ହୋମପେଜ
ଶେଖ ମୁଜିବୁର ରେହମାନଙ୍କ ଫଟୋ ଦର୍ଶାଉଥିବା ମ୍ୟୁଜିଅମ ୱେବସାଇଟର ହୋମପେଜ (ETV Bharat via Liberation War Museum)

କାହିଁକି ନିର୍ମାଣ ହୋଇଥିଲା ମ୍ୟୁଜିଅମ ?

ସଂଗ୍ରହାଳୟ ପ୍ରତିଷ୍ଠା ପଛରେ ଧାରଣା ଥିଲା ପର୍ଯ୍ୟଟକମାନଙ୍କୁ ସେହି ଫଟୋଚିତ୍ର ଦେଖାଇବା ଯାହାକି ମୁକ୍ତି ଯୁଦ୍ଧର ସ୍ମୃତିକୁ ଲୋକଙ୍କ ମନରେ ଖୋଦିତ କରିବ । ସଂଗଠନ ପ୍ରତିଷ୍ଠା କରିବାର ଗୋଟିଏ କାରଣ ହେଉଛି ସଂଗ୍ରାମ ସମୟରେ ଲୋକମାନେ କରିଥିବା ବଳିଦାନକୁ ମନେ ରଖିବା । ଯୁଦ୍ଧ ସମୟରେ କ’ଣ ଘଟିଥିଲା ​​ଏବଂ ଲୋକମାନେ କିପରି ଅତ୍ୟାଚାରର ସମ୍ମୁଖୀନ ହୋଇଥିଲେ ସେ ବିଷୟରେ ଆଗାମୀ ପିଢିକୁ ସୂଚନା ଦେବା ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା ।

ସ୍ବାଧୀନତା ସଂଗ୍ରାମ ସ୍ମାରକୀକୁ ମଧ୍ୟ ନଷ୍ଟ କରାଯାଇପାରେ:-

ଏହା ମଧ୍ୟ ସମ୍ଭାବନା ଅଛି ଯେ ହସିନା ସରକାରର ପତନ ପରେ ସ୍ବାଧୀନତା ସଂଗ୍ରାମରେ ମୁଜିବୁରଙ୍କ ବଳିଦାନକୁ ଦର୍ଶାଉଥିବା ସ୍ମାରକୀକୁ ମଧ୍ୟ ନଷ୍ଟ କରାଯାଇପାରେ । ବାଂଲାଦେଶ ଗଠନରେ ଭାରତର ଏକ ପ୍ରମୁଖ ଭୂମିକା ରହିଥିଲା । ଏଥିଲାଗି ହସିନା ସରକାର ସର୍ବଦା ଭାରତ ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଆସୁଥିଲେ । ମାତ୍ର ଏବେ ରାଷ୍ଟ୍ରରେ ହସିନା ସରକାରର ପତନ ପରେ ସ୍ବାଧୀନତା ସଂଗ୍ରାମରେ ଭାରତର ଭାଗିଦାରୀ ମଧ୍ୟ ସଙ୍କଟରେ ରହିଛି । ସରକାରୀ ଚାକିରିରେ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜଙ୍କୁ ସଂରକ୍ଷଣକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିବା ଛାତ୍ରମାନେ ରାଷ୍ଟ୍ରର ସ୍ମାରକୀକୁ ନଷ୍ଟ କରିଥିବା ନଜର ଆସିଛନ୍ତି । ସେମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଜଡ଼ିତ ପ୍ରତିଟି ଜିନିଷକୁ ବିରୋଧ କରିଆସୁଛନ୍ତି । ଏପରି ହେଲେ ଭାରତ ଜଣେ ଉଦ୍ଧାରକର୍ତ୍ତା ଭାବରେ ପୁନଃ ନିଜର ସ୍ଥିତି ସ୍ଥାପନ କରିବାରେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ।

ଭାରତ ପରିବର୍ତ୍ତନ କରିପାରେ ବିଦେଶ ନୀତି:-

ପଡ଼ୋଶୀ ଦେଶରେ ଏପରି ସ୍ଥିତି ଯୋଗୁଁ ଭାରତକୁ ନିଜର ବିଦେଶ ନୀତିରେ ପରିବର୍ତ୍ତନ କରିବାକୁ ପଡ଼ିପାରେ । ବାଂଲାଦେଶରେ ଅସ୍ଥିରତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ଆମେରିକା ଓ ବ୍ରିଟେନ କବାଟ ବନ୍ଦ ରହିଛି । ହସିନା ଏବେ ଭାରତରେ ଆଶ୍ରୟ ନେଇଛନ୍ତି । ତେବେ ବାଂଲାଦେଶରେ ନୂଆ ସରକାର ଆସିବା ପରେ ବି ହସିନାଙ୍କୁ ସମର୍ଥନ କରି ଭାରତ ସଠିକ କରୁଛି କି ? ବାଂଲାଦେଶର ନୂଆ ସରକାରଙ୍କ ସହିତ ଭାରତକୁ ଏପରି ରଣନୀତି ଆପଣେଇବାକୁ ପଡ଼ିବ ଯାହାଦ୍ବାରା ଦଶନ୍ଧି ଧରି ଉଭୟ ରାଷ୍ଟ୍ର ମଧ୍ୟରେ ସୃଷ୍ଟି ହୋଇଥିବା ସୁସମ୍ପର୍କ ଉପରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ ।

ଏହା ବି ପଢନ୍ତୁ- ନିଜ ସ୍ବାଧୀନତା ସଂଗ୍ରାମକୁ ଭୁଲିଗଲେ ବାଂଲାଦେଶୀ, ଭାରତୀୟ ସେନା ନିକଟରେ ପାକିସ୍ତାନର ଆତ୍ମସମର୍ପଣ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ

ଏହାରି ମଧ୍ୟରେ ଢାକା ମଧ୍ୟ ଭିନ୍ନ ରାସ୍ତା ଆପଣେଇପାରେ । ଯାହାକି ଭାରତ ପାଇଁ ଅନୁକୂଳ ରହିବ ନାହିଁ । ଚୀନର ପ୍ରଭାବ ମଧ୍ୟ ପଡ଼ିପାରେ । ବାଂଲାଦେଶର ନୂଆ ପିଢି ନିଜର ଇତିହାସ ଭୁଲି ବିରୋଧ ପ୍ରଦର୍ଶନ ବେଳେ କାନ୍ଥବାଡ଼ରେ ଯାହା ଲେଖାୟାଇଛି ତାକୁ ମନେ ରଖିବେ । ପଶ୍ଚିମ ପାକିସ୍ତାନ ସେନା ବିରୋଧରେ ଲଢେଇରେ ଭାରତ ସହାୟତା ପ୍ରଦାନ କରିଥିଲା । ଭାରତର ଅବଦାନର ପ୍ରତୀକ ସ୍ମୃତିକୁ ହଟାଇବା ଏବଂ ମୁକ୍ତି ସଂଗ୍ରାମର ପ୍ରତୀକଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବା ହେଉଛି ନୂଆ ପିଢିଙ୍କ ପରିଭାଷା ।

ଶ୍ରୀଲଙ୍କା ପରେ ବାଂଲାଦେଶ ଏସିଆର ଦ୍ବିତୀୟ ଦେଶ ହୋଇଛି, ଯେଉଁଠାରେ ଶାସକ ଦଳର ପରିବାରକୁ ଦେଶ ଛାଡି ପଳାୟନ କରିବାକୁ ପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୁଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ସହ କଥା ହେବା ପରେ ବାଂଲାଦେଶରେ ପରିସ୍ଥିତି କିପରି ଦେଖାଯାଉଛି ତାହା ଦେଖିବା ବେଶ ରୋଚକପୂର୍ଣ୍ଣ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.